ପିଏମଇଣ୍ଡିଆ

ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀମାନ ଦୀପକ ମିଶ୍ର, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀମାନ ରବିଶଙ୍କର ପ୍ରସାଦ, ଆଇନ ଆୟୋଗର ଅଧ୍ୟକ୍ଷ ଡଃ ଜଷ୍ଟିସ ବି.ଏସ.ଚୌହାନ, ନୀତି ଆୟୋଗର ଉପାଧ୍ୟକ୍ଷ ଡଃ ରାଜୀବ କୁମାର, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ପି.ପି.ଚୌଧୁରୀ, ଏହି ସଭାଗୃହରେ ଉପସ୍ଥିତ ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।
ଭାରତୀୟ ଗଣତନ୍ତ୍ରରେ ଆଜିର ଦିନ ଯେତିକି ପବିତ୍ର ସେତିକି ହିଁ ମହତ୍ୱପୂର୍ଣ୍ଣ ମଧ୍ୟ । ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ଆତ୍ମା ଯଦି କାହାରିକୁ କୁହାଯାଇପାରେ ତାହା ହେଉଛି ଆମର ସମ୍ବିଧାନ । ଏହି ଆତ୍ମାକୁ, ଏହି ଲିଖିତ ଗ୍ରନ୍ଥକୁ 68ବର୍ଷ ପୂର୍ବରୁ ସ୍ୱୀକାର କରାଯିବା ଅତ୍ୟନ୍ତ ଐତିହାସିକ ମୁହୂର୍ତ୍ତ ଥିଲା । ଏହି ଦିନ ଗୋଟିଏ ରାଷ୍ଟ୍ର ଭାବେ ଆମେ ନିର୍ଦ୍ଧାରଣ କରିଥିଲୁ କି ଭବିଷ୍ୟତରେ ଆମର ଦିଗ କେଉଁ ନିର୍ଦ୍ଦେଶରେ ଚାଲିବ, କେଉଁ ନିୟମ ଆଧାରରେ ହେବ । ସେହି ନିୟମ, ସେହି ସମ୍ବିଧାନ ଯାହାର ଗୋଟିଏ ଗୋଟିଏ ଶବ୍ଦ ଆମର ପାଇଁ ପବିତ୍ର, ପୂଜନୀୟ ଅଟେ ।
ଆଜିର ଦିନ ଦେଶର ସମ୍ବିଧାନ ନିର୍ମାତାଙ୍କୁ ସ୍ମରଣ କରିବାର ମଧ୍ୟ ଦିନ । ସ୍ୱାଧୀନତା ପରେ ଯେତେବେଳେ କୋଟି କୋଟି ଲୋକ ନୂଆ ଆଶାର ସହ ଆଗକୁ ବଢ଼ିବାର ସ୍ୱପ୍ନ ଦେଖୁଥିଲେ, ବିପରୀତ ପରିସ୍ଥିତି ସତ୍ତ୍ୱେ ସେମାନଙ୍କର ଉତ୍ସାହ ଶୀର୍ଷରେ ରହିଥିଲା, ସେହି ସମୟରେ ଦେଶ ସମ୍ମୁଖରେ ଏକ ଏଭଳି ସମ୍ବିଧାନ ପ୍ରସ୍ତୁତ କରିବା, ଯାହା ସମସ୍ତଙ୍କୁ ସ୍ୱୀକାର୍ଯ୍ୟ ହେବ, ତାହା ବହୁତ ସହଜ କାମ ନଥିଲା । ଯେଉଁ ଦେଶରେ ଗୋଟିଏ ଡଜନରୁ ଉର୍ଦ୍ଧ୍ଵ ବିଚାରଧାରା ଥିବ, ଶହେରୁ ଉର୍ଦ୍ଧ୍ଵ ଭାଷା ଥିବ, ସତର ଶହରୁ ଉର୍ଦ୍ଧ୍ଵ ଉପଭାଷା ଥିବ, ସହର ଓ ଗାଁ’ଗଣ୍ଡା ଏବଂ ଜଙ୍ଗଲ ପର୍ଯ୍ୟନ୍ତ ଲୋକ ରହୁଥିବେ, ସେମାନଙ୍କର ନିଜର ଆସ୍ଥା ରହିଥିବ, ସେମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବା, ସମସ୍ତଙ୍କ ଆସ୍ଥାକୁ ସମ୍ମାନ କରିବା ପରେ ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବା ସହଜ ନଥିଲା ।
ଏହି ହଲରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି, ଏ କଥାର ସାକ୍ଷୀ କି ସମୟ ସହ ଆମର ସମ୍ବିଧାନ ପ୍ରତ୍ୟେକ ପରୀକ୍ଷାକୁ ପାସ୍ କରିଛି । ଆମର ସମ୍ବିଧାନ ସେହି ଲୋକମାନଙ୍କ ପ୍ରତିଟି ସେହି ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି, ଯେଉଁମାନେ କହୁଥିଲେ କି ସମୟ ସହ ଯେଉଁ ଚାଲେଞ୍ଜ ଦେଶ ସମ୍ମୁଖକୁ ଆସିବ, ତା’ର ସମାଧାନ ଆମର ସମ୍ବିଧାନ ଦେଇପାରିବ ନାହିଁ ।
ଏଭଳି କୌଣସି ବିଷୟ ନାହିଁ, ଯାହାର ବିଶ୍ଲେଷଣ, ଯାହା ଉପରେ କି ନିୟମାବଳୀ ଆମକୁ ଭାରତୀୟ ସମ୍ବିଧାନରେ ମିଳିବ ନାହିଁ । ସମ୍ବିଧାନର ଏହି ଶକ୍ତିକୁ ବୁଝି ସମ୍ବିଧାନ ସଭାର ଅସ୍ଥାୟୀ ଅଧ୍ୟକ୍ଷ ଶ୍ରୀମାନ ସଚିଦାନନ୍ଦ ସିହ୍ନା ମହାଶୟ କହିଥିଲେ ଯେ-
“ମଣିଷ ଦ୍ୱାରା ରଚିତ ଯଦି କୌଣସି ରଚନାକୁ ଅମର କୁହାଯାଇପାରେ ତାହା ହେଉଛି ଭାରତର ସମ୍ବିଧାନ ।”
