Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦ୍ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦ୍ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦ୍ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଆଜି ଆମେ ବିଂଶ ଶତାବ୍ଦୀର ଏକ ମହାନ ଘଟଣାକ୍ରମ ମଧ୍ୟରେ ଏଭଳି ଏକ ସମାରୋହର ଶୁଭାରମ୍ଭ କରିବା ପାଇଁ ଏକତ୍ରିତ ହୋଇଛେ । 100 ବର୍ଷ ପୂର୍ବେ ଆଜିର ହିଁ ଦିନ ଥିଲା ଯେତେବେଳେ ଗାନ୍ଧିଜୀ ପାଟନା ପହଁଚିଥିଲେ, ଆଉ ଚମ୍ପାରଣରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ଚମ୍ପାରଣର ଯେଉଁ ମାଟିକୁ ଭଗବାନ ବୁଦ୍ଧଙ୍କ ପ୍ରବଚନର ଆଶୀର୍ବାଦ ମିଳିଥିଲା, ଯେଉଁମାଟି ସୀତାମାତାଙ୍କ ପିତା ଜନକଙ୍କ ରାଜ୍ୟର ଏକ ଅଂଶ ଥିଲା, ସେଠାକାର କୃଷକ କଠୋରତମ ସ୍ଥିତିର ସାମ୍ନା କରୁଥିଲେ । ନା କେବଳ ଚମ୍ପାରଣର କୃଷକଙ୍କୁ, ଶୋଷିତଙ୍କୁ, ପୀଡିତଙ୍କୁ ଗାନ୍ଧିଜୀ ଏକ ରାସ୍ତା ଦେଖାଇଥିଲେ, ବରଂ ସଂପୂର୍ଣ୍ଣ ଦେଶକୁ ଏହା ଅନୁଭବ କରାଇଥିଲେ ଯେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହର ଶକ୍ତି କ’ଣ ହୋଇଥାଏ ।

ବନ୍ଧୁଗଣ, ଆମ ଦେଶର ଇତିହାସ ମାତ୍ର କିଛି ଲୋକଙ୍କ ମଧ୍ୟରେ ସୀମିତ ରହିନାହିଁ, କିଛି ପରିବାର ମଧ୍ୟରେ ସୀମିତ ରହିନାହିଁ । ଆମ ଦେଶର ଇତିହାସ ବୃହତ, ବ୍ୟାପକ, ଏଭଳି ଏକ ଇତିହାସ, ଯାହା ନୂଆ ରୂପ ଏବଂ ସନ୍ଦର୍ଭ ନେଇ ବାରମ୍ବାର ଫେରେ ଏବଂ ଆମକୁ ବାଧ୍ୟ କରେ ଯେ ଆମେ ନିଜର ଆଖିକୁ ଖୋଲୁ ଆଉ ନିଜ ରାଷ୍ଟ୍ରର ଗୌରବଶାଳୀ ସାଂସ୍କୃତିକ ପରମ୍ପରାକୁ  ଚିହ୍ନୁ । ଇତିହାସର କିଛି ପୃଷ୍ଠା ଏଭଳି ଅଛି, ଯେ ସେଗୁଡିକ ଯେବେ ଆପଣଙ୍କୁ କିମ୍ବା ଆପଣ ତାକୁ ଛୁଅନ୍ତି, ଖୋଲନ୍ତି ତ ଆପଣଙ୍କୁ କିଛି ନୂଆ କଥା କହିଯାଏ । ଏହାକୁ ପାରସ ସ୍ପର୍ଶ କୁହନ୍ତି, ଇତିହାସର ପାରସ ସ୍ପର୍ଶ (पारस स्‍पर्श ) । ଚମ୍ପାରଣର ସତ୍ୟାଗ୍ରହ ହେଉଛି ଏଭଳି ଏକ ପାରସ । ତେଣୁ ଏହା ବହୁତ ଆବଶ୍ୟକ ଅଟେ ଯେ ଆମେ ଏଭଳି ଐତିହାସିକ ଅବସର ଗୁଡିକୁ ଜାଣୁ, ସେଗୁଡିକ ସହିତ ଯୋଡି ହେଉ, ଯଦି ସମ୍ଭବ ହୁଏ ତ ସେଗୁଡିକୁ ଜୀବନ୍ତ କରିବାର ପ୍ରୟାସ କରିବା ।

ଏବେ ଏଠାରେ ଏକ ପ୍ରଦର୍ଶନୀର ଉଦ୍ଘାଟନ କରାଗଲା, ଭାବ ବିନିମୟସୂଚକ ଏକ ଅନ୍-ଲାଇନ କୁଇଜ୍ ଆରମ୍ଭ ହୋଇଛି, ନୃତ୍ୟ-ନାଟିକା ମଧ୍ୟ ପ୍ରଦର୍ଶନ କରା ଯାଇଛି । ଚମ୍ପାରଣ ସତ୍ୟାଗ୍ରହର ଶହେ ବର୍ଷ ପୂର୍ତ୍ତି ଅବସରରେ ହେଉଥିବା ଏଭଳି କାର୍ଯ୍ୟକ୍ରମ କେବଳ ଔପଚାରିକତା ନୁହେଁ । ଏହା ଅମ ପାଇଁ ଏକ ପବିତ୍ର ଅବସର । ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ହିତ ପାଇଁ ନିଜକୁ ସଂକଳ୍ପିତ କରିବା, ସମର୍ପିତ କରିବା ।

ସାଥୀଗଣ, ଆମକୁ ଏବେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ସହିତ କାର୍ଯ୍ୟାଞ୍ଜଳି ମଧ୍ୟ ଅର୍ପଣ କରିବାକୁ ହେବ । ନିଜ କାର୍ଯ୍ୟ ତାଙ୍କୁ ଅର୍ପଣ କରିବାକୁ ହେବ । ଆଉ ତାର ସବୁଠାରୁ ବଡ ମାଧ୍ୟମ ହେଲା ସ୍ୱଚ୍ଛାଗ୍ରହ । ସତ୍ୟ ପ୍ରତି ଆଗ୍ରହ ହିଁ ହେଉଛି ସ୍ୱଚ୍ଛତା ପ୍ରତି ଆଗ୍ରହ ।

