Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା”ରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା”ରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା”ରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା”ରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ଵିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ଏହି ବାର୍ତ୍ତାଳାପ 90 ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ସହଜ ଭାବେ, ହସିହସି ଏବଂ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଲଗାତାର ଭାବେ ପ୍ରଶଂସା କରୁଥିଲେ, ଯେଉଁଥିରେ ବ୍ୟଙ୍ଗ ଏବଂ ବାକପଟୁତାର ଛିଟା ରହିଥିଲା ।

ଚଳିତ ଥର, ସାରା ଦେଶରୁ ଛାତ୍ରଛାତ୍ରୀ ଏବଂ ଭାରତ ବାହାରେ ରହୁଥିବା ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ବାର୍ତ୍ତାଳାପକୁ ଠିକଣା ଢଙ୍ଗରେ ଆରମ୍ଭ କରି ସେ ପରୀକ୍ଷା ପେ ଚର୍ଚ୍ଚା ଟାଉନ ହଲକୁ ଏକ ମିନି ଇଣ୍ଡିଆ ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଏହା ଭାରତର ଭବିଷ୍ୟତର ପ୍ରତୀକ । ଅଭିଭାବକ ଏବଂ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।

ଜଣେ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ ପିଲାମାନଙ୍କ ପରୀକ୍ଷାକୁ ନେଇ ଚାପରେ ରହୁଥିବା ଏବଂ ଅବାସ୍ତବ ଆଶା ରଖୁଥିବା ଅଭିଭାବକଙ୍କୁ ଶିକ୍ଷକମାନେ କଣ କହିବା ଉଚିତ । ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଜଣେ ଛାତ୍ର ମଧ୍ୟ ସମାନ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ରହିବାକୁ ସେ କେବେହେଲେ ପରାମର୍ଶ ଦେବେ ନାହିଁ, ପରୀକ୍ଷାର ସନ୍ଦର୍ଭକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଶ୍ରେଣୀ ବା ବୋର୍ଡ ପରୀକ୍ଷା କିମ୍ବା ଦଶମ ଅଥବା ଦ୍ୱାଦଶ ଭଳି ଏକ ଗ୍ରେଡ ପାଇଁ Exam ଜୀବନ ପାଇଁ ପରୀକ୍ଷା କି ବୋଲି ସେ ଶ୍ରୋତାମାନଙ୍କୁ ପ୍ରଶ୍ନ କରିଥିଲେ । ଥରେ ଏହି ପରୀକ୍ଷାର ସନ୍ଦର୍ଭକୁ ବୁଝିପାରିଲେ ଚାପ ହ୍ରାସ ପାଇବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଅଭିଭାବକମାନେ ସେମାନଙ୍କ ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ତାଙ୍କ ପିଲାମାନେ ପୂରଣ କରିବେ ବୋଲି ଆଶା କରିବା ଉଚିତ ନୁହେଁ । ପ୍ରତ୍ୟେକ ପିଲାର ନିଜସ୍ୱ ସମ୍ଭାବନା ଏବଂ ସାମର୍ଥ୍ୟ ରହିଛି ଏବଂ ପ୍ରତ୍ୟେକ ଶିଶୁ ଏହି ଭଲ ଗୁଣକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଶା ରଖିବା ଜରୁରୀ । ଆମେ ନିରାଶା ଏବଂ ଦୁଃଖର ପରିବେଶରେ ବଂଚିପାରିବା ନାହିଁ ବୋଲି ସେ ଦୋହରାଇଥିଲେ ।

ଅଭିଭାବକଙ୍କ ଉପରେ ରହୁଥିବା ଚାପ ଏବଂ ଅଭିଭାବକଙ୍କ ପକ୍ଷରୁ ପଡ଼ୁଥିବା ଚାପ ପ୍ରସଙ୍ଗରେ ଏକାଧିକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ପ୍ରଦର୍ଶନ ଅଭିଭାବକମାନଙ୍କ ପାଇଁ ପରିଚୟ କାର୍ଡ ହୋଇପାରିବ ନାହିଁ । ସେ କହିଥିଲେ ଯଦି ଏହା ପ୍ରୟୋଜନ ହୋଇଯିବ, ତାହେଲେ ଆଶା ଅର୍ଥହୀନ ହୋଇଯିବ । ସେ କହିଥିଲେ ଯେ କିଛି ଲୋକ ଏହା ବିବେଚନା କରୁଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଆଶା ବଢ଼ାଇ ଦେଇଛନ୍ତି । ସେ କହିଥିଲେ ଯେ ତାଙ୍କର ଚିନ୍ତାଧାରା ହେଉଛି 125 କୋଟି ଭାରତୀୟଙ୍କର 125 କୋଟି ଆଶା ରହିବା ଆବଶ୍ୟକ । ଏହି ଆଶାକୁ ଅଭିବ୍ୟକ୍ତ କରାଯିବା ଉଚିତ ଏବଂ ସେଗୁଡ଼ିକୁ ପୂରଣ କରିବା ଲାଗି ଆମକୁ ନିଜ କ୍ଷମତା ମିଳିମିଶି ବଢ଼ାଇବା ଆବଶ୍ୟକ ।

