Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗ୍ରେଟର ନୋଏଡ଼ାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗ୍ରେଟର ନୋଏଡ଼ାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗ୍ରେଟର ନୋଏଡ଼ାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗ୍ରେଟର ନୋଏଡ଼ାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ା ଗସ୍ତ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ ।

ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନ ଠାରେ ପ୍ରଧାନମନ୍ତ୍ରୀ ଭିଡ଼ିଓ ଲିଙ୍କ ଜରିଆରେ ନୋଏଡ଼ା ସିଟି ସେଂଟର-ନୋଏଡ଼ା ଇଲେଟ୍ରୋନିକ ସିଟି ସେକ୍ସନ ମେଟ୍ରୋ ଲାଇନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ଉତ୍ତର ପ୍ରଦେଶର ଖୁର୍ଜା ଏବଂ ବିହାରର ବକ୍ସରରେ 1320 ମେଗାୱାଟର ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ରର ଶିଳାନ୍ୟାସ କରିଥିଲେ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି କ୍ୟାମ୍ପସରେ ସେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତି ଅନାବରଣ କରିବା ସହିତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ସେ ସଂସ୍ଥାନ ପରିସରରେ ଥିବା ଦୀନଦୟାଲ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୋଏଡ଼ା ସମ୍ପୂର୍ଣ୍ଣ ଭାବେ ପରିବର୍ତିତ ହୋଇଛି । ନୋଏଡ଼ା ବର୍ତମାନ ବିକାଶ ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପରିଚିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ନୋଏଡ଼ା ବର୍ତମାନ ଦେଶ ପାଇଁ ମେକ ଇନ ଇଣ୍ଡିଆ ହବ୍ ଭାବେ ବିକଶିତ ହୋଇଛି । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ନୋଏଡ଼ାରେ ବିଭିନ୍ନ ଇଲେକଟ୍ରୋନିକ କମ୍ପାନୀ, ବିଶେଷ କରି ବିଶ୍ୱର ସର୍ବବୃହତ ମୋବାଇଲ କାରଖାନାର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପ୍ରଦେଶର ଜେୱାର ଠାରେ ଦେଶର ସର୍ବବୃହତ ବିମାନ ବନ୍ଦର ନିର୍ମାଣ କରାଯାଉଛି । ଥରେ ସମ୍ପୂର୍ଣ୍ଣ ହେବା ପରେ, ଜେୱାର ବିମାନ ବନ୍ଦର କେବଳ ଜୀବନଧାରଣକୁ ସହଜ କରିବ ନାହିଁ ବରଂ ଉତର ପ୍ରଦେଶ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ଲାଭ ଆଣିବ । ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଥିବା ବିଭିନ୍ନ ବିମାନବନ୍ଦର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଉଡ଼ାନ ଯୋଜନା ଜରିଆରେ ଛୋଟ ସହରକୁ ବିମାନ ଯୋଗାଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ ।

ଭାରତରେ ବିଦ୍ୟୁତ କ୍ଷେତ୍ରର ବିକାଶ ଦିଗରେ ସରକାରଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ବିଦ୍ୟୁତ ଉତ୍ପାଦନର ସମସ୍ତ 4ଟି ଦିଗ ପ୍ରତି ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟବଦ୍ଧ । ଏହି ଚାରିଟି କ୍ଷେତ୍ର ହେଉଛି- ଉତ୍ପାଦନ, ସଂଚାରଣ, ବିତରଣ ଏବଂ ସଂଯୋଗ । ସେ କହିଥିଲେ ଯେ ଏପରି ଏକ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ କ୍ଷେତ୍ରକୁ ରୂପାନ୍ତରିତ କରିପାରିଛି ଏବଂ ଏକ ରାଷ୍ଟ୍ର-ଏକ ଗ୍ରୀଡ ବର୍ତ୍ତମାନ ବାସ୍ତବ ରୂପ ନେଇଛି । ଅକ୍ଷୟ ଶକ୍ତି କ୍ଷେତ୍ରକୁ ସରକାର ଉପଯୁକ୍ତ ପ୍ରୋତ୍ସାହନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ତାଙ୍କର ସ୍ୱପ୍ନ ହେଉଛି ‘ଏକ ବିଶ୍ୱ, ଏକ ସୂର୍ଯ୍ୟ, ଏକ ଗ୍ରୀଡ’ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବକ୍ସର ଏବଂ ଖୁର୍ଗାରେ ତାପଜ ବିଦ୍ୟୁତ ପ୍ଲାଂଟ ପ୍ରତିଷ୍ଠା ହେବା ଦ୍ୱାରା ଭାରତର ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ଉତର ପ୍ରଦେଶ, ବିହାର ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିଦ୍ୟୁତ ଉପଲବ୍ଧତାରେ ପରିବର୍ତ୍ତନ ଆସିବ । ଗତ ସାଢ଼େ ଚାରି ବର୍ଷରେ ବିଦୁ୍ୟତ ଉତ୍ପାଦନ କ୍ଷେତ୍ରରେ ଆସିଥିବା ବ୍ୟାପକ ବୃଦ୍ଧି ବିଷୟରେ ସେ କହିଥିଲେ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍ଥାନ ଭାରତ ଏବଂ ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ନୂତନ ଭାରତର ନିର୍ମାଣ ହେଉଛି । ସେ ଉଲ୍ଲେଖ କରିଥିଲେ ଯେ 125 କୋଟି ଭାରତୀୟଙ୍କ ଶକ୍ତି ଏବଂ ସମର୍ଥନ କାରଣରୁ ଏହା ସମ୍ଭବ ହୋଇପାରୁଛି । ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦେଇଥିବା ସୈନ୍ୟବାହିନୀର ସାହସକୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିବ ।

*****