ବନ୍ଧୁଗଣ, 1917 ରେ, ଯେତେବେଳେ ଗାନ୍ଧିଜୀ ଚମ୍ପାରଣ ଗଲେ ତ ତାଙ୍କର ଉଦ୍ଦେଶ୍ୟ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ନ ଥିଲା । ସେ ଚମ୍ପାରଣର ସ୍ଥିତି ବିଷୟରେ ବହୁତ କିଛି ଜାଣି ମଧ୍ୟ ନ ଥିଲେ । କିନ୍ତୁ ଯେବେ ଗାନ୍ଧିଜୀ ସେଠାରେ ପହଁଚିଲେ ତ କିଛି ସପ୍ତାହ ନୁହେଁ ବରଂ କେତେମାସ ପର୍ଯ୍ୟନ୍ତ ସେଠାରେ ରହିଲେ । ଚମ୍ପାରଣ ହିଁ ତାଙ୍କୁ ମୋହନଦାସ କରମଚାନ୍ଦ ଗାନ୍ଧୀରୁ  ମହାତ୍ମା ଗାନ୍ଧୀ କରିଥିଲା । ଚମ୍ପାରଣରେ ପହଁଚିବା ପୂର୍ବରୁ ସେ ସତ୍ୟାଗ୍ରହର ଶକ୍ତି ସହିତ ନିଜେ ଅବଗତ ଥିଲେ, ସେ ତାହା ଜାଣିଥିଲେ । କିନ୍ତୁ ତାଙ୍କୁ ଜଣାଥିଲା କି ଖାଲି ସେ ସତ୍ୟାଗ୍ରହୀ ହୋଇଯିବା ଦ୍ୱାରା, ଇଚ୍ଛା କରୁଥିବା ପରିଣାମ ମିଳିଯିବ ନାହିଁ । ସେ ଦେଶର ଜନମାନସକୁ ସତ୍ୟାଗ୍ରହର ଶକ୍ତି ବିଷୟରେ ଅନୁଭବ କରାଇବାକୁ ଚାହୁଁଥିଲେ ।

ଯେତେବେଳେ ମାଜିଷ୍ଟ୍ରେଟ ତାଙ୍କୁ ଚମ୍ପାରଣରୁ ଯିବା ପାଇଁ ଆଦେଶ ଦେଲେ ତ ସେ କହିଥିଲେ, ଏହି ଆଦେଶକୁ ଅଗ୍ରାହ୍ୟ କରିବା ସେ ଅଦାଲତର ଅବମାନନା ପାଇଁ କରୁ ନାହାନ୍ତି, ବରଂ ସେ ନିଜ ଅନ୍ତରାତ୍ମାର ସ୍ୱର ଆଉ ନିଜ ଅସ୍ତିତ୍ୱର ସମ୍ମାନ ପାଇଁ ଏମିତି କରୁଛନ୍ତି । ସଂପୂର୍ଣ୍ଣ ଇଂରେଜ ଶାସନ ଗାନ୍ଧିଜୀଙ୍କ ସେହି ନିର୍ଣ୍ଣୟ ପାଇଁ ପଶ୍ଚାତପଦ ହୋଇଗଲା । ଯେତେବେଳେ ଗାନ୍ଧିଜୀ କହିଲେ ମୁଁ ଜେଲ୍ ଯିବା ପାଇଁ ପ୍ରସ୍ତୁତ ଅଛି, ଇଂରେଜମାନେ ଭାବି ନ ଥିଲେ । ଜନତା ଦେଖୁଥିଲେ କି ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ବାରିଷ୍ଟର ଏଠି ଚମ୍ପାରଣକୁ ଆସି କିପରି ଭାବେ ଜେଲ୍ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ । ଏତେ ଗରମରେ ସଂପୂର୍ଣ୍ଣ ଅଂଚଳର ଧୂଳି ଆହରଣ କରୁଥିଲେ । ଟାଣ ଖରାରେ କେବେ ବଳଦ ଗାଡିରେ, କେବେ ରିକ୍ସାରେ ଆଉ  କେବେ ପାଦରେ  ଗୋଟିଏ ଯାଗାରୁ ଅନ୍ୟ ଜାଗାକୁ ଗାନ୍ଧୀ ଚାଲି ଯାଉଥିଲେ ।

ଆପଣ ଧ୍ୟାନ ଦିଅନ୍ତୁ ଗାନ୍ଧିଜୀ ସେହି ସମୟରେ ଲୋକଙ୍କର ବିଚାର ପ୍ରକ୍ରିୟାକୁ ଜାଗ୍ରତ କରୁଥିଲେ । ନୀଳ ଚାଷ କରୁଥିବା କୃଷକମାନଙ୍କ ଠାରୁ ସେମାନଙ୍କ ବୟାନ ନେଇ ଚାଲିଥିଲେ, ଯାଂଚ କରି ଯାଉଥିଲେ । କିନ୍ତୁ ଏହି ପ୍ରକ୍ରିୟାରେ ଗାନ୍ଧିଜୀ ନିଜକୁ ଲୋକଙ୍କ ସହ ଯୋଡିକରି, ନିଜକୁ ସାମିଲ କରି, ନିଜର ଉଦାହରଣ ପ୍ରସ୍ତୁତ କରି, ଜନ-ଜନଙ୍କୁ ସେମାନଙ୍କର ଶକ୍ତି ସହିତ ନିଜ ନିଜ ଭିତରେ ଯୋଡି ରଖୁଥିଲେ ।

