Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଘୋଘା-ଦହେଜ ରୋ-ରୋ ନୌସେବା ଉଦ୍ଘାଟନ ପରେ ଦହେଜ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଘୋଘା-ଦହେଜ ରୋ-ରୋ ନୌସେବା ଉଦ୍ଘାଟନ ପରେ ଦହେଜ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ସାଥୀଗଣ, ଯେପରି ଅନୁଭବ କୃଷକକୁ ନିଜର ଲହରି ଭାଙ୍ଗୁଥିବା ଫସଲକୁ ଦେଖି ହୋଇଥାଏ, ଯେପରି ଅନୁଭବ କୁମ୍ଭାରକୁ ସୁନ୍ଦର ଘଡ଼ି, ମାଟିର ପାତ୍ର, ମାଟିର ଦୀପ ତିଆରି କରିଥାଏ, ତ ତିଆରି ହେବା ପରେ ତାକୁ ଯେପରି ସୁଖଦ ଅନୁଭବ ହୋଇଥାଏ; ଯେପରି ଅନୁଭବ କୌଣସି ବୁଣାକାରକୁ ସୁନ୍ଦର ଗାଲିଚା ତିଆରି କରି ତା’ ମନକୁ ଯେଉଁ ଆନନ୍ଦ ଆସିଥାଏ; ସେହିଭଳି ଅନୁଭବ ଏଇ ସମୟରେ ମୋତେ ହେଉଛି । ଏଭଳି ଲାଗୁଛି ଯେପରି କିଛି ସମୟ ପୂର୍ବରୁ, ମୁଁ ଶହେ ପଚିଶ କୋଟି ଦେଶବାସୀଙ୍କର ଇଚ୍ଛାକୁ, ସେମାନଙ୍କର ଭାବନାକୁ ଜୀବନ୍ତ କରି ଏଠାକୁ ଆସିଛି ।

ଘୋଘାରୁ ଦହେଜ ରାସ୍ତାରେ ସମୁଦ୍ରରେ ବିତାଇଥିବା ପ୍ରତିଟି ମୂହୁର୍ତ୍ତରେ, ମୁଁ ଏହା ଭାବୁଥିଲି କି ବିତି ଚାଲିଥିବା ଏହି ସମୟ ଏକ ନୂଆ ଇତିହାସ ଲେଖୁଛି, ଏକ ନୂଆ ଭବିଷ୍ୟତର ଦ୍ୱାର ଉନ୍ମୁକ୍ତ କରୁଛି । ଏହି ଦ୍ୱାରରେ ଯାଇ ଆମେ ନିଉ ଇଣ୍ଡିଆର ଦୃଢ଼ ଭିତ୍ତି ରଖିବା, ନିଉ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା । ଦେଶର ଜନଶକ୍ତି ଦ୍ୱାରା ହିଁ ତାହାର ସଠିକ ବ୍ୟବହାର କରିବାର ସ୍ୱପ୍ନ, ସର୍ଦ୍ଦାର ପଟେଲଙ୍କ ଠାରୁ ଆରମ୍ଭ କରି ଡ଼କ୍ଟର ବାବା ସାହେବ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିଥିଲେ । ଆଜି ଆମେ ତାଙ୍କ ସ୍ୱପ୍ନ ସହିତ ଜଡ଼ିତ ଏକ ସୋପାନୁ ଅତିକ୍ରମ କରି ଦେଇଛୁ ।

ଘୋଘାରୁ ଦହେଜ ମଧ୍ୟରେ ଏହି ଫେରୀ ସେବା ସୌରାଷ୍ଟ୍ର ଆଉ ଦକ୍ଷିଣ ଗୁଜରାଟର କୋଟି-କୋଟି ଲୋକଙ୍କର ଜୀବନକୁ ନା କେବଳ ସହଜ କରି ଦେବ, ବରଂ ତାଙ୍କୁ ଆହୁରି ନିକଟକୁ ନେଇଆସିବ ।

ଏହି ଫେରୀ ସେବା ଦ୍ୱାରା ସଂପୂର୍ଣ୍ଣ କ୍ଷେତ୍ରରେ ସାମାଜିକ-ଆର୍ଥିକ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ । ରୋଜଗାର ପାଇଁ ଯେଉଁ ଯୁବକ ଏହି ବ୍ୟବସ୍ଥାର ଲାଭ ଉଠାଇବେ, ରୋଜଗାରର ନୂଆ ଅବସର ଉପଲବ୍ଧ ହେବ । ଉପକୂଳ ନୌସେବା  ଏବଂ ଉପକୂଳ ପର୍ଯ୍ୟଟନର ମଧ୍ୟ ଏକ ନୂତନ ଅଧ୍ୟାୟ ଏହା ସହିତ ଯୋଡ଼ି ହେବାକୁ ଯାଉଛି । ଭବିଷ୍ୟତରେ ଆମେ ସମସ୍ତେ ଏହି ନୌସେବା ଦ୍ୱାରା… ଆଉ ଏଠାକୁ ଆସିଥିବା ଲୋକମାନେ ଧ୍ୟାନର ସହିତ ଶୁଣନ୍ତୁ, ଭବିଷ୍ୟତରେ ଆମେ ଏହି ନୌସେବା ଦ୍ୱାରା ହାଜିରା, ପୀପାବାଓ, ଜାଫରାବାଦ, ଦାମନ-ଦିଉ, ଏହି ସବୁ ମହତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ସହିତ ଫେରୀ ସେବା ଯୋଡ଼ି ହୋଇ ପାରିବ ।

ମୋତେ ଅବଗତ କରାଯାଇଛି କି ସରକାରଙ୍କର ପ୍ରସ୍ତୁତି ଆଗାମୀ ବର୍ଷମାନଙ୍କରେ ଏହି ଫେରୀ ସେବାକୁ ସୁରଟ ଆଗକୁ ହାଜିରା ଆଉ ପୁଣି ମୁମ୍ବାଇ ପର୍ଯ୍ୟନ୍ତ ନେବାର ଯୋଜନା ରହିଛି । କଚ୍ଛ ଉପକୂଳରେ ମଧ୍ୟ ଏହି ପ୍ରକାର ପ୍ରକଳ୍ପ ଆରମ୍ଭ କରାଯିବାର ଚର୍ଚ୍ଚା ଚାଲୁଛି । ସେମାନେ ବହୁତ କାମ ଆଗକୁ ବଢ଼ାଇଛନ୍ତି । ଆଉ ମୁଁ ରାଜ୍ୟ ସରକାରଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି ଆଉ ଭାରତ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ସହଯୋଗ ମିଳିବ, ମୁଁ ଏହାର ବିଶ୍ୱାସ ଦେଉଛି ।

