Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତିସଂଘ ସଦସ୍ୟ ରାଷ୍ଟ୍ରଙ୍କୁ ଆନ୍ତର୍ଜାତିକ ସୌର ସଙ୍ଗଠନର ସଭ୍ୟପଦ ଲାଗି ଆଇଏସଏ ବୁଝାମଣା ଢାଞ୍ଚାରେ ହେବ ସଂଶୋଧନ


ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଆନ୍ତର୍ଜାତିକ ସୌର ସଙ୍ଗଠନ (ISA)ର ସଦସ୍ୟତା ଲାଗି ଆଇଏସଏର ବୁଝାମଣା ଢାଞ୍ଚାରେ ସଂଶୋଧନ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ସୌର ସଙ୍ଗଠନର ପ୍ରଥମ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରାଯିବ । ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଲାଭ –

ମିଳିତ ଜାତିସଂଘର ସଦସ୍ୟ ଦେଶଗୁଡ଼ିକୁ ଆନ୍ତର୍ଜାତିକ ସୌର ସଙ୍ଗଠନର ସଦସ୍ୟତା ପ୍ରଦାନ କରିବା ଦ୍ୱାରା ସୌର ଶକ୍ତି ପ୍ରତି ରାଷ୍ଟ୍ରର ଜାତୀୟ ଏଜେଣ୍ଡାରେ ସାମିଲ ହୋଇଯିବ ଏବଂ ସୌର ଶକ୍ତିର ବିକାଶ ଏବଂ ଉପଯୋଗ ଲାଗି ସାର୍ବଜନୀନ ଅପିଲ କରାଯାଇପାରିବ । ଏହା ଆଇଏସଏକୁ ସମାବେଶୀ କରିବ ଯାହା ଅଧୀନରେ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଆନ୍ତର୍ଜାତିକ ସୌର ସଙ୍ଗଠନର ସଦସ୍ୟ ହୋଇପାରିବେ । ସଦସ୍ୟତାର ସମ୍ପ୍ରସାରଣ ଦ୍ୱାରା ଆଇଏସଏ ବିଶ୍ୱସ୍ତରରେ ଲାଭ ପ୍ରଦାନ କରିବ ।

 

****************