ଗାନ୍ଧିଜୀ କହୁଥିଲେ, ମୋର ଜୀବନ ହିଁ ହେଉଛି ମୋର ଦର୍ଶନ (मेरा जीवन ही मेरा दर्शन है) ଆଉ ଏହା ଆମେ ଚମ୍ପାରଣରେ ଦେଖିଛୁ । ଗାନ୍ଧିଜୀ ନିଜ ଆତ୍ମଜୀବନୀରେ ଲେଖିଛନ୍ତି କି କେମିତି ଲୋକଙ୍କୁ ନିଜ ଶକ୍ତିର ଅନୁଭବ ହେଲା ଆଉ ଏମିତି ମଧ୍ୟ ସମୟ ଆସିଲା କି ପରିବର୍ତ୍ତନ ହୋଇପାରେ, ବଦଳି ଯାଇପାରେ ।  ସେ ଲେଖିଥିଲେ 100 ବର୍ଷ ଧରି ଚାଲି ଆସିଥିବା ତିନି ଥାକିଆ ଆଇନ ରଦ୍ଦ ହେବାରୁ ନୀଳ ଚାଷ କରାଉଥିବା ଇଂରେଜ ଶାସନର ଅସ୍ତ ହେଲା । ଜନ ସମୁଦାୟ ବାରମ୍ବାର ଚାପଗ୍ରସ୍ତ ହୋଇ ରହୁଥିଲେ, ତାଙ୍କୁ ନିଜ ଶକ୍ତିର ଆଉ କିଛି ଧାରଣା ହେଲା । ଆଉ ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଲା କି ନୀଳରେ ଦାଗ ହେଲେ ଧୋଇ ହୋଇପାରିବ ନାହିଁ ।

ଅର୍ଥାତ ଏଭଳି ସ୍ଥିତି ଯେତେବେଳେ ଲୋକମାନେ ଏହା ମାନିବାକୁ ଲାଗିଲେ ଯେ, କିଛି ହୋଇ ପାରିବ ନାହିଁ, କିଛି ପରିବର୍ତ୍ତନ ଆସି ପାରିବ ନାହିଁ ତାହାକୁ ଗାନ୍ଧିଜୀ ଲୋକଙ୍କର ଭ୍ରମ ବୋଲି କହିଛନ୍ତି । ଏହି ଭ୍ରମଧାରଣାକୁ ସେ ଭାଙ୍ଗିଲେ ଏବଂ ଲୋକମାନଙ୍କୁ ନିଜ ଶକ୍ତିର ଅନୁଭବ କରାଇଲେ ।

ଭାଇ ଓ ଭଉଣୀମାନେ, ଗାନ୍ଧିଜୀ ମୂଳ ରୂପରେ ସ୍ୱଚ୍ଛାଗ୍ରହୀ ଥିଲେ । ସେ କହୁଥିଲେ ସ୍ୱଚ୍ଛତା ସ୍ୱାଧୀନତାଠାରୁ ହେଉଛି କେତେ ଅଧିକ ମହତ୍ୱପୂର୍ଣ୍ଣ । ସେ ଏହା ଦେଖି ବିବ୍ରତ ହୋଇଯାଉଥିଲେ ଯେ ଗାଁରେ ଲୋକ ଅଜ୍ଞାନତା ଓ ବେଖାତିର କାରଣରୁ ଅପରିଷ୍କାର ଏବଂ ଅସ୍ୱଚ୍ଛ ସ୍ଥିତିରେ ରହୁଛନ୍ତି । 1917ରେ ହିଁ ଏକ କାର୍ଯ୍ୟକ୍ରମ ମଧ୍ୟରେ ପୂଜ୍ୟ ବାପୁ କହିଥିଲେ, ଯେପର୍ଯ୍ୟନ୍ତ ଆମେ ନିଜ ଗାଁ ଏବଂ ସହରଗୁଡିକର ସ୍ଥିତିକୁ ନ ବଦଳେଇବା, ନିଜକୁ ଖରାପ ଅଭ୍ୟାସରୁ ମୁକ୍ତ ନ କରିବା  ଆଉ ଉନ୍ନତମାନର ଶୌଚାଳୟ ତିଆରି ନ କରିବା ସେ ପର୍ଯ୍ୟନ୍ତ ଆମ ପାଇଁ ସ୍ୱରାଜ୍ୟର କୌଣସି ମହତ୍ୱ ନାହିଁ ।

ଗୋଟିଏ ପଟେ କହିବା ତ ଦେଶରେ ସ୍ୱଚ୍ଛତା ଆନ୍ଦୋଳନର ମୂଳ ସ୍ଥାନ ମଧ୍ୟ ଚମ୍ପାରଣକୁ ମାନି ନିଆଯାଇ ପାରେ । ସେ ସଫା-ସୁତୁରା ଏବଂ ସ୍ୱଚ୍ଛତାକୁ ଗାନ୍ଧିବାଦୀ ଜୀବନଶୈଳୀର ଏକ ଅଭିନ୍ନ ଅଂଶ କରିଥିଲେ । ତାଙ୍କର ସ୍ୱପ୍ନ ଥିଲା କି ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ।

ବନ୍ଧୁଗଣ, ଚମ୍ପାରଣରୁ ସେଠାରୁ ଯାହା କିଛି ମଧ୍ୟ ମନ୍ଥନ ହେଲା, ଯାହା ପ୍ରୟାସ ହେଲା, ସେଥିରୁ ଆମକୁ ପଂଚାମୃତ ମିଳିଲା । ଜନ ସାଧାରଣଙ୍କୁ ଯୋଡି, ମନ୍ଥନ କରି, କାର୍ଯ୍ୟ କରି, ସଂଘର୍ଷ କରି ଏହି ପଂଚାମୃତରୁ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ନୂଆ ଦିଗ ମିଳିଲା ।

ଯଦି ଆମେ ପୁଙ୍ଖାନୁପୁଙ୍ଖ ଭାବେ ଦେଖିବା ତ ଜାଣି ପାରିବା ଯେ ଚମ୍ପାରଣରେ ଗାନ୍ଧିଜୀ ଯାହା କିଛି କଲେ, ସେଥିରୁ ପାଂଚୋଟି ଅଲଗା ଅଲଗା ଅମୃତ ଦେଶର ସାମ୍ନାକୁ ଆସିଲା । ଏହି ପଂଚାମୃତ ଆଜି ମଧ୍ୟ ଦେଶ ପାଇଁ ସେତିକି ମହତ୍ୱପୂର୍ଣ୍ଣ ଅଟେ-