ଜଣେ ଅଭିଭାବକ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ତାଙ୍କ ପୁଅ ପୂର୍ବରୁ ଭଲ ପଢ଼ୁଥିଲା, କିନ୍ତୁ ଅନଲାଇନ ଗେମ୍ସ କାରଣରୁ ସେ ଏବେ ପାଠପଢ଼ା ଉପରେ ଧ୍ୟାନ ଦେଉନାହିଁ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଭାବୁନାହିଁ ଯେ ପ୍ରଯୁକ୍ତି ସହ ଛାତ୍ରଛାତ୍ରୀ ନିକଟତର ହେବା ଖରାପ କଥା, ବରଂ ଏହା ଭଲ କଥା, କିନ୍ତୁ ପ୍ରଯୁକ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କର ଚିନ୍ତା-ବିଚାର କରିବା କ୍ଷମତା ବିସ୍ତାର ହେବା ଆବଶ୍ୟକ । ପ୍ଲେ ଷ୍ଟେସନ ଭଲ, କିନ୍ତୁ ଏହି କାରଣରୁ ଆମକୁ ଖେଳ ପଡ଼ିଆକୁ ମଧ୍ୟ ଭୁଲିଯିବା ଉଚିତ ନୁହେଁ ।

ସମୟ ପରିଚାଳନା ଏବଂ ଥକାପଣ ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମସ୍ତ 125 କୋଟି ଲୋକ ମୋ ପରିବାରର ସଦସ୍ୟ । ଯେତେବେଳେ ଜଣେ ବ୍ୟକ୍ତି ନିଜ ପରିବାର ପାଇଁ କାର୍ଯ୍ୟ କରିଥାଏ, ସେ ଥକା କିପରି ଅନୁଭବ କରିବ? ସେ କହିଥିଲେ ଯେ ପ୍ରତ୍ୟେକ ଦିନ ସେ ନିଜ କାର୍ଯ୍ୟ ନୂଆ ଉତ୍ସାହ ସହିତ ଆରମ୍ଭ କରିଥାନ୍ତି ।

ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଅଧ୍ୟୟନକୁ ଆନନ୍ଦଦାୟକ କିପରି କରାଯାଇପାରିବ ଏବଂ ପରୀକ୍ଷା କିପରି ବ୍ୟକ୍ତିତ୍ୱକୁ ଉନ୍ନତ କରିପାରିବ? ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଠିକ ଭାବନା ସହିତ ପରୀକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ପରୀକ୍ଷା ଦ୍ୱାରା ବ୍ୟକ୍ତି ସୁଦୃଢ଼ ହୋଇଥାଏ ଏବଂ ଏହାକୁ ନାପସନ୍ଦ ମଧ୍ୟ କରିବା ଉଚିତ ନୁହେଁ ।

ଛାତ୍ରଛାତ୍ରୀ ବିଷୟ ଏବଂ ଭବିଷ୍ୟତ ଚୟନ ସନ୍ଦର୍ଭରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପରାମର୍ଶ ପାଇବା ଲାଗି ଇଚ୍ଛା ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ କହିଥିଲେ ଯେ ପ୍ରତ୍ୟେକ ଛାତ୍ର ନିକଟରେ ଭିନ୍ନ ଯୋଗ୍ୟତା ରହିଥାଏ । ସେଥିପାଇଁ ଏହା ଜରୁରି ନୁହେଁ ଯେ ପ୍ରତ୍ୟେକ ଛାତ୍ର ଗଣିତ ଏବଂ ବିଜ୍ଞାନରେ ହିଁ ଭଲ କରିବ । ଏହା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଚାରର ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସ ଆବଶ୍ୟକତ ତତ୍ତ୍ଵ ଅଟେ । ବିଜ୍ଞାନ ଏବଂ ଗଣିତ ଜରୁରି, କିନ୍ତୁ ଅନ୍ୟ ବିଷୟରେ ମଧ୍ୟ ଅନେକ ସମ୍ଭାବନା ରହିଛି । ଏମିତି ଅନେକ କ୍ଷେତ୍ର ରହିଛି, ଯେଉଁଠି ସୁଯୋଗ ଉପଲବ୍ଧ ରହିଛି ।