ସରକାରଙ୍କର ଏହି ପ୍ରୟାସ ଦହେଜ ସମେତ ସଂପୂର୍ଣ୍ଣ ଦକ୍ଷିଣ ଗୁଜରାଟର ବିକାଶ ପାଇଁ ସରକାରଙ୍କର ପ୍ରତିବଦ୍ଧତାର ଏକ ଜ୍ୱଳନ୍ତ ଉଦାହରଣ । ଭରୁଚ ସମେତ ଦକ୍ଷିଣ ଗୁଜରାଟରେ ଔଦ୍ୟୋଗିକ ବିକାଶର ଗତିକୁ ଦ୍ରୁତ କରିବା ପାଇଁ ଦହେଜ ଆଉ ହାଜିରା ଭଳି କେନ୍ଦ୍ର ଉପରେ ଆମେ ବିଶେଷ ଧ୍ୟାନ କେନ୍ଦ୍ରିତ କରିଛୁ । ପେଟ୍ରୋଲିୟମ, କେମିକାଲ ଏବଂ ପେଟ୍ରୋ କେମିକାଲ ନିବେଶ ଅଂଚଳର ସ୍ଥାପନା ସହିତ ହିଁ ରେଳ ନେଟୱାର୍କ, ସଡ଼କ ସଂଯୋଗ, ତା’ଉପରେ ଯେଉଁ କାମ ହୋଇଛି, ବୋଧହୁଏ ଆଗରୁ କେହି ଚିନ୍ତା ମଧ୍ୟ କରି ନଥିବେ ।

ହାଜିରାରେ ମଧ୍ୟ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ବର୍ଷମାନଙ୍କରେ ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡରର ଲାଭ ମଧ୍ୟ ଏହି କ୍ଷେତ୍ରଗୁଡ଼ିକୁ ମିଳିବାକୁ ଯାଉଛି । ଗୁଜରାଟର ସାମୁଦ୍ରିକ ବିକାଶ ସମଗ୍ର ଦେଶ ପାଇଁ ହେଉଛି ଗୋଟିଏ ମଡେଲ । ମୋର ବିଶ୍ୱାସ ରହିଛି କି ରୋ-ରୋ ଫେରୀ ସେବାର ପ୍ରକଳ୍ପ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଗୋଟିଏ ମଡେଲ ପ୍ରକଳ୍ପ ଭଳି କାର୍ଯ୍ୟ କରିବ ।

ଆମେ ଯେଉଁଭଳି ଭାବେ ବର୍ଷ ବର୍ଷ ପରିଶ୍ରମ କଲା ପରେ ଏହି ଭଳି ପ୍ରକଳ୍ପରେ ଆସୁଥିବା ଅସୁବିଧା ଗୁଡ଼ିକୁ ବୁଝିଲୁ, ତାହାକୁ ଦୂର କଲୁ, ସେହି ଅସୁବିଧା ଗୁଡ଼ିକ କମ୍ ରୁ ଅତିକମ୍ ଆସୁ, ଭବିଷ୍ୟତରେ ଯଦି ନୂଆ ପ୍ରକଳ୍ପ ତିଆରି ହୁଏ, ସେହି ଦିଗରେ ଗୁଜରାଟ ବହୁତ ବଡ଼ କାମ କରିଛି ।

ସାଥୀଗଣ, ଆଜିଠାରୁ ନୁହେଁ ଶହ-ଶହ ବର୍ଷରୁ ଜଳ ପରିବହନ କ୍ଷେତ୍ରରେ ଭାରତ ଅନ୍ୟ ଦେଶଙ୍କ ତୁଳନାରେ ବହୁତ ଆଗରେ ରହି ଆସିଛି । ଆମର କୌଶଳ ଅନ୍ୟ ଦେଶଙ୍କ ତୁଳନାରେ ବହୁ ଅଧିକ ଶ୍ରେଷ୍ଠ ହୋଇ ରହିଥିଲା । କିନ୍ତୁ ଏହା ମଧ୍ୟ ଠିକ୍ ଯେ ପରାଧୀନତାର ବଡ଼ ସମୟରେ ଆମେ ନିଜର ଶ୍ରେଷ୍ଠତା ଗୁଡ଼ିକୁ ନିଜର ଇତିହାସରୁ ଶିକ୍ଷା କରିବା ଧୀରେ-ଧୀରେ କମ୍ କରିଦେଲୁ, ଭୁଲି ଚାଲିଲୁ । ନବସୃଜନ କମ ହେବା ସହିତ ହିଁ ଯେଉଁ କ୍ଷମତା ଥିଲା, ତାହା ମଧ୍ୟ  ଧୀରେ-ଧୀରେ ଇତିହାସର ଅଂଶ ହୋଇଗଲା । ନହେଲେ ଯେଉଁ ଦେଶର ନୌଚାଳନା କ୍ଷମତାର ଦୃଢ଼ତା ଓ ଦକ୍ଷତାକୁ ଶତାବ୍ଦୀ-ଶତାବ୍ଦୀ ଧରି ସାରା ଦୁନିଆ ସ୍ୱୀକାର କରୁଥିଲା, ସେହି ଦେଶରେ ସ୍ୱାଧୀନତା ପରେ ଜଳ ପରିବହନକୁ ସଂପୂର୍ଣ୍ଣ ରୂପେ ନଗଣ୍ୟ କରି ଦିଆଗଲା, ବିସ୍ମୃତ ହୋଇଗଲା ।

ସାଥୀଗଣ, ଆଜି ମଧ୍ୟ ଭାରତରେ ସଡ଼କ ପରିବହନର ଅଂଶ ହେଉଛି 55 ପ୍ରତିଶତ, ରେଳବାଇ ମାଲ ପରିବହନର 35 ପ୍ରତିଶତ ବହନ କରୁଛି, ଆଉ ଜଳପଥ କାହିଁକି ନା ସବୁଠାରୁ ହେଉଛି ଶସ୍ତା, ସେ କେବଳ 5-6 ପ୍ରତିଶତ କରୁଛି । ଯେବେକି  ଅନ୍ୟ ଦେଶମାନଙ୍କରେ ଜଳପଥ ଆଉ ସାମୁଦ୍ରିକ ପରିବହନର ଅଂଶୀଦାର ପାଖା-ପାଖି 30 ପ୍ରତିଶତରୁ ମଧ୍ୟ ଅଧିକ ହୋଇଥାଏ । ଏହା ହେଉଛି ଆମର ସତ୍ୟତା, ଏହା ହେଉଛି ଆମର ଆହ୍ୱାନ ଆଉ ଏହି ସ୍ଥିତି ଆମକୁ ବଦଳାଇବାର ସଂକଳ୍ପ ନେଇ ଆଗକୁ ବଢ଼ିବାର ଅଛି ।

