ପିଏମଇଣ୍ଡିଆ
ନମସ୍କାର ! ଖୁଲୁମ୍ବାଇ!
କଣ ଖବର ? ମାଘ ବିହୁ ଏବଂ ମାଘ ଦୋମାଶିର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି।
ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ , ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜୀ , କେନ୍ଦ୍ରରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ , ପବିତ୍ରା ମାର୍ଗାରିଟା ଜୀ , ଆସାମ ବିଧାନସଭାର ବାଚସ୍ପତି ବିଶ୍ୱଜିତ ଦୈଇମାରି ଜୀ ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ହାଗ୍ରାମା ମୋହିଲାରୀ ଜୀ , ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ , ସମସ୍ତ ବିଶିଷ୍ଟ ଅତିଥିମାନେ ଏବଂ ଆସାମର ମୋର ଭାଇ – ଭଉଣୀମାନେ।
ମୋର ସୌଭାଗ୍ୟ ଯେ ମୋତେ ଆସାମର ସଂସ୍କୃତି , ଏଠିକାର ବୋଡୋ ପରମ୍ପରାକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଛି । ପ୍ରଧାନମନ୍ତ୍ରୀ ଭାବରେ ଯେତିକି ଥର ମୁଁ ଆସାମ ଆସିଛି , ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଆସି ନାହାଁନ୍ତି। ମୋର ସବୁବେଳେ ଇଚ୍ଛାଥିଲା ଯେ , ଆସାମର କଳା ଏବଂ ସଂସ୍କୃତିକୁ ଏକ ବହୁତ ବଡ଼ ମଞ୍ଚ ମିଳୁ। ଏହାକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମହାନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୀକୃତି ଦିଆଯାଉ। ଏଥିପାଇଁ ପୂର୍ବରୁ ନିରନ୍ତର ପ୍ରୟାସ ହୋଇଆସୁଛି । ଏହା ବଡ଼ ଧରଣର ବିହୁ କାର୍ଯ୍ୟକ୍ରମ ହେଉ, ଝୁମୋଇର ବିନୋନ୍ଦିନି ଉତ୍ସବ ହେଉ, ଦେଢ଼ ବର୍ଷ ପୂର୍ବେ ଦିଲ୍ଲୀରେ ଅନୁଷ୍ଠିତ ମହାନ ବୋଡୋଲ୍ୟାଣ୍ଡ ମହୋତ୍ସବ ହେଉ, କିମ୍ବା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ , ଆସାମର କଳା ଏବଂ ସଂସ୍କୃତିରେ ଯେଉଁ ଅଦ୍ଭୁତ ଆନନ୍ଦ ଅନୁଭବ ଅଛି , ତାହାକୁ ପାଇବାର କୌଣସି ସୁଯୋଗ କେବେ ହାତଛଡ଼ା କରେ ନାହିଁ। ଆଜି ପୁଣି ଥରେ ବାଗୁରୁମ୍ବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛିା ଏହି କାର୍ଯ୍ୟକ୍ରମ ବୋଡୋ ପରିଚୟର ଏକ ଜିବନ୍ତ ଉତ୍ସବ ଅଟେ। ଏହା ବୋଡୋ ସମ୍ପ୍ରଦାୟର ଏବଂ ଆସାମର ଐତିହ୍ୟର ସମ୍ମାନ ମଧ୍ୟ ଅଟେ। ଏହି ଆୟୋଜନ ସହିତ ଜଡ଼ିତ ସମସ୍ତ ଜନସାଧାରଣଙ୍କୁ ଏବଂ ବିଶେଷ ଭାବେ ସମସ୍ତ କଳାକାରମାନଙ୍କୁ ଶୁଭକାମନା ଜଣାଉଛି , ବହୁତ-ବହୁତ ଶୁଭେଚ୍ଛା ଏବଂ ଜଣାଉଛି।
ବନ୍ଧୁଗଣ,