ଆମର ସମ୍ବିଧାନ ଯେତିକି ଜୀବନ୍ତ, ସେତିକି ସମ୍ବେଦନଶୀଳ ମଧ୍ୟ । ଆମର ସମ୍ବିଧାନ ଯେତିକି ଉତ୍ତରଦାୟୀ, ସେତିକି ସକ୍ଷମ ମଧ୍ୟ । ସ୍ୱୟଂ ବାବା ସାହେବ ଭୀମରାଓ ଆମ୍ବେଦକର ସମ୍ବିଧାନ ସମ୍ପର୍କରେ କହିଥିଲେ କି – “ଏହା ବ୍ୟବହାରିକ, ଏହା ନମନୀୟ । ଶାନ୍ତି ହେଉ ଅବା ଯୁଦ୍ଧର ସମୟ, ଏଥିରେ ଦେଶକୁ ଏକଜୁଟ ରଖିବାର ଶକ୍ତି ଅଛି” । ବାବା ସାହେବ ଆହୁରି ମଧ୍ୟ କହିଥିଲେ ଯେ ‘ସମ୍ବିଧାନକୁ ସମ୍ମୁଖରେ ରଖି ଯଦି କିଛି ଭୁଲ୍ ବି ହେଉଛି, ତା’ହେଲେ ସେହି ଭୁଲ୍ ସମ୍ବିଧାନର ନୁହେଁ, ବରଂ ସମ୍ବିଧାନ ପାଳନ କରୁଥିବା ସଂସ୍ଥାର ହେବ ।’
ଭାଇ ଓ ଭଉଣୀମାନେ, ଏହି 68ବର୍ଷ ମଧ୍ୟରେ ସମ୍ବିଧାନ ଏକ ଅଭିଭାବକ ଭାବେ ଆମକୁ ସଠିକ୍ ରାସ୍ତାରେ ଚାଲିବା ଶିଖାଇଛି । ଏକ ଅଭିଭାବକ ଭାବେ ଆମର ସମ୍ବିଧାନ ଦେଶକୁ ଗଣତନ୍ତ୍ର ମାର୍ଗରେ ପରିଚାଳିତ କରିବା ବଜାୟ ରଖିଛି । ତାକୁ ବିଭ୍ରାନ୍ତ କରିବାକୁ ରୋକିଛି । ଏହି ଅଭିଭାବକ ପରିବାରର ସଦସ୍ୟ ଭାବେ ଆମେ ସମସ୍ତେ ଏହି ସଭାଗୃହରେ ଉପସ୍ଥିତ ଅଛୁ । ସରକାରୀ, ନ୍ୟାୟପାଳିକା, ପ୍ରଶାସନିକ ଆମେ ସମସ୍ତେ ଏହି ପରିବାରର ସଦସ୍ୟ ଅଟୁ ।
ବନ୍ଧୁଗଣ, ଆଜି ସମ୍ବିଧାନ ଦିବସ ଆମ ପାଇଁ ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ ନେଇ ଆସିଛି । କ’ଣ ଗୋଟିଏ ପରିବାରର ସଦସ୍ୟ ଭାବେ ଆମେ ଉକ୍ତ ମର୍ଯ୍ୟାଦାକୁ ପାଳନ କରୁଛୁ ।
ଯାହା ଆଶା ଆମର ଅଭିଭାବକ, ଆମର ସମ୍ବିଧାନ ଆମଠାରୁ କରିଥିଲା କ’ଣ ଗୋଟିଏ ପରିବାରର ସଦସ୍ୟ ଭାବେ ଆମେ ପରସ୍ପରକୁ ସୁଦୃଢ଼ କରିବା ପାଇଁ, ସହଯୋଗ କରିବା ପାଇଁ କାମ କରୁଛୁ?
ଭାଇ ଓ ଭଉଣୀମାନେ, ଏହି ପ୍ରଶ୍ନ କେବଳ ନ୍ୟାୟପାଳିକା ଅବା ସରକାରରେ ବସିଥିବା ଲୋକଙ୍କ ସାମ୍ନାରେ ନୁହେଁ ବରଂ ଦେଶର ପ୍ରତିଟି ସେହି ସ୍ତମ୍ଭ, ପ୍ରତିଟି ସେହି ସଂସ୍ଥା ସମ୍ମୁଖରେ, ଯାହା ଉପରେ ଆଜି କୋଟି କୋଟି ଲୋକଙ୍କ ଆଶା ନିବଦ୍ଧ ରହିଛି । ଏହି ସଂସ୍ଥାଗୁଡ଼ିକର ଗୋଟିଏ ଗୋଟିଏ ନିଷ୍ପତ୍ତି, ଗୋଟିଏ ଗୋଟିଏ ପଦକ୍ଷେପ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି । ପ୍ରଶ୍ନ ଉଠୁଛି କି କ’ଣ ଏହି ସଂସ୍ଥାଗୁଡ଼ିକ ଦେଶର ବିକାଶ ପାଇଁ, ଦେଶର ଆବଶ୍ୟକତାକୁ ବୁଝି, ଦେଶ ସମ୍ମୁଖରେ ଥିବା ଚାଲେଞ୍ଜକୁ ବୁଝି, ଦେଶର ଲୋକଙ୍କ ଆଶା-ଆକାଂକ୍ଷାକୁ ବୁଝି, ପରସ୍ପରକୁ ସହଯୋଗ କରୁଛନ୍ତି? ପରସ୍ପରକୁ ସହାୟତା, ପରସ୍ପରକୁ ସୁଦୃଢ଼ କରୁଛନ୍ତି?
ଭାଇ ଓ ଭଉଣୀମାନେ, 75ବର୍ଷ ପୂର୍ବରୁ ଯେତେବେଳେ 1942 ମସିହାରେ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନର ଆହ୍ୱାନ କରିଥିଲେ, ସେତେବେଳେ ଦେଶ ଏକ ନୂଆ ଉନ୍ମାଦନାରେ ଭରି ଯାଇଥିଲା । ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଗଳି, ପ୍ରତ୍ୟେକ ସହର, ପ୍ରତ୍ୟେକ ଅଂଚଳରେ ସେହି ଉନ୍ମାଦନା ସଠିକ୍ ଭାବେ ବ୍ୟବସ୍ଥିତି ହେଉଥିଲା ଓ ଏହାର ପରିଣାମ ସ୍ୱରୂପ 5ବର୍ଷ ପରେ ସ୍ୱାଧୀନତା ମିଳିଥିଲା, ଆମେ ସ୍ୱାଧୀନ ହୋଇଥିଲୁ ।
ଏବେ ଆଜିଠୁ ପାଞ୍ଚ ବର୍ଷ ପରେ ଆମେ ସମସ୍ତେ ସ୍ୱାଧୀନତାର 75ବର୍ଷ ପର୍ବ ପାଳନ କରିବୁ । ଏହି ପାଞ୍ଚ ବର୍ଷ ମଧ୍ୟରେ ଆମକୁ ଏକଜୁଟ ହୋଇ ସେଭଳି ଏକ ଭାରତର ସ୍ୱପ୍ନ ପୁରା କରିବାକୁ ପଡ଼ିବ, ଯେଉଁ ଭାରତର ସ୍ୱପ୍ନ ଆମର ସ୍ୱାଧୀନତା ସଂଗ୍ରାମୀ ଦେଖିଥିଲେ । ଏଥିପାଇଁ ସମ୍ବିଧାନରୁ କ୍ଷମତା ପାଉଥିବା ପ୍ରତ୍ୟେକ ସଂସ୍ଥାକୁ, ନିଜର ଶକ୍ତିକୁ ବ୍ୟବସ୍ଥିତ କରିବାକୁ ହେବ, ତାକୁ କେବଳ ନବ-ଭାରତର ସ୍ୱପ୍ନ ପୂରଣ କରିବାରେ ଲଗାଇବାକୁ ପଡ଼ିବ ।