ପ୍ରଥମ ଅମୃତ – ସତ୍ୟାଗ୍ରହର ଶକ୍ତି ସହିତ ଲୋକ ପରିଚିତ ହେଲେ,

ଦ୍ୱିତୀୟ ଅମୃତ – ଜନଶକ୍ତିର ଶକ୍ତି ସହିତ ଲୋକ ପରିଚିତ ହେଲେ,

ତୃତୀୟ ଅମୃତ – ସ୍ୱଚ୍ଛତା ଏବଂ ଶିକ୍ଷାକୁ ନେଇ ଭାରତୀୟ ଜନମାନସରେ ନୂତନ ଜାଗୃତି ଆସିଲା,

ଚତୁର୍ଥ ଅମୃତ –  ମହିଳାମାନଙ୍କର ସ୍ଥିତି ସୁଧାରିବାର ପ୍ରୟାସ ହେଲା,

ଏବଂ ପଂଚମ ଅମୃତ – ନିଜ ହାତରେ କାଟିଥିବା ବସ୍ତ୍ର ପିନ୍ଧିବାର ମାନସିକତା ଜାଗ୍ରତ ହେଲା । ଏହି ପଂଚାମୃତ ହେଉଛି ଚମ୍ପାରଣ ଆନ୍ଦୋଳନର ସାରମର୍ମ ।

ସାଥୀମାନେ, ଯେବେ ମୁଁ ଚମ୍ପାରଣର କଥା କହୁଛି, ତ ମତେ ବାଳ ମୋହନ ଅର୍ଥାତ ବାଳକୃଷ୍ଣଙ୍କର କଥା ମନେ ପଡିଯାଉଛି । ମୋହନଠାରୁ ମୋହନ ପର୍ଯ୍ୟନ୍ତ କିପରି ଯାତ୍ରା ଚାଲିଛି; ଜଣେ ସୁଦର୍ଶନ ଚକ୍ରଧାରୀ ମୋହନ ଏବଂ ଅନ୍ୟ ଜଣେ ଚରଖାଧାରୀ ମୋହନ । ଆମ ସମସ୍ତଙ୍କୁ ଜଣା ଅଛି ଯେବେ ମାତା ଯଶୋଦା ବହୁତ ବ୍ୟସ୍ତ ହୋଇ ଯାଇଥିଲେ ଯେ ତାଙ୍କର ପୁତ୍ର ମାଟି ଖାଇ ଦେଇଥିଲା । ଏହି ଚିନ୍ତାରେ ଯେବେ ସେ ବାଳକ ମୋହନଙ୍କୁ ପାଟି ଖୋଲିବାକୁ କହିଲେ, ତ ସେ ମାତା ଯଶୋଦାଙ୍କୁ ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ଦର୍ଶନ କରାଇ ଦେଇଥିଲେ । ଏଭଳି କରି ବାଳକ ମୋହନ ନିଜ ମାତାଙ୍କୁ ଚିନ୍ତାରୁ ମୁକ୍ତି ଦେଇଥିଲେ ।

ଯେବେ ମୁଁ ଚମ୍ପାରଣର କଥା କହୁଛି ତ ମତେ କିଶୋର ମୋହନଙ୍କ କଥା ମଧ୍ୟ ମନେ ପଡୁଛି । ସେହି ଚକ୍ରଧାରୀ ମୋହନ ଯେବେ କିଶୋର ଥିଲେ ଯାହାଙ୍କୁ ଆମେ କୃଷ୍ଣ ବୋଲି ଜାଣୁ, ଯିଏ ରାସ ଲୀଳା କରୁଥିଲେ, ବଂଶୀ ବଜାଉଥିଲେ । କିଶୋର ମୋହନ ଯେତେବେଳେ ମୁଷଳଧାରା ବର୍ଷାରେ ଗ୍ରାମବାସୀଙ୍କୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ଉଠାଇଥିଲେ ତ ବାକି ଗ୍ରାମବାସୀଙ୍କୁ ମଧ୍ୟ କହିଥିଲେ କି ଆପଣ ମଧ୍ୟ ନିଜ ଠେଙ୍ଗା ଧରି ଠିଆ ହୋଇ ଯାଆନ୍ତୁ, ତେବେ ଯାଇ ଗୋବର୍ଦ୍ଧନ ଉଠିବ । ଯେତେବେଳେ ଗୋବର୍ଦ୍ଧନ ପର୍ବତ ଉଠିଲା ତ ପ୍ରତ୍ୟେକଙ୍କୁ ଲାଗୁଥିଲା କି ତାହା ମୋ ଶକ୍ତିରେ ଉଠିଛି; ମୋ ଠେଙ୍ଗା ଦ୍ୱାରା ଉଠିଛି । ଆଉ ଏହା କରି କିଶୋର ମୋହନ ଜନ-ଜନଙ୍କୁ ନିଜର ଶକ୍ତି ଏବଂ ସାମୁହିକ ଶକ୍ତି ବିଷୟରେ ପରିଚିତ କରାଇଥିଲେ ।

ଠିକ୍ ସେହିପରି ଆମର ମୋହନ, ମହାତ୍ମା ଗାନ୍ଧୀ ଲୋକମାନଙ୍କୁ ପରାଧୀନତାର ଚିନ୍ତାରୁ ମୁକ୍ତ କଲେ, ସେ ସେହି ରାସ୍ତା ଦେଖାଇଲେ ଯେଉଁ ପଥରେ ଚାଲି ସ୍ୱାଧୀନତା ମିଳି ପାରିଥାଆନ୍ତା । ଆମର ମୋହନ ଲୋକଙ୍କ ଜନଶକ୍ତିକୁ ଜାଗ୍ରତ କଲେ ଆଉ ସେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହର ଶକ୍ତି ସହିତ ପରିଚିତ କରାଇଲେ ।