ଆଜି ଏହା ଜାଣି କରି ଆଶ୍ଚର୍ଯ୍ୟ ହୋଇଯିବ କି ଦେଶର ଅର୍ଥବ୍ୟବସ୍ଥା ଉପରେ ମାଲ ପରିବହନର ବୋଝ ହେଉଛି 18 ପ୍ରତିଶତ । ଅର୍ଥାତ ଜିନିଷକୁ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ପର୍ଯ୍ୟନ୍ତ ନେବାରେ ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ଅଧିକ ଖର୍ଚ୍ଚ ହୋଇଥାଏ । ଆଉ ସେହି କାରଣରୁ ଗରିବ ଲୋକଙ୍କୁ ଯେଉଁ ଜିନିଷର ଆବଶ୍ୟକତା ହୋଇଥାଏ, ତାହା ପରିବହନ କାରଣରୁ ମଧ୍ୟ ଅଧିକ ମହଙ୍ଗା ହୋଇ ଯାଇଥାଏ । ଯଦି ଜଳ ପରିବହନକୁ ଗୁରୁତ୍ୱ ଦେଇ ଆମେ ମାଲ ପରିବହନର ଖର୍ଚ୍ଚକୁ ପାଖାପାଖି ଅଧା କରି ପାରିବା ଆଉ ଏଭଳି କରିବା ପାଇଁ ଆମ ପାଖରେ ସାଧନ, ସଂସାଧନ, ସୁବିଧା ଆଉ ସାମର୍ଥ୍ୟ, ସବୁକିଛି ରହିଛି ।

ସାଥୀଗଣ, ଆମ ଦେଶରେ 7,500 କିଲୋମିଟର ସାମୁଦ୍ରିକ ଉପକୂଳ ଆଉ 14,500 କିଲୋମିଟର ଆଭ୍ୟନ୍ତରୀଣ ଜଳପଥ ଅଛି, ଅର୍ଥାତ ଚିରସ୍ରୋତା ନଦୀମାନଙ୍କରେ ଜଳପଥ ଉପଲବ୍ଧ ଅଛି । ଗୋଟିଏ ପ୍ରକାରରେ ମାଆ ଭାରତୀ ଆମକୁ ଆଗରୁ ହିଁ 21,000 କିଲୋମିଟରର ଜଳମାର୍ଗ ଦେଇ ରଖିଛନ୍ତି । ବର୍ଷବର୍ଷ ଧରି ଆମେ ଏହି ଗୁପ୍ତଧନ ଉପରେ ଚକା ମାଡ଼ି ବସି ରହିଲେ ଆଉ ଏହା ବୁଝି ପାରିଲେ ନାହିଁ କି ଏହାର ବ୍ୟବହାର କିପରି କରିବା ତାହା ଜାଣିପାରିଲେନି ।

ଆପଣ ଏହା ଜାଣି ଚମକି ପଡ଼ିବେ କି ଆମର ଏଠି ପ୍ରଥମ ବନ୍ଦର ନୀତି, 1995ରେ ପ୍ରସ୍ତୁତ ହେଇଥିଲା । ଦେଶ ସ୍ୱାଧୀନ ହେଲା 1947ରେ ଆଉ ବନ୍ଦରର ନୀତି ହେଲା 1995, କେତେ ବିଳମ୍ବ କରିଦେଲେ । ତା’ପୂର୍ବରୁ ବନ୍ଦରର ବିକାଶ ପାଇଁ ଏକ ଦୂରଦୃଷ୍ଟି ସହିତ କାମ ହେଉ ନଥିଲା । କେବଳ ଜିନିଷ ଚାଲୁଥିଲା ଆଉ ଏକଥା ସତ ଯେ ଏହି କାରଣରୁ ଦେଶକୁ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡ଼ିଲା ।

ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି – ଯଦି ଜଳପଥ ମାଧ୍ୟମରେ ଆମେ କୋଇଲାର ପରିବହନ କରିବାକୁ ଚାହୁଁଛେ, ତ ତାହାର ଖର୍ଚ୍ଚ ଆସିଥାଏ ପ୍ରତି ଟନ୍ କିଲୋମିଟର ପ୍ରତି 20 ପଇସା । ସେହିଠାରେ ଯେତେବେଳେ ଏହାକୁ, ସେହି କୋଇଲାକୁ ରେଳ ମାଧ୍ୟମରେ ନିଆଯାଏ ତ ଏହାର ମୂଲ୍ୟ ହୋଇ ଯାଇଥାଏ ଏକ ଟଙ୍କା ପଚିଶ ପଇସା, ଅର୍ଥାତ 20 ପଇସା ଆଗରେ ଟଙ୍କାଏ ପଚିଶ ପଇସା ହୋଇ ଯାଇଥାଏ, ଆଉ ଆପଣ ବିଚାର କରନ୍ତୁ ଯଦି ସଡ଼କ ପଥରେ ଯିବା ତ କେତେ ଗୁଣ ବଢ଼ିଯିବ? ଆପଣ କୁହନ୍ତୁ ଆମକୁ ଶସ୍ତା ମାଧ୍ୟମରେ କୋଇଲାର ପରିବହନ କରିବା ଦରକାର କି ଦରକାର ନୁହେଁ? ଆପଣ ଏହା ଜାଣି ଚମକି ପଡ଼ିବେ କି ଆଜି ମଧ୍ୟ କୋଇଲା ପରିବହନର 90 ପ୍ରତିଶତ ରେଳ ଦ୍ୱାରା ହେଉଛି । ଦଶନ୍ଧି-ଦଶନ୍ଧି ଧରି ଚାଲି ଆସିଥିବା ଏହି ବ୍ୟବସ୍ଥାକୁ ବଦଳାଇବାକୁ ଆମେ ଠିକ୍ କରିଛୁ । ଆଉ ଏଥିପାଇଁ ସରକାର ଲଗାତାର ନୂଆ-ନୂଆ ପଦକ୍ଷେପ ହାତକୁ ନେଉଛନ୍ତି ।

