Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜମ୍ମୁ-କଶ୍ମୀର ସୀମାରେ ମୁତୟନ ବୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ


ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ନିର୍ଦ୍ଧାରିତ ପରମ୍ପରାକୁ ବଜାୟ ରଖି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ଉପରେ ଭାରତୀୟ ସେନାର ଯବାନମାନଙ୍କ ସହିତ ଦୀପାବଳି ପର୍ବ ପାଳନ କରିଥିଲେ । ଏହା ହେଉଛି ତୃତୀୟ ଅବସର ଯେତେବେଳେ କି ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରରେ ସୈନିକମାନଙ୍କ ସହ ଦୀପାବଳିର ପବିତ୍ର ଉତ୍ସବ ପାଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ରଜୌରୀରେ ‘ହଲ ଅଫ ଫେମ’ ଗସ୍ତ କରିଥିଲେ ଏବଂ ରଜୌରୀ ଓ ପୁଞ୍ଚ କ୍ଷେତ୍ରର ରକ୍ଷା ପାଇଁ ନିଜର ପ୍ରାଣ ଉତ୍ସର୍ଗ କରିଥିବା ବୀର ସୈନିକ ତଥା ବାହାଦୂର ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସେ ‘ହଲ ଅଫ ଫେମ’କୁ ‘ପରାକ୍ରମ ଭୂମି, ପ୍ରେରଣା ଭୂମି ଓ ପାବନ ଭୂମି’ର ନାମ ଦେଇଥିଲେ ।

ପରେ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନାର ସୈନିକମାନଙ୍କୁ ଭେଟିବା ପାଇଁ ପଠାନକୋଟ ଏୟାରବେସ ଗସ୍ତ କରିଥିଲେ ।
ସୈନିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯେପରି ଭାବେ ନିଜ ପରିବାର ସହିତ ଦୀପାବଳି ଉତ୍ସବ ପାଳନ କରିବା ଲାଗି ପ୍ରତ୍ୟେକ ବ୍ୟକ୍ତି ଦୂର ଦୂରାନ୍ତ ଯାତ୍ରା କରିବା ପାଇଁ ପ୍ରୟାସ କରିଥାଏ, ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ପରିବାରର ସଦସ୍ୟ ଭାବେ ସଶସ୍ତ୍ର ବଳର ବୀର ଯବାନମାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଯାତ୍ରା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଅକ୍ଟୋବର 27, 1947ରେ ସଶସ୍ତ୍ର ବଳଙ୍କ ସର୍ବୋଚ୍ଚ ବଳୀଦାନ ସମ୍ବନ୍ଧରେ ସ୍ମରଣ କରିଥିଲେ, ଯାହାକୁ ପଦାତିକ ସେନା ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ରକ୍ଷା ବଳଙ୍କ ପ୍ରଶଂସା କରି, ସେ କହିଲେ ଯେ ଏହି ବଳ କେନ୍ଦ୍ର ସରକାରଙ୍କୁ ଏପରି ନିର୍ଣ୍ଣୟ ନେବା ପାଇଁ ସକ୍ଷମ କରିଛି, ଯାହା ପୂର୍ବରୁ ଅସମ୍ଭବ ମନେ କରାଯାଉଥିଲା । ରାଷ୍ଟ୍ରୀୟ ସୁରକ୍ଷା ବଜାୟ ରଖୁଥିବା ବାହିନୀମାନଙ୍କର ସାହସ ଏବଂ ବୀରତାକୁ ସେ ପ୍ରଶଂସା କରିଥିଲେ । ସେ ବାହିନୀର ସ୍ମରଣୀୟ ସେବା ପାଇଁ ଦେଶର ଜନତାଙ୍କ ତରଫରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ତଥା ସେମାନଙ୍କ ଯୋଗଦାନକୁ ସ୍ମରଣ କରିବା ପାଇଁ ସରକାର ଦେଶର ରାଜଧାନୀରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ନିର୍ମାଣ କରିଛନ୍ତି। ସେ କହିଲେ ଯେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକକୁ ଆସୁଥିବା ଦର୍ଶକମାନଙ୍କ ସଂଖ୍ୟାରେ ବୃଦ୍ଧି ଏହା ଦର୍ଶାଇଥାଏ ଯେ ଦେଶର ନାଗରିକ ସଶସ୍ତ୍ର ବଳଙ୍କ ଯୋଗଦାନ ପାଇଁ ସେମାନଙ୍କ ସମ୍ମାନ କରନ୍ତି ।

ପ୍ରଧାନମନ୍ତ୍ରୀ ଭାରତୀୟ ରକ୍ଷାବଳଙ୍କୁ ଅଧିକ ମଜଭୁତ ଓ ଆଧୁନିକ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଗୁଡିକର ବିବରଣୀ ପ୍ରଦାନ କରିଥିଲେ । ସେ କହିଲେ ଯେ ସୈନିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ।