ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଘାଜିପୁର ଗସ୍ତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ଉପରେ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ । ସେ ମଧ୍ୟ ଘାଜିପୁର ମେଡିକାଲ କଲେଜର ଆଧାରଶିଳା ସ୍ଥାପନ କରିଥିଲେ ।
ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପୂର୍ବାଂଚଳକୁ ଏକ ମେଡିକାଲ କେନ୍ଦ୍ରରେ ପରିଣତ କରିବାରେ ଏବଂ କୃଷି ଗବେଷଣା କେନ୍ଦ୍ର ରୂପେ ଗଢିବାରେ ଅନେକ ପରିମାଣରେ ସଫଳ ଓ ସହାୟକ ହେବେ ।
ପ୍ରଧାନମନ୍ତ୍ରୀ ମହାରାଜ ସୁହେଲଦେବଙ୍କୁ ସ୍ମରଣ କରି କହିଥିଲେ ଯେ ସେ ଜଣେ ସାହସୀ ବୀର ଥିଲେ ଯିଏକି ଜନସାଧାରଣଙ୍କୁ ଅନୁପ୍ରାଣିତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ରଣନୈତିକ କୌଶଳ ଏବଂ ପ୍ରଶାସନିକ ଦକ୍ଷତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ଭାରତର ପ୍ରତିରକ୍ଷା, ସୁରକ୍ଷା ଏବଂ ଏହାର ସାମଜିକ ଜୀବନକୁ ସୁଦୃଢ଼ କରିବା ପାଇଁ ଯୋଗଦାନ କରିଥିବା ବ୍ୟକ୍ତିତ୍ୱମାନଙ୍କ ଐତିହାସିକ ସଂରକ୍ଷଣ କରିବା ନେଇ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଉଭୟ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶର ରାଜ୍ୟ ସରକାର ଜନସାଧାରଣଙ୍କ ଆବଶ୍ୟକତାକୁ ନେଇ ସଚେତନ । ସେ କହିଲେ ଯେ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ଏକ ମର୍ଯ୍ୟଦାପୂର୍ଣ୍ଣ ଜୀବନ ଧାରଣ ନିଶ୍ଚିତ କରିବା ।
ପ୍ରଧାନମନ୍ତ୍ରୀ କହିଲେ ଯେ ଆଧାରଶିଳା ସ୍ଥାପନ କରାଯାଇଥିବା ମେଡିକାଲ କଲେଜ ଏହି ଅଂଚଳରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବ । ସେ କହିଲେ ଯେ ଏହା ଏହି ଅଂଚଳର ଜନସାଧାରଣଙ୍କର ଏକ ବହୁ ଦିନର ଦାବି ରହି ଆସିଥିଲା । ଅଂଚଳରେ ସ୍ୱାସ୍ଥ୍ୟ ସେବା ସୁବିଧାରେ ଉନ୍ନତି ଆଣିବା ପାଇଁ ପ୍ରତିଷ୍ଠା କରାଯାଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ହସପିଟାଲ ମଧ୍ୟରେ ଏହା ଅନ୍ୟତମ । ଏହି ପ୍ରସଙ୍ଗରେ ସେ ଗୋରଖପୁର ଏବଂ ବାରାଣସୀରେ ପ୍ରତିଷ୍ଠା ହେବାକୁ ଥିବା ହସପିଟାଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟସେବାକୁ କେନ୍ଦ୍ର ସରକାରଙ୍କ ତରଫରୁ ଏତେ ପରିମାଣରେ ଧ୍ୟାନ ଦିଆଯାଉଛି । ସେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଏବଂ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ମାତ୍ର 100 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା 6 ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣ ଲାଭବାନ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବୀମା ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ ଦେଶବ୍ୟାପୀ 20 କୋଟି ଲୋକ ଜୀବନଜ୍ୟୋତି ଏବଂ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅଂଚଳରେ କୃଷି ସହିତ ସଂପୃକ୍ତ ଅନେକ ପ୍ରକଳ୍ପ ବାବଦରେ ସୂଚନା ଦେଇଥିଲେ । ଏଥିରେ ଅନ୍ତର୍ଭୁକ୍ତ ରହିଛି ବାରାଣସୀର ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ, ବାରାଣସୀ ଓ ଘାଜିପୁରର କାର୍ଗୋ ସେଣ୍ଟର, ଗୋରଖପୁରର ସାର କାରଖାନା ଏବଂ ବନସାଗର ଜଳସେଚନ ପ୍ରକଳ୍ପ । ସେ କହିଲେ ଯେ ଏହି ପଦକ୍ଷେପଗୁଡ଼ିକ କୃଷକମାନଙ୍କୁ ସହାୟକ ହେବ ଏବଂ ସେମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ତୁରନ୍ତ ରାଜନୈତିକ ଲାଭ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଦେଶର ସମସ୍ୟା ସମାଧାନ କରିବାରେ ସହାୟକ ହେବେ ନାହିଁ । ସେ କହିଲେ ଯେ କେନ୍ଦ୍ର ସରକାର ଶସ୍ୟ ଆମଦାନୀ ଖର୍ଚ୍ଚର 1.5 ଗୁଣା ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ ।
