ପିଏମଇଣ୍ଡିଆ
ସୀମାରେ ଜବାନମାନଙ୍କର ଅପୂର୍ବ ସାହସିକତାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି । ଏଥିସହିତ ସଂପ୍ରତି ପାର୍ବଣର ଋତୁରେ ସେନା ପାଇଁ ଏକ ଅନନ୍ୟ ଶୁଭେଚ୍ଛା ବାର୍ତ୍ତା ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଆରମ୍ଭ କରାଯାଇଛି ।
‘ସନ୍ଦେଶ ଟୁ ସୋଲଜର୍ସ’ ଅଭିଯାନ ଜରିଆରେ ନିଜ ପ୍ରିୟଜନଙ୍କଠାରୁ ଦୂରରେ ରହି ଦେଶର ସୀମା ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସଶସ୍ତ୍ର ବଳର ଜବାନମାନଙ୍କୁ ପ୍ରତ୍ୟେକ ନାଗରୀକ ଦିପାବଳୀରେ ନିଜର ଖୁସିକୁ ତାଙ୍କ ପାଖରେ ପହଂଚାଇପାରିବେ ।
ସଶସ୍ତ୍ର ଜବାନମାନଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା, ପତ୍ର ପଠାଇବା ପାଇଁ ଏକ ସାମଗ୍ରିକ ଅଭିଯାନ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଆମ ବାହାଦୂର ଜବାନମାନଙ୍କ ପାଖକୁ ବାର୍ତ୍ତା ପଠାଇବା ପାଇଁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜରିଆରେ ଆହ୍ଵାନ କରିଛନ୍ତି । ଏହି ଭିଡିଓ ଜାରୀ କରାଯିବାର ଏକ ଘଣ୍ଟା ମଧ୍ୟରେ ଟ୍ଵିଟର ଏବଂ ଫେସବୁକରେ ଏହାର ଆଗ୍ରହ ବଢୁଥିବାର ଦେଖିବାକୁ ମିଳୁଛି ।
‘ମାଇଗଭ.ଇନ’ ୱେବସାଇଟର ନରେନ୍ଦ୍ର ମୋଦୀ ଆପ୍, ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ସେନାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇପାରିବେ । ଲୋକଙ୍କ ବାର୍ତ୍ତାକୁ ସେନା ନିକଟରେ ପହଂଚାଇବା ପାଇଁ ଦୂରଦର୍ଶନ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଏକ ବିଶେଷ ମଡ୍ୟୁଲର ବ୍ୟବସ୍ଥା ନରେନ୍ଦ୍ର ମୋଦୀ ଆପରେ କରାଯାଇଛି, ଯାହାଦ୍ଵାରା ସେନା ବାହିନୀ ପାଖକୁ ଲୋକମାନେ ସେମାନଙ୍କ ହାତ ଲେଖା ବାର୍ତ୍ତା ପଠାଇ ପାରିବେ ।
‘ସନ୍ଦେଶ ଟୁ ସୋଲଜର୍ସ’ ଅଭିଯାନ ସେନା ବାହିନୀ ଏବଂ ଲୋକମାନଙ୍କ ମଧ୍ୟରେ ଭାବଗତ ସମ୍ପର୍କ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଚଳିତ ମାସ ପ୍ରାରମ୍ଭରେ ଭୋପାଳଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆମ ବାହାଦୂର ଜବାନମାନଙ୍କର ମାନବିକତାର ଭୂରି ଭୂରି ପ୍ରଶଂସା କରିଥିଲେ । ଜବାନମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ ହେବା ପରଠାରୁ ଶ୍ରୀ ନରେନ୍ଦ୍ର ମୋଦୀ ଜବାନମାନଙ୍କ ସହିତ ଦିପାବଳୀ ପାଳନ କରିଆସୁଛନ୍ତି ।
This Diwali, let us remember our courageous armed forces who constantly protect our Nation. Jai Hind. pic.twitter.com/uXf6Or3xsQ
— Narendra Modi (@narendramodi) October 22, 2016
I sent my #Sandesh2Soldiers. You could also do the same. Your wishes will certainly make our forces very happy. https://t.co/TYuxNNJfIf
— Narendra Modi (@narendramodi) October 22, 2016
मैंने अपना #Sandesh2Soldiers भेज दिया है। आप भी जरूर भेजिए। https://t.co/TYuxNNJfIf pic.twitter.com/aHzHfeQGkf
— Narendra Modi (@narendramodi) October 23, 2016
सवा सौ करोड़ देशवासी जब सैनिकों के साथ खड़े होते हैं तो उनकी शक्ति सवा सौ करोड़ गुना बढ़ जाती है।
— Narendra Modi (@narendramodi) October 23, 2016