ଜଣେ ଛାତ୍ର ଗତବର୍ଷ ଆୟୋଜିତ ଟାଉନ ହଲ କାର୍ଯ୍ୟକ୍ରମର ଉଦାହରଣ ଦେଇ କହିଥିଲେ ଯେ ଏବେ ତାଙ୍କର ମାତାପିତା ପରୀକ୍ଷା ଏବଂ ଭବିଷ୍ୟତକୁ ନେଇ ଅଧିକ ଆଶ୍ୱସ୍ତ ହୋଇଯାଇଛନ୍ତି । ଛାତ୍ରଛାତ୍ରୀ କହିଥିଲେ ଯେ ମାତା-ପିତାଙ୍କ ସକାରାତ୍ମକ ଦୃଷ୍ଟିକୋଣ ପିଲାମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।

ପିଲାମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀ ପ୍ରଶ୍ନ କରିଥିଲେ । ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିଦ୍ୱନ୍ଦ୍ୱିତା ଅନ୍ୟମାନଙ୍କ ସହିତ ନୁହେଁ, ବରଂ ନିଜର ଗତ ପ୍ରଦର୍ଶନ ସହିତ ହେବା ଉଚିତ । ସେ କହିଥିଲେ ଯେ ଦି ଜଣେ ନିଜ ପୂର୍ବ ପ୍ରଦର୍ଶନକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରେ, ନିରାଶା ଏବଂ ନକାରାତ୍ମକତାକୁ ସହଜରେ ପରାଜିତ କରାଯାଇପାରିବ ।

ଛାତ୍ରଛାତ୍ରୀ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାର ଆବଶ୍ୟକତା ବିଷୟରେ ଉଲ୍ଳେଖ କରି କହିଥିଲେ ଯେ ପରୀକ୍ଷାଗୁଡ଼ିକ କେବଳ ଘୋଷିବାର ବିଦ୍ୟା ଉପରେ ଆଧାରିତ ହେବା ଉଚିତ ନୁହେଁ, ବରଂ ଏହାର ମଧ୍ୟ ଆକଳନ କରାଯିବା ଉଚିତ ଯେ ଛାତ୍ରଛାତ୍ରୀ କଣ ଶିଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଜ୍ଞାନପ୍ରାପ୍ତିକୁ କେବଳ ପରୀକ୍ଷା ପର୍ଯ୍ୟନ୍ତ ହିଁ ସୀମିତ ରଖାଯାଇପାରିବ ନାହିଁ । ଆମର ଶିକ୍ଷା ପଦ୍ଧତିକୁ ଆମକୁ ଏପରି ସକ୍ଷମ କରିବାକୁ ହେବ ଯେ ଆମେ ଜୀବନର ଆହ୍ୱାନର ମୁକାବିଲା କରିପାରିବା ।

ଅବସାଦ ବା ନିରାଶା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଦେଶ ପାଇଁ ଏହା ଚିନ୍ତାର ବିଷୟ । ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ଏବଂ ଏହାକୁ ଦୂର କରିବାର ଉପାୟ ରହିଛି । ଆମେ ଅବସାଦ ଏବଂ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ବ୍ୟାପାରରେ ଯେତେ ଅଧିକ ଆଲୋଚନା କରିବା ସେତେ ଭଲ ହେବ ।

ସେ କହିଥିଲେ ଯେ ଜଣେ ବ୍ୟକ୍ତି ଅଚାନକ ଅବସାଦ ସ୍ଥିତିରେ ପହଁଚିଯାଇନଥାଏ । ମଣିଷ ଅବସାଦର ସ୍ଥିତିକୁ ଯାଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ । ଏପରି ସଂକେତକୁ ଅଣଦେଖା କରିବା ଭଲ କଥା ନୁହେଁ । ଏହାର ବିପରୀତ, ଆମେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ଉଚିତ । ସେ କହିଥିଲେ ଯେ ପରାମର୍ଶ ଦେବା ସହାୟକ ହୋଇପାରେ, କାରଣ ଏଥିରେ ବ୍ୟକ୍ତି ନିଜ ସମସ୍ୟା ବିଷୟରେ ଅଧିକ ଆଲୋଚନା କରିଥାଏ ।