Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଏଏଆରଡିଓ ସହ ଏମ୍ଓୟୁକୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (05.10.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଭାରତ ଓ ଆଫ୍ରିକାନ୍ ଏସିଆନ୍ ରୁରାଲ ଡେଭଲପମେଣ୍ଟ ଅର୍ଗାନାଇଜେସନ୍(ଏଏଆରଡିଓ) ମଧ୍ୟରେ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଦକ୍ଷତା ଗଠନ କାର୍ଯ୍ୟକ୍ରମ ପାଇଁ ସ୍ୱାକ୍ଷରିତ ଏମ୍ଓୟୁକୁ ଅନୁମୋଦନ ମିଳିଛି ।

ଏହି ତ୍ରୈବାର୍ଷିକ 2015-17 ଏମ୍ଓୟୁ ଏଏଆରଡିଓ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସ୍ୱାକ୍ଷରିତ ହୋଇଛି, ଯାହା ଭାରତର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକରେ ଏହି ତିନି ବର୍ଷ ମଧ୍ୟରେ ପ୍ରତିବର୍ଷ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏସବୁ ପ୍ରତିଷ୍ଠାନ ମଧ୍ୟରେ ଗ୍ରାମାଞ୍ଚଳ ବିକାଶ ଓ ପଂଚାୟତିରାଜ ଜାତୀୟ ପ୍ରତିଷ୍ଠାନ(ଏନ୍ଆଇଆରଡି ଓ ପିଆର), ଆଇସିଏଆର, ଆଇଆଇଏମ୍ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ରହିଛନ୍ତି । ପ୍ରତ୍ୟେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅବଧି 2 ରୁ 3 ସପ୍ତାହ ରହିବ । ଏହି ଯୋଜନାରେ ଏନ୍ଆଇଆରଡି ଓ ପିଆର ପ୍ରତିଷ୍ଠାନରେ ଗ୍ରାମାଞ୍ଚଳ ବିକାଶ ପରିଚାଳନା ପାଇଁ ଏକ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ରହିଛି ।