ଜନଶକ୍ତି ଜାଗରଣର ଏହି ଅଭିଯାନରେ ବାପୁ ମହିଳାମାନଙ୍କୁ ଉପଯୁକ୍ତ ସହଭାଗୀ କଲେ । ଚମ୍ପାରଣରେ ମଧ୍ୟ ମହିଳାମାନଙ୍କର ସ୍ଥିତି ଦେଖି ସେ ଭାବିବାକୁ ବାଧ୍ୟ ହେଲେ କି କାହିଁକି ଲୋକ ନିଜ ହାତରେ ସୂତା ନ କାଟିବେ ଆଉ ନିଜେ ଲୁଗା ନ ବୁଣିବେ । ସେ ଏହାକୁ ସଶକ୍ତିକରଣର ମାଧ୍ୟମ ବୋଲି ମାନୁଥିଲେ । ଖଦି  ବିକଶିତ ହେବା ପଛରେ ମହାତ୍ମା ଗାନ୍ଧିଜୀଙ୍କ ଚମ୍ପାରଣରେ ବସବାସ ବଡ଼ କାରଣ ଥିଲା ।

ସାଥୀଗଣ, ସତ୍ୟାଗହ ଗାନ୍ଧିଜୀଙ୍କ ନେତୃତ୍ୱରେ ଆମକୁ ସ୍ୱାଧୀନତା ଦେଲା, କିନ୍ତୁ ସ୍ୱାଧୀନତା ପରେ ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନ ଅଧୁରା ହୋଇ ରହିଯାଇଥିଲା । ସାତ ଦଶକ ପରେ ମଧ୍ୟ ଆମେ ଏହି ଖରାପ କାର୍ଯ୍ୟରୁ ମୁକ୍ତ ହୋଇ ପାରି ନ ଥିଲେ । ଏଥିପାଇଁ  2014ରେ ମୁଁ ଲାଲକିଲ୍ଲାରୁ ପ୍ରତ୍ୟେକ ଘରେ ଶୌଚାଳୟ କଥା କହିଲି, ତ ଲୋକେ ଆଶ୍ଚର୍ଯ୍ୟ ଥିଲେ କି ଏପରି କଥା ମୁଁ କାହିଁକି କରୁଛି ।

ବନ୍ଧୁଗଣ, ସ୍ୱଚ୍ଛ ଭାରତ ମିଶନ ବାପୁଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ହେଉଛି ଅଭିଯାନ । ଏହି ସ୍ୱପ୍ନ ପ୍ରାୟ 100 ବର୍ଷ ହେବ ଅସମ୍ପୂର୍ଣ୍ଣ ରହିଛି ଆଉ ଆମକୁ ଏହାକୁ ମିଳିମିଶି ସମ୍ପୂର୍ଣ୍ଣ କରିବାର ଅଛି । ମୁଁ ଖୁସି ଯେ ଆଜି ସ୍ୱଚ୍ଛ ଭାରତ ମିଶନ ଜରିଆରେ ଦେଶର ଲୋକେ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉଠି ଠିଆ ହୋଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୃତ ଅର୍ଥରେ ଏକ ଜନ ଆନ୍ଦୋଳନ ହୋଇ ଚାଲିଛି । ସମାଜର ପ୍ରତ୍ୟେକ ବର୍ଗ ଏହି ସ୍ୱଚ୍ଛାଗ୍ରହରେ ଯୋଡି ହେଉଛନ୍ତି । ଯେତେବେଳେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା ତ ସେ ସମୟରେ କେବଳ 42 ପ୍ରତିଶତ ଗ୍ରାମୀଣ ଜନସଂଖ୍ୟା ହିଁ ଶୌଚାଳୟ ଉପଯୋଗ କରୁଥିଲେ । ଆଜି ଏହା ବୃଦ୍ଧି ପାଇ 63 ପ୍ରତିଶତରେ ପହଁଚିଛି ।

ବିଗତ ଅଢେଇ ବର୍ଷରେ ଏକ ଲକ୍ଷ 80 ହଜାରରୁ ଅଧିକ ଗାଁ ଏବଂ 130 ଜିଲ୍ଲା ନିଜକୁ ଖୋଲା ମଳମୁକ୍ତ ଘୋଷିତ କରି ସାରିଛନ୍ତି । ଏବେ ରାଜ୍ୟଗୁଡିକରେ ମଧ୍ୟ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି, ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି କି କିଏ ପ୍ରଥମେ ନିଜକୁ ଖୋଲା ମଳମୁକ୍ତ ଅବା Open Defecation Free  ରାଜ୍ୟ ଘୋଷଣା କରି ପାରୁଛି ।

ଆଜିର ସ୍ଥିତି ହେଉଛି କି ସିକ୍କିମ୍, ହିମାଚଳ ପ୍ରଦେଶ ଆଉ କେରଳ ସଂପୂର୍ଣ୍ଣ ଭାବେ ଖୋଲା ମଳମୁକ୍ତ ବା ଓଡିଏଫ ବୋଲି ସେମାନେ ଘୋଷଣା କରିଛନ୍ତି । ଗୁଜରାଟ, ହରିୟାଣା, ଉତ୍ତରାଖଣ୍ଡ ଏବଂ ଆଉ କିଛି ଅନ୍ୟ ରାଜ୍ୟ ମଧ୍ୟ ନିଜକୁ ଖୋଲା ମଳମୁକ୍ତ ଘୋଷିତ କରିବା ଦିଗରେ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ବହୁତ ଶୀଘ୍ର ଆମ ପାଖରେ ସେ ସବୁର ସମାଚାର ମଧ୍ୟ ପହଁଚିଯିବ ।

