Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜଳ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଯୋଜନାକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜଳ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାର ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଅଣ-ସୌର ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତା (ଆରପିଓ)ର ଅଂଶବିଶେଷ ସ୍ୱରୂପ ବଡ ଜଳବିଦ୍ୟୁତ ପ୍ରକଳ୍ପର ଘୋଷଣା ଏଥିରେ ସାମିଲ ରହିଛି ।

ବିବରଣୀ:

1) ବଡ ଜଳ ବିଦ୍ୟୁତ ଯୋଜନାମାନଙ୍କର ଘୋଷଣା ଅକ୍ଷୟ ଶକ୍ତି ସ୍ରୋତ ଭାବେ କରାଯିବ (ବର୍ତ୍ତମାନର ପ୍ରଚଳନ ଅନୂଯାୟୀ, କେବଳ 25 ମେଗାୱାଟରୁ କମ କ୍ଷମତା ସମ୍ପନ୍ନ ଜଳ ବିଦ୍ୟୁତ ପ୍ରକଳ୍ପମାନଙ୍କୁ ଅକ୍ଷୟ ଶକ୍ତି ରୂପରେ ଶ୍ରେଣୀବଦ୍ଧ କରାଯାଇଛି) ।

2) ଏହି ଉପାୟମାନଙ୍କର ଅଧିସୂଚନା ବ୍ୟତୀତ ଆରମ୍ଭ କରାଯାଇଥିବା ବଡ ବଡ ଜଳ ବିଦ୍ୟୁତ ଯୋଜନାଗୁଡ଼ିକ ଅଣ-ସୌରର ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତା ଅନ୍ତର୍ଗତ ଏଥିରେ ସାମିଲ ହେବେ (ଲଘୁ ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ପୂର୍ବରୁ ହିଁ ଏଥିରେ ସାମିଲ ଅଛନ୍ତି) । ଜଳ ବିଦ୍ୟୁତ କ୍ଷେତ୍ରରେ ଅତିରିକ୍ତ ପ୍ରକଳ୍ପ କ୍ଷମତା ଆଧାରରେ ବିଦ୍ୟୁତ ମନ୍ତ୍ରଣାଳୟ ଦ୍ୱାରା ବଡ ଜଳ ବିଦ୍ୟୁତ ପ୍ରକଳ୍ପମାନଙ୍କର ବାର୍ଷିକ ଲକ୍ଷ୍ୟ ବାବଦରେ ଅଧିସୂଚିତ କରାଯିବ । ବଡ ଜଳ ବିଦ୍ୟୁତ ପ୍ରକଳ୍ପମାନଙ୍କର ପରିଚାଳନା ପାଇଁ ଶୁଳ୍କ ନୀତି ଏବଂ ଶୁଳ୍କ ନିୟମରେ ଆବଶ୍ୟକ ସଂଶୋଧନ କରାଯିବ ।

3) ପ୍ରକଳ୍ପ ସମୟକୁ 40 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ ଶୁଳ୍କର ବ୍ୟାଙ୍କ ଲୋଡିଙ୍ଗ ଦ୍ୱାରା ଶୁଳ୍କ ନିର୍ଦ୍ଧାରିତ କରିବା ପାଇଁ ବିକାଶକାରୀଙ୍କୁ ନମନୀୟତା ପ୍ରଦାନ କରିବା, ଋଣ ଅବଧିକୁ 18 ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ଏବଂ 2 ପ୍ରତିଶତ ଶୁଳ୍କ ବୃଦ୍ଧି କରିବା ସହିତ ଶୁଳ୍କକୁ ଯୁକ୍ତିସଙ୍ଗତ କରାଇବା ।

4) ମାମଲା ଆଧାରରେ ଜଳ ବିଦ୍ୟୁତ ପ୍ରକଳ୍ପଗୁଡିକୁ ବନ୍ୟା ନିୟନ୍ତ୍ରଣ ଉପାଦାନ ପାଇଁ ଅର୍ଥ ଯୋଗାଣ କରିବା ଲାଗି ବଜେଟରେ ସହାୟତା ପ୍ରଦାନ କରିବା; ଏବଂ

5) ସଡକ ଓ ସେତୁ ଆଦି ମୌଳିକ ସୁବିଧାର ନିର୍ମାଣରେ ଆର୍ଥିକ ନିବେଶ ପୂରା କରିବା ପାଇଁ ବଜେଟରେ ସହାୟତା ପ୍ରଦାନ କରିବା । ବିଷୟ ଆଧାରରେ ଏହି ବାସ୍ତବିକ ନିବେଶ, ପ୍ରତି ମେଗାୱାଟ 1.5 କୋଟି ଟଙ୍କା ଦରରୁ ଅଧିକତମ 200 ମେଗାୱାଟ କ୍ଷମତା ସମ୍ପନ୍ନ ପ୍ରକଳ୍ପ ଏବଂ ପ୍ରତି ମେଗାୱାଟ 1.0 କୋଟି ଟଙ୍କା ମୂଲ୍ୟରୁ 200 ମେଗାୱାଟରୁ ଅଧିକ କ୍ଷମତା ସମ୍ପନ୍ନ ପ୍ରକଳ୍ପମାନଙ୍କ ପାଇଁ ହେବ ।
ରୋଜଗାର ସୃଷ୍ଟିର ସମ୍ଭାବନା ସହିତ ପ୍ରମୁଖ ପ୍ରଭାବ:

ଅଧିକାଂଶ ଜଳ ବିଦ୍ୟୁତ ପ୍ରକଳ୍ପ ହିମାଳୟର ଉଚ୍ଚସ୍ଥାନ ଏବଂ ଉତ୍ତରପୂର୍ବାଞ୍ଚଳରେ ଏହାଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ପ୍ରତ୍ୟକ୍ଷ ରୋଜଗାର ମିଳିବା ଫଳରେ ଏହି କ୍ଷେତ୍ରର ସାମାଜିକ-ଆର୍ଥିକ ବିକାଶ ସୁନିଶ୍ଚିତ ହେବ । ଏହାଦ୍ୱାରା ପରିବହନ, ପର୍ଯ୍ୟଟନ ଏବଂ ଅନ୍ୟ ଛୋଟ କାରବାର କ୍ଷେତ୍ରରେ ପରୋକ୍ଷ ରୋଜଗାର/ଉଦ୍ୟୋଗର ଅବସର ମଧ୍ୟ ଉପଲବ୍ଧ ହେବ । ଏହାର ଏକ ଅନ୍ୟ ଲାଭ ଏହା ମଧ୍ୟ ହେବ ଯେ ସୌର ଏବଂ ପବନ ଆଦି ଶକ୍ତି ସ୍ରୋତ ଦ୍ୱାରା 2022 ବର୍ଷ ପର୍ଯ୍ୟନ୍ତ ପାଖାପାଖି 160 ଗିଗାୱାଟ କ୍ଷମତାର ଏକ ସ୍ଥାୟୀ ଗ୍ରୀଡ଼ ଉପଲବ୍ଧ ହୋଇଯିବ ।

**********