ସାଥୀଗଣ, ଯେତେବେଳେ ଆମେ ନୂଆ ଘର କିଣୁ ତ ଦେଖୁ କି ସେହି ଘରର ଅନ୍ୟ କ୍ଷେତ୍ର ସହିତ ଯୋଗାଯୋଗ କିଭଳି ରହିଛି, ରାସ୍ତା ଅଛି କି ନାହିଁ, ରେଳ ଅଛି କି ନାହିଁ, ଯିବାକୁ ଅଛି ତ ବସ୍ ମିଳି ଯାଉଛି କି ମିଳୁ ନାହିଁ । ଯେତେବେଳେ ଆମେ ନୂଆ ବ୍ୟବସାୟ ଆରମ୍ଭ କରୁ, ତା’ହେଲେ ମଧ୍ୟ ଦେଖୁ କି ସେ ଅଂଚଳରେ ଯୋଗାଯୋଗ କିପରି ରହିଛି । ସେ ଅଂଚଳରେ ଜିନିଷକୁ ନେବା ଆଣିବାରେ କୌଣସି ଅସୁବିଧା ହେବ ନାହିଁ ତ?

ସାଧାରଣତଃ ଆମର ଯେତେବେଳେ ଏହି ଆଶା ରହିଥାଏ ତ ପୁଣି ଗୋଟିଏ ପ୍ରଶ୍ନ ଉଠିଥାଏ କି ଆମର ଉଦ୍ୟୋଗଗୁଡ଼ିକ ସମୁଦ୍ର କୂଳରୁ ଦୂରରେ କାହିଁକି କରାଯିବ? ଯଦି ଉଦ୍ୟୋଗର କଂଚାମାଲ ଆଉ ପ୍ରସ୍ତୁତ ହୋଇଥିବା ମାଲ, ଯଦି ବନ୍ଦରର ସଂଯୋଗ ଉପରେ ନିର୍ଭରଶୀଳ ତ କ’ଣ ଏହା ସଠିକ୍ ହେବ ନାହିଁ କି ସମୁଦ୍ର କୂଳ ପାଖରେ ଉପକୂଳ ଉଦ୍ୟୋଗ ମଧ୍ୟ ବିକଶିତ କରାଯିବ । ଏହାଦ୍ୱାରା ନା କେବଳ ମାଲର ଦାମରେ କମ୍ ହେବ ବରଂ ସହଜରେ ବ୍ୟବସାୟରେ ମଧ୍ୟ ସାହାୟତା ପ୍ରମାଣିତ ହେବ ।

ଯାହା ଦେଶ ଭିତରେ ଆବଶ୍ୟକ ତାହାର ଉଦ୍ୟୋଗ ଦେଶ ଭିତରେ କେଉଁଠାରେ ମଧ୍ୟ ହୋଇ ପାରିବ ଆଉ ହେବା ମଧ୍ୟ ଦରକାର । କିନ୍ତୁ ଯାହା ଅନ୍ୟ ଦେଶକୁ ପଠାଇବାର ଅଛି, ରପ୍ତାନୀ କରିବାର ଅଛି, ତାହା ଯେତେବେଳେ ସାମୁଦ୍ର କୂଳରେ କରୁଛେ ତ ଅଧିକ ସୁବିଧାଜନକ ହୋଇଯାଇଥାଏ, ଅଧିକ ଲାଭ ମିଳିଥାଏ ।

ସାଥୀଗଣ, ପରିବହନର ଦୁନିଆରେ କୁହାଯାଏ କି ଯଦି ଆପଣ ଆଗାମୀ କାଲିର ଅସୁବିଧାଗୁଡ଼ିକୁ ଆଜି ସମାଧାନ କରୁଛନ୍ତି ତ ଆପଣ ଆଗରୁ ହିଁ ବହୁତ ଡେରି କରି ସାରିଛନ୍ତି । ଆପଣ ଚିନ୍ତା କରନ୍ତୁ, ଆପଣଙ୍କ ଆଖପାଖରେ କୌଣସି ସଡ଼କରେ ପ୍ରତିଦିନ ଭିଡ ହେଉଛି ଆଉ କେହି ସ୍ଥିର କରିବେ କି ଏବେ ଏଠାରେ ଫ୍ଲାଏଓଭର ତିଆରି କରାଯିବ, ଏ ଫ୍ଲାଏଓଭର ଯେତେବେଳେ ତିଆରି ହୋଇଯିବ ସେତେବେଳେ ଏହି ଅଂଚଳରେ ଗାଡ଼ିଗୁଡ଼ିକର ସଂଖ୍ୟା ଏତେ ବଢ଼ିଯିବ କି ସେହି ଫ୍ଲାଏଓଭର ମଧ୍ୟ ଭିଡ ହେବାକୁ ଲାଗେ । ଆମ ଦେଶରେ ଏହା ହୋଇ ଆସିଛି । ଆଉ ଏଥିପାଇଁ ପରିବହନ କ୍ଷେତ୍ରରେ ସରକାର ବର୍ତ୍ତମାନର ଆବଶ୍ୟକତା ସହିତ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ମଧ୍ୟ କାମ କରୁଛନ୍ତି । ଆମର ମନ୍ତ୍ର ହେଉଛି ପି ଫର୍ ପି(P for P) ଅର୍ଥାତ ସମୃଦ୍ଧି ପାଇଁ ହିଁ ବନ୍ଦର(Ports For Prosperity) ।  ଆମର ବନ୍ଦର ହେଉଛି ସମୃଦ୍ଧିର ପ୍ରବେଶ ଦ୍ୱାର । ସାଗରମାଳା ଭଳି ପ୍ରକଳ୍ପ ଏହି ଭିଜନ(Vision)ର ହେଉଛି ଏକ ଝଲକ । ଏହି ପ୍ରକଳ୍ପରେ 2035ପର୍ଯ୍ୟନ୍ତ ଆବଶ୍ୟକତାକୁ ଆଖିରେ ରଖି ପ୍ରତ୍ୟେକ କାମ କରୁଛୁ । ଏହା ମାଧ୍ୟମରେ ସରକାର ଏବେଠାରୁ 2035କୁ ଧ୍ୟାନରେ ରଖି 400ରୁ ଅଧିକ ପରିଯୋଜନା ଉପରେ ଆଜି ବହୁତ ବଡ଼ ନିବେଶ କରୁଛନ୍ତି ।

