ପିଏମଇଣ୍ଡିଆ

ନୂଆଦିଲ୍ଲୀର 7 ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ଅବସରରେ 4ଟି ସାଂସ୍କୃତିକ ଭିଡିଓ ଉନ୍ମୋଚନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅମିର ଖାନ, ଶାହରୁଖ ଖାନ, ରାଜକୁମାର ହିରାନୀ, କଙ୍ଗନା ରାଣାୱତ, ଆନନ୍ଦ ଏଲ. ରାୟ, ଏସ.ପି ବାଲସୁବ୍ରମଣ୍ୟମ, ସୋନମ କପୁର, ଜ୍ୟାକି ଶ୍ରଫ, ସୋନୁ ନିଗମ, ଏକତା କପୁର, ତାରକ ମେହେଟା ଗ୍ରୁପର ସଦସ୍ୟ, ଇଟିଭି ଗ୍ରୁପର ସଦସ୍ୟଙ୍କ ସମେତ ଭାରତୀୟ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଏହି ଆଲୋଚନା କାଳରେ ତାଙ୍କର ବ୍ୟକ୍ତିଗତ ଅନୁରୋଧ ରକ୍ଷା କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେମାନଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଆସିଥିବାରୁ କଳା ଜଗତର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମନୋରଞ୍ଜନଧର୍ମୀ, ପ୍ରେରଣାଦାୟୀ ସର୍ଜନା ଦ୍ୱାରା ଦେଶର ଜନସାଧାରଣଙ୍କୁ ଅନୁପ୍ରାଣିତ କରିବା ଲାଗି ନିଜର ସାମର୍ଥ୍ୟକୁ ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଓ ମନୋରଞ୍ଜନ ଉଦ୍ୟୋଗ ଜଗତକୁ ଆହ୍ୱାନ କରିଥିଲେ ।
ବିଶ୍ୱକୁ ଯୋଡ଼ୁଛି ଗାନ୍ଧୀ ବିଚାର
ବର୍ତ୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀ ଏପରି ଜଣେ ବ୍ୟକ୍ତି, ଯାହାଙ୍କ ବିଚାର ଆଜି ସାରା ବିଶ୍ୱର ଲୋକମାନଙ୍କୁ ଯୋଡ଼ି ପାରୁଛି ।
ତାଙ୍କ ଦ୍ୱାରା ପ୍ରସ୍ତାବିତ ଆଇନଷ୍ଟାଇନ ଆହ୍ୱାନ ବିଷୟରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ବିଚାରକୁ ସାମ୍ନାକୁ ଆଣିବା ଲାଗି ପ୍ରଯୁକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ନିମନ୍ତେ ଚଳଚ୍ଚିତ୍ର ଜଗତକୁ ଆହ୍ୱାନ କରିଥିଲେ ।
ଭାରତୀୟ ମନୋରଞ୍ଜନ ଉଦ୍ୟୋଗର ପ୍ରଭାବ ଓ ସମ୍ଭାବନା
ପ୍ରଧାନମନ୍ତ୍ରୀ ମାମଲ୍ଲାପୁରମ ଠାରେ ଚୀନ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଆଲୋଚନା ବିଷୟରେ ସ୍ମରଣ କରାଇଥିଲେ, ଯେଉଁଥିରେ ଦଙ୍ଗଲ ଭଳି ଭାରତୀୟ ସିନେମାର ଚୀନରେ ଲୋକପ୍ରିୟତା ବିଷୟରେ ଚୀନ ରାଷ୍ଟ୍ରପତି ଉଲ୍ଲେଖ କରିଥିବା ସେ କହିଥିଲେ । ଦକ୍ଷିଣ ପୂର୍ବ ଏସିଆରେ ରାମାୟଣର ଲୋକପ୍ରିୟତା ବିଷୟରେ ସେ ମଧ୍ୟ ଉଲ୍ଲେଖ କରିଥିଲେ ।
ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ସେମାନଙ୍କ ସଫ୍ଟ ପାୱାରକୁ ଉପଯୋଗ କରିବା ଲାଗି ଚଳଚ୍ଚିତ୍ର ଜଗତକୁ ସେ ଆହ୍ୱାନ କରିଥିଲେ ।
ଭବିଷ୍ୟତର କାର୍ଯ୍ୟଖସଡ଼ା
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ 2022ରେ ଭାରତ ନିଜ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ, 1857ରୁ 1947 ପର୍ଯ୍ୟନ୍ତ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ 1947ରୁ 2022 ପର୍ଯ୍ୟନ୍ତ ଭାରତର ବିକାଶ ଆଧାରିତ ପ୍ରେରଣାଦାୟୀ କାହାଣୀ ପ୍ରଦର୍ଶିତ କରିବା ଲାଗି ସେ ଅନୁରୋଧ କରିଥିଲେ । ଭାରତରେ ଏକ ବାର୍ଷିକ ଅନ୍ତର୍ଜାତୀୟ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବାର ଯୋଜନା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଚଳଚ୍ଚିତ୍ର ତାରକାଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ସମୟରେ ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ପ୍ରସାର ଲାଗି ଯୋଗଦାନ ଦେବାକୁ ଅନୁପ୍ରାଣିତ କରିଥିବାରୁ ଅଭିନେତା ଅମିର ଖାଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀ ଉଲ୍ଲେଖ କରିଥିଲେ ଯେ ଆଜି ଉନ୍ମୋଚନ ହୋଇଥିବା ଭିଡିଓ ଭିତରୁ ଗୋଟିଏ ‘ନିଜ ଭିତରେ ପରିବର୍ତ୍ତନ’ ଆଣିବାର ବିଷୟବସ୍ତୁ ଆଧାରିତ । ଲଗାତାର ପ୍ରୋତ୍ସାହନ, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏକ ମହାନ ଉଦ୍ଦେଶ୍ୟ ଲାଗି ସମଗ୍ର ଚଳଚ୍ଚିତ୍ର ଜଗତକୁ ଗୋଟିଏ ମଂଚରେ ଏକାଠି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବିଶିଷ୍ଟ ଅଭିନେତା ଶାହରୁଖ ଖାନ କହିଥିଲେ ଯେ ଏପରି ପ୍ରୟାସ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ପୁନଃସ୍ଥାପିତ କରିବା ସହିତ ସାରା ବିଶ୍ୱକୁ ଗାନ୍ଧୀ 2.0 ସମ୍ପର୍କରେ ପରିଚିତ କରାଇବ ।
ରାଷ୍ଟ୍ର ନିର୍ମାଣରେ ମନୋରଞ୍ଜନ ଜଗତର ଯୋଗଦାନ ବିଷୟରେ ଅବଗତ କରାଇଥିବାରୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ଆନନ୍ଦ ଏ ରାୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ମନୋରଞ୍ଜନ ଜଗତର ସାମଗ୍ରିକ ବିକାଶ ପାଇଁ ତାଙ୍କ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ବ୍ୟକ୍ତ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ଉପରେ ଆଧାରିତ ଏହି ଭିଡିଓଗୁଡ଼ିକ ରାଜକୁମାର ହିରାନୀ, ଇଟିଭି ଗ୍ରୁପ, ତାରକ ମେହେଟା ଗ୍ରୁପ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପନା ଓ ନିର୍ମାଣ କରାଯାଇଛି ।
**************
The film fraternity comes together to pay tributes to Mahatma Gandhi!#ChangeWithin is an excellent effort, which will add momentum towards ensuring Gandhi Ji’s message reverberates far and wide. It will also inspire citizens to take up causes dear to Bapu. pic.twitter.com/cS0RRekqTd