ସଂଯୋଗ ସମ୍ପର୍କିତ ବିକାଶ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବାଂଚଳ ଏକ୍ସପ୍ରେସସଡକ କାର୍ଯ୍ୟ ଦ୍ରୂତ ଗତିରେ ଆଗେଇ ଚାଲିଛି । ସେ କହିଲେ ଯେ ତାରିଘାଟ-ଘାଜିପୁର-ମାଉ ବ୍ରିଜର କାର୍ଯ୍ୟ ମଧ୍ୟ ଚାଲିଛି । ବାରାଣସୀ ଏବଂ କୋଲକାତା ମଧ୍ୟରେ ଏଇ ନିକଟରେ ଆରମ୍ଭ କରାଯାଇଥିବା ଜଳପଥ ମଧ୍ୟ ଘାଜିପୁର ପାଇଁ ଲାଭପ୍ରଦ ହେବ ବୋଲି ସେ ପ୍ରକାଶ କରଥିଲେ । ସେ କହିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଂଚଳରେ ବାଣିଜ୍ୟ ବ୍ୟବସାୟକୁ ଗତି ମିଳିବ ।
उत्तर प्रदेश में मेरे आज के प्रवास के दौरान,
— PMO India (@PMOIndia) December 29, 2018
आज पूर्वांचल को देश का एक बड़ा मेडिकल हब बनाने,
कृषि से जुड़े शोध का महत्वपूर्ण सेंटर बनाने और
यूपी के लघु उद्योगों को मजबूत करने की दिशा में अनेक महत्वपूर्ण कदम उठाए जाएंगे: PM
आज पूर्वांचल और पूरे उत्तर प्रदेश का गौरव बढ़ाने वाला एक और पुण्य कार्य हुआ है।
— PMO India (@PMOIndia) December 29, 2018
महाराज सुहैलदेव की के योगदान को नमन करते हुए उनकी स्मृति में पोस्टल स्टैंप जारी किया गया है।
ये डाक टिकट लाखों की संख्या में देशभर के पोस्ट ऑफिस के माध्यम से देश के घर-घर में पहुंचेगा: PM
महाराज सुहैलदेव देश के उन वीरों में रहे हैं, जिन्होंने मां-भारती के सम्मान के लिए संघर्ष किया।
— PMO India (@PMOIndia) December 29, 2018
महाराज सुहैलदेव जैसे नायक जिनसे हर वंचित, हर शोषित, प्रेरणा लेता है, उनका स्मरण भी तो सबका साथ, सबका विकास के मंत्र को और शक्ति देता है: PM
देश के ऐसे हर वीर-वीरांगनाओं को, जिन्हें पहले की सरकारों ने पूरा मान नहीं दिया,
— PMO India (@PMOIndia) December 29, 2018
उनको नमन करने का काम हमारी सरकार कर रही है।
केंद्र सरकार का दृढ़ निश्चय है कि जिन्होंने भी भारत की रक्षा, सामाजिक जीवन को ऊपर उठाने में योगदान दिया है, उनकी स्मृति को मिटने नहीं दिया जाएगा: PM
आज गरीब से गरीब की भी सुनवाई होने का मार्ग खुला है।
— PMO India (@PMOIndia) December 29, 2018
समाज के आखिरी पायदान पर खड़े व्यक्ति को गरिमापूर्ण जीवन देने का ये अभियान अभी शुरुआती दौर में है।
अभी एक ठोस आधार बनाने में सरकार सफल हुई है।
इस नींव पर मजबूत इमारत तैयार करने का काम अभी बाकी है: PM
थोड़ी देर पहले जिस मेडिकल कॉलेज का शिलान्यास किया गया है उससे इस क्षेत्र को आधुनिक चिकित्सा सुविधा तो मिलेगी ही, गाजीपुर में नए और मेधावी डॉक्टर भी तैयार होंगे।
— PMO India (@PMOIndia) December 29, 2018
करीब 250 करोड़ की लागत से जब ये कॉलेज बनकर तैयार हो जाएगा तो, गाज़ीपुर का जिला अस्पताल 300 बेड का हो जाएगा: PM
गाज़ीपुर का नया मेडिकल कॉलेज हो,
— PMO India (@PMOIndia) December 29, 2018
गोरखपुर का AIIMS हो,
वाराणसी में बन रहे अनेक आधुनिक अस्पताल हों,
