Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚୀନରେ ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ଶାଙ୍କସୀ ପ୍ରଦେଶରେ ଏକ ଖଣି ଦୁର୍ଘଟଣାରେ ପ୍ରାଣ ହାନି ଜନିତ ଦୁଃଖଦ ଘଟଣାପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଭାରତର ଜନସାଧାରଣଙ୍କ ତରଫରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଚୀନର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଶକ୍ତି ମିଳୁ ବୋଲି ଶ୍ରୀ ମୋଦୀ ପ୍ରାର୍ଥନା କରିବା ସହିତ ସମସ୍ତ ନିଖୋଜ ବ୍ୟକ୍ତିଙ୍କ ଶୀଘ୍ର ଏବଂ ନିରାପଦ ଆରୋଗ୍ୟ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି :

“ଚୀନର ଶାଙ୍କସୀ ପ୍ରଦେଶରେ ଏକ ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଘଟଣାରେ ଦୁଃଖିତ। ଭାରତର ଜନସାଧାରଣଙ୍କ ତରଫରୁ, ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଚୀନର ଜନସାଧାରଣଙ୍କ ପ୍ରତି ମୋର ସମବେଦନା। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଶକ୍ତି ମିଳୁ। ସମସ୍ତ ନିଖୋଜ ବ୍ୟକ୍ତିଙ୍କ ଶୀଘ୍ର ଏବଂ ନିରାପଦ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ”

HS