ବନ୍ଧୁଗଣ, ଏହି କଥା ଆଜି ବହୁତ ମହତ୍ୱପୂର୍ଣ୍ଣ । କାରଣ ଜନଭାବନାର ଏଭଳି ପ୍ରବଳତା ଆମର ଦେଶରେ ଦଶନ୍ଧି ପରେ ଦେଖିବାକୁ ମିଳିଛି । ଭାରତ ଆଜି ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ର । ଏହି ଯୁବ ଶକ୍ତିକୁ ଲକ୍ଷ୍ୟ ଦେବା ନିମନ୍ତେ ଦେଶର ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥାକୁ ମିଶି କାମ କରିବାର ଆବଶ୍ୟକତା ରହିଛି ।
ବିଂଶ ଶତାବ୍ଦୀରେ ଆମେ ଗୋଟିଏ ଥର ଏହି ଅବସରକୁ ହରାଇ ସାରିଛୁ । ଏବେ ଏକବିଂଶ ଶତାବ୍ଦୀରେ ଭାରତକୁ ନୂଆ ଶିଖରକୁ ନେଇଯିବା ପାଇଁ, ନବ-ଭାରତ ଗଠନ ପାଇଁ, ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ । ସଂକଳ୍ପ ସହ ମିଶି କାମ କରିବାର, ପରସ୍ପରକୁ ସୁଦୃଢ଼ କରିବାର ସଂକଳ୍ପ ନେବାକୁ ପଡ଼ିବ ।
ଭାଇ ଓ ଭଉଣୀମାନେ, ଦେଶ ସମ୍ମୁଖରେ ଥିବା ଚାଲେଞ୍ଜର ମୁକାବିଲା ପାଇଁ ଏକଜୁଟ ହେବାର ମହତ୍ୱ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ଏକ ଆଲୋଚନା ବେଳେ ବିସ୍ତୃତ ଭାବେ ବୁଝାଇଥିଲେ । ସେ କହିଥିଲେ କି-
‘ଆମେ ସମସ୍ତଙ୍କୁ ଏ ବିଶ୍ୱାସ ଦେଉଛୁ କି ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ, ଅପରିଷ୍କାର ମୂଳପୋଛ କରିବା ପାଇଁ, କ୍ଷୁଧା ଓ ରୋଗ ସମାପ୍ତ କରିବା ପାଇଁ, ଭେଦଭାବ ସମାପ୍ତ କରିବା ପାଇଁ, ଶୋଷଣ ସମାପ୍ତ କରିବା ପାଇଁ ଓ ବଂଚିବା ନିମନ୍ତେ ଉତ୍ତମ ପରିବେଶ ସୁନିଶ୍ଚିତ କରିବା ପାଇଁ ଆମେ ସର୍ବଦା ପ୍ରୟାସରତ ରହିବୁ । ଆମେ ଗୋଟିଏ ବହୁତ ବଡ଼ ମିଶନ୍ ରେ ବାହାରିଛୁ । ଆମକୁ ଆଶା ଅଛି କି ଏହି ପ୍ରୟାସରେ ଆମକୁ ସମସ୍ତ ଲୋକଙ୍କ ସହଯୋଗ ମିଳିବ, ସହାନୁଭୂତି ମିଳିବ ଓ ସମାଜର ପ୍ରତ୍ୟେକ ବର୍ଗର ସମର୍ଥନ ମିଳିବ ।”
ଭାଇ ଓ ଭଉଣୀମାନେ, ସମ୍ବିଧାନ ନିର୍ମାଣ ସହ ଜଡ଼ିତ ମହାନ ବ୍ୟକ୍ତିମାନଙ୍କ ଏହି ଚିନ୍ତନ ଯୋଗୁ ଆମର ସମ୍ବିଧାନକୁ ଏକ ‘ସାମାଜିକ ଦସ୍ତାବିଜ’ ବିବେଚନା କରାଯାଏ । ଏହା କେବଳ ଆଇନର ଏକ ପୁସ୍ତକ ନୁହେଁ ବରଂ ଏଥିରେ ଏକ ସାମାଜିକ ଦର୍ଶନ ମଧ୍ୟ ରହିଛି । 1947 ଅଗଷ୍ଟ 14ତାରିଖ ଅର୍ଥାତ ସ୍ୱାଧୀନତାର କିଛି ମୁହୂର୍ତ୍ତ ପୂର୍ବରୁ ରାଜେନ୍ଦ୍ର ବାବୁ କହିଥିବା ଏହି କଥାର ଆଜି ବି ସେତିକି ପ୍ରାସଙ୍ଗିକତା ରହିଛି । ଆମ ସମସ୍ତଙ୍କୁ କର୍ତ୍ତବ୍ୟ ତ ହେଉଛି ଦେଶର ସାଧାରଣ ନାଗରିକଙ୍କ ଜୀବନକୁ ଉତ୍ତମ କରାଇବା । ସେମାନଙ୍କୁ ଦାରିଦ୍ର୍ୟ-ଅପରିଚ୍ଛନ୍ନତା, କ୍ଷୁଧା ଓ ରୋଗରୁ ମୁକ୍ତ କରିବା । ତାକୁ ସମାନ ସୁଯୋଗ ଦେବା ଉଚିତ । ତାକୁ ନ୍ୟାୟ ଦେବାର ଅଛି, ତାକୁ ତା’ର ଅଧିକାର ଦେବାର ଅଛି । ଏହି କାର୍ଯ୍ୟ ପ୍ରତ୍ୟେକ ସଂସ୍ଥାରେ ଏକ ସନ୍ତୁଳନ ବଜାୟ ରଖି ଏକ ସଂକଳ୍ପ ନିର୍ଦ୍ଧାରଣ କରି ହିଁ ପୂରଣ କରାଯାଇପାରିବ ।
ଏହି ବୈଠକରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ବିଚାର ରଖିଥିଲେ । ସେ କହିଥିଲେ କି-
“ଯେ’ପର୍ଯ୍ୟନ୍ତ ଆମେ ଉଚ୍ଚ ପଦରେ ଥିବା ଭ୍ରଷ୍ଟାଚାରକୁ ସମାପ୍ତ କରିବା ନାହିଁ, ଭାଇ–ଭଣଜାବାଦକୁ ମୂଳପୋଛ କରିବାନି, କ୍ଷମତା ଲୋଭରେ, ମୁନାଫାଖୋରୀ ଓ କଳାବଜାରୀକୁ ହଟାଇବା ନାହିଁ ସେପର୍ଯ୍ୟନ୍ତ ଆମେ ପ୍ରଶାସନରେ ଦକ୍ଷତା ବୃଦ୍ଧି କରିପାରିବା ନାହିଁ କି ଜୀବନ ସହ ଜଡ଼ିତ ଥିବା ସେବାକୁ ସହଜରେ ଲୋକଙ୍କ ନିକଟରେ ପହଂଚାଇ ପାରିବ ନାହିଁ ।”