‘ବାଗୁରୁମ୍ବା ଦାହୌ’ ଏହା କେବଳ ଏକ ଉତ୍ସବ ନୁହେଁ। ଏହା ଏକ ମାଧ୍ୟମ ହେଉଛି- ଆମର ମହାନ ବୋଡୋ ପରମ୍ପରାକୁ ସମ୍ମାନ କରିବାର ଏହା ଏକ ମାଧ୍ୟମ ଅଟେ – ବୋଡୋ ସମ୍ପ୍ରଦାୟର ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିବାର ଏକ ଉପାୟ , ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମା, ଗୁରୁଦେବ କାଳିଚରଣ ବ୍ରହ୍ମା, ରୂପନାଥ ବ୍ରହ୍ମା, ସତୀଶ ଚନ୍ଦ୍ର ବସୁମାତାରୀ, ମୋରାଦମ ବ୍ରହ୍ମା, କନକେଖଶ୍ୱର ନରଜରୀ, ଏପରି ଅନେକ ମହାନ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ସାମାଜିକ ସଂସ୍କାର, ସାଂସ୍କୃତିକ ପୁନର୍ଜାଗରଣ ଏବଂ ରାଜନୈତିକ ଚେତନାକୁ ସୁଦୃଢ଼ କରିଛନ୍ତି। ଏହି ଅବସରରେ, ମୁଁ ବୋଡୋ ସମ୍ପ୍ରଦାୟର ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି।
ବନ୍ଧୁଗଣ,
ଭାଜପା, ଆସାମର ସଂସ୍କୃତିକୁ ସମଗ୍ର ଭାରତର ଗର୍ବ ବୋଲି ମାନିଥାଏ। ଆସାମର ଅତୀତ, ଆସାମର ଇତିହାସ, ଭାରତର ଇତିହାସକୁ ସଂପୂର୍ଣ୍ଣ କରିଥାଏ । ଏବଂ ସେଥିପାଇଁ, ବିଜେପି ସରକାରଙ୍କ ସମୟରେ ବାଗୁରୁମ୍ବା ଦାହୌ ଭଳି ଏତେ ବଡ଼ ମହାନ ଉତ୍ସବ ଅନୁଷ୍ଠିତ ହୋଇଥାଏ , ବିହୁକୁ ଜାତୀୟ ମାନ୍ୟତା ଦିଆଯାଇଥାଏ , ଆମର ପ୍ରୟାସ ଦ୍ୱାରା, ଶୋରାଇଦେଉ ମୋଇଦାମକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥାଏ , ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥାଏ।
ଭାଇ ଓ ଭଉଣୀମାନେ,
ଆମେ ବୋଡୋ ଭାଷାକୁ ଆସାମର ଏକ ସହଯୋଗୀ ସରକାରୀ ଭାଷାର ମାନ୍ୟତା ମଧ୍ୟ ଦେଇଛୁ। ବୋଡୋ ଭାଷାରେ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ପୃଥକ ନିର୍ଦ୍ଦେଶାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି ପ୍ରତିବଦ୍ଧତା ଯୋଗୁଁ, ବାଥୌ ଧର୍ମଗୁଡ଼ିକୁ ପୂର୍ଣ୍ଣ ସମ୍ମାନର ସହିତ ସ୍ୱୀକୃତି ଦିଆଯାଇଛି, ଏବଂ ବାଥୌ ପୂଜା ଅବସରରେ ରାଜ୍ୟ ଛୁଟି ଘୋଷଣା କରାଯାଇଛି। ଏହି ବିଜେପି ସରକାର ଅଟନ୍ତି ତାଙ୍କ ସମୟରେ ମହାନ ଯୋଦ୍ଧା ଲସିତ୍ ବୋରଫୁକନ୍ଙ୍କର ଏକ ଭବ୍ୟ ପ୍ରତିମା ସ୍ଥାପନ କରାଯାଇଥିଲା, ସେହି ସମୟରେ ବୋଡ଼ୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ପ୍ରତିମା ମଧ୍ୟ ଉନ୍ମୋଚିତ ହୋଇଥିଲା। ସେହିପରି ଭାବରେ , ଶ୍ରୀମନ୍ତ ଶଙ୍କରଦେବଙ୍କ ଭକ୍ତି ଏବଂ ସାମାଜିକ ସମନ୍ୱୟର ପରଂପରା , ଜ୍ୟୋତି ପ୍ରସାଦ ଅଗ୍ରୱାଲା ଜୀଙ୍କ କଳା ଏବଂ ଚେତନା , ଆସାମର ପ୍ରତ୍ୟେକ ଐତିହ୍ୟ ଏବଂ ଗର୍ବକୁ ସମ୍ମାନ ଜଣାଇବାକୁ ଏକ ସୌଭାଗ୍ୟ ବୋଲି ବିଜେପି ସରକାର ବିବେଚନା କରେ। ସଂଯୋଗବଶତଃ, ଆଜି ଜ୍ୟୋତି ପ୍ରସାଦ ଅଗ୍ରୱାଲାଙ୍କ ଶ୍ରାଦ୍ଧବାର୍ଷିକୀ ମଧ୍ୟ ଅଛିା ମୁଁ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ବନ୍ଧୁଗଣ,
