Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାକର୍ତ୍ତାଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଛନ୍ତି ।

ସେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ସମ୍ପର୍କର ଅବତାରଣା କରିବା ସହିତ ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହର ସ୍ମୃତିଚାରଣ କରିଥିଲେ ଯେଉଁଠି ଇଣ୍ଡୋନେସିଆ ସମେତ 10ଟି ଆସିଆନ ରାଷ୍ଟ୍ରର ନେତାମାନେ ଯୋଗ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ 1950 ମସିହାରେ ଇଣ୍ଡୋନେସିଆର ରାଷ୍ଟ୍ରପତି ନୂଆଦିଲ୍ଲୀ ଠାରେ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବା ସଂଯୋଗବଶତଃ ନଥିଲା ।

ସେ କହିଥିଲେ ଯେ ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟମାନେ ଏ ଦେଶର ଗର୍ବ, ତଥାପି ସେମାନେ ଭାରତରେ ଥିବା ସେମାନଙ୍କ ମୂଳସମ୍ପର୍କ ସହ ଯୋଡ଼ି ହୋଇ ରହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଚାରି ବର୍ଷ ମଧ୍ୟରେ ଭାତରେ ଅସମାନ୍ତରାଳ ରୂପାନ୍ତରଣ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ, ସେ ଏଫଡିଆଇ, ଅର୍ଥ ବ୍ୟବସ୍ଥାର ଉନ୍ମୁଖତା, ଇଜ ଅଫ ଡୁଇଂ ବିଜନେସ ବା ସହଜ ବ୍ୟବସାୟ ପଦ୍ଧତି ଏବଂ ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରତିଦ୍ୱନ୍ଦ୍ୱିତା ବିଷୟରେ କହିଥିଲେ ।

ସେ କହିଥିଲେ ଯେ ଉଭୟ ଦେଶ ସେମାନଙ୍କ ଗଣତାନ୍ତ୍ରିକ ନୀତି ଏବଂ ବିବିଧତାକୁ ନେଇ ଗର୍ବିତ । ସେ ବାଲିଯାତ୍ରା, ଏବଂ ଖାଦ୍ୟ ଓ ଭାଷାରେ ରହିଥିବା ସମାନତାର ଉଦାହରଣ ଦେଇ ଦୁଇ ଦେଶର ସାଂସ୍କୃତିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଆଜି ସେ ଏବଂ ରାଷ୍ଟ୍ରପତି ୱିଡୋଡୋ ମିଳିତ ଭାବେ ଗୁଡ଼ି ପ୍ରଦର୍ଶନୀ ଉଦଘାଟନ କରିଥିଲେ, ଯାହାର ବିଷୟବସ୍ତୁ ରାମାୟଣ ଏବଂ ମହାଭାରତ ରହିଛି ।

ଭାରତରେ ହୋଇଥିବା ବିକାଶ ସମ୍ପର୍କରେ ସେ କହିଥିଲେ ଯେ କେନ୍ଦ୍ର ସରକାର ଏକ ବ୍ୟବସ୍ଥା ବିକଶିତ କରୁଛନ୍ତି ଯାହା ବିକାଶ ଅନୁକୂଳ ଏବଂ ଦୁର୍ନୀତିମୁକ୍ତ ହୋଇଥିବ । ସେ କହିଥିଲେ ଯେ ‘ବ୍ୟବସାୟିକ ସୁଗମତା’ରୁ ଏବେ ‘ସହଜ ଜୀବନଧାରଣ’ ଉପରେ ଗୁରୁତ୍ୱାରୋପ କରାଯାଉଛି । ଆମର ପ୍ରକ୍ରିୟା ପାରଦର୍ଶୀ ଏବଂ ସମ୍ବେଦନଶୀଳ ବୋଲି ସେ କହିଥିଲେ । ବିଭିନ୍ନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ହୋଇଥିବା ଗଣତାନ୍ତ୍ରିକ ବିକାଶର ସେ ଉଦାହରଣ ଦେଇଥିଲେ । ଭାରତର ଉଜ୍ଜ୍ୱଳ ଷ୍ଟାର୍ଟ-ଅପ ଇକୋସିଷ୍ଟମ ଏବଂ ଅନ୍ତର୍ଜାତୀୟ ସୌର ମେଂଟ ବିଷୟରେ କହିଥିଲେ ।

ବଞ୍ଚିତ ଲୋକମାନଙ୍କୁ ସହାୟତା ଲାଗି ଉଭୟ ଭାରତ ଏବଂ ଇଣ୍ଡୋନେସିଆ ସମ୍ବେଦନଶୀଳ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଭାରତ କାହାର ପାସପୋର୍ଟର ରଙ୍ଗ ଦେଖିନଥାଏ, ଏବଂ ସହାୟତା ଆବଶ୍ୟକ କରୁଥିବା ସମସ୍ତ ନାଗରିକଙ୍କୁ ସହାୟତା କରିଥାଏ । ସେ କହିଥିଲେ ଯେ ଭାରତ ଏବଂ ଇଣ୍ଡୋନେସିଆ ନାମରେ କେବଳ ସମାନତା ନାହିଁ, ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧରେ ସମାନତା ରହିଛି ।

ଭାରତରେ ହେଉଥିବା ପରିବର୍ତ୍ତନ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ନିମନ୍ତ୍ରଣ ଜଣାଇଥିଲେ ।

***