ବନ୍ଧୁଗଣ, ଏ କଥା ସ୍ୱାଧୀନତାର କିଛି ମୁହୂର୍ତ୍ତ ପୂର୍ବର ଥିଲା । 1947 ଅଗଷ୍ଟ 14, ଏକ ଦାୟିତ୍ୱର ଭାବନା ଥିଲା, ଦେଶର ଆଭ୍ୟନ୍ତରୀଣ ଦୁର୍ବଳତାକୁ ଅନୁଭବ କରିବା ସହ ସେହି ଦୁର୍ବଳତାକୁ କିଭଳି ଦୂର କରାଯିବ ତା’ର ମଧ୍ୟ ଅନୁଭବ ରହିଥିଲା । ଦୁର୍ଭାଗ୍ୟବଶତଃ ସ୍ୱାଧୀନତାର ଏତେ ବର୍ଷ ପରେ ବି ଆଭ୍ୟନ୍ତରୀଣ ଦୁର୍ବଳତା ଦୂର କରାଯାଇ ପାରିନାହିଁ । ତେଣୁ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପକ ସଭା-3ଟି ସ୍ତରରେ ଏହାକୁ ନେଇ ମନ୍ଥନ କରାଯିବାର ଆବଶ୍ୟକତା ରହିଛି କି ପରିବର୍ତ୍ତିତ ପରିସ୍ଥିତିରେ କିଭଳି ଆଗକୁ ଯାଇ ହେବ । ଆମେ କାହାରିକୁ ଭୁଲ୍ ଅବା କାହାରିକୁ ଠିକ୍ ବୋଲି ଦାୟୀ କରିବାର ନାହିଁ । ନିଜ ନିଜର ଦୁର୍ବଳତାକୁ ଆମେ ଜାଣିଛେ, ନିଜର ଶକ୍ତି ସହ ମଧ୍ୟ ପରିଚିତ ଅଛୁ ।
ଭାଇ ଓ ଭଉଣୀମାନେ, ବର୍ତ୍ତମାନର ସମୟ ତ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଭଳି । ଦେଶରେ ଆତ୍ମବିଶ୍ୱାସର ଏଭଳି ପରିବେଶ ଦୀର୍ଘବର୍ଷ ପରେ ତିଆରି ହୋଇଛି । ନିଶ୍ଚିତ ଭାବେ ଏହା ପଛରେ 125 କୋଟି ଭାରତୀୟଙ୍କ ଇଚ୍ଛାଶକ୍ତି କାମ କରୁଛି । ଏହି ସକରାତ୍ମକ ପରିବେଶକୁ ଆଧାର କରି ଆମ ନବ-ଭାରତ ମାର୍ଗରେ ଆଗକୁ ବଢ଼ି ଚାଲିବାକୁ ହେବ । ସାମର୍ଥ୍ୟ ଓ ସମ୍ବଳର ଅଭାବ ଆମ ପାଖରେ ନାହିଁ । କେବଳ ଆମକୁ ସମୟ ଉପରେ ଧ୍ୟାନ ଦେବାକୁ ପଡ଼ିବ ।
ଆମେ ଭାବିବା କି ଆମ ପାଖରେ ବହୁତ ସମୟ ଅଛି, ଆଗାମୀ ପିଢି ହିଁ ସବୁ କରିବ, ସମସ୍ତ ରିସ୍କ ଉଠାଇବ, ତା’ହେଲେ ଇତିହାସ ଆମକୁ କଦାପି କ୍ଷମା ଦେବ ନାହିଁ । ଯାହା କରିବାର ଅଛି ଆମକୁ ଏବେ କରିବାକୁ ପଡ଼ିବ । ଏହି ସମୟରେ ହିଁ କରିବାର ଅଛି । ଆମେ ଏହା ଭାବି ରହିଯିବାନି କି ଏହାର ପରିଣାମ ଆସିଲା ବେଳକୁ ଆମେ ନଥିବୁ ।
ମୋର ବନ୍ଧୁଗଣ, ଆମେ ରହେ ବା ନରହେ କିନ୍ତୁ ଏ ଦେଶ ରହିବ । ଆମେ ଅବଶ୍ୟ ରହିବାନି, କିନ୍ତୁ ଯେଉଁ ବ୍ୟବସ୍ଥା ଆମେ ଦେଶକୁ ଦେବା ତାହା ସୁରକ୍ଷିତ-ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ଭାରତର ବ୍ୟବସ୍ଥା ହେବା ଉଚିତ୍ । ଏକ ଏଭଳି ବ୍ୟବସ୍ଥା, ଯାହା ଲୋକଙ୍କ ଜୀବନକୁ ସହଜ କରାଇବ, ଇଜି ଅଫ ଲିଭିଂକୁ ବୃଦ୍ଧି କରାଇବ ।
ବନ୍ଧୁଗଣ, ମୁଁ ସବୁବେଳେ କହେ ସରକାରର ଭୂମିକା ନିୟନ୍ତ୍ରକଠାରୁ ଅଧିକ ସୁବିଧା ପ୍ରଦାନକାରୀ ହେବା ଉଚିତ । ଆଜି ଆପଣ ବି ଏହା ଅନୁଭବ କରୁଥିବେ କି ଏବେ ପାସପୋର୍ଟ ଆପଣଙ୍କୁ କେତେ ଶୀଘ୍ର ମିଳିଯାଉଛି । ଅତି ବେଶୀରେ ଦୁଇଦିନ ନହେଲେ ତିନି ଦିନ । ନଚେତ୍ ଏହି ପାସପୋର୍ଟ ଆପଣଙ୍କୁ ପୂର୍ବରୁ ମାସ-ଦୁଇମାସରେ ମିଳୁଥିଲା । ଗତ ଦୁଇ ତିନିଥର ହେବ ଆପଣଙ୍କୁ ଆୟକର ଫେରସ୍ତ ପାଇବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁନଥିବ ।
ଆପଣ ଦେଖିଥିବେ କି ବ୍ୟବସ୍ଥା ଏବେ ଦ୍ରୁତ ହେଉଛି, ଗତିଶୀଳ ହେଉଛି । ଆଉ ଏହି ଗତି କେବଳ ଆପଣମାନଙ୍କର ନୁହେଁ, ଦେଶର ମଧ୍ୟବିତ୍ତ, ଗରିବ, ସମସ୍ତଙ୍କ ଜୀବନକୁ ସହଜ କରିଦେଇଛି ।
ଏବେ ଭାବନ୍ତୁ, ଗ୍ରୁପ୍ ସି ଓ ଡି ଚାକିରିରେ ସାକ୍ଷାତକାର ସମାପ୍ତ ହେବା ଦ୍ୱାରା ଯୁବବର୍ଗଙ୍କ କେତେ ସମୟ ସୁରକ୍ଷିତ ରହିଲା । କେତେ ଟଙ୍କା ସଂଚୟ ହେଲା । ଦସ୍ତାବିଜକୁ ପୂର୍ବରୁ ଗେଜେଟେଡ ଅଫିସର ଦ୍ୱାରା ଏଟେଷ୍ଟେଡ କରିବା ଜରୁରୀ ଥିଲା । ତାହା ବି ଏବେ କରିବାକୁ ପଡ଼ୁନାହିଁ । ଏଥିଯୋଗୁ ସେମାନଙ୍କୁ ଏଣେ ତେଣେ ଦୌଡ଼ିବାକୁ ପଡ଼ୁଥିଲା । ଚାରି ଲୋକଙ୍କୁ ଫୋନ୍ କରିବାକୁ ପଡ଼ୁନାହିଁ କି ଭାଇ କେଉଁ ଗେଜେଟେଡ୍ ଅଫିସରଙ୍କୁ ଜାଣିଛ କି? କୌଣସି ସାଂସଦ-ବିଧାୟକଙ୍କୁ ଜାଣିଛ କି ?
