ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ଜନ୍ ଡ୍ରାମାନି ମହାମାଙ୍କୁ ଭେଟିଛନ୍ତି । ଜୁବୁଲି ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ମହାମା ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ । ଘାନାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ତିନି ଦଶନ୍ଧି ମଧ୍ୟରେ ଏପରି ପ୍ରଥମ ଗସ୍ତ ।
ଦୁଇ ନେତା ପ୍ରତିବନ୍ଧିତ ତଥା ପ୍ରତିନିଧିମଣ୍ଡଳ ସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ । ସେମାନେ ସମ୍ପର୍କକୁ ଏକ ବ୍ୟାପକ ସହଭାଗୀତା ସ୍ତରକୁ ବୃଦ୍ଧି କରିବା ପାଇଁ ସହମତ ହୋଇଥିଲେ । ଉଭୟ ନେତା ଭାରତ ଏବଂ ଘାନା ମଧ୍ୟରେ ନିବିଡ଼ ଏବଂ ସମୟୋଚିତ ସମ୍ପର୍କକୁ ପୁନଃସ୍ଥାପିତ କରିବା ଉପରେ ଚର୍ଚ୍ଚା କରିଥିଲେ । ଏଥି ସହିତ ବାଣିଜ୍ୟ ଓ ନିବେଶ, କୃଷି, ଦକ୍ଷତା ବିକାଶ, ଡିଜିଟାଲ୍ ପ୍ରଯୁକ୍ତି, ଭିତ୍ତିଭୂମି ଏବଂ ଜନ ସମ୍ପର୍କ ସମେତ ପ୍ରମୁଖ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ସେମାନେ ଘାନାରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଭାରତୀୟ ନିବେଶକୁ ସ୍ୱାଗତ କରିଥିଲେ । ଦୁଇ ନେତା ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ଼ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ବିଶେଷକରି ସେମାନେ ଭାରତ-ସମର୍ଥିତ ଭିତ୍ତିଭୂମି ଏବଂ କ୍ଷମତା-ବିକାଶ ପ୍ରକଳ୍ପ ମାଧ୍ୟମରେ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଭାରତ ସ୍ୱାସ୍ଥ୍ୟ, ଔଷଧ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ନିଜର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତାବ ଦେଇଥିଲା । ପ୍ରଧାନମନ୍ତ୍ରୀ ବିଶ୍ୱର ଦକ୍ଷିଣଭାଗର ସମସ୍ୟାକୁ ସମାଧାନ କରିବା ଉପରେ ଭାରତର ଗଭୀର ପ୍ରତିବଦ୍ଧତା ପ୍ରକାଶ କରିଥିଲେ ଏବଂ ଏହି କ୍ଷେତ୍ରରେ ଘାନାର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଘାନାରେ ୧୫,୦୦୦ ସଶକ୍ତ ଭାରତୀୟ ସମ୍ପ୍ରଦାୟଙ୍କ ଯତ୍ନ ପାଇଁ ରାଷ୍ଟ୍ରପତି ମହାମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।
ଦୁଇ ନେତା ମିଳିତ ଜାତିସଂଘର ସଂସ୍କାର ସମେତ ପାରସ୍ପରିକ ହିତସାଧନର ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସହଯୋଗ ଏବଂ ଏକତା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହାମାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆତଙ୍କବାଦ ବିରୁଦ୍ଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ମଜବୁତ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଘାନାର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ପୃଷ୍ଠଭୂମି ପାଇଁ ଅଭିନନ୍ଦନ ଜଣାଇଥିଲେ, ଯେଉଁଥିରେ ଜାତିସଂଘ ମାନବାଧିକାର ପରିଷଦରେ ଏହାର କାର୍ଯ୍ୟକାଳ ଏବଂ ଘାନାର ବୈଦେଶିକ ମନ୍ତ୍ରୀଙ୍କ ରାଜ୍ୟଗୋଷ୍ଠୀ ସଚିବ-ସାଧାରଣ ଭାବରେ ନିର୍ବାଚିତ ହେବା ଅନ୍ତର୍ଭୁକ୍ତ । ଉଭୟ ନେତା ଗଣତାନ୍ତ୍ରିକ ମୂଲ୍ୟବୋଧ, ଦକ୍ଷିଣ-ଦକ୍ଷିଣ ସହଯୋଗ ଏବଂ ସ୍ଥାୟୀ ବିକାଶ ଓ ବିଶ୍ୱ ଶାନ୍ତି ପାଇଁ ଏକ ସମନ୍ୱିତ ଦୃଷ୍ଟିକୋଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ।
ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ପରେ, ସଂସ୍କୃତି, ଆୟୁର୍ବେଦ ଓ ପାରମ୍ପରିକ ଔଷଧ ଏବଂ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ସମ୍ପର୍କ ପାଇଁ ମିଳିତ କମିଶନ ବ୍ୟବସ୍ଥା କ୍ଷେତ୍ରରେ ଚାରୋଟି ବୁଝାମଣାପତ୍ର ଆଦାନପ୍ରଦାନ ହୋଇଥିଲା । ରାଷ୍ଟ୍ରପତି ମହାମା ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହାମାଙ୍କୁ ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ ।
*****
MT
The talks with President John Dramani Mahama were extremely fruitful. We have elevated our ties to a Comprehensive Partnership, which will be beneficial for the people of our nations. We discussed ways to improve trade and economic linkages. Cooperation in FinTech, skill… pic.twitter.com/2CvQjtMEwN
— Narendra Modi (@narendramodi) July 2, 2025
India and Ghana also see immense scope in working closely in areas such as critical minerals, defence, maritime security and energy. Enhancing cultural linkages was also talked about.
— Narendra Modi (@narendramodi) July 2, 2025