Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, 2019ର ଧାରା 96 ଅନ୍ତର୍ଗତ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ପ୍ରଦେଶରେ କେନ୍ଦ୍ରୀୟ ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


 

ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, 2019ର ଧାରା 96 ଅନ୍ତର୍ଗତ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ପ୍ରଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, 2019 ଲାଗୁ ହେବା ପରେ 31 ଅକ୍ଟୋବର 2019 ପରଠାରୁ ତତକାଳୀନ ଜମ୍ମୁ ଓ କଶ୍ମୀର ରାଜ୍ୟ ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ରୂପରେ ପୁନର୍ଗଠିତ ହୋଇଛି ।

31.10.2019 ପୂର୍ବରୁ ଯେଉଁସବୁ ଆଇନ କେବଳ ତତକାଳୀନ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ବାଦ ଦେଲେ ସାରା ଭାରତରେ ଲାଗୁ ହେଉଥିଲା ଏବେ ସେହିସବୁ ଆଇନ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହେବ । କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ସମ୍ବନ୍ଧରେ, ପ୍ରଶାସନିକ ପ୍ରଭାବଶୀଳତା ଏବଂ ଆବଶ୍ୟକ ପରିବର୍ତ୍ତନ ସୁନିଶ୍ଚିତ କରିବା ଲାଗି ଜରୁରି ସଂଶୋଧନ ସହିତ ଯୁଗ୍ମତାଲିକା ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରୀୟ ଆଇନ ଲାଗୁ କରିବା ଆବଶ୍ୟକ । ଯାହାଫଳରେ ଭାରତୀୟ ସମ୍ବିଧାନ ଅନୁରୂପ ଏହାକୁ ଲାଗୁ କରିବାରେ କୌଣସି ପ୍ରକାର ଅସ୍ପଷ୍ଟତାକୁ ଦୂର କରାଯାଇପାରିବ ।

ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ 2019ର ଧାରା 96 ଅନ୍ତର୍ଗତ ଆଇନ ଲାଗୁ ଏବଂ ପରିବର୍ତ୍ତନ କରିବାର ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଉଚ୍ଛେଦ କିମ୍ବା ସଂଶୋଧନ ମାଧ୍ୟମରେ ଏହା କରାଯାଇପାରିବ । କେନ୍ଦ୍ର ଶାସିତ ପ୍ରଦେଶ ଗଠନ ହେବାର ନିର୍ଦ୍ଧାରିତ ତାରିଖ ଠାରୁ 1 ବର୍ଷ  ମଧ୍ୟରେ କୌଣସି ଆଇନ ଲାଗୁ କରିବା ପ୍ରକ୍ରିୟାକୁ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ଆବଶ୍ୟକତା କିମ୍ବା ବ୍ୟବହାରିକତା ଦୃଷ୍ଟିରୁ ଆଇନକୁ ଉଚ୍ଛେଦ ଅଥବା ଏଥିରେ ସଂଶୋଧନ କରାଯାଇପାରେ ।

ତଦନୁଯାୟୀ, ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଏପରି 37ଟି କେନ୍ଦ୍ର ଆଇନ ଲାଗୁ କିମ୍ବା ଏଥିରେ ସଂଶୋଧନ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, 2019ର ଧାରା 96 ଅଧୀନରେ ମିଳିଥିବା କ୍ଷମତା ଅନୁଯାୟୀ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀରରେ ଏହି ଆଇନ କାର୍ଯ୍ୟକାରୀ କରାଯିବ । ଏପରି ସଂଶୋଧନ ଜରିଆରେ କେନ୍ଦ୍ରୀୟ ଆଇନ ଲାଗୁ ହେବା ଦ୍ୱାରା ଜମ୍ମୁ ଓ କଶ୍ମୀରରେ ପ୍ରଶାସନିକ ପ୍ରଭାବଶୀଳତା ସୁନିଶ୍ଚିତ ହେବ ତଥା ଭାରତର ସମ୍ବିଧାନ ଅନୁରୂପ ଏସବୁ ଆଇନ ଲାଗୁ କରିବା କ୍ଷେତ୍ରରେ ରହିଥିବା ଅସୁବିଧା ଦୂର ହୋଇପାରିବ ।