Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ମୁଁ ମର୍ମାହତ । ଆମେ ଜଣେ ସମ୍ମାନସ୍ପଦ ଓ ସୁପରିଚିତ ବ୍ୟକ୍ତିଙ୍କୁ ହରାଇଛୁ, ଯାହାଙ୍କ ସମାଜ ପ୍ରତି ସେବା ଅବିସ୍ମରଣୀୟ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ମୋର ସମବେଦନା ।

ପଞ୍ଜାବ ରାଜ୍ୟର ଶାନ୍ତି ଓ ପ୍ରଗତି ଲାଗି ଶ୍ରୀ ବଳରାମଜି ଦାସ ଟଣ୍ଡନ ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି । ଶିଳ୍ପ ଓ ଶ୍ରମିକ ବିକାଶ କ୍ଷେତ୍ରରେ ତାଙ୍କ ପ୍ରଶାସନିକ ଅନୁଭୂତି ରାଜ୍ୟକୁ ଅଧିକ ସମୃଦ୍ଧ କରିଛି । ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରିବାରେ ତାଙ୍କ ସାହାସ ପାଇଁ ସେ ସର୍ବଦା ମନେ ରହିବେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।