ଏହି ଭିନ୍ନ-ଭିନ୍ନ ପରିଯୋଜନା ଗୁଡ଼ିକରେ 8 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବାର ପ୍ରସ୍ତୁତି ଚାଲିଛି । ସାଗରମାଳା ପ୍ରକଳ୍ପ ନିଶ୍ଚିତ ଭାବେ ନିଉ ଇଣ୍ଡିଆର ଏକ ବହୁତ ବଡ଼ ଆଧାର ହେବ ।

ସାଥୀଗଣ, ସମୁଦ୍ର ମାଧ୍ୟମରେ ଅନ୍ୟ ଦେଶମାନଙ୍କ ସହିତ ସୁଦୃଢ଼ ସଂପର୍କ ସ୍ଥାପନ କରିବା ପାଇଁ ଆମକୁ ଆହୁରି ଅଧିକ ଆଧୁନିକ ବନ୍ଦରର ଆବଶ୍ୟକତା ରହିଛି । ଆମର ଅର୍ଥବ୍ୟବସ୍ଥା  ପାଇଁ ବନ୍ଦର ହେଉଛି ଫୁସଫୁସ୍ ଭଳି । ଯଦି ବନ୍ଦର ରୋଗିଣା ହୋଇଯିବେ, କ୍ଷମତା ଅନୁସାରେ କାମ ନ କରିବେ ତ ଆମେ ବହୁତ ବ୍ୟବସାୟ ମଧ୍ୟ କରି ପାରିବା ନାହିଁ । ଏହିଭଳି ଭାବେ ଯେପରି ଶରୀରରେ ଫୁସଫୁସ୍ ଦ୍ୱାରା ଟଣା ଯାଇଥିବା ଅମ୍ଳଜାନ ହୃତପିଣ୍ଡ ଦ୍ୱାରା ପମ୍ପ କରି ଶିରା ଦ୍ୱାରା ଅଲଗା-ଅଲଗା ସ୍ଥାନକୁ ପହଂଚାଯାଇ ପାରୁଛି, ସେହି ଭଳି ଭାବେ ଅର୍ଥବ୍ୟବସ୍ଥା ରେ ଏହି ଭୂମିକା ରେଳବାଇ, ରାଜପଥ, ବିମାନପଥ ଆଉ ଜଳପଥ ଦ୍ୱାରା ହୋଇଥାଏ । ଯଦି ଶିରାରେ ରକ୍ତର ଯୋଗାଣ କମ୍ ହୋଇଯିବ, ଅମ୍ଳଜାନ କମ୍ ହୋଇଯିବ ତ ଶରୀର ଦୁର୍ବଳ ହୋଇଯାଏ । ଏହିଭଳି ଭାବରେ ଯୋଗାଯୋଗ ଠିକ୍ ନ ହେବ ତ ଦେଶର ଆର୍ଥିକ ବିକାଶ ମଧ୍ୟ ଦୁର୍ବଳ ହେବାକୁ ଲାଗେ । ଆଉ ଏଥିପାଇଁ ଭିତ୍ତିଭୂମି ଆଉ ଯୋଗାଯୋଗ ହେଉଛନ୍ତି ଏହିଭଳି ଦୁଇଟି କ୍ଷେତ୍ର ଯାହା ଉପରେ ଏ ସରକାର ଅଧିକରୁ ଅଧିକ ଶକ୍ତି ଲଗାଉଛନ୍ତି ।

ସାଥୀଗଣ, ସରକାରଙ୍କର ଚେଷ୍ଟାର ଏହା ହେଉଛି ପରିଣାମ ଯେ ବିଗତ ତିନି ବର୍ଷରେ ବନ୍ଦର କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ  ଆସିଛି । ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଅତିରିକ୍ତ ଦକ୍ଷତା ଗତ ଦୁଇ-ତିନି ବର୍ଷରେ ହିଁ ହୋଇଛି । ଯେଉଁ ବନ୍ଦର ଆଉ ସରକାରୀ କମ୍ପାନୀ ଗୁଡ଼ିକ କ୍ଷତିରେ ଚାଲୁଥିଲା, ତାଙ୍କର ମଧ୍ୟ ପରିସ୍ଥିତି ବଦଳି ଯାଇଛି । ସରକାରଙ୍କର ଧ୍ୟାନ ଉପକୂଳ ସେବା ସହିତ ଯୋଡ଼ି ହୋଇଥିବା ଦକ୍ଷତା ବିକାଶ ଉପରେ ମଧ୍ୟ ରହିଛି ।

ଏକ ଅନୁମାନ ଅନୁସାରେ କେବଳ ସାଗରମାଳା ପ୍ରକଳ୍ପରୁ ଆସୁଥିବା ସମୟରେ ଦେଶର ଭିନ୍ନ-ଭିନ୍ନ ଭାଗରୁ ଏକ କୋଟି ନୂଆ ଚାକିରିର ସୁଯୋଗ ଓ ସମ୍ଭାବନା ରହିଛି । ଆମେ ଏହି ପଦକ୍ଷେପ ସହିତ କାମ କରୁଛୁ କି ପରିବହନର ସଂପୂର୍ଣ୍ଣ କାର୍ଯ୍ୟ ଢ଼ାଂଚା ଆଧୁନିକ ଆଉ ସମନ୍ୱିତ ହେଉ ।

ଆଜିକାଲି ଆପଣ ବହୁ ସ୍ଥାନରେ ଟ୍ରାଫିକ୍ ଜାମ୍ ଦେଖୁଛନ୍ତି । ସେହିଭଳି ଭାବେ ଆମର ବନ୍ଦରଗୁଡ଼ିକରେ ମଧ୍ୟ ଜାମ୍ ଲାଗି ଯାଉଛି । ବନ୍ଦରଗୁଡ଼ିକରେ ଲାଗି ଯାଉଥିବା ଜାମ୍ କାରଣରୁ ମାଲର ମୂଲ୍ୟ ବଢ଼ୁଛି, ଅପେକ୍ଷାର ସମୟ ବଢ଼ୁଛି । ଯେଉଁଭଳି ଭାବେ ଆମେ ଟ୍ରାଫିକରେ ଫସିଯିବା ପରେ କେବଳ ଅପେକ୍ଷା କରି ରହି ଯାଉଛୁ, କୌଣସି ଫଳପ୍ରଦ କାମ କରି ପାରୁ ନାହେଁ; ସେହିଭଳି ଭାବେ ସମୁଦ୍ରରେ ଠିଆ ହୋଇଥିବା ଜାହାଜରେ ମଧ୍ୟ ଜିନିଷ ଓହ୍ଲାଇବା ଆଉ ଜିନିଷ ଭର୍ତ୍ତି କରିବା ଅପେକ୍ଷାରେ ଠିଆ ହୋଇ ରହନ୍ତି । ଆଉ କେବଳ ସେହି ଜାହାଜ ଠିଆ ହୋଇ ରହେ ନାହିଁ, ସଂପୂର୍ଣ୍ଣ ଅର୍ଥବ୍ୟବସ୍ଥା  ସ୍ଥିର ହୋଇ ରହିଯାଏ । ଏହା ହେଉଛି ବହୁତ ଆବଶ୍ୟକ କି ବନ୍ଦରଗୁଡ଼ିକର ଆଧୁନିକୀକରଣ ହେଉ, ସମସ୍ୟା ହଟାଯାଉ ।