ବନ୍ଧୁଗଣ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ଦେଶରେ 27ହଜାର କୋଟି ଟଙ୍କା ଏଭଳି ଥିଲା, ଯାହା ଉପରେ କାହାରି ଦାବି ନଥିଲା । ଏହି ଟଙ୍କାକୁ ଶ୍ରମିକମାନେ, କର୍ମଚାରୀମାନେ ନିଜ ନିଜ ପ୍ରୋଭିଡେଣ୍ଟ ପାଣ୍ଠିରେ ଜମା କରିଥିଲେ ଓ ପରେ ସ୍ଥାନ ବଦଳାଇବା ଯୋଗୁ ସେମାନେ ଉକ୍ତ ଟଙ୍କା ଉପରେ ଦାବି କରିପାରୁନଥିଲେ । ଥରେ ସହର ଛାଡ଼ିଗଲେ, କିଏ ଫେରିକି ଯିବ, କେଉଁଠିକି ଦୌଡ଼ାଦୌଡ଼ି କରିବ ।
ଏହା ଆମର ଶ୍ରମିକ ଓ ମଧ୍ୟବିତ୍ତ ବର୍ଗର ବହୁତ ବଡ଼ ସମସ୍ୟା ଥିଲା, ଯାହାକୁ ଏହି ସରକାର ୟୁନିଭର୍ସାଲ ଏକାଉଣ୍ଟ ନମ୍ବର ପ୍ରସ୍ତୁତ କରି ସମାଧାନ କରିଛି । ଏବେ କର୍ମଚାରୀ କେଉଁଠି ବି ଚାକିରି କରନ୍ତୁ, ତାଙ୍କ ପାଖରେ UAN ନମ୍ବର ରହୁଛି । ୟୁଏଏନ୍ ନମ୍ବରରେ ସେ ନିଜର ପିଏଫରୁ ଟଙ୍କା ଯେକୌଣସି ସ୍ଥାନରୁ କାଢ଼ିପାରିବେ ।
ବନ୍ଧୁଗଣ, ବୃହଦାରଣ୍ୟକ ଉପନିବେଷଦରେ କୁହାଯାଇଛି-
ତଦେତତ୍- କ୍ଷତ୍ରସ୍ୟ କ୍ଷୟଂ ୟଦ୍ଧର୍ମଃ
ତସ୍ମାଦ୍ଦର୍ମାତ୍ ପରଂ ନାସ୍ତି
ଅଥୋ ଅବଲିୟାନ୍ ବଲିୟାଂସମାଶଂସତେ ଧର୍ମେଣ
ଯଥା ରାଜା ଏବମ୍……
( तदेतत् – क्षत्रस्य क्षत्रं यद्धर्म:
तस्माद्धर्मात् परं नास्ति
अथो अबलीयान् बलीयांसमाशंसते धर्मेण
यथा राज्ञा एवम् )
ଅର୍ଥାତ “ଆଇନ” ସମ୍ରାଟଙ୍କର ସମ୍ରାଟ । ଆଇନ ଉପରେ କିଛି ନାହିଁ । ଆଇନରେ ହିଁ ରାଜାଙ୍କ ଶକ୍ତି ନିହିତ ରହିଛି ଓ ଆଇନରେ ହିଁ ଗରିବ-ଦୁର୍ବଳଙ୍କୁ ଶକ୍ତିର ସହ ଲଢ଼ିବାର ଉନ୍ମାଦନା, ଉତ୍ସାହ ଦେଇଥାଏ, ସେମାନଙ୍କୁ ସକ୍ଷମ କରାଇଥାଏ । ଏହି ମନ୍ତ୍ରରେ ଚାଲି ଆମର ସରକାର ମଧ୍ୟ ନୂଆ ଆଇନ ପ୍ରଣୟନ କରି ପୁରୁଣା ଆଇନକୁ ସମାପ୍ତ କରି ‘ଇଜି ଅଫ ଲିଭିଂ’କୁ ବୃଦ୍ଧି ପାଇଁ କାମ କରିଛି ।
ଗତ ତିନି-ସାଢ଼େ ତିନିବର୍ଷ ମଧ୍ୟରେ ପ୍ରାୟ 1200 ପୁରୁଣା ଆଇନକୁ ସମାପ୍ତ କରାଯାଇ ସାରିଛି । ଯେଭଳି ସର୍ଦ୍ଦାର ପଟେଲ ଦେଶର ଏକୀକରଣ କରିଥିଲେ, ଠିକ୍ ସେମିତି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା କାମ ଜିଏସଟି ମାଧ୍ୟମରେ ହୋଇଛି । ଦଶନ୍ଧି ପରେ ଗୋଟିଏ ଦେଶ-ଗୋଟିଏ ଟିକସର ସ୍ୱପ୍ନ ସାକାର ପୂରଣ ହୋଇଛି ।
ଏଭଳି ଭାବେ ଦିବ୍ୟାଙ୍ଗ ପାଇଁ ଆଇନରେ ପରିବର୍ତ୍ତନର ନିଷ୍ପତ୍ତି ହେଉ, ଅନୁସୂଚିତ ଜାତି/ଜନଜାତି ଆଇନକୁ ଅଧିକ କଠୋର କରିବା ପାଇଁ ନିଷ୍ପତ୍ତି ହେଉ ଅବା ପୁଣି ବିଲଡରଙ୍କ ମନମୁଖୀ କାରବାର ରୋକିବା ପାଇଁ RERA, ଏ ସମସ୍ତ ଏଥିପାଇଁ କରାଯାଇଛି ଯାହାଫଳରେ ସାଧାରଣ ନାଗରିକଙ୍କୁ ଦୈନନ୍ଦିନ ଜୀବନରେ ହେବାକୁ ଥିବା ସମସ୍ୟା ହ୍ରାସ ପାଇବ ।
ବନ୍ଧୁଗଣ, ଏଠି ଏହି ହଲରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି କି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ କଳାଟଙ୍କା ବିରୋଧରେ ଯେଉଁ ଏସ୍ଆଇଟି ତିନିବର୍ଷ ପର୍ଯ୍ୟନ୍ତ ଅଟକି ରହିଥିଲା, ତା’ର ଗଠନ ଏହି ସରକାର ଶପଥ ନେବାର 3 ଦିନ ଭିତରେ କରିଦେଇଥିଲା । ଏହି ନିଷ୍ପତ୍ତି ବି ଯେତିକି କଳାଟଙ୍କା ଓ ଭ୍ରଷ୍ଟାଚାର ବିରୋଧ ଥିଲା, ସେତିକି ସାଧାରଣ ନାଗରିକ ସହ ଜଡ଼ିତ ହୋଇଥିଲା । ଦେଶରେ ହେଉଥିବା ପ୍ରତ୍ୟେକ ଭ୍ରଷ୍ଟାଚାର, କଳାଟଙ୍କାର ପ୍ରତ୍ୟେକ ଦେଣନେଣ କେଉଁଠି ନା କେଉଁଠି କୌଣସି ଗରିବର ଅଧିକାରକୁ ଛଡ଼ାଉଥିଲା, ତା’ର ଜୀବନରେ ସମସ୍ୟା ସୃଷ୍ଟି କରୁଥିଲା ।
ଭାଇ ଓ ଭଉଣୀମାନେ, ଆମେ ଛୋଟବଡ଼ ବହୁତ ନିଷ୍ପତ୍ତି ନେଇଛୁ କିନ୍ତୁ ଲୋକଙ୍କ ସମସ୍ୟାକୁ ବୁଝି ହିଁ ନେଇଛୁ । ଆମର ନିଷ୍ପତ୍ତି ସଠିକ୍ ହିଁ ନୁହେଁ ବରଂ ସମ୍ବେଦନଶୀଳ ବି ହୋଇଛି । ବନ୍ଧୁଗଣ, ଇଜ ଅଫ ଲିଭିଂ ଉପରେ ଧ୍ୟାନ ଦେବାର ସିଧା ପ୍ରଭାବ ପଡ଼ିଛି କି ଦେଶର ଇଜ ଅଫ୍ ଡୁଇଙ୍ଗ୍ ବିଜିନେସର ମାନ୍ୟତାରେ ବି ଅଦ୍ଭୁତପୂର୍ବ ସୁଧାର ହୋଇଛି । 2014 ମସିହା ପୂର୍ବରୁ ଯେଉଁଠି ଆମେ ଇଜ ଅଫ ଡୁଇଙ୍ଗ୍ ବିଜିନେସ୍ ରେଙ୍କିଙ୍ଗରେ 142 ନମ୍ବର ସ୍ଥାନରେ ଥିଲୁ, ଏବେ 100ତମ ସ୍ଥାନରେ ପହଂଚି ସାରିଛୁ ।
