ପିଏମଇଣ୍ଡିଆ
ଚୌଧୁରୀ ଚରଣ ସିଂ ବିମାନ ବନ୍ଦର, ଲକ୍ଷ୍ନୌଠାରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଲକ୍ଷ୍ନୌ ମେଟ୍ରୋ ରେଳ ନିଗମ (ଏଲଏମଆରସି)କୁ 1899 ବର୍ଗମିଟର ଜମିର ସ୍ଥାୟୀ ହସ୍ତାନ୍ତର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଟ୍ରାନ୍ସପୋର୍ଟ ନଗର ମେଟ୍ରୋ ଷ୍ଟେସନରେ ପ୍ରବେଶ/ପ୍ରସ୍ଥାନ ବ୍ୟବସ୍ଥା ନିର୍ମାଣ ପାଇଁ ଏଲଏମଆରସିକୁ ଏହି ଜମି ଆବଶ୍ୟକ । ଯାହା ବହୁଳ ଭାବେ ସାର୍ବଜନୀନ ପ୍ରୟୋଗ ନିମନ୍ତେ ସାଧାରଣ ପରିବହନର ସାର୍ବଜନୀକ ଉପଯୋଗ ପରିଯୋଜନା ଅଟେ । ଏହା ସାଧାରଣ ଜନତାଙ୍କୁ ଉନ୍ନତ ଯୋଗାଯୋଗ ତଥା ସୁବିଧା ପ୍ରଦାନ କରିବ ।
******