ପିଏମଇଣ୍ଡିଆ
ଚୁ.ରାମସ୍ଵାମୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ସମ୍ମାନନୀୟ ଏବଂ ପ୍ରଶଂସନୀୟ ଚୁ.ରାମସ୍ଵାମୀ ଥିଲେ ବହୁ ପ୍ରତିଭାର ବ୍ୟକ୍ତିତ୍ଵ, ମହାନ ବୁଦ୍ଧିଜୀବୀ, ବିରାଟ ରାଷ୍ଟ୍ରବାଦୀ ଏବଂ ସ୍ପଷ୍ଟବାଦୀ ବ୍ୟକ୍ତି ।
ସର୍ବୋପରି ଚୁ.ରାମସ୍ଵାମୀ ଥିଲେ ଜଣେ ସାହସୀ ବନ୍ଧୁ । ମୁଁ ସର୍ବଦା ତାଙ୍କର ବାର୍ଷିକ ପାଠକ ସମାବେଶରେ ଯୋଗଦେଇଆସିଛି ଯାହାକି ସମ୍ପାଦକ ଓ ପାଠକଙ୍କ ମଧ୍ୟରେ ଯୋଗସୂତ୍ରର ଏକ ଅଭୂତପୂର୍ବ ଭାବ ବିନିମୟ କାର୍ଯ୍ୟକ୍ରମ ।
ଚୁ.ରାମସ୍ଵାମୀ ଜଣେ ଉଚ୍ଚ କୋଟୀର ଭାବୁକ, ନିଷ୍କପଟ ଓ ବିଚକ୍ଷଣ ବ୍ୟକ୍ତି । ତାଙ୍କ ବିୟୋଗରେ ମୁଁ ବ୍ୟଥିତ । ତୁଗଲକଙ୍କ ଅଗଣିତ ପାଠକ ଓ ପରିବାର ବର୍ଗଙ୍କୁ ସମବେଦନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Cho Ramaswamy was a multidimensional personality, towering intellectual, great nationalist & fearless voice who was respected and admired.
— Narendra Modi (@narendramodi) December 7, 2016
Above all, Cho Ramaswamy was a dear friend. I have been to his annual readers meeting which were an unprecedented editor reader interface.
— Narendra Modi (@narendramodi) December 7, 2016
Cho Ramaswamy was insightful, frank & brilliant. Pained by his demise. Condolences to his family & countless readers of Thuglak.
— Narendra Modi (@narendramodi) December 7, 2016