पुराने अस्पतालों का विस्तार हों,
पूर्वांचल में हज़ारों करोड़ की स्वास्थ्य सुविधाएं तैयार हो रही हैं: PM
जब सरकारें पारदर्शिता के साथ काम करती हैं,
— PMO India (@PMOIndia) December 29, 2018
जब जनहित स्वहित से ऊपर रखा जाता है,
संवेदनशीलता जब शासन का हिस्सा बनने लगती हैं,तब बड़े काम होते हैं,
जब लक्ष्य व्यवस्था में स्थाई परिवर्तन होता है, तब बड़े काम होते हैं,
तब दूर की सोच के साथ स्थाई और ईमानदार प्रयास किए जाते हैं: PM
अनेक काम हैं जो बीते 4 वर्षों से किए जा रहे हैं।
— PMO India (@PMOIndia) December 29, 2018
जो छोटा किसान है उसको भी हमारी सरकार बैंकों से जोड़ रही है।
मंडियों में नया इंफ्रास्ट्रक्चर, नई सुविधाएं अब तैयार हो रही हैं।
नए कोल्ड स्टोरेज, मेगा फूड पार्क की चेन भी अब तैयार हो रही है: PM
पूर्वी उत्तर प्रदेश में रेलवे के महत्वपूर्ण काम हुए हैं। स्टेशन आधुनिक हो रहे हैं, लाइनों का दोहरीकरण हो रहा है, नई ट्रेनें शुरु हुई हैं।
— PMO India (@PMOIndia) December 29, 2018
गांव की सड़कें हों, नेशनल हाइवे हों या फिर पूर्वांचल एक्सप्रेसवे, जब तमाम प्रोजेक्ट पूरे हो जाएंगे तो क्षेत्र की तस्वीर बदलने वाली है: PM
आने वाला समय आपका है, आपके बच्चों का है।
— PMO India (@PMOIndia) December 29, 2018
आपके भविष्य को संवारने के लिए, आपके बच्चों का भविष्य बनाने के लिए,
आपका ये चौकीदार, बहुत ईमानदारी से, बहुत लगन के साथ, दिन-रात एक कर रहा है: PM
आप अपना विश्वास और आशीर्वाद इसी तरह बनाए रखिए।
— PMO India (@PMOIndia) December 29, 2018
क्योंकि चौकीदार की वजह से कुछ चोरों की रातों की नींद उड़ी हुई है।
मुझ पर आपका विश्वास और आशीर्वाद ही एक दिन इन चोरों को सही जगह तक लेकर जाएगा: PM
आज गाजीपुर में महाराजा सुहेलदेव के सम्मान में डाक टिकट जारी करने का सौभाग्य मिला।
— Narendra Modi (@narendramodi) December 29, 2018
पीढ़ी दर पीढ़ी हम महाराजा सुहेलदेव के साहस और उनके दयालु स्वभाव को याद करते आ रहे हैं। उनका पूरा जीवन लोककल्याण को समर्पित रहा। विशेषकर गरीब से गरीब लोगों का उन्होंने सबसे अधिक ध्यान रखा। pic.twitter.com/SyH6CdT0zK
गाजीपुर में बन रहा मेडिकल कॉलेज, पूर्वांचल को हेल्थकेयर हब बनाने की दिशा में एक बड़ा प्रयास है।
— Narendra Modi (@narendramodi) December 29, 2018
हमारी कोशिश है कि पूर्वांचल के हमारे भाई-बहनों को उसी क्षेत्र में गुणवत्तापूर्ण और सस्ते से सस्ता उपचार मिले। pic.twitter.com/Z4K8DwlCfR
The moment Governments changed in MP and Rajasthan, urea shortages began and so have Lathis on farmers.
— Narendra Modi (@narendramodi) December 29, 2018
In Karnataka, farmers are suffering.
On what basis is Congress talking about farmer welfare?
The NDA govt. is taking many steps for a robust agriculture sector. pic.twitter.com/RCMgJ31M50