Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜଣେ ଆଦର୍ଶ ଶିକ୍ଷକଙ୍କ ଗୁଣ ଉପରେ ଆଲୋକପାତ କରୁଥିବା ସଂସ୍କୃତ ‘ସୁଭାଶିତମ୍’ କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କିଛି ଲୋକ ନିଜେ କୌଣସି କାର୍ଯ୍ୟ ସମ୍ପାଦନ କରିବାରେ ଅତ୍ୟନ୍ତ କୁଶଳୀ ହୋଇଥିବାବେଳେ ଅନ୍ୟମାନେ ଅନ୍ୟମାନଙ୍କୁ ସେହି ଜ୍ଞାନ କିମ୍ବା କୌଶଳ ପ୍ରଦାନ କରିବାରେ ବିଶେଷ ନିପୁଣ ଅଟନ୍ତି ସେ ଉଲ୍ଲେଖ କରିଥିଲେ ଯେ ଯେଉଁ ବ୍ୟକ୍ତିଙ୍କର ଏହି ଉଭୟ ଗୁଣ ରହିଛି ଆତ୍ମ ନିପୁଣତା ଏବଂ ଅନ୍ୟମାନଙ୍କୁ ଶିକ୍ଷା ଦେବାର କ୍ଷମତା, ସେ ସର୍ବୋତ୍ତମ ଶିକ୍ଷକମାନଙ୍କ ମଧ୍ୟରେ ବିବେଚିତ ହେବାର ଯୋଗ୍ୟ

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –

‘‘ଶିଳଷ୍ଟା କ୍ରିୟା କସ୍ୟଚିଦାତତ୍ମସଂଖ୍ୟା ସଡକ୍ରାନ୍ତିରନ୍ୟସ୍ୟ ବିଶେଷଯୁକ୍ତା ।

ଯଶୋଭୟଂ ସାଧୁ ସଶିକ୍ଷକାଣାଂ ଧୁରି ପ୍ରତିଷ୍ଠାପୟିତବ୍ୟ ଏବା ।।’’

ସୁଭାଶିତମ୍ ସୂଚିତ କରେ ଯେ କେତେକ ଅଭ୍ୟାସରେ ଏବଂ ଅନ୍ୟମାନେ ଶିକ୍ଷାଦାନରେ ଉତ୍କର୍ଷ ହାସଲ କରୁଥିବାବେଳେ, ଯିଏ ଏକ ବିଷୟର ଦକ୍ଷତା ଏବଂ ଅନ୍ୟମାନଙ୍କୁ ପ୍ରଭାବଶାଳୀ ଭାବରେ ପ୍ରଦାନ କରିବାର ଦକ୍ଷତା ଉଭୟକୁ ଏକତ୍ର କରନ୍ତି, ସେ ଶିକ୍ଷକଙ୍କ ଶୀର୍ଷ ପାହ୍ୟାରେ ରହିବା ଯୋଗ୍ୟ ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ଶିଳଷ୍ଟା କ୍ରିୟା କସ୍ୟଚିଦାତତ୍ମସଂଖ୍ୟା ସଡକ୍ରାନ୍ତିରନ୍ୟସ୍ୟ ବିଶେଷଯୁକ୍ତା ।

ଯଶୋଭୟଂ ସାଧୁ ସଶିକ୍ଷକାଣାଂ ଧୁରି ପ୍ରତିଷ୍ଠାପୟିତବ୍ୟ ଏବା ।।’’

HS