ଗଙ୍ଗା ନଦୀ କୂଳରେ ଥିବା ଗାଁ ଗୁଡିକୁ ପ୍ରାଥମିକତା ଆଧାରରେ ଖୋଲା ମଳ ମୁକ୍ତ କରାଯାଉଛି । ମତେ ଆପଣମାନଙ୍କୁ ଜଣାଇ ଖୁସି ଲାଗୁଛି ଯେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ, ଯେଉଁ ପାଞ୍ଚ ରାଜ୍ୟ ଦେଇ ଗଙ୍ଗା ନଦୀ ପ୍ରବାହିତ, ସେଠାରେ ଗଙ୍ଗା କୂଳରେ ଥିବା 75 ପ୍ରତିଶତ ଗାଁ’ ନିଜକୁ ଖୋଲା ମଳମୁକ୍ତ ଘୋଷିତ କରି ଦେଇଛନ୍ତି । ଗଙ୍ଗା କୂଳରେ ଥିବା ଗାଁ ଗୁଡିକରେ ଅଳିଆ ଆବର୍ଜନା ପରିଚାଳନା ଯୋଜନାକୁଡିକୁ ଲାଗୁ କରାଯାଉଛି । ଫଳରେ ଗାଁର ଅଳିଆ ଆବର୍ଜନା ନଦୀରେ ଫିଙ୍ଗାଯିବ ନାହିଁ । ମୋର ଆଶା ଅଛି କି ଶୀଘ୍ର ହିଁ ଗଙ୍ଗା କୂଳ ସଂପୂର୍ଣ୍ଣ ଭାବେ ଖୋଲା ମଳମୁକ୍ତ  ହୋଇଯିବ ।

ଭାଇ ଓ ଭଉଣୀମାନେ, ଆଜି ସମସ୍ତ ସରକାରୀ ସ୍କୁଲରେ ପୁଅ ଆଉ ଝିଅମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ଅଛି । ଏବେ ପିଲାଙ୍କ ପାଠ୍ୟକ୍ରମରେ ସ୍ୱଚ୍ଛତା ସହିତ ଯୋଡି ହୋଇଥିବା ବିଷୟ ସାମିଲ କରାଯାଉଛି କି ତାଙ୍କୁ ପ୍ରାରମ୍ଭରୁ ହିଁ ଲାଭ ଓ କ୍ଷତି ବିଷୟରେ ଜଣା ପଡିବ, ଆଉ ସେମାନେ ସ୍ୱଚ୍ଛତାକୁ ନିଜ ଜୀବନରେ, ନିଜ ଅଭ୍ୟାସର ଅଂଶ କରିବେ ।

ବନ୍ଧୁଗଣ, ସ୍ୱଚ୍ଛ ଭାରତ ମିଶନ ହିଁ ଆମକୁ କାର୍ଯ୍ୟାଞ୍ଜଳିର ଆଉ ଏକ ମନ୍ତ୍ର ଦେଇଛି । ଏହି ମନ୍ତ୍ର ହେଉଛି ବର୍ଜ୍ୟରୁ ସଂପଦ । ଘରୁ ଯେଉଁ ଅଳିଆ ବହାରୁଛି, କୋଠା ନିର୍ମାଣ ସମୟରେ ଯେଉଁ ଆବର୍ଜନା ବାହାରିଥାଏ, ତାହା ମଧ୍ୟ ରୋଜଗାରର ଏକ ମାଧ୍ୟମ ହୋଇପାରିବ । ସେଥିରୁ ବିଜୁଳି ଉତ୍ପାଦନ କରାଯାଇ ପାରିବ, ଖତ ଉତ୍ପାଦନ କରାଯାଇ ପାରିବ, ତାକୁ ପୁନଃପ୍ରକ୍ରିୟାକରଣ କରି ନିର୍ମାଣ କାର୍ଯ୍ୟରେ ପୁଣି ବ୍ୟବହାର କରାଯାଇ ପାରିବ । ଆଉ ଏଥିପାଇଁ ବର୍ଜ୍ୟରୁ ସଂପଦ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ଆଉ ଏଥିପାଇଁ ମଧ୍ୟ ଆମକୁ ପ୍ରୟାସ କରିବା ଦରକାର ।

ସରକାରଙ୍କର ଅଲଗା ଅଲଗା ବିଭାଗ ମଧ୍ୟ ସ୍ୱଚ୍ଛତାକୁ ଆଗେଇ ନେବା ପାଇଁ, ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ସେଥିରେ ଟେକ୍ନୋଲଜିର ମଧ୍ୟ ବ୍ୟବହାର କରାଯାଉଛି । ଆପଣମାନେ ଦେଖିଥିବେ କି, କିପରି ରେଳବାଇରେ ଅପରିଷ୍କାର ସହ ଜଡିତ ଗୋଟିଏ ମଧ୍ୟ ଟ୍ୱିଟ ହେବା ପରେ କେତେ ଶୀଘ୍ର ତାହାର ପ୍ରତିକାର କରାଯାଉଛି । ନଚେତ୍ ଆପଣ ମନେ ପକାନ୍ତୁ , ପ୍ରଥମେ କିପରି ରେଳଡ଼ବାରେ, ପ୍ଲାଟଫର୍ମରେ ଅପରିଷ୍କାରକୁ ଅଂଶ ଭାବେ ଧରି ନିଆଯାଇଥିଲା ।

ଏବେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ swachhta @ petrol pump ନାମରେ ଏକ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି । ଯଦି ପେଟ୍ରୋଲ ପମ୍ପରେ ଥିବା ଶୌଚାଳୟ ଅପରିଷ୍କାର ହୋଇଥିବ, ସଫା ନଥିବ ତ ତାହାର ଅଭିଯୋଗ ତୁରନ୍ତ ଏହି ଆପ୍ ମାଧ୍ୟମରେ କରାଯାଇ ପାରିବ । ଦେଶର ପ୍ରାୟ 55 ହଜାର ପେଟ୍ରୋଲ ପମ୍ପରେ ଏହି ସୁବିଧା ଉପଲବ୍ଧ ହେବ ।