ସାଗରମାଳା ପ୍ରକଳ୍ପର ଅନ୍ୟ ଏକ ଦିଗ ରହିଛି ଆଉ ତାହା ହେଉଛି ନୀଳ ଅର୍ଥବ୍ୟବସ୍ଥା, ଆଗରୁ ଲୋକମାନେ କେବଳ ସାଗର ଅର୍ଥବ୍ୟବସ୍ଥା  ବିଷୟରେ କଥା ହେଉଥିଲେ କିନ୍ତୁ ଆମେ ନୀଳ ଅର୍ଥବ୍ୟବସ୍ଥା  ବିଷୟରେ କଥା ହେଉଛୁ । ନୀଳ ଅର୍ଥବ୍ୟବସ୍ଥା  ଅର୍ଥାତ ଅର୍ଥବ୍ୟବସ୍ଥା  ଆଉ ଇକୋଲୋଜିର ବନ୍ଧନ । ନୀଳ ଅର୍ଥବ୍ୟବସ୍ଥା  ଆର୍ଥିକ ଗତିବିଧି ସହିତ ସମୁଦ୍ର ସହିତ ଜଡ଼ିତ  ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ ।

ଯଦି ଅଷ୍ଟାଦଶ ଏବଂ ଊନବିଂଶ ଶତାବ୍ଦୀରେ ଔଦ୍ୟୋଗିକ ବିପ୍ଳବ ଏହି ମାଟିରେ ହେଲା ତ ଏକବିଂଶ ଶତାବ୍ଦୀରେ ଔଦ୍ୟୋଗିକ ବିପ୍ଳବ ସମୁଦ୍ର ମାଧ୍ୟମରେ ହେବ, ନୀଳ ବିପ୍ଳବ ମାଧ୍ୟମରେ ହେବ ।

ସାଥୀଗଣ, ଆମର ଆଜିର ଆବଶ୍ୟକତା ଆଉ ଆହ୍ୱାନଗୁଡ଼ିକୁ ଦେଖି ଏହା ହେଉଛି ବହୁତ ଆବଶ୍ୟକ କି ଆମେ ଦେଶର ସାମୁଦ୍ରିକ ଶକ୍ତିର ଅଧିକରୁ ଅଧିକ ବ୍ୟବହାର କରିବା । ନୀଳ ଅର୍ଥବ୍ୟବସ୍ଥା ର କ୍ଷମତାଗୁଡ଼ିକର ଅଧିକ ବ୍ୟବହାର ନିଉ ଇଣ୍ଡିଆ ଆଧାର ହେବ ।

ଖାଦ୍ୟ ସୁରକ୍ଷା ପାଇଁ ନୀଳ ଅର୍ଥବ୍ୟବସ୍ଥା ବ୍ୟବହାର କରାଯାଇପାରେ । ଯେପରି ଆମର ମତ୍ସ୍ୟଜୀବୀ ଭାଇ ସମୁଦ୍ରଘାସ – ଶୈବାଳର ଯଦି ଚାଷ କରନ୍ତି, ତାହାକୁ ମୂଲ୍ୟ ଯୁକ୍ତ କରିବେ ତାହେଲେ ଏହାଦ୍ୱାରା ତାଙ୍କର ଆୟରେ ମଧ୍ୟ ବୃଦ୍ଧି ହୋଇ ପାରିବ । ସେହିଭଳି ଭାବେ ନୀଳ ଅର୍ଥବ୍ୟବସ୍ଥା , ଉର୍ଜ୍ଜା କ୍ଷେତ୍ରରେ, ଖଣି କ୍ଷେତ୍ରରେ, ପର୍ଯ୍ୟଟନ କ୍ଷେତ୍ରରେ ନିଉ ଇଣ୍ଡିଆର ଏକ ବହୁତ ବଡ଼ ଆଧାର ହୋଇ ପାରିବ ।

ସାଥୀଗଣ, ଏହି ସରକାର ଦେଶରେ ଏକ ନୂତନ କାର୍ଯ୍ୟ ସଂସ୍କୃତି ବିକଶିତ କରୁଛି । ଏକ ଏଭଳି କାର୍ଯ୍ୟ ସଂସ୍କୃତି ଯାହା ଉତ୍ତରଦାୟୀ ହୋଇଥିବ, ପାରଦର୍ଶୀ ହୋଇଥିବ । ଆଜି ଏହି କାର୍ଯ୍ୟ ସଂସ୍କୃତି କାରଣରୁ ଯୋଜନା ଗୁଡ଼ିକ ଦ୍ରୁତ ଗତିରେ କାମ ହେଉଛି । ଆଜି ଦେଶରେ ଦୁଇ ଗୁଣା ଗତିରେ ସଡ଼କ ପଥ ତିଆରି ହେଉଛି, ଦୁଇ ଗୁଣ ଗତିରେ ରେଳ ଲାଇନ୍ ବିଛା ଯାଉଛି ।