ମୁଁ ଖୁସି ଯେ ଆମର ନ୍ୟାୟପାଳିକା ବ୍ୟବସ୍ଥା ବି ଏ ଦିଗରେ ବହୁତ ପଦକ୍ଷେପ ନେଇଛନ୍ତି । ମୋତେ କୁହାଯାଇଛି କି ଚଳିତବର୍ଷ ଜାତୀୟସ୍ତରରେ ହୋଇଥିବା ଲୋକ ଅଦାଲତରେ 18ଲକ୍ଷ ପ୍ରି-ଲିଟିଗେସନ୍ ଓ 22ଲକ୍ଷ ପଡ଼ି ରହିଥିବା ମାମଲାର ସମାଧାନ ହୋଇଛି ।
ଭାଇ ଓ ଭଉଣୀମାନେ ଏହି ତଥ୍ୟ ଏହାର ପ୍ରମାଣ କି ଏଭଳି ବିବାଦ ଯାହା ପାରସ୍ପରିକ ଆଲୋଚନା ଅବା କୌଣସି ମଧ୍ୟସ୍ଥତାରେ ସମାଧାନ ହୋଇପାରିବ, ତାହା ବି ବହୁତ ସଂଖ୍ୟାରେ ଅଦାଲତକୁ ଆସୁଥିଲା । ମୋତେ ଜଣାନାହିଁ ଏହି ମାମଲା କେତେ ବର୍ଷ ଧରି ଅଟକି ରହିଥିଲା । କିନ୍ତୁ ନିଶ୍ଚିତ ଭାବେ ଏହି ମାମଲାର ସମାଧାନରେ ଆମର କୋର୍ଟଙ୍କ ବୋଝ ସାମାନ୍ୟ ହ୍ରାସ ପାଇଛି । ଏଥିରେ ଲୋକ ଅଦାଲତ ପ୍ରତି ଆମର ଦେଶରେ ଶ୍ରଦ୍ଧା ମଧ୍ୟ ବଢ଼ିଛି । ମୋତେ ଲାଗୁଛି କି ପଡ଼ି ରହିଥିବା କୋଟି କୋଟି ମାମଲାର ସମାଧାନରେ ଏଭଳି ଲୋକ ଅଦାଲତଙ୍କ ବହୁତ ବଡ଼ ଭୂମିକା ହୋଇପାରେ ।
ମୋତେ କୁହାଯାଉଛି କି ଏବେ ସେପ୍ଟେମ୍ବରରେ ହିଁ ପ୍ରଧାନ ବିଚାରପତି ପଡ଼ି ରହିଥିବା ମାମଲାକୁ ନେଇ ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ଚିଠି ଲେଖିଥିଲେ । ଏପ୍ରିଲର ଶୁଣାଣିରେ ବିଳମ୍ବକୁ ସେ ଆମର ନ୍ୟାୟ ବ୍ୟବସ୍ଥା ଓ ବିଶେଷକରି ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥାର ଦୁର୍ବଳତା ବୋଲି ବିବେଚନା କରିଥିଲେ । ମୋତେ ଏ ପରାମର୍ଶ ବି ବହୁତ ଭଲ ଲାଗିଲା କି କିଛି ମାମଲାର ଶୁଣାଣି ପାଇଁ ଶନିବାରକୁ ସ୍ୱତନ୍ତ୍ର ଖଣ୍ଡପୀଠ ବି ବସିପାରିବ । ପଡ଼ିରହିଥିବା ମାମଲାକୁ ହ୍ରାସ କରିବା ପାଇଁ ତାମିଲନାଡୁ ଓ ଗୁଜରାଟ ଭଳି ରାଜ୍ୟରେ ସାନ୍ଧ୍ୟ କୋର୍ଟର ପ୍ରୟୋଗ ମଧ୍ୟ କରାଯାଉଛି । ଏଭଳି ପ୍ରୟୋଗ ବାକି ରାଜ୍ୟରେ ବି କରାଯାଇପାରିବ ।
ବନ୍ଧୁଗଣ, ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲଜିର କ୍ରମବର୍ଦ୍ଧିଷ୍ଣୁ ଉପଯୋଗ ବି ଲୋକଙ୍କ ଜୀବନକୁ ସହଜ କରିବା, ଇଜ ଅଫ ଲିଭିଂକୁ ସହଜ କରିବାରେ ସହାୟକ ସାବ୍ୟସ୍ତ ହେବ । ଇ-କୋର୍ଟର ଯେତିକି ସମ୍ପ୍ରସାରଣ ହେବ, ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡର ଯେତିକି ସମ୍ପ୍ରସାରଣ ହେବ, ସେତିକି ଲୋକଙ୍କର କୋର୍ଟରେ ହେଉଥିବା ସମସ୍ୟା ହ୍ରାସ ପାଇବ । ଯେତେବେଳେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଦେଶର କୋର୍ଟଗୁଡ଼ିକ ଜେଲ ସହ ସଂଯୁକ୍ତ ହୋଇଯିବ, ସେତେବେଳେ କୋର୍ଟ ଓ ଜେଲ ପ୍ରଶାସନ ଉଭୟଙ୍କର ଫାଇଦା ହେବ ।
ମୋତେ ସୂଚନା ଦିଆଯାଇଛି କି ଗତ ଦୁଇବର୍ଷ ଭିତରେ ପ୍ରାୟ 500 କୋର୍ଟ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଜେଲ ସହ ଯୋଡି ହୋଇଛନ୍ତି ।
ମୋତେ ଟେଲି ଲ’ ସ୍କିମ୍ ସମ୍ପର୍କରେ ବି କୁହାଯାଇଛି । ଯାହାର ସହାୟତାରେ ଦେଶର ଦୁଗର୍ମ ଅଂଚଳରେ ରହୁଥିବା ଲୋକଙ୍କୁ, ଗାଁରେ ରହୁଥିବା ଗରିବଙ୍କୁ ଆଇନଗତ ପରାମର୍ଶ ଦିଆଯାଉଛି । ଏହି ସ୍କିମର ପରିସର ଯେତେ ଯେତେ ବଢ଼ିବ, ସେତିକି ଲୋକଙ୍କୁ ଫାଇଦା ମିଳିବ ।
ଆଉ ଏକ ଅଭିନବ ଚିନ୍ତାଧାରା ମୋତେ ବହୁତ ଭଲ ଲାଗିଲା ତାହା ହେଉଛି ଜଷ୍ଟିସ୍ କ୍ଲକ୍ । ଏହି କ୍ଲକ୍ ଏବେ ନ୍ୟାୟ ବିଭାଗରେ ଲଗାଯାଇଛି । ଏଥିରୁ ଶୀର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା କୋର୍ଟ ସମ୍ପର୍କରେ ସୂଚନା ମିଳୁଛି । ଏଭଳି ଜଷ୍ଟିସ କ୍ଲକ୍ ସମଗ୍ର ଦେଶର କୋର୍ଟରେ ଲଗାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଜଷ୍ଟିସ କ୍ଲକ୍ ଗୋଟିଏ ପ୍ରକାରର କୋର୍ଟକୁ ରେଙ୍କିଙ୍ଗ୍ ଦେବା ଭଳି କଥା ।