ଆଜି ଯେତେବେଳେ ମୁଁ ଏଠାକୁ ଆସିଛି , ସେତେବେଳେ ମୋ ମନରେ ବହୁତ କିଛି କଥା ଚାଲିଛି ! ମୋର ଆସାମ କେତେ ଆଗକୁ ବଢ଼ୁଛି ତାହା ଭାବି ମୁଁ ଭାବପ୍ରବଣ ହୋଇପଡୁଛି। ଯେଉଁଠାରେ ପ୍ରତିଦିନ ରକ୍ତପାତ ହେଉଥିଲା, ଆଜି ଏଠାରେ ଏବେ ସଂସ୍କୃତିର ଅଦ୍ଭୁତ ରଙ୍ଗ ପ୍ରଦର୍ଶିତ ହେଉଛି ! ଯେଉଁଠାରେ ଦିନେ ଗୁଳିର ପ୍ରତିଧ୍ୱନି ଶୁଭୁଥିଲା ସେଠାରେ ଆଜି ଖାମ୍ ଏବଂ ସିଫୁଙ୍ଗର ସୁମଧୁର ଶବ୍ଦ ଶୁଣାଯାଉଛି। ଯେଉଁଠାରେ କର୍ଫ୍ୟୁର ନୀରବତା ଥିଲା, ଆଜି ସେଠାରେ ସଙ୍ଗୀତର ସ୍ୱର। ଯେଉଁଠାରେ ପୂର୍ବରୁ ଅଶାନ୍ତି ଏବଂ ଅସ୍ଥିରତା ଥିଲା, ଆଜି ସେଠାରେ ବାଗୁରୁମ୍ବାର ଏପରି ମନମୋହକ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବାକୁ ଯାଉଛି। ଏପରି ଏକ ସୁନ୍ଦର କାର୍ଯ୍ୟକ୍ରମ କେବଳ ଆସାମର ଏକ ସଫଳତା ନୁହେଁ; ଏହା ସମଗ୍ର ଭାରତର ସଫଳତା। ଦେଶର ପ୍ରତ୍ୟେକ ନାଗରିକ ଆସାମର ଏହି ପରିବର୍ତ୍ତନ ପାଇଁ ଗର୍ବିତ।
ବନ୍ଧୁଗଣ,
ମୁଁ ସନ୍ତୁଷ୍ଟ ଯେ ମୋର ଆସାମୀ ଲୋକମାନେ, ମୋର ବୋଡୋ ଭାଇ-ଭଉଣୀମାନେ, ଏଥିପାଇଁ ମୋ ଉପରେ ସେମାନଙ୍କର ବିଶ୍ୱାସ ରଖିଛନ୍ତି। ଆପଣ ଡବଲ-ଇଞ୍ଜିନ୍ ସରକାରଙ୍କୁ ଶାନ୍ତି ଏବଂ ବିକାଶର ଦାୟିତ୍ୱ ଦେଇଥିଲେ, ଏବଂ ଆପଣଙ୍କ ଆଶୀର୍ବାଦରେ, ଆମେ ଏହାକୁ ପୂରଣ କରିଛୁ। 2020 ର ବୋଡୋ ଶାନ୍ତି ବୁଝାମଣା ବର୍ଷ ବର୍ଷ ଧରି ଚାଲିଥିବା ସଂଘର୍ଷର ଅନ୍ତ ଘଟାଇଲା। ଏହି ବୁଝାମଣା ବିଶ୍ୱାସକୁ ପୁନଃସ୍ଥାପିତ କଲା, ଏବଂ ହଜାର ହଜାର ଯୁବକ ହିଂସାର ପଥ ପରିତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହେଲେ। ଏହି ବୁଝାମଣା ବୋଡୋ ଅଞ୍ଚଳରେ ଶିକ୍ଷା ଏବଂ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି କଲା। ଶାନ୍ତି କେବଳ ଆଇନ ଏବଂ ଶୃଙ୍ଖଳା ପର୍ଯ୍ୟନ୍ତ ସୀମିତ ନ ଥିଲା ବରଂ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଗଲା, ଏବଂ ଆପଣଙ୍କ ପ୍ରୟାସ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ବନ୍ଧୁଗଣ,
ଆସାମର ଶାନ୍ତି, ଆସାମର ବିକାଶ ଏବଂ ଆସାମର ଗୌରବର କେନ୍ଦ୍ରରେ ଅଛନ୍ତି, ତେବେ ସେ ହେଉଛନ୍ତି ଆମର ଆସାମର ଯୁବଗୋଷ୍ଠି । ଆସାମର ଯୁବକମାନେ ଶାନ୍ତି ପାଇଁ ଯେଉଁ ପଥ ବାଛିଛନ୍ତି, ତାହା ହେଉଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ସେଥିପାଇଁ ମୋତେ ଏବଂ ଆପଣମାନେ ଆମ ସମସ୍ତଙ୍କୁ ତାକୁ ଗ୍ରହଣ କରିବାକୁ ପଡିବ। ଶାନ୍ତି ଚୁକ୍ତି ହେବା ପରଠାରୁ, ଆମ ସରକାର ବୋଡୋଲ୍ୟାଣ୍ଡର ବିକାଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଆସୁଛି। ସରକାର ପୁନର୍ବାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି , ହଜାର ହଜାର ଯୁବକଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି, ଯାହା ଦ୍ୱାରା ସେମାନେ ଏକ ନୂତନ ଆରମ୍ଭ କରିପାରିବେ !
