ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ବୋଲି ଅଭିହିତ କରିବା ସହ ଗଭୀର ଦୁଃଖପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ସିଆରପିଏଫ୍ ଯବାନଙ୍କ ବୀରତ୍ୱର ପ୍ରଶଂସା କରିବା ସହ ସେମାନଙ୍କ ବଳିଦାନ ବୃଥା ଯିବ ନାହିଁ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଛତିଶଗଡ଼ରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଭୀରୁତାପୂର୍ଣ୍ଣ ଏବଂ ନିନ୍ଦନୀୟ । ଆମେ ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛୁ । ସିଆରପିଏଫ୍ ଯବାନଙ୍କ ବୀରତ୍ୱ ପାଇଁ ଆମେ ଗର୍ବିତ । ସେମାନଙ୍କ ବଳିଦାନ ବୃଥା ଯିବ ନାହିଁ । ଏହି ଘଟଣାରେ ଆହତ ଯବାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
******
Attack on @crpfindia personnel in Chhattisgarh is cowardly & deplorable. We are monitoring the situation closely.
— Narendra Modi (@narendramodi) April 24, 2017
We are proud of the valour of our @crpfindia personnel. The sacrifice of the martyrs will not go in vain. Condolences to their families.
— Narendra Modi (@narendramodi) April 24, 2017
May those injured in today's attack in Chhattisgarh recover at the earliest.
— Narendra Modi (@narendramodi) April 24, 2017