Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚୋରା ମାଦକ ଦ୍ରବ୍ୟ ଓ ନିଶା କାରବାର ହ୍ରାସପାଇଁ ଭାରତ-ମୋଜାମ୍ବିକ ଏମ୍ଓୟୁକୁ କ୍ୟାବିନେଟ ମୋହର


ମାଦକ ଦ୍ରବ୍ୟର ଚାହିଦା ହ୍ରାସ ଓ ବେଆଇନ୍ ଭାବେ ଚାଲାଣ ହେଉଥିବା ମାଦକ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ନିଶା ଔଷଧର କାରବାରକୁ ରୋକିବା ନିମନ୍ତେ ଭାରତ ଓ ମୋଜାମ୍ବିକ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ବୁଝାମଣା ପତ୍ର ମାଦକ ଦ୍ରବ୍ୟର ଚାହିଦା ହ୍ରାସ ଓ ବେଆଇନ ଭାବେ ଚାଲାଣ ଓ କାରବାର ହେଉଥିବା ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ସାଇକୋଟ୍ରଫିକ ନିଶା ଔଷଧ କାରବାର ହ୍ରାସ ଦିଗରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବ । ଏଥିପାଇଁ ଉଭୟ ରାଷ୍ଟ୍ର ପରସ୍ପରକୁ ସୂଚନା, ବିଶେଷଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କୌଶଳ ଯୋଗାଇ ଦେବେ ।