ଯୋଜନାଗୁଡ଼ିକୁ ସଠିକ୍ ସମୟରେ ସଂପୂର୍ଣ୍ଣ କରିବା ପାଇଁ ଡ୍ରୋନ(Drone)ରୁ ନେଇ ଉପଗ୍ରହ ପର୍ଯ୍ୟନ୍ତ ତଦାରଖ କରିବାର ବ୍ୟବସ୍ଥା ହୋଇଛି । କୌଣସି ତ କାରଣ ଥିବ କି ଆପଣଙ୍କୁ ଏତେ ଶୀଘ୍ର ପାସପୋର୍ଟ ମିଳି ଯାଉଛି । କୌଣସି ତ କାରଣ ଥିବ କି ଆପଣଙ୍କୁ ଏତେ ସହଜରେ ଗ୍ୟାସ୍ ସିଲିଣ୍ଡର ମିଳି ଯାଉଛି । କୌଣସି ତ କାରଣ ଥିବ କି ଆପଣଙ୍କୁ ଆୟକର ରିଟର୍ଣ୍ଣ ଜମା କରିବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁନାହିଁ । ଏହି ପରିବର୍ତ୍ତନ  ଆପଣଙ୍କ ଜୀବନରେ ଆସୁଛି ଆଉ ଏହା ପଛରେ ଏକ ବହୁତ ବଡ଼ କାରଣ ହେଉଛି, ସରକାରଙ୍କର କାର୍ଯ୍ୟ ସଂସ୍କୃତିରେ ଆମେ ଯେଉଁ ପରିବର୍ତ୍ତନ  ଆଣିଛୁ । ଏକ ଏଭଳି କାର୍ଯ୍ୟ ସଂସ୍କୃତି ଯାହା ଗରିବଙ୍କୁ, ମଧ୍ୟମ ବର୍ଗଙ୍କୁ, ଜ୍ଞାନ କୌଶଳ ପ୍ରୟୋଗ କରି ତାହାର ଅଧିକାର ପ୍ରଦାନ କରାଯାଉଛି ।

ଗୁଜରାଟରେ ଆପଣ ଯାହା ଶିଖାଇଛନ୍ତି, ସେହି ଅନୁଭବ ମୋତେ ଦିଲ୍ଲୀରେ ବହୁତ କାମରେ ଆସୁଛି । ଖୋଜି-ଖୋଜି ଫାଇଲ ବାହାର କରୁଛି ଆଉ ଯେଉଁ ପରି ଯୋଜନାଗୁଡ଼ିକ ଦଶକ-ଦଶକ ଧରି ଅଟକି ପଡ଼ି ରହିଛି ତାହାକୁ ସଂପୂର୍ଣ୍ଣ କରାଉଛି । ଆମେ ଗୋଟିଏ, ବ୍ୟବସ୍ଥା ବିକଶିତ କରିଛୁପ୍ରଗତି । ଏହା ମାଧ୍ୟମରେ ଏ ପର୍ଯ୍ୟନ୍ତ 9 ଲକ୍ଷ କୋଟିରୁ ଅଧିକ ଟଙ୍କାର ପରିଯୋଜନାଗୁଡ଼ିକର ସମୀକ୍ଷା କରା ଯାଇଛି । ପ୍ରଗତିରେ ସମୀକ୍ଷା ହେବା ପରେ ଚାରି-ଚାରି ଦଶକ ଧରି ଅଟକିଥିବା ପ୍ରକଳ୍ପ ଏବେ ଦ୍ରୁତ ଗତିରେ ସଂପୂର୍ଣ୍ଣ ହେବା ଦିଗରେ ବଢ଼ୁଛନ୍ତି ।

ଏହି ସରକାର ଦେଶରେ ସଚ୍ଚୋଟ ଅର୍ଥବ୍ୟବସ୍ଥା ଆଉ ସଚ୍ଚୋଟ ସାମାଜିକ ଅର୍ଥ ବ୍ୟବସ୍ଥା ସ୍ଥାପିତ କରିବା ପାଇଁ ପ୍ରୟାସ କରୁଛନ୍ତି । ବିମୁଦ୍ରୀକରଣ ନା କେବଳ ସିନ୍ଧୁକରୁ ବାହାର କରି ନେଇ ବ୍ୟାଙ୍କରେ ପହଂଚାଇଛି, ବରଂ ଦେଶକୁ ଏଭଳି ଏଭଳି ପ୍ରମାଣ ପ୍ରଦାନ କରିଛି ଯାହା ଫଳରେ ଏକ ଅଭୁତପୂର୍ବ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହେବା ସମ୍ଭବ ହୋଇଛି ।

ସେହିଭଳି ଭାବେ ଜିଏସଟି ଦ୍ୱାରା ମଧ୍ୟ ଦେଶରେ ଗୋଟିଏ ନୂଆ ବ୍ୟବସାୟ ସଂସ୍କୃତି ମିଳିଛି । ଆମକୁ ଜଣା ଅଛି ଆଗରୁ ଯେଉଁମାନେ ଟ୍ରକ୍ ନେଇ ଯାଉଥିଲେ, ତନଖି ଫାଟକରେ ଘଂଟା-ଘଂଟା ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । ଜିଏସଟି ଆସିବା ପରେ ସବୁ ତନଖିଫାଟକ ଗଲା । ଯେଉଁ ଟ୍ରକ୍ ପାଞ୍ଚ ଦିନରେ ପହଂଚୁଥିଲା ତାହା ଆଜି ତିନି ଦିନରେ ପହଂଚୁଛି । ଜିନିଷ ନେବା ଆଣିବାର ଖର୍ଚ୍ଚ କମ ହୋଇଗଲା ଆଉ ହଜାର ହଜାର କୋଟି କୋଟି ଟଙ୍କା ଯାହା ତନଖି ଫାଟକରେ ଯାଉଥିଲା, ସେଥିରୁ ମଧ୍ୟ ଭ୍ରଷ୍ଟାଚାର ଜନ୍ମ ନେଉଥିଲା । ସେ ସମସ୍ତ ଜିନିଷ ଜିଏସଟି ଆସିବା ପରେ ବନ୍ଦ ହୋଇଗଲା । ଏବେ ମୋତେ କୁହନ୍ତୁ, ଏ ପର୍ଯ୍ୟନ୍ତ ଯେଉଁମାନେ ଠିକାଦାରୀରୁ ଲୁଟିଥିଲେ ସେ ମୋଦୀ ଉପରେ ଅଭିମାନ କରିବେ କି କରିବେ ନାହିଁ? ତାଙ୍କୁ ମୋଦୀ ଉପରେ ରାଗ ଆସିବ କି ଆସିବ ନାହିଁ? କିନ୍ତୁ ଦେଶର ନାଗରିକଙ୍କର ଭଲ ହେବା ଦରକାର ନା ହେବା ଦରକାର ନୁହେଁ । କିନ୍ତୁ ଦେଶର ନାଗରିକଙ୍କର ଲାଭ ହେବା ଦରକାର ନା ହେବା ଦରକାର ନୁହେଁ?