ଯେମିତି ସ୍ୱଚ୍ଛତାର ରେଙ୍କିଙ୍ଗ୍ ଆରମ୍ଭ କରିବା ପରେ ସହରଗୁଡ଼ିକ ମଧ୍ୟରେ ଗୋଟିଏ ପ୍ରତିଯୋଗିତା ଆରମ୍ଭ ହୋଇଥିଲା, କଲେଜର ରେଙ୍କିଙ୍ଗ୍ ଆରମ୍ଭ କରିବା ପରେ ସେ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତାର ଭାବନା ଆସିଥିଲା, ଠିକ୍ ସେମିତି ଯଦି ଜଷ୍ଟିସ କ୍ଲକ୍ ର ସମ୍ପ୍ରସାରଣ କରି, ସଂସ୍କାରର ଆବଶ୍ୟକତା ପଡ଼ିଲେ ସୁଧାର କରି କୋର୍ଟଗୁଡ଼ିକ ମଧ୍ୟରେ ବି ପେଷାଦାର ପ୍ରତିଯୋଗିତା ହୋଇପାରିବ । ଏହା ମୋର ଅନୁଭବ କି ପ୍ରତିଯୋଗିତାର ଭାବ ଆସିଲେ ବ୍ୟବସ୍ଥା ଗତିଶୀଳ ହୋଇଥାଏ । କମ୍ ସମୟରେ ଅଧିକ ସୁଧାର ଦେଖିବାକୁ ମିଳିଥାଏ । ମୁଁ ଆଇନ ସମ୍ପର୍କରେ ଜାଣେନି, କିନ୍ତୁ ମୋତେ ଲାଗୁଛି କି କୋର୍ଟରେ ପ୍ରତିଯୋଗିତା ବି ସହଜରେ ନ୍ୟାୟ ଉପଲବ୍ଧ ହେବା ଓ ଇଜ ଅଫ ଲିଭିଂକୁ ବୃଦ୍ଧି କରାଇବ ।
କାଲି ମାନନୀୟ ରାଷ୍ଟ୍ରପତି ମହୋଦୟ ମଧ୍ୟ ଏହା ଉପରେ ଚିନ୍ତା ବ୍ୟକ୍ତ କରିଥିଲେ କି ଗରିବ ନ୍ୟାୟ ପାଇଁ କୋର୍ଟ ପର୍ଯ୍ୟନ୍ତ ଆସିବାକୁ ଆଶଙ୍କାରେ ପଡ଼ିଯାଉଛି । ବନ୍ଧୁଗଣ, ଆମର ସମସ୍ତ ପ୍ରୟାସର ପରିଣାମ ଏଭଳି ହେବା ଉଚିତ୍ କି ଗରିବକୁ କୋର୍ଟଙ୍କ ପ୍ରତି ଭୟ ନୁହେଁ, ତାକୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ମିଳିବ ଓ କୋର୍ଟର ପ୍ରକ୍ରିୟାରେ ତା’ର ଖର୍ଚ୍ଚ ମଧ୍ୟ କମ୍ ହେବ ।
ବନ୍ଧୁଗଣ, ଆଜି ସମ୍ବିଧାନ ଦିବସ ଅବସରରେ ମୁଁ ଉକ୍ତ ଯୁବବର୍ଗଙ୍କୁ ବି ବିଶେଷ ଶୁଭକାମନା ଦେବାକୁ ଚାହୁଁଛି କି ଯେଉଁମାନେ 2018 ଜାନୁୟାରୀ 1ରୁ ଭୋଟ ଦେବାର ଅଧିକାର ପାଇବାକୁ ଯାଉଛନ୍ତି । ଏ ହେଉଛନ୍ତି ସେହି ଯୁବବର୍ଗ ଯେଉଁମାନେ ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଛନ୍ତି ଓ କିଛି ମାସ ପରେ ନିର୍ବାଚନରେ ପ୍ରଥମଥର ଭୋଟ ଦେବେ । ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଦାୟିତ୍ୱ ସେହି ଯୁବବର୍ଗଙ୍କ ଉପରେ ରହିଛି । ଆଉ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଉକ୍ତ ଯୁବବର୍ଗଙ୍କୁ ଏଭଳି ବ୍ୟବସ୍ଥା ଦେଇକରି ଯିବା, ଯାହା ସେମାନଙ୍କୁ ଅଧିକ ସୁଦୃଢ଼ କରାଇବ ଓ ସେମାନଙ୍କ ଶକ୍ତି ବଢ଼ାଇବ ।
ଏ ସନ୍ଦର୍ଭରେ ମୁଁ ଏକ ମହତ୍ୱପୂର୍ଣ୍ଣ ବିଷୟ ଆପଣ ସମସ୍ତ ବିଦ୍ୱାନଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି । ଏହି ବିଷୟ ହେଉଛି କେନ୍ଦ୍ର ଓ ରାଜ୍ୟରେ ଏକାଠି ନିର୍ବାଚନ କରାଇବା । ଗତ କିଛି ଦିନ ହେବ ଏହା ଉପରେ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି । କିଛି ରାଜନୀତିକ ଦଳ ମଧ୍ୟ ପ୍ରତି 4-6 ମାସରେ ହେଉଥିବା ନିର୍ବାଚନ ଯୋଗୁଁ ଦେଶ ଉପରେ ଯେଉଁ ଆର୍ଥିକ ବୋଝ ପଡ଼ୁଛି, ସମ୍ବଳ ଉପରେ ଚାପ ପଡ଼ୁଛି ତାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଏବେ ଯେମିତି 2009 ଲୋକସଭା ନିର୍ବାଚନର କଥା କହୁଛି । ସେହିବର୍ଷ ନିର୍ବାଚନ କରାଇବା ପାଇଁ ପ୍ରାୟ 1100 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି 2014 ଲୋକସଭା ନିର୍ବାଚନ କରିବା ପାଇଁ ପ୍ରାୟ 4ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ବ୍ୟତୀତ ପ୍ରାର୍ଥୀଙ୍କ ଖର୍ଚ୍ଚ ଭିନ୍ନ । ଗୋଟିଏ ଗୋଟିଏ ନିର୍ବାଚନରେ ହଜାର ହଜାର କର୍ମଚାରୀଙ୍କ ମୁତୟନ, ଲକ୍ଷାଧିକ ସୁରକ୍ଷାକର୍ମୀଙ୍କୁ ଏଠୁ ସେଠାକୁ ପଠାଇବା ମଧ୍ୟ ବ୍ୟବସ୍ଥା ଉପରେ ଚାପ ରହିଥାଏ । ଯେତେବେଳେ ଆଚରଣ ବିଧି ଲାଗୁ ହୋଇଯାଏ, ସେତେବେଳେ ସରକାର ଏତେ ସହଜରେ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି ନାହିଁ ।
