Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚତୁର୍ଥ ଭାରତ-ର୍ଜମାନୀ ଆନ୍ତଃସରକାର ପରାମର୍ଶ ଆଲୋଚନା ପାଇଁ ବର୍ଲିନରେ ପ୍ରଧାନମନ୍ତ୍ରୀ

ଚତୁର୍ଥ ଭାରତ-ର୍ଜମାନୀ ଆନ୍ତଃସରକାର ପରାମର୍ଶ ଆଲୋଚନା ପାଇଁ ବର୍ଲିନରେ ପ୍ରଧାନମନ୍ତ୍ରୀ

ଚତୁର୍ଥ ଭାରତ-ର୍ଜମାନୀ ଆନ୍ତଃସରକାର ପରାମର୍ଶ ଆଲୋଚନା ପାଇଁ ବର୍ଲିନରେ ପ୍ରଧାନମନ୍ତ୍ରୀ

ଚତୁର୍ଥ ଭାରତ-ର୍ଜମାନୀ ଆନ୍ତଃସରକାର ପରାମର୍ଶ ଆଲୋଚନା ପାଇଁ ବର୍ଲିନରେ ପ୍ରଧାନମନ୍ତ୍ରୀ


ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃ ସରକାର ପରାମର୍ଶ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବର୍ଲିନରେ ପହଂଚିଛନ୍ତି । ଏହା ଜର୍ମାନୀକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ ।

ବର୍ଲିନ ବାହାରେ ସ୍ଲୋଶ ମେସେବର୍ଗଠାରେ ଚାନ୍ସେଲର ଆଞ୍ଜେଲା ମର୍କେଲ ଅଣଆନୁଷ୍ଠାନିକ ଭାବେ ଏକ ରାତ୍ରୀଭୋଜର ଆୟୋଜନ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ 3 ଘଂଟା ଧରି ମତ ବିନିମୟ ହୋଇଥିଲା ଏବଂ ଉଭୟ ପକ୍ଷଙ୍କ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଷୟ ଯଥା ସ୍ମାର୍ଟ ସିଟି, ଦକ୍ଷତା ବିକାଶ, ସ୍ୱଚ୍ଛ ଉର୍ଜା ଇତ୍ୟାଦି ଏହି ଆଲୋଚନାରେ ଅନ୍ତର୍ଭୁକ୍ତ ଥିଲା । ଆଲୋଚନା ବେଳେ ଜିଏସଟି ସମେତ ଭାରତର ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲା ।
ଦୁଇ ଦେଶର ନେତୃବୃନ୍ଦ ଆଂଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗଗୁଡିକର ସମୀକ୍ଷା କରିଥିଲେ । ୟୁରୋପୀୟ ସଂଘ ମଧ୍ୟରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଓ ବିଶ୍ୱରେ ସ୍ଥିରତା ବଜାୟ ରଖିବା ପାଇଁ ଏହାର ପ୍ରାସଙ୍ଗିକତା ସମ୍ବନ୍ଧରେ ମୋଦୀ ତାଙ୍କ ମତକୁ ଦୋହରାଇଥିଲେ ।

ଆଫଗାନିସ୍ଥାନରେ ଆଫଗାନଙ୍କ ନେତୃତ୍ୱରେ ପୁନର୍ମିଳନ କାର୍ଯ୍ୟର ଗୁରୁତ୍ୱ ପାଇଁ ଉଭୟ ନେତା ସେମାନଙ୍କ ମନ୍ତବ୍ୟକୁ ଦୋହରାଇ ଥିଲେ । ଉଗ୍ରବାଦ ଓ ସନ୍ତ୍ରାସବାଦ ଏହି ଆଲୋଚନାରେ ଅନ୍ତର୍ଭୁକ୍ତ ଥିଲା । ଚୀନର ଓବିଓଆର (OBOR) କାର୍ଯ୍ୟକ୍ରମ ଓ ଜଳବାୟୁ ପରିବର୍ତ୍ତନ ଏହି ଆଲୋଚନାର ଅଂଶବିଶେଷ ଥିଲା ।

ପୂର୍ବରୁ ସ୍ଲୋଶ ମେସେବର୍ଗଙ୍କ ଆଗମନରେ ପ୍ରଧାନମନ୍ତ୍ରୀ ମୋଦୀ ପରିଦର୍ଶକ ପୁସ୍ତକରେ ଦସ୍ତଖତ କରିଥିଲେ । କଂଟ୍ରି ରେସିଡେନ୍ସୀ ଲନରେ ଉଭୟ ନେତା ମିଳିତ ଭାବେ ଚଲାବୁଲା କରିଥିଲେ ।

**********