ବନ୍ଧୁଗଣ,
ବିଜେପି ସରକାରଙ୍କ ପ୍ରୟାସର ଫଳାଫଳ ଆମ ସମସ୍ତଙ୍କ ସମ୍ମୁଖରେ ଅଛି। ମୋର ପ୍ରତିଭାବାନ ବୋଡୋ ଯୁବକମାନେ ଆସାମର ସାଂସ୍କୃତିକ ରାଷ୍ଟ୍ରଦୂତ ହେଉଛନ୍ତି। କ୍ରୀଡା କ୍ଷେତ୍ରରେ, ବୋଡୋ ସମ୍ପ୍ରଦାୟର ପୁଅ ଏବଂ ଝିଅମାନେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେମାନେ ନୂତନ ଆତ୍ମବିଶ୍ୱାସର ସହିତ ସ୍ବାଧିନଭାବେ ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କର ସ୍ୱପ୍ନ ପୂରଣ କରୁଛନ୍ତି ଏବଂ ଆସାମର ବିକାଶକୁ ତ୍ୱରାନ୍ୱିତ କରୁଛନ୍ତି।
ବନ୍ଧୁଗଣ,
ଯେତେବେଳେ ଆମେ ଆସାମର କଳା, ସଂସ୍କୃତି ଏବଂ ପରିଚୟକୁ ସମ୍ମାନ କରିଥାଉ , ସେତେବେଳେ କିଛି ଲୋକ ଏମିତି ମଧ୍ୟ ଅଛନ୍ତି , ଯେଉଁମାନଙ୍କୁ ଅସୁବିଧା ହୋଇଥାଏ। ଆପଣମାନେ ସମସ୍ତେ ଜାଣନ୍ତି ଯେ , କେଉଁ ଦଳର ଲୋକମାନେ ଆସାମର ସମ୍ମାନକୁ ପସନ୍ଦ କରନ୍ତି ନାହିଁ ? ଉତ୍ତର କେବଳ ଗୋଟିଏ – କଂଗ୍ରେସ ଦଳ ! ଭୂପେନ ହଜାରିକା ଜୀଙ୍କୁ ଭାରତ ରତ୍ନ ଦେବାର ବିରୋଧ କରିଥିବା ଦଳ କିଏ ? କଂଗ୍ରେସ ଦଳ ! କେଉଁ ଦଳ ଆସାମରେ ସେମିକଣ୍ଡକ୍ଟର ୟୁନିଟ୍କୁ ବିରୋଧ କରିଥିଲା ? କଂଗ୍ରେସର କର୍ଣ୍ଣାଟକ ସରକାରଙ୍କ ଜଣେ ମନ୍ତ୍ରୀ, ଯିଏ କଂଗ୍ରେସର ଜାତୀୟ ଅଧ୍ୟକ୍ଷଙ୍କ ପୁଅ ମଧ୍ୟ ଅଟନ୍ତି । ସେ ଆସାମରେ ସେମିକଣ୍ଡକ୍ଟର ୟୁନିଟ୍ କାହିଁକି ପ୍ରତିଷ୍ଠା କରାଯାଉଛି ତାହା ବିରୋଧ କରିଥିଲେ।
ବନ୍ଧୁଗଣ,
ଆଜି ମଧ୍ୟ ଯେତେବେଳେ ମୁଁ ଆସାମର ସଂସ୍କୃତି ସହିତ ଜଡିତ କୌଣସି ଜିପିଷ ପିନ୍ଧେ, ଯଦି ଗାମୁଛା ମୋ ହାତରେ ଥାଏ , ସେତେବେଳେ ଦଳ ଆସାମକୁ ଉପହାସ କରେ? କଂଗ୍ରେସ ଦଳ।
ଉଣୀମାନେ ଏବଂ ଭଉଣୀମାନେ,
ଏତେ ଦଶନ୍ଧି ଧରି ଆସାମ ଏବଂ ବୋଡୋଲାଣ୍ଡ ଅଞ୍ଚଳ ମୁଖ୍ୟଧାରାର ପ୍ରଭାବରୁ ବିଚ୍ଛିନ୍ନ ହୋଇ ରହିଥିଲା, ଏଥିପାଇଁ କେବଳ ଏବଂ କେବଳ କଂଗ୍ରେସ ଦାୟୀ। କଂଗ୍ରେସ ନିଜର ରାଜନୈତିକ ଲାଭ ପାଇଁ ଆସାମରେ ଅସ୍ଥିରତା ସୃଷ୍ଟି କରିଥିଲା, କଂଗ୍ରେସ ଆସାମକୁ ହିଂସାର ନିଆଁରେ ଠେଲି ଦେଇଥିଲା; ସ୍ୱାଧୀନତା ପରେ ଆସାମରେ ମଧ୍ୟ ଏହାର ଚ୍ୟାଲେଞ୍ଜ ଥିଲା! କିନ୍ତୁ କଂଗ୍ରେସ କ’ଣ କଲା? ସେହି ସମସ୍ୟାର ସମାଧାନ ଖୋଜିବା ପରିବର୍ତ୍ତେ, କଂଗ୍ରେସ ସେହି ସମସ୍ୟା ଉପରେ ନିଜର ରାଜନୈତିକ ରଣ ନିତି ପ୍ରୟୋଗ କରିଥିଲା। ବିଶ୍ୱାସର ଆବଶ୍ୟକତା ଥିଲା କିନ୍ତୁ କଂଗ୍ରେସ ବିଭାଜନ ବୃଦ୍ଧି କରିଥିଲା। ଆଲୋଚନାର ଆବଶ୍ୟକତା ଥିଲା, କିନ୍ତୁ କଂଗ୍ରେସ ଅବହେଳା କରିଥିଲା ଏବଂ ଆଲୋଚନାର ପଥ ବନ୍ଦ କରିଦେଇଥିଲା ! ବିଶେଷକରି, ବୋଡୋଲାଣ୍ଡ ଅଞ୍ଚଳର ସ୍ୱର, ବୋଡୋଲାଣ୍ଡର ଲୋକଙ୍କ କଥା କେବେବି ଠିକ୍ ଭାବରେ ଶୁଣାଯାଇ ନଥିଲା। ଯେତେବେଳେ ଏହାର ଲୋକଙ୍କ କ୍ଷତକୁ ସୁସ୍ଥ କରିବାର ଆବଶ୍ୟକତା ଥିଲା, ଯେତେବେଳେ ଆସାମ ଲୋକଙ୍କ ସେବା କରିବାର ଆବଶ୍ୟକତା ଥିଲା, ସେତେବେଳେ କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ପାଇଁ ଆସାମର ଦ୍ୱାର ଖୋଲି ସ୍ୱାଗତ କରିବାରେ ବ୍ୟସ୍ତ ରହୁଥିଲା।
