Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୋରଖପୁରରେ ପ୍ରଧାନମନ୍ତ୍ରୀ

ଗୋରଖପୁରରେ ପ୍ରଧାନମନ୍ତ୍ରୀ

ଗୋରଖପୁରରେ ପ୍ରଧାନମନ୍ତ୍ରୀ

ଗୋରଖପୁରରେ ପ୍ରଧାନମନ୍ତ୍ରୀ


• ଗୋରଖନାଥ ମନ୍ଦିର ଦର୍ଶନ କଲେ,

• ଗୋରଖପୁର ସାର କାରଖାନା ଓ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ,

• ଜନସଭାରେ ସମ୍ବୋଧନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋରଖପୁରରେ ଗୋରଖନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ମନ୍ଦିରରେ ମହନ୍ତ ଅବୈଦ୍ୟନାଥଜୀଙ୍କ ପ୍ରତିମା ଅନାବରଣ ଓ ତୁଙ୍ଗ ସାଧୁସନ୍ଥଙ୍କୁ ସମ୍ବୋଧିତ କରିଛନ୍ତି । ସେ ମହନ୍ତ ଅବୈଦ୍ୟନାଥଙ୍କ ସହ ନିଜର ସମ୍ପର୍କକୁ ସ୍ମରଣ କରି କହିଥିଲେ ଯେ ଆମର ସାଧୁ-ସନ୍ଥମାନେ ଅତ୍ୟନ୍ତ ଶ୍ରେଷ୍ଠ, ସମାଜ ଓ ଗରିବଙ୍କ ପ୍ରତି ସର୍ବଦା ଦୟାଶୀଳ ରହିଥାନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀ ଗୋରଖପୁର ସାର କାରଖାନାର ପୁନରୁଦ୍ଧାର ଓ ଗୋରଖପୁର ଏମ୍ସର ଭିତ୍ତିପ୍ରସ୍ତର ଫଳକକୁ ଅନାବରଣ କରିଥିଲେ । ପ୍ରଧାନମନ୍ତ୍ରୀ ଉଭୟ ପରିଯୋଜନାର ବିଶେଷତ୍ୱ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ।

ଏହି ଅବସରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ସନ୍ତୁଳିତ ବିକାଶ ପାଇଁ ପୂର୍ବ ଭାରତର ବିକାଶ ଅତ୍ୟନ୍ତ ଆବଶ୍ୟକ ।

ବିଦେଶରୁ ସାର ଆମଦାନୀ କରିବାକୁ ପଡୁଥିଲେ ମଧ୍ୟ #କୁ ବନ୍ଦ କରିବା ଓ ଯୁବବର୍ଗଙ୍କୁ ରୋଜଗାର ନମିଳିବା ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦୀ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି । ଏହି ସାର ୟୁନିଟ୍ କୁ ପୁନଃ-ଆରମ୍ଭ କରିବା ଦ୍ଵାରା ରାଜ୍ୟର ଔଦ୍ୟୋଗିକ ପରିବର୍ତ୍ତନ ହୋଇପାରିବ ।

କିଭଳି ଭାବେ ସମ୍ବଳର ଆବଣ୍ଟନ କଲେ ସ୍ଥାନୀୟ ଅଂଚଳରେ ଲୋକେ ସୁସ୍ଥ ଓ ସୁଖି ଜୀବନ ଅତିବାହିତ କରିପାରିବେ ପ୍ରଧାନମନ୍ତ୍ରୀ ତାହା ବର୍ଣ୍ଣନା କରିଥିଲେ । ଏହି ଅଚଂଳରେ ପର୍ଯ୍ୟଟନ ବିକାଶରେ ବିଶାଳ ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ନୂଆ ବେସାମରିକ ବିମାନ ଚଳାଚଳ ନୀତିରେ ଆଚଂଳିକ ସମ୍ପର୍କକୁ ପ୍ରାଥମିକତା ଦିଆଯାଇଛି, ଯାହାଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି କହିଥିଲେ ।