Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜନ୍ମଦିନରେ ଶୁଭକାମନା ପାଇଁ ବିଶ୍ୱ ନେତାମାନଙ୍କୁ କୃତଜ୍ଞତା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୭୫ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି

ଗୁଆନାର ରାଷ୍ଟ୍ରପତି ଡକ୍ଟର ଇରଫାନ ଅଲିଙ୍କୁ ନିଜ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି;

ରାଷ୍ଟ୍ରପତି ଅଲି, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଭାରତ ଏବଂ ଗୁଆନା ମଧ୍ୟରେ ବନ୍ଧୁତା ଏବଂ ପାରସ୍ପରିକ ବିଶ୍ୱାସର ଗଭୀର ବନ୍ଧନକୁ ପ୍ରତିଫଳିତ କରୁଥିବା ଆପଣଙ୍କ ଭାବନା ଦ୍ୱାରା ମୁଁ ପ୍ରଭାବିତ

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କୁ ଧନ୍ୟବାଦ ଦେଇ ଶ୍ରୀ ମୋଦୀ କହିଛନ୍ତି;

ପ୍ରଧାନମନ୍ତ୍ରୀ ଲକ୍ସନ, ଆପଣଙ୍କ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ମୁଁ ଆମର ବନ୍ଧୁତାକୁ ମହତ୍ତ୍ଵ ଦେଉଛି ୨୦୪୭ ପାଇଁ ଭାରତର ଯାତ୍ରାରେ ନ୍ୟୁଜିଲ୍ୟାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଅଲ୍ବନିଜଙ୍କୁ ଧନ୍ୟବାଦ ସନ୍ଦେଶରେ ଶ୍ରୀ ମୋଦୀ କହିଛନ୍ତି;

ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ଅଲ୍ବନିଜ, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ମୁଁ ଭାରତଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ଏବଂ ଆମର ଘନିଷ୍ଠ ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଶାବାଦୀ ଅଛି

ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ଟୋବଗେଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

ପ୍ରଧାନମନ୍ତ୍ରୀ ଶେରିଂ ଟୋବଗେ, ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଭୁଟାନ ସହିତ ଆମର ସ୍ୱତନ୍ତ୍ର ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହିତ ଏକତ୍ର କାମ କରିବାକୁ ଆଗ୍ରହୀ ଅଛି

ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ସ୍କେରିଟ ଭାରତ ଡୋମିନିକା ସହିତ ମୈତ୍ରୀ ଏବଂ ବନ୍ଧୁତ୍ୱ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଉତ୍ସାହିତ ଅଛି

 

SR