ବନ୍ଧୁଗଣ,
କଂଗ୍ରେସ ଆସାମବାସୀଙ୍କୁ ନିଜର ବୋଲି ଭାବେ ନାହିଁ । କଂଗ୍ରେସ ଲୋକମାନେ ବିଦେଶୀ ଅନୁପ୍ରବେଶକାରୀଙ୍କୁ ଅଧିକ ପସନ୍ଦ କରନ୍ତି। କାରଣ ସେମାନେ ଏଠାକୁ ଆସି କଂଗ୍ରେସର ଦୃଢ଼ ଭୋଟବ୍ୟାଙ୍କ ହୋଇଥାନ୍ତି। ସେଥିପାଇଁ କଂଗ୍ରେସର ଶାସନ ସମୟରେ ବିଦେଶୀ ଅନୁପ୍ରବେଶକାରୀମାନେ ଆସୁଥିଲେ, ଆସାମର ଲକ୍ଷ ଲକ୍ଷ ଏକର ଜମି ଦଖଲ କରି ରଖିଥିଲେ, ଏବଂ କଂଗ୍ରେସ ସରକାର ସେମାନଙ୍କୁ ସାହାଯ୍ୟ କରି ଚାଲିଥିଲେ। ମୁଁ ଖୁସି ଯେ , ଆଜି ହିମନ୍ତ ଜୀଙ୍କ ସରକାର ଆସାମବାସୀଙ୍କ ଲକ୍ଷ ଲକ୍ଷ ଏକର ଜମିକୁ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରୁଛନ୍ତି।
ବନ୍ଧୁଗଣ,
କଂଗ୍ରେସ ସର୍ବଦା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବକୁ ଅବହେଳା ଦୃଷ୍ଟିରେ ଦେଖିଛି। ଯେଉଁ କଂଗ୍ରେସର ଲୋକମାନେ ଉତ୍ତର-ପୂର୍ବର ବିକାଶକୁ ଆବଶ୍ୟକ ମନେ କରୁ ନ’ଥିଲେ, ସେମାନଙ୍କର ଧ୍ୟାନ ଆସାମର ବିକାଶ ପ୍ରତି କିପରି ରହିଥାନ୍ତା? ବୋଡୋ ଅଞ୍ଚଳର ଆଶା –ବିଶ୍ବାସ ବିଷୟରେ ଚିନ୍ତା କରିବାର ଅବସର କେଉଁଠାରେ ହୋଇଥାଆନ୍ତା? ସେଥିପାଇଁ, କଂଗ୍ରେସ ସରକାର ଜାଣିଶୁଣି ଏହି ଅଞ୍ଚଳକୁ ସମସ୍ୟା ଭିତରକୁ ଠେଲି ଦେଇଥିଲେ।
ଭାଇ ଏବଂ ଭଉଣୀମାନେ,
ଆମର ଡବଲ-ଇଞ୍ଜିନ୍ ସରକାର କଂଗ୍ରେସର ସେହି ଅନିତିଗୁଡ଼ିକୁ ସଫା କରିବାର କାମ ମଧ୍ୟ କରୁଛନ୍ତି । ଆଜି ଏଠାରେ ବିକାଶ ଯେଉଁ ଗତିରେ ହେଉଛି , ତାହା ଆପଣଙ୍କ ସମ୍ମୁଖରେ ଅଛି। ଆପଣ ଦେଖନ୍ତୁ, ଆମେ ବୋଡୋ-କଚାରି କଲ୍ୟାଣ ସ୍ୱୟଂଶାସିତ ପରିଷଦ ଗଠନ କରିଛୁ। ବୋଡୋଲ୍ୟାଣ୍ଡ ଅଞ୍ଚଳରେ ଉନ୍ନତ ବିକାଶ ପାଇଁ 1500 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ ଦିଆଯାଇଛି। କୋକ୍ରାଝାରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ଆରମ୍ଭ ହୋଇଛି। ତାମୁଲପୁରରେ ମେଡିକାଲ କଲେଜ ନିର୍ମାଣ କରିବାକୁ ମଧ୍ୟ ଗତି ପାଇଛି । ନର୍ସିଂ କଲେଜ ଏବଂ ପାରା-ମେଡିକାଲ୍ ପ୍ରତିଷ୍ଠାନ ମାଧ୍ୟମରେ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଥିଲା। ଗୋବର୍ଦ୍ଧନା, ପାରବତଝୋରା ଏବଂ ହେରୋସିଙ୍ଗା ଭଳି ଅଞ୍ଚଳରେ ପଲିଟେକ୍ନିକ୍ ଏବଂ ତାଲିମ ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରାଯାଇଥିଲା।
ବନ୍ଧୁଗଣ,
ବୋଡୋଲ୍ୟାଣ୍ଡ ପାଇଁ ଏକ ପୃଥକ କଲ୍ୟାଣ ବିଭାଗ ଏବଂ ବୋଡୋଲ୍ୟାଣ୍ଡ ପ୍ରଶାସନିକ କର୍ମଚାରୀ କଲେଜ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହା ବୋଡୋ ସମ୍ପ୍ରଦାୟର କଲ୍ୟାଣ ପାଇଁ ଉନ୍ନତ ନୀତି ତିଆରି କରିବାରେ ସାହାଯ୍ୟ କରୁଛି।
