Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚାମ୍ପିଅନ(ଅଗ୍ରଣୀ) ସେବା କ୍ଷେତ୍ର ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଗ୍ରଣୀ ତଥା ଚାମ୍ପିଅନ ସେବା କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହନ ଏବଂ ସେଗୁଡ଼ିକର ସାମର୍ଥ୍ୟକୁ ବୁଝିବା ଉଦ୍ଦେଶ୍ୟରେ 12ଟି ନିର୍ଦ୍ଧାରିତ ଚାମ୍ପିଅନ ସେବା କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ଲାଗି ବାଣିଜ୍ୟ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ସୂଚନା ପ୍ରଯୁକ୍ତି ଏବଂ ଏବଂ ସୂଚନା ପ୍ରଯୁକ୍ତି ସକ୍ଷମ ସେବା (ଆଇଟି ଏଣ୍ଡ ଆଇଟିଇଏସ), ପର୍ଯ୍ୟଟନ ଏବଂ ଆତିଥ୍ୟ ସେବା, ଚିକିତ୍ସା ନିରୂପଣ ଗସ୍ତ, ପରିବହନ ଏବଂ ଲଜିଷ୍ଟିକ୍ସ ସେବା, ଅଡିଟ ଏବଂ ଅର୍ଥ ସେବା, ଦୃଶ୍ୟଶ୍ରାବ୍ୟ ସେବା, ଆଇନଗତ ସେବା, ସଂଚାର ସେବା, ନିର୍ମାଣ ଏବଂ ତତସଂକ୍ରାନ୍ତ ଇଞ୍ଜିନିୟରିଂ ସେବା, ପରିବେଶ ସେବା, ଅର୍ଥ ସେବା ଏବଂ ଶିକ୍ଷା ସେବା ସାମିଲ ରହିଛି ।

ନିର୍ଦ୍ଧାରିତ ଚାମ୍ପିଅନ ସେବା କ୍ଷେତ୍ର ଲାଗି କାର୍ଯ୍ୟ ଯୋଜନାକୁ ଚୁଡ଼ାନ୍ତ ରୂପ ଦେବା ଏବଂ ସେଗୁଡ଼ିକର କାର୍ଯ୍ୟାନ୍ୱୟନ ନିମନ୍ତେ ଉପଲବ୍ଧ କ୍ଷେତ୍ରୀୟ ଯୋଜନାର ବ୍ୟବହାର କରିବା ଲାଗି କ୍ୟାବିନେଟ ଏ କ୍ଷେତ୍ରଗୁଡ଼ିକ ସହ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗଗୁଡ଼ିକୁ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସମ୍ପୃକ୍ତ ମନ୍ତ୍ରଣାଳୟ/ ବିଭାଗଗୁଡ଼ିକୁ କାର୍ଯ୍ୟ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାକୁ ପଡ଼ିବ ଏବଂ କ୍ୟାବିନେଟ ସଚିବଙ୍କ ଅଧୀନରେ ସଚିବମାନଙ୍କ କମିଟିର ସମ୍ପୂର୍ଣ୍ଣ ଅନୁଧ୍ୟାନରେ କାର୍ଯ୍ୟାନ୍ୱୟନ ଲାଗି ଏକ ଅନୁଧ୍ୟାନ ବ୍ୟବସ୍ଥା ସହିତ କାର୍ଯ୍ୟନ୍ୱୟନ କ୍ରମ ବିକାଶ ହେବ ।

ଚାମ୍ପିଅନ କ୍ଷେତ୍ରଗୁଡ଼ିକର କ୍ଷେତ୍ରୀୟ କାର୍ଯ୍ୟ ଯୋଜନା ପୂର୍ବରୁ ସହାୟତା ଦେବା ଲାଗି 5 ହଜାର କୋଟି ଟଙ୍କାର ଏକ ସମର୍ପିତ ପାଣ୍ଠି ପ୍ରତିଷ୍ଠା କରାଯିବା ଲାଗି ପ୍ରସ୍ତାବ ରହିଛି ।

ପ୍ରଭାବ :

ଏହି ପଦକ୍ଷେପ ଦ୍ୱାରା କେନ୍ଦ୍ରୀକୃତ ଏବଂ ଅନୁଧ୍ୟାନ କରାଯାଇଥିବା କାର୍ଯ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ଜରିଆରେ ଭାରତର ସେବା କ୍ଷେତ୍ରର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି ପାଇବ, ଯାହାଦ୍ୱାରା ଜିଡିପି ହାର ବୃଦ୍ଧି ଘଟିବ, ଅଧିକ ଚାକିରି ସୃଷ୍ଟି ହେବ ଏବଂ ବିଶ୍ୱ ବଜାରକୁ ରପ୍ତାନି ବୃଦ୍ଧି ପାଇବ ।

ରୋଜଗାର ସୃଷ୍ଟି ସମ୍ଭାବନା:

ଭାରତର ସେବା କ୍ଷେତ୍ରରେ ରୋଜଗାରର ଯଥେଷ୍ଟ ସମ୍ଭାବନା ରହିଛି । ଏହି ପ୍ରସ୍ତାବ ଫଳରେ କେନ୍ଦ୍ରୀକୃତ ଏବଂ ଅନୁଧ୍ୟାନ କରାଯାଇଥିବା କାର୍ଯ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ଜରିଆରେ ଭାରତର ସେବା କ୍ଷେତ୍ରଗୁଡ଼ିକର  ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି ପାଇବ, ଯାହାଦ୍ୱାରା ଜିଡିପି ହାର ବୃଦ୍ଧି ଘଟିବ, ଅଧିକ ଚାକିରି ସୃଷ୍ଟି ହେବ ଏବଂ ବିଶ୍ୱ ବଜାରକୁ ରପ୍ତାନି ବୃଦ୍ଧି ପାଇବ ।

ଆର୍ଥିକ ସମ୍ପର୍କ:

ଆାବଶ୍ୟ ମୌଳିକକ ଭିତ୍ତିଭୂମି ସୃଷ୍ଟି, ଆର୍ଥିକ ପ୍ରୋତ୍ସାହନ ଆଦି ଭଳି ଉପାଦାନ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟ ଯୋଜନାର କେତେକ ଭାଗ, ଯେଉଁଗୁଡ଼ିକ ପ୍ରସ୍ତୁତ କରାଯିବାକୁ ଅଛି, ସେଗୁଡ଼ିକର ଆର୍ଥିକ ସମ୍ପର୍କ ଥାଇପାରେ । ଏହି ବିବରଣୀଗୁଡ଼ିକୁ ସମ୍ପୃକ୍ତ ବିଭାଗଗୁଡ଼ିକ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନା ଅନ୍ତର୍ଗତ ବିସ୍ତୃତ ଭାବେ ପ୍ରସ୍ତୁତ କରାଯିବ ଏବଂ ଆବଶ୍ୟକ ମଞ୍ଜୁରି ପରେ ଚୂଡ଼ାନ୍ତ ରୂପ ଦିଆଯିବ । ଚାମ୍ପିଅନ କ୍ଷେତ୍ରଗୁଡ଼ିକର କ୍ଷେତ୍ରୀୟ କାର୍ଯ୍ୟ ଯୋଜନା ପଦକ୍ଷେପରେ ସହାୟତା ଦେବା ଲାଗି 5 ହଜାର କୋଟି ଟଙ୍କାର ଏକ ସମର୍ପିତ ପାଣ୍ଠି ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି ।

ଭାରତର ଜିଡିପି, ରପ୍ତାନି ଏବଂ ରୋଜଗାର ସୃଷ୍ଟି, ବୃଦ୍ଧି ପାଉଥିବା ଉତ୍ପାଦକତାରେ ସେବା କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥା’ନ୍ତି । ଚାମ୍ପିଅନ ସେବା କ୍ଷେତ୍ରର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି ପାଇବା ଫଳରେ ଭାରତରୁ ବିଭିନ୍ନ ସେବାର ରପ୍ତାନି ବୃଦ୍ଧି ପାଇବ । ସନ୍ନିହିତ ସେବା ସାମଗ୍ରୀଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭାଗ ଅଟେ । ତେଣୁ ପ୍ରତିଦ୍ୱନ୍ୱିତାମୂଳକ ସେବା କ୍ଷେତ୍ର ନିର୍ମାଣ କ୍ଷେତ୍ରର ପ୍ରତିଦ୍ୱନ୍ଦ୍ୱିତା ସହ ଯୋଡ଼ି ହୋଇଯିବ ।

2022ରେ ଭାରତ ନିଜ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ । ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରାଯାଇଥିବା କାର୍ଯ୍ୟ ଯୋଜନା ଦ୍ୱାରା 2022ରେ ଏହି ନିର୍ଦ୍ଧାରିତ ଚାମ୍ପିଅନ କ୍ଷେତ୍ରରୁ ପ୍ରତ୍ୟେକ କ୍ଷେତ୍ର ଲାଗି ସଂକଳ୍ପ ବିକଶିତ କରାଯାଇପାରିବ ଏବଂ ଏହି ସଂକଳ୍ପକୁ ପୂରଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।

ଭାରତର ସେବା କ୍ଷେତ୍ରର ଯୋଗଦାନ ବିଶ୍ୱ ସେବା ରପ୍ତାନରେ 2015ରେ 3.3 ପ୍ରତିଶତ ଥିଲା, 2014ରେ ଏହା 3.1 ପ୍ରତିଶତ ଥିଲା । ଏହି ପଦକ୍ଷେପ ଆଧାରରେ 2022 ସୁଦ୍ଧା 4.2 ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଧାରଣ କରାଯାଇଛି ।

ସକଳ ଯୌଗିକ ମୂଲ୍ୟ (ଜିଭିଏ)ରେ ସେବାର ଯୋଗଦାନ 2015-16 (ନିର୍ମାଣ ସେବା ସହିତ 61 ପ୍ରତିଶତ)ରେ ଭାରତ ଲାଗି ପାଖାପାଖି 53ପ୍ରତିଶତ ଥିଲା । 2022ସୁଦ୍ଧା ଜିଭିଏରେ ସେବାର ଯୋଗଦାନକୁ 60 ପ୍ରତିଶତ (ନିର୍ମାଣ ସେବା ସହିତ 67 ପ୍ରତିଶତ) କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

**********