ଏହି ଧାରାରେ ଦିଲ୍ଲୀରେ ଏକ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଉଛି ।  ଏହି କେନ୍ଦ୍ର ସ୍ୱଚ୍ଛତା ଅଭିଯାନ ସହିତ ଜଡିତ ସମସ୍ତ ସୂଚନା ଆଧୁନିକ କୌଶଳରେ ଲୋକମାନଙ୍କ ପାଖରେ ପହଁଚାଇବାରେ ଉପଯୋଗୀ ସାବ୍ୟସ୍ତ ହେବ ।

ବନ୍ଧୁଗଣ, ଅଲଗା ଅଲଗା ସ୍ତରରେ, ସରକାରଙ୍କଠାରୁ ଗାଁ ପର୍ଯ୍ୟନ୍ତ ସ୍ୱଚ୍ଛାଗ୍ରହର ଅଭିଯାନ ଏହି ସମୟରେ ଦେଶରେ ଜାରି ରହିଛି, ତାହା ହେଉଛି ଅଭୂତପୂର୍ବ । ଏବେ ଲୋକଙ୍କ ବିଚାର ପ୍ରକ୍ରିୟାରେ ଆସିଛି ଅପରିଷ୍କାରକୁ ବିସ୍ତାରିତ କରିବା ନାହିଁ, ପିଲାମାନେ ବଡ଼ ଲୋକଙ୍କୁ ଦୋଷ ଦେଇ କହୁଛନ୍ତି, ଅଭିଯୋଗ କରୁଛନ୍ତି । ଆଉ ଏଥିପାଇଁ  ସ୍ୱଚ୍ଛତା, ସ୍ୱଚ୍ଛାଗ୍ରହ ଏହି ଅଭିଯାନକୁ ଆଗକୁ ବଢାଇ ନେବା ପାଇଁ ଅଭିଯୋଗ ସହିତ ଏକ ଭାବ ଏହା ମଧ୍ୟ ଆସୁଛି କି ଆମେ ଅପରିଷ୍କାର କରିବା ନାହିଁ, ନିଜ ଆଖ ପାଖ ଘର, କାର୍ଯ୍ୟାଳୟ, ସଡକ, ସହରକୁ ପରିଷ୍କାର ରଖିବାର ଅଛି । ସ୍ୱଚ୍ଛତା ପ୍ରତି ଏହି ଭାବ ହିଁ ହେଉଛି ସ୍ୱଚ୍ଛାଗ୍ରହ, ସ୍ୱଚ୍ଛତା ପାଇଁ କରାଯାଇଥିବା କାର୍ଯ୍ୟ ହିଁ ବାପୁଙ୍କ ପାଇଁ ହେଉଛି କାର୍ଯ୍ୟାଞ୍ଜଳି ।

ବନ୍ଧୁଗଣ, ଗାନ୍ଧିଜୀ ଖାଲି ବ୍ୟବସ୍ଥା ପରିବର୍ତ୍ତନ ନୁହେଁ ମୂଲ୍ୟ ପରିବର୍ତ୍ତନ ମଧ୍ୟ ଚାହୁଁଥିଲେ । ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି- ମୁଁ ଚାହୁଁଛି କି ଭାରତ ଏହି କଥାକୁ ଚିହ୍ନି ରଖୁ ସେ ଶରୀର ନୁହେଁ ବରଂ ଅମର ଆତ୍ମା, ଯାହା ପ୍ରତ୍ୟେକ ଶାରିରୀକ ଦୁର୍ବଳତାରୁ ଉପରକୁ ଉଠିପାରେ ଆଉ ସାରା ଦୁନିଆର ସମ୍ମିଳିତ ଶାରିରୀକ ଶକ୍ତିକୁ ଆହ୍ୱାନ ଦେଇ ପାରିବ

ଆମକୁ ଦେଶର ଆତ୍ମାକୁ ଚିହ୍ନିବାକୁ ହେବ । ପରିବର୍ତନ ଆସିପାରିବ, ଏହି ଚିନ୍ତାଧାରା ସହିତ ଆଗକୁ ବଢିବାକୁ ହେବ । ଏହି ଚିନ୍ତାଧାରା ଯେତେ ମଜବୁତ ହେବ, ସେତେ ଅଧିକ ନବଭାରତ (ନିଉ ଇଣ୍ଡିଆ)ର ମୂଳଦୁଆ ମଜବୁତ ହେବ । ଆମକୁ ସ୍ୱଚ୍ଛତା ସହିତ ଜଡିତ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ହେବ ଆଉ ତାହାକୁ ପ୍ରାପ୍ତ କରିବା ପାଇଁ ଲଗାତର ପ୍ରୟାସ କରିବାକୁ ହେବ । କୌଣସି କାରଣ ନାହିଁ କି ଭାରତର ପରିଚୟ ଏକ ଅସ୍ୱଚ୍ଛ ଦେଶ ଭାବେ ରହିବ । କୌଣସି କାରଣ ନାହିଁ କି ଆମ ଦେଶ ସ୍ୱଚ୍ଛ ହୋଇ ପାରିଲା ନାହିଁ । ସ୍ୱଚ୍ଛାଗ୍ରହର ଏହି ଅଭିଯାନକୁ ସଂପୂର୍ଣ୍ଣ ନ କରି ପାରିବା । ମହାତ୍ମା ଗାନ୍ଧୀଙ୍କର ଏକ ସ୍ୱଚ୍ଛ, ସ୍ୱସ୍ଥ, ଆଉ ଖୁସିର ଭାରତର ସ୍ୱପ୍ନ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ହେବା ଦରକାର । ଏହି ମିଶନର ସଫଳତା ହିଁ, ବାପୁଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ, ସତ୍ୟ କାର୍ଯ୍ୟାଞ୍ଜଳି ହେବ ।