ବନ୍ଧୁଗଣ,
ବିଜେପି ସରକାର ହୃଦୟର ଦୂରତାକୁ ଦୂର କରିଛନ୍ତି , ଆସାମ ଏବଂ ଦିଲ୍ଲୀ ମଧ୍ୟରେ ଦୂରତାକୁ ଶେଷ କରିଛନ୍ତି , ଏବଂ ଉନ୍ନତ ଭିତ୍ତିଭୂମି ମାଧ୍ୟମରେ, ଆସାମରେ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଦୂରତା ମଧ୍ୟ ହ୍ରାସ କରୁଛି। ଯେଉଁ ଅଞ୍ଚଳରେ ପୂର୍ବରୁ ପହଞ୍ଚିବା କଷ୍ଟକର ହେଉଥିଲା, ଆଜି ସେଠାରେ ରାଜପଥ ନିର୍ମାଣ କରାଯାଉଛି। ଏପରି ରାସ୍ତା ତିଆରି କରାଯାଉଛି ଯାହା ଦ୍ୱାରା ଏହି ଅଞ୍ଚଳରେ ନୂତନ ସୁଯୋଗ ସୃଷ୍ଟି ହେବ। କୋକରାଝାରରୁ ଭୁଟାନ ସୀମାକୁ ସଂଯୋଗ କରୁଥିବା ବିଶମୁରୀ-ସରାଲପାରା ରାସ୍ତା ପ୍ରକଳ୍ପ ପାଇଁ , କୋଟି କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କୋକରାଝାରରୁ ଭୁଟାନର ଗେଲେଫୁ ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପ ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଏହାକୁ ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଘୋଷଣା କରିଛୁ। ଆମେ ଏହାକୁ ପୂର୍ବ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିଛୁ। ଏହା ଶେଷ ହେବା ପରେ, ବାଣିଜ୍ୟ ଏବଂ ପର୍ଯ୍ୟଟନ ଉଭୟକୁ ପ୍ରୋତ୍ସାହନ ମିଳିବ।
ବନ୍ଧୁଗଣ,
ଯେତେବେଳେ ଏକ ସମାଜ ତାର ମୂଳ ସହିତ ଜଡିତ ରହିଥାଏ, ଯେତେବେଳେ ଆଲୋଚନା ଏବଂ ବିଶ୍ୱାସ ଦୃଢ଼ ହୋଇଥାଏ, ଏବଂ ଯେତେବେଳେ ପ୍ରତ୍ୟେକ ବର୍ଗରେ ସମାନ ସୁଯୋଗ ପହଞ୍ଚିଥାଏ , ସେତେବେଳେ ସକାରାତ୍ମକ ପରିବର୍ତ୍ତନ ଦୃଶ୍ୟମାନ ହୋଇଥାଏ । ଆସାମ ଏବଂ ବୋଡୋଲ୍ୟାଣ୍ଡର ଯାତ୍ରା ସେହି ଦିଗରେ ଗତି କରୁଛି। ଆସାମର ଆତ୍ମବିଶ୍ୱାସ, ଆସାମର ସମ୍ଭାବନା ଏବଂ ଆସାମର ପ୍ରଗତିରୁ, ଭାରତର ବିକାଶ କାହାଣୀକୁ ନୂତନ ଶକ୍ତି ମିଳୁଛି। ଆଜି ଆସାମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରୁଛି। ଆସାମର ଅର୍ଥନୀତି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ବିକାଶରେ, ଏହି ପରିବର୍ତ୍ତନରେ, ବୋଡୋଲ୍ୟାଣ୍ଡ ଏବଂ ଏଠାକାର ଲୋକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ- ଅନେକ ଶୁଭକାମନା ଜଣାଉଛି। ବହୁତ – ବହୁତ ଧନ୍ୟବାଦ।
****
NS
Delighted to experience the Bagurumba Dwhou programme in Guwahati. It beautifully reflects the vibrancy of the Bodo culture.
— Narendra Modi (@narendramodi) January 17, 2026
https://t.co/elJCFygk2d
Bagurumba Dwhou honours our great Bodo traditions. pic.twitter.com/OUDOLIR7Zh
— PMO India (@PMOIndia) January 17, 2026