ଏକ ଏଭଳି ବ୍ୟବସାୟ ସଂସ୍କୃତି ଯେଉଁଠାରେ ସଚ୍ଚୋଟତାର ସହିତ ସମସ୍ତ କାରବାର ହୁଏ ଆଉ ସଚ୍ଚୋଟତା ବଳରେ ହିଁ ରୋଜଗାର କରାଯାଏ । ଆଉ ମୋର ଅନୁଭବ ରହିଛି କୌଣସି ବେପାରୀ ଚୋରି କରିବାକୁ ଚାହେଁ ନାହିଁ । କିନ୍ତୁ କିଛି ଆଇନ, ନିୟମ, ଅଫିସର, ରାଜନେତା, ତାକୁ ତା’ଉପରେ ଧକ୍କା ମାରନ୍ତି, ବିଚରାକୁ ବାଧ୍ୟ କରନ୍ତି । ଆମେ ତାଙ୍କୁ ସଚ୍ଚୋଟତାର ବାତାବରଣ ଦେବା ପାଇଁ କାମ କରୁଛୁ ।

ଆପଣ ଦେଖନ୍ତୁ ଜିଏସଟି ସହିତ ଯୋଡ଼ି ହୋଇଥିବା ବ୍ୟବସାୟୀଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଜିଏସଟି ଲାଗୁ ହେଲା ପରେ ପରୋକ୍ଷ ଟିକସ ପରିସରକୁ 27 ଲକ୍ଷ ନାଗରିକ ଯୋଡ଼ି ହୋଇଛନ୍ତି ।

ସାଥୀଗଣ, ମୋତେ ଜଣା ଅଛି କି ମୁଖ୍ୟଧାରାକୁ ଫେରୁଥିବା କିଛି ବ୍ୟବସାୟୀଙ୍କୁ ଡର ଲାଗୁଛି କି କ’ଣ ତାଙ୍କର ପୁରୁଣା ରେକର୍ଡ ତ ଖୋଲା ଯିବ ନାହିଁ? ଯେ କେହି ମାର୍ଗର ଲୋକ ସଚ୍ଚୋଟତାର ସହ ଦେଶର ବିକାଶରେ ସାମିଲ ହେଉଛନ୍ତି, ମୁଖ୍ୟଧାରାକୁ ଆସୁଛନ୍ତି, ତାଙ୍କୁ ମୁଁ ସଂପୂର୍ଣ୍ଣ ବିଶ୍ୱାସ ଦେବାକୁ ଚାହୁଁଛି କି ତାଙ୍କର ପୁରୁଣା ଜିନିଷ ଖୋଲି କୌଣସି ଅଫିସରଙ୍କୁ ତାଙ୍କୁ ହଇରାଣ କରିବାର ଅଧିକାର ଦିଆ ଯାଇ ନାହିଁ ।

ଭାଇ ଓ ଭଉଣୀମାନେ, ଅନେକ ସଂସ୍କାର ଏବଂ କଠୋର ନିଷ୍ପତ୍ତି ପରେ ଦେଶର ଅର୍ଥ ବ୍ୟବସ୍ଥା ସଠିକ୍ ରାସ୍ତାକୁ ଆସିଲା ଏବଂ ସଠିକ୍ ଦିଗରେ ରହିଛି । ନିକଟରେ ଆସିଥିବା ସଂଖ୍ୟାକୁ ଦେଖିବା ତ କୋଇଲା, ବିଜୁଳି, ଇସ୍ପାତ, ପ୍ରାକୃତିକ ଗ୍ୟାସ, ଏହି ସମସ୍ତ ଉତ୍ପାଦନରେ ବହୁତ ବୃଦ୍ଧି ହେଲା । ବିଦେଶୀ ନିବେଶକ ଭାରତରେ ରେକର୍ଡ ପରିମାଣର ନିବେଶ କରୁଛନ୍ତି । ଭାରତର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ପ୍ରାୟ 30 ହଜାର କୋଟି ଡଲାରରୁ ବଢି 40ହଜାର କୋଟି ଡଲାରକୁ ଅତିକ୍ରମ କରିଯାଇଛି ।

କେତେକ ବିଶେଷଜ୍ଞ ଏହି କଥାରେ ସହମତି ପ୍ରକାଶ କରିଛନ୍ତି କି ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢ଼ାଂଚା ବହୁତ ମଜବୁତ ଅଛି, ସୁଦୃଢ ଅଛି । ଆମେ ସଂସ୍କାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଆଉ ଏହି ପ୍ରକ୍ରିୟା କ୍ରମାଗତ ଜାରି ରହିବ । ଦେଶର ଅନ୍ତିମ ସ୍ଥିରତାକୁ ମଧ୍ୟ ବଜାୟ ରଖାଯିବ । ନିବେଶ ବୃଦ୍ଧି ଏବଂ ଆର୍ଥିକ ବିକାଶକୁ ଗତି ଦେବା ପାଇଁ ଆମେ ଆବଶ୍ୟକ ପଡୁଥିବା ସମସ୍ତ ପଦକ୍ଷେପ ଉଠାଇ ଚାଲିଥିବୁ ।

ସାଥୀଗଣ, ଏହା ବଦଳୁଥିବା ଅର୍ଥ ବ୍ୟବସ୍ଥାର ସମୟ । ହେଉଛି ସଂକଳ୍ପରୁ ସିଦ୍ଧିର ସମୟ । ଆମ ସମସ୍ତଙ୍କୁ  ନିଉ ଇଣ୍ଡିଆର ନିର୍ମାଣ ପାଇଁ ସଂକଳ୍ପ ନେବାକୁ ହେବ, ତାହାକୁ ସିଦ୍ଧି କରିବାକୁ ହେବ । ଆଜି ଯେଉଁଠାରେ ଘୋଘା-ଦହେଜ ନୌସେବା ମାଧ୍ୟମରେ  ନିଉ ଇଣ୍ଡିଆର ଏକ ନୂଆ ସାଧନର ଶୁଭାରମ୍ଭ ହୋଇଛି ।

ଆପଣ ସମସ୍ତଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଶୁଭକାମନା ସହିତ ଏହାର ଭଲଭାବେ ଲାଭ ନେବା ପାଇଁ ନିମନ୍ତ୍ରିତ କରୁଛି ।

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ବହୁତ ବହୁତ ଧନ୍ୟବାଦ

 

**********