ପ୍ରିୟ ଦେଶବାସୀ, ମୁଁ ସତ୍ୟରେ ଆଗ୍ରହ ରଖିଥାଏ । 2019 ରେ ଯେବେ ଗାନ୍ଧିଜୀଙ୍କୁ 150ବର୍ଷ ହେବ, 1915ରେ ଯେତେବେଳେ ଗାନ୍ଧିଜୀ ଭାରତ ଫେରିଥିଲେ, ଦୁଇ ବର୍ଷ ଭିତରେ 1917ରେ, ଚମ୍ପାରଣରେ ମୋହନଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀ ହୋଇଗଲେ । ବରଦୌଳିର ସତ୍ୟାଗ୍ରହରେ ବଲ୍ଲଭ ଭାଇ ପଟେଲ , ସର୍ଦ୍ଦାର ପଟେଲ ହୋଇ ଯାଇଥିଲେ । ଦେଶ ଅନେକ ପଛରେ ପଡି ଯାଇଥିଲା । ଆମ ପାଇଁ ଚମ୍ପାରଣ ସତ୍ୟାଗ୍ରହ ସ୍ୱାଧୀନତା ଆନ୍ଦୋଳନର ଏକ ନୂଆ ଧାରାକୁ ସଶକ୍ତ କରିବାରେ ପ୍ରରମ୍ଭ ବିନ୍ଦୁ ଥିଲା । ଆଜି ଯେତେବେଳେ ତାହାର ଶତାବ୍ଦୀ ପାଳନ କରୁଛୁ ସେତେବେଳେ ଆମର ସ୍ୱଚ୍ଛାଗ୍ରହ ସଂକଳ୍ପ ମଧ୍ୟ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହର ଯାତ୍ରା; ଆଉ ଏହି ଦୁଇଟି ଜିନିଷ ହେଉଛି ଗାନ୍ଧିଜୀଙ୍କ ଦାନ । ସେହି ସମୟରେ ସତ୍ୟାଗ୍ରହ ସ୍ୱାଧୀନତା ପାଇଁ ଆବଶ୍ୟକ ଥିଲା, ଆଜିର ସମୟରେ ସ୍ୱଚ୍ଛାଗ୍ରହ ଦେଶକୁ ଅପରିଷ୍କାରରୁ ମୁକ୍ତି ପାଇଁ ଆବଶ୍ୟକ ହେଉଛି । ଆଉ ଅପରିଷ୍କାରରୁ ମୁକ୍ତି ଅର୍ଥାତ ଗରିବଙ୍କ କଲ୍ୟାଣ । ଯଦି ପ୍ରକୃତରେ ଗରିବଙ୍କ ସେବା କାରିବାର ଅଛି, ସେମାନଙ୍କୁ ରୋଗରୁ ବଂଚାଇବାର ଅଛି, ତାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆଣିବାର ଅଛି ତ ଅପରିଷ୍କାରରୁ ମୁକ୍ତିର ଏହି ମନ୍ତ୍ରକୁ ନେଇ ଦେଶବାସୀମାନେ ଆମକୁ ଚାଲିବାକୁ ହେବ ।

ମୁଁ, ପୁଣି ଥରେ ଚମ୍ପାରଣ ସତ୍ୟାଗ୍ରହ ଶତାବ୍ଦୀର ପ୍ରାରମ୍ଭରେ ହିଁ, ବର୍ଷସାରା ଚମ୍ପାରଣ ସତ୍ୟାଗ୍ରହରର ଶତାବ୍ଦୀ ହେଉ, ସାବରମତି ଆଶ୍ରମକୁ ଶହେ ବର୍ଷ ହେବାକୁ ଯାଉଛି, ମୋ ହିସାବରେ ଯେଉଁଠାରେ ମହାତ୍ମା ଗାନ୍ଧୀ ତପସ୍ୟା କରିଥିଲେ । ଆଉ ଗାନ୍ଧିଜୀଙ୍କୁ 150 ବର୍ଷ 2019 ରେ ଆମ ସାମ୍ନାରେ ଅଛି । ଏହା ହେଉଛି ଏପରି ସମୟ, ଯାହା ଆମକୁ ବିଂଶ ଶତାବ୍ଦୀର ଗାନ୍ଧୀଙ୍କୁ ଏକବିଂଶ ଶତାବ୍ଦୀରେ ଜୀଇଁବାକୁ, ଆଧୁନିକ ରୂପ ରଙ୍ଗ ସହିତ ଜୀଇଁବାକୁ, ନୂଆ ସଂକଳ୍ପ ସହିତ ଜୀଇଁବାକୁ, ନୂତନ ଉତ୍ସାହକୁ ଜଗାଇବା ପାଇଁ ଜୀଇଁବାକୁ ଏକ ନୂଆ ସୁଯୋଗ ଭାବେ ନେଇ କରି ଚାଲିବାକୁ ଯଦି ଆମେ ଚାହିଁବା ଚାଲି ପାରିବା ।  ମୋର ବିଶ୍ୱାସ ଅଛି ଯେ ଏହା ପ୍ରକୃତ ଅର୍ଥରେ ହେବ କାର୍ଯ୍ୟାଞ୍ଜଳି । ଆମେ ବହୁତ ଶ୍ରଦ୍ଧାଞ୍ଜଳି ଦେଇଛୁ, ଶ୍ରଦ୍ଧାଞ୍ଜଳି ମଧ୍ୟ ଦେବା, କିନ୍ତୁ ଏବେ କାର୍ଯ୍ୟାଞ୍ଜଳିର ଆବଶ୍ୟକତା ରହିଛି । ଆମର ନିତ୍ୟ-ନିରନ୍ତର ପ୍ରଚେଷ୍ଟା ହେବ ସେହି କାର୍ଯ୍ୟାଞ୍ଜଳି ଦ୍ୱାରା ବାପୁଙ୍କ ସ୍ୱପ୍ନର ଭାରତକୁ ଆମେ ଆଖି  ସାମ୍ନାରେ ଦେଖି ପାରିବା । ଏହି ଏକ ଭାବନା ସହିତ, ଏହି ମହାନ ଅବସରକୁ ଦେଶବାସୀ କରି ଦେଖାନ୍ତୁ; ଏହି ଗୋଟିଏ ଅନୁରୋଧ । ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ବନ୍ଦେ ମାତରମ । ଭାରତମାତା କି ଜୟ ।