The 2020 Bodo Peace Accord ended years of conflict.
— PMO India (@PMOIndia) January 17, 2026
After this, trust returned and thousands of youths gave up violence and joined the mainstream. pic.twitter.com/6rKkj45YO2
Talented Bodo youth are today emerging as cultural ambassadors of Assam. pic.twitter.com/7JQYrVYkwK
— PMO India (@PMOIndia) January 17, 2026
With Assam's growing confidence, strength and progress, India's growth story is accelerating. pic.twitter.com/GxDNvBeAsb
— PMO India (@PMOIndia) January 17, 2026
Being among my sisters and brothers of Guwahati for the Bagurumba Dwhou programme is an experience I’ll always cherish. This programme showcased the glorious Bodo culture. My compliments to all those who participated in this historic programme. pic.twitter.com/OzYIWlfUSU
— Narendra Modi (@narendramodi) January 17, 2026
Here are more photos from the Bagurumba Dwhou programme. pic.twitter.com/wqFCHxmdXH
— Narendra Modi (@narendramodi) January 17, 2026
Proud to have attended a programme that celebrates Bodo culture and traditions! pic.twitter.com/28yZ3jBXnx
— Narendra Modi (@narendramodi) January 17, 2026
For us, Assam’s culture is the pride of the entire nation. It is a privilege to honour the state’s rich heritage and its great personalities. pic.twitter.com/S7rC5iLPSE
— Narendra Modi (@narendramodi) January 17, 2026
The development in Assam across diverse sectors is being greatly admired by the entire nation. pic.twitter.com/CMf7h4B8bx
— Narendra Modi (@narendramodi) January 17, 2026
For their petty political gains, the Congress has always promoted instability in Assam. Instead of serving the people, they remained focused on welcoming infiltrators. pic.twitter.com/1I2AYNowRu
— Narendra Modi (@narendramodi) January 17, 2026
Congress has always viewed Assam and the entire Northeast with neglect.
