ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ମରକ୍କୋ ମଧ୍ୟରେ ଜଳସମ୍ପଦ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାକୁ ମଞ୍ଜୁରି ମିଳିଛି ।
ଏହି ଏମ୍ଓୟୁର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ବିଶେଷଜ୍ଞତା ଓ ଆଇନର ଫ୍ରେମୱାର୍କ ଭିତରେ ରହି ଜଳସମ୍ପଦ ବିକାଶ ଓ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ । ଏହି ଏମ୍ଓୟୁ ମଧ୍ୟରେ ସାମିଲ ହୋଇଥିବା ଦ୍ୱିପାକ୍ଷିକ ସହଯୋଗ ହେଲା…
1- ହାଇଡ୍ରୋଲିକ ଭିତ୍ତିଭୂମିର ପରିକଳ୍ପନା, ପ୍ରାପ୍ତି ଓ ରକ୍ଷଣାବେକ୍ଷଣ ବିଶେଷ ଭାବେ ବୃହତ ଡ୍ୟାମ୍ ଓ ଜଳ ସ୍ଥାନାନ୍ତରଣ ପରିଯୋଜନା ସାମିଲ ରହିଛି ।
2- ଏକୀକୃତ ଜଳ ସମ୍ବଳ ପରିଚାଳନା ଅର୍ଥାତ୍, ଭୂପୃଷ୍ଠ ଓ ଭୂତଳ ସମ୍ବଳର ସଂଯୋଜକ ଉପଯୋଗ, ଜଳ ଉପଯୋଗ ଦକ୍ଷତା, ଜଳବାୟୁ ପରିବର୍ତ୍ତନର ଅନୁକୂଳ, ଜଳଶୋଧକର କୃତ୍ରିମ ପୁର୍ନଭରଣା, ସଂଗଠନାତ୍ମକ, ସଂସ୍ଥାଗତ ଓ ନିୟାମକ ଦିଗର ବୃଦ୍ଧି
3- ବନ୍ୟା ଓ ମରୁଡ଼ି ପରିଚାଳନା
4- ରିଚାର୍ଜ ସମେତ ଭୂତଳ ଜଳ ସମ୍ପଦର ସାମଗ୍ରିକ ବିକାଶ ଓ ପରିଚାଳନା ଏବଂ
5- ବର୍ଷା ଜଳ ସଂରକ୍ଷଣ ଓ ମୂଲ୍ୟାଙ୍କନ ଏବଂ ଏହାକୁ ପରିବେଶ ଅନୁକୂଳ ଓ ନମନୀୟତା
ଏହି ଏମ୍ଓୟୁ ଫଳରେ ଉଭୟ ରାଷ୍ଟ୍ରର ସମାନ ସଦସ୍ୟଙ୍କୁ ନେଇ ମିଳିତ ୱାର୍କିଂ ଗ୍ରୁପ ଗଠନ କରି ଏମ୍ଓୟୁରେ ସାମିଲ ଥିବା କାର୍ଯ୍ୟକୁ ପୂରଣ ନିମନ୍ତେ ଗତିବିଧିକୁ ତଦାରଖ କରିବା ସାମିଲ ଅଛି । ଏହି ୱାର୍କିଂ ଗ୍ରୁପ ପ୍ରତି ବର୍ଷ ବୈଠକ କରିବ । ଏହି ବୈଠକ ବର୍ଷେ ଛଡ଼ା ବର୍ଷେ ପାର୍ଥକ୍ୟରେ ଉଭୟ ଭାରତ ଓ ମରକ୍କୋରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ୱାର୍କିଂ ଗ୍ରୁପ ଚାହିଁଲେ ଯେକୌଣସି ସମୟରେ ଟେଲିଫୋନ ଓ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିପାରିବେ ।
**********