Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚତୁର୍ଥ ପର୍ଯ୍ୟାୟ ଏପିଟିଏ ଆଲୋଚନାରେ ଶୁଳ୍କ ରିହାତି ଆଦାନପ୍ରଦାନକୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ୍ ଏସିଆ ପ୍ରଶାନ୍ତ ବାଣିଜ୍ୟ ଚୁକ୍ତିର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଓ ଏ ସଂକ୍ରାନ୍ତ ସଂଶୋଧନ ଆଧାରରେ ଅଗ୍ରାଧିକାର ଭିତ୍ତିରେ ଶୁଳ୍କ ରିହାତିର ଆଦାନ-ପ୍ରଦାନକୁ ମଞ୍ଜୁରି ଦେଇଛନ୍ତି । ଏସିଆ ପ୍ରଶାନ୍ତ ବାଣିଜ୍ୟ ଚୁକ୍ତି ବା ଏପିଟିଏ (ପୂର୍ବରୁ ବ୍ୟାଙ୍କକ୍ ଚୁକ୍ତି) ହେଉଛି ଏସିଆ ଓ ପ୍ରଶାନ୍ତ ଅଂଚଳ ପାଇଁ ଜାତିସଂଘ ଆର୍ଥିକ ଓ ସାମାଜିକ କମିଶନ(ୟୁଏନ୍-ଇଏସସିଏପି)ର ଏକ ପଦକ୍ଷେପ । ଏହା ମାଧ୍ୟମରେ ଏସିଆ ପ୍ରଶାନ୍ତ ଅଂଚଳର ବିକାଶଶୀଳ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଶୁଳ୍କ ରିହାତି ଆଦାନପ୍ରଦାନ ମାଧ୍ୟମରେ ବାଣିଜ୍ୟ ସମ୍ପ୍ରସାରଣ ହୋଇପାରୁଛି । ଏବେ ଏପିଟିଏରେ 6ଟି ରାଷ୍ଟ୍ର ହିଁ ସଦସ୍ୟ ଅଛନ୍ତି । ଏମାନେ ହେଲେ ବାଂଲାଦେଶ, ଚୀନ, ଭାରତ, ଲାଓସ, କୋରିଆ ଓ ଶ୍ରୀଲଙ୍କା ।