— Narendra Modi (@narendramodi) October 19, 2019
Spreading the thoughts of Mahatma Gandhi through cinema, ensuring more youngsters are well-acquainted with the ideals of Gandhi Ji.
— Narendra Modi (@narendramodi) October 19, 2019
Today’s interaction with leading film personalities and cultural icons was fruitful.
We exchanged thoughts on a wide range of subjects. pic.twitter.com/2xKTEZrVAJ
Our film and entertainment industry is diverse and vibrant.
— Narendra Modi (@narendramodi) October 19, 2019
Its impact internationally is also immense.
Our films, music and dance have become very good ways of connecting people as well as societies.
Here are more pictures from the interaction today. pic.twitter.com/711sKni29l
बहुत-बहुत धन्यवाद @KapilSharmaK9 जी।
— Narendra Modi (@narendramodi) October 20, 2019
पूज्य बापू के विचारों के प्रचार-प्रसार में फिल्म और मनोरंजन जगत की भूमिका से देश को अत्यधिक लाभ होने वाला है। https://t.co/PNn7FntqQz
Films connect and make our society better.
— Narendra Modi (@narendramodi) October 20, 2019
Happy to have met you, @itsBhushanKumar. https://t.co/siTK0nwHbq
Yes it does! Individual efforts can pave the way for transformative outcomes. @Rakulpreet https://t.co/CcNWlrJbq7
— Narendra Modi (@narendramodi) October 20, 2019
Lovely indeed!
— Narendra Modi (@narendramodi) October 20, 2019
Had the wonderful opportunity to interact with @sonamakapoor yesterday.
Best wishes to your entire family @AnilKapoor Ji. https://t.co/NUFHoZmtxH
Through popular culture, the message of empowering women has travelled far and wide. May this trend continue.
— Narendra Modi (@narendramodi) October 20, 2019
May our Nari Shakti keep shining in the world of films and culture. https://t.co/VaaU8jKlql
Happy to have met you Varun. Best wishes for your future endeavours. @varunsharma90 https://t.co/uJRn0x0UAv
— Narendra Modi (@narendramodi) October 20, 2019
Keep up the good work, @RajkumarHirani.
— Narendra Modi (@narendramodi) October 20, 2019
The coming generations will remember your stupendous role in spreading the message of Gandhi Ji through your work and taking the lead in the #ChangeWithin movement. https://t.co/9qk43uMFv0
Happy to have interacted with you!
— Narendra Modi (@narendramodi) October 20, 2019
Let us work together to make Gandhi 150 a super hit. @taran_adarsh https://t.co/uIUsbZIMfI
It was a wonderful interaction, says @aamir_khan.
— PMO India (@PMOIndia) October 19, 2019
A great way to involve everyone, says @iamsrk.
Two top film personalities talk about the meeting with PM @narendramodi.
Watch this one... pic.twitter.com/hzhJsKDqsG
PM @narendramodi understands the power of our industry, says @ektaravikapoor after interacting with the Prime Minister. pic.twitter.com/IrD6BYmP6H
— PMO India (@PMOIndia) October 19, 2019
Shri @BoneyKapoor feels that this Government has been sympathetic to issues of the film industry and has always tried to address issues raised by the industry. pic.twitter.com/l387NAj0tF
— PMO India (@PMOIndia) October 19, 2019
The mood is upbeat.
— PMO India (@PMOIndia) October 19, 2019
Let’s look beyond the box office and think of a larger purpose, says @basuanurag after meeting PM @narendramodi. pic.twitter.com/UOJ39Ek09w
The session was good and informal, says director Imtiaz Ali. He also highlights how this effort will add strength to popularising Gandhian thoughts. pic.twitter.com/B39UfOu0LE
— PMO India (@PMOIndia) October 19, 2019