— Narendra Modi (@narendramodi) January 17, 2026
In contrast, NDA has not only bridged emotional distances but also connected the entire region to the mainstream of development through improved infrastructure. pic.twitter.com/QS5Nrqyd2r
Spectacular Bagurumba Dwhou programme in Guwahati! pic.twitter.com/MhTGiqP8eS
— Narendra Modi (@narendramodi) January 17, 2026
Today, Assam marks Silpi Diwas, in homage of Rupkonwar Jyoti Prasad Agarwala. He was a cultural stalwart of Assam, whose works have left a lasting impression on the minds of the Assamese people. His life has inspired countless people to excel in theatre, films, music and other… pic.twitter.com/45IsU4VXd4
— Narendra Modi (@narendramodi) January 17, 2026
বাগৰুম্বা দহৌ অনুষ্ঠানৰ বাবে গুৱাহাটীৰ মোৰ ভাই-ভনীসকলৰৰ মাজত উপস্থিত থকাৰ এই অভিজ্ঞতা মই সদায় মনত ৰাখিম৷ এই অনুষ্ঠানে গৌৰৱময় বড়ো সংস্কৃতি প্ৰদৰ্শন কৰিছে । এই ঐতিহাসিক কাৰ্যসূচীত অংশগ্ৰহণ কৰা সকলোলৈ মই অভিনন্দন জনাইছো। pic.twitter.com/e49UQDWhgK
— Narendra Modi (@narendramodi) January 17, 2026
এয়া বাগৰুম্বা দহৌ অনুষ্ঠানৰ আৰু কিছু আলোকচিত্ৰ। pic.twitter.com/aUXJ8mer3j
— Narendra Modi (@narendramodi) January 17, 2026
বড়ো সংস্কৃতি আৰু পৰম্পৰাক উদযাপন কৰা এক অনুষ্ঠানত অংশগ্ৰহণ কৰি গৌৰৱান্বিত হৈছো! pic.twitter.com/25S52MnbVH
— Narendra Modi (@narendramodi) January 17, 2026
আমাৰ বাবে, অসমৰ সংস্কৃতি সমগ্ৰ ৰাষ্ট্ৰৰ গৌৰৱ৷ ৰাজ্যখনৰ চহকী ঐতিহ্য আৰু ইয়াৰ মহান ব্যক্তিত্বক সন্মান জনোৱাটো এক সৌভাগ্যৰ কথা৷ pic.twitter.com/kA83rg7xLT
— Narendra Modi (@narendramodi) January 17, 2026
অসমৰ বিভিন্ন ক্ষেত্ৰত হোৱা উন্নয়নক সমগ্ৰ ৰাষ্ট্ৰই যথেষ্ট প্ৰশংসা কৰিছে। pic.twitter.com/nVtNA1f5nc
— Narendra Modi (@narendramodi) January 17, 2026
তেওঁলোকৰ ক্ষুদ্ৰ ৰাজনৈতিক লাভালাভৰ বাবে কংগ্ৰেছে সদায় অসমত অস্থিৰতাক প্ৰসাৰিত কৰি আহিছে। জনসাধাৰণৰ সেৱা কৰাৰ পৰিৱৰ্তে, তেওঁলোকে অনুপ্ৰৱেশকাৰীক আদৰি লোৱাতহে মনোনিৱেশ কৰি থাকিল। pic.twitter.com/jYXj4b1zdp
— Narendra Modi (@narendramodi) January 17, 2026
কংগ্ৰেছে অসম তথা সমগ্ৰ উত্তৰ-পূৰ্বাঞ্চলক সদায় অৱহেলাৰ দৃষ্টিৰে চাই আহিছে।
— Narendra Modi (@narendramodi) January 17, 2026
ইয়াৰ বিপৰীতে, এনডিএয়ে কেৱল আৱেগিক দূৰত্বৰ সেতুবন্ধন কৰাই নহয়, উন্নত আন্তঃগাঁথনিৰ জৰিয়তে সমগ্ৰ অঞ্চলটোক উন্নয়নৰ মূলসুঁতিৰ সৈতেও সংযোগ কৰিছে। pic.twitter.com/Yg7KhVTtqZ
গুৱাহাটীত দৰ্শনীয় বাগৰুম্বা দহৌ অনুষ্ঠান! pic.twitter.com/EnNz6r9MoM
— Narendra Modi (@narendramodi) January 17, 2026
আজি, অসমত ৰূপকোঁৱৰ জ্যোতিপ্ৰসাদ আগৰৱালাক শ্ৰদ্ধাঞ্জলি জনাই শিল্পী দিৱস পালন কৰা হয়। তেওঁ অসমৰ সাংস্কৃতিক জগতৰ মহীৰূহ আছিল, যাৰ সৃষ্টিৰাজিয়ে অসমীয়া মানুহৰ মনত চিৰস্থায়ী ছাপ পেলাইছে। তেওঁৰ জীৱনে অগণন লোকক থিয়েটাৰ, চলচ্চিত্ৰ, সংগীত আৰু অন্যান্য সাংস্কৃতিক সাধনাত পাৰদৰ্শিতা… pic.twitter.com/bRIrNQ7LeJ
— Narendra Modi (@narendramodi) January 17, 2026