Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜଗଦଳପୁର-ଭୁବନେଶ୍ଵର ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଗଦଳପୁର-ଭୁବନେଶ୍ଵର ଏକ୍ସପ୍ରେସ ଟ୍ରେନ ଧାରଣାଚ୍ୟୁତ ହେବା ଯୋଗୁଁ ଜୀବନହାନୀ ଘଟିଥିବାରୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

“ଜଗଦଳପୁର-ଭୁବନେଶ୍ଵର ଏକ୍ସପ୍ରେସ ଟ୍ରେନ ଧାରଣାଚ୍ୟୁତ ହେବା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ସମବେଦନା । ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ।

ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ରେଳବାଇ ମନ୍ତ୍ରୀ ଘଟଣା ତଥା ପରିସ୍ଥିତି ଉପରେ ସଜାଗ ଦୃଷ୍ଟି ରଖିଛନ୍ତି ଏବଂ ତ୍ଵରିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଦିଗରେ ପଦକ୍ଷେପ ନେଉଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।