ତେବେ ଏହାର ଠିକ୍ ଓଲଟା, ବିଶ୍ୱରେ ଏଭଳି କେତେକ ରାଷ୍ଟ୍ର ରହିଛି ଯେଉଁଠି ନିର୍ବାଚନର ତାରିଖ ନିର୍ଦ୍ଧାରିତ ହୋଇ ରହିଛି । ଲୋକ ଜାଣିଛନ୍ତି କି ସେମାନଙ୍କ ରାଷ୍ଟ୍ରରେ କେବେ ନିର୍ବାଚନ ହେବ, କେଉଁ ମାସରେ ନିର୍ବାଚନ ହେବ । ଏହାର ଫାଇଦା ହେଉଛି ଦେଶ ସର୍ବଦା ନିର୍ବାଚନ ମୁଡ୍ ରେ ରହିନଥାଏ । ନୀତି, ଯୋଜନା, ପ୍ରକ୍ରିୟା ଓ ତା’ର କାର୍ଯ୍ୟକାରିତା ଅଧିକ ଦକ୍ଷ ହୋଇଥାଏ ଓ ଦେଶର ସମ୍ବଳ ଉପରେ ଅନାବଶ୍ୟକ ବୋଝ ପଡ଼ି ନଥାଏ ।
ଏକସଙ୍ଗେ ନିର୍ବାଚନର ଅନୁଭବ ଭାରତର ପୂର୍ବରୁ ରହିଛି ଓ ଏହି ଅନୁଭବ ସୁଖଦ ମଧ୍ୟ ରହିଥିଲା । କିନ୍ତୁ ଆମର ତ୍ରୁଟି ଯୋଗୁ ଏହି ବ୍ୟବସ୍ଥା ମଝିରେ ଭାଙ୍ଗି ଯାଇଛି । ମୁଁ ଆଜି ସମ୍ବିଧାନ ଦିବସର ଏହି ଶୁଭ ଅବସରରେ ଉକ୍ତ ଚର୍ଚ୍ଚାକୁ ଆଗକୁ ବଢ଼ାଇବା ପାଇଁ ଅନୁରୋଧ କରୁଛି ।
ଭାଇ ଓ ଭଉଣୀମାନେ, ଯେତେବେଳେ ନିଜ ଉପରେ ବନ୍ଧନ ନଥାଏ, ବ୍ୟକ୍ତି ହେଉ ଅବା କୌଣସି ସରକାର ଅବା ସଂସ୍ଥା, ତା’ଉପରେ ଦିନେ ନା ଦିନେ ସଙ୍କଟ ଆସିବା ନିଶ୍ଚିତ । ଆମର ଏଠି ଏହା ବ୍ୟବସ୍ଥାର ବାଧ୍ୟବାଧକତା କି ସମୟ ସମୟରେ ଆମେ ନିଜକୁ ପରିଷ୍କୃତ କରି ଚାଲିଛୁ, ନିଜ ଉପରେ ହିଁ ବନ୍ଧନକୁ ସ୍ୱୀକାର କରି ଚାଲିଛୁ । ବିଶେଷକରି ଜନପ୍ରତିନିଧିମାନେ ଓ ରାଜନୀତିକ ଦଳଗୁଡ଼ିକର କଥା କହିଲେ ସେମାନେ ନିଜ ପାଇଁ ଅନେକ ବନ୍ଧନକୁ ସ୍ୱୀକାର କରିଛନ୍ତି । ଦେଶର ସ୍ୱାର୍ଥରେ, ସମାଜର ସ୍ୱାର୍ଥରେ ସ୍ୱୀକାର କରିଛନ୍ତି ।
ଯେମିତି ଆଜି ବହୁତ ଲୋକଙ୍କୁ ଜଣାନାହିଁ କି ନିର୍ବାଚନ ସମୟରେ ଯେଉଁ ଆଚରଣ ବିଧି ଲାଗୁ ହୋଇଥାଏ ତାହା କୌଣସି ଆଇନ ଦ୍ୱାରା ଲାଗୁ ହୁଏ ନାହିଁ ବରଂ ସେହି ଆଚରଣ ବିଧି ସ୍ୱୟଂ ରାଜନୀତିକ ଦଳଗୁଡ଼ିକ ସ୍ୱଇଚ୍ଛାରେ ସ୍ୱୀକାର କରିଛନ୍ତି ।
ସେହିପରି ସଂସଦରେ କେତେ ଆଇନ ପାସ୍ କରି ନେତାମାନେ ରାଜନୀତିକ ବ୍ୟବସ୍ଥାକୁ ପରିସୀମା ମଧ୍ୟରେ ରଖିବା ନିମନ୍ତେ ପଦକ୍ଷେପ ନେଇଛନ୍ତି । ରାଜନୀତିରେ ସ୍ୱଚ୍ଛତା ଆସୁ, ଏଥିପାଇଁ ପ୍ରୟାସ କରାଯାଇଛି ଓ କରାଯାଉଛି ମଧ୍ୟ । ସଂସ୍ଥା ଯାହାବି ହେଉ, ସେଥିରେ ଆତ୍ମ ନିୟନ୍ତ୍ରଣ, ଚେକ୍ ଏଣ୍ଡ ବାଲାନ୍ସର ବ୍ୟବସ୍ଥା ଯେତିକି ସୁଦୃଢ଼ ହେବ, ସେତିକି ହିଁ ସଂସ୍ଥା ଓ ତା’ ସହ ଜଡ଼ିତ ଅଙ୍ଗ ମଧ୍ୟ ସୁଦୃଢ଼ ହେବ ।
ଆଜି ଯେତେବେଳେ ଏହି ଅବସରରେ ସମ୍ବିଧାନର ତିନି ଆଧାରଭୂତ ସଂସ୍ଥା ମଧ୍ୟରେ ସନ୍ତୁଳନର ଆଲୋଚନା ହେଉଛି, ଆମକୁ ଧ୍ୟାନ ରଖିବାକୁ ହେବ କି ନ୍ୟାୟପାଳିକା, ବ୍ୟବସ୍ଥାପକ ସଭା ଓ କାର୍ଯ୍ୟପାଳିକା ମଧ୍ୟରେ ସନ୍ତୁଳନ ଆମର ସମ୍ବିଧାନର ମେରୁଦଣ୍ଡ ରହିଛି । ଏହି ସନ୍ତୁଳନ ଯୋଗୁ ଆମ ଦେଶ ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ର ମାର୍ଗରୁ ହଟିଯିବାର ସମସ୍ତ ପ୍ରୟାସକୁ ଖାରଜ କରିପାରିଥିଲା ।
ବନ୍ଧୁଗଣ, ସେତେବେଳେ ନିଜର ଐତିହାସିକ ରାୟରେ ସୁପ୍ରିମକୋର୍ଟ କହିଥିଲେ କି-
“ସମ୍ବିଧାନର ଭିତ୍ତିଭୂମି ସ୍ୱରୂପ ଅନ୍ତର୍ଗତ, ସମ୍ବିଧାନିକ ଭାବେ ଅଲଗା ତିନି ଅଙ୍ଗ, ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ସୀମାକୁ ଅତିକ୍ରମ କରି ପରସ୍ପରର ସୀମାରେ ପ୍ରବେଶ କରିପାରିବେ ନାହିଁ । ଏହା ସମ୍ବିଧାନର ପ୍ରଭୁତ୍ୱର ସିଦ୍ଧାନ୍ତର ଯୁକ୍ତିଯୁକ୍ତ ଓ ପ୍ରାକୃତିକ ଅର୍ଥ” ।
ସମ୍ବିଧାନର ଏହି ଶକ୍ତି ଯୋଗୁ ବାବା ସାହେବ ଉକ୍ତ ମୂଳ ଦସ୍ତାବିଜକୁ ମାନୁଥିଲେ । ଗୋଟିଏ ଏଭଳି ଦସ୍ତାବିଜ ଯାହା କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପକ ସଭାର ସ୍ଥିତି ଓ କ୍ଷମତାକୁ ପରିଭାଷିତ କରୁଥିଲା ।
ଡଃ ଆମ୍ବେଦକର କହିଥିଲେ :-
“ସମ୍ବିଧାନର ଉଦ୍ଦେଶ୍ୟ କେବଳ ସଂଘର ତିନି ଅଙ୍ଗର ନିର୍ମାଣ କରିବା ନୁହେଁ ବରଂ ଏହାର ଅଧିକାରର ସୀମା ମଧ୍ୟ ନିର୍ଦ୍ଧାରଣ କରିବା । ଏହା ଏଇଥିପାଇଁ ଆବଶ୍ୟକ କାରଣ ଯଦି ସୀମା ନିର୍ଦ୍ଧାରିତ ନହେବ ସଂସ୍ଥାଗୁଡ଼ିକ ମଧ୍ୟରେ ନିରଙ୍କୁଶତା ଆସିଯିବ ଓ ସେମାନେ ଉତ୍ପୀଡ଼ନ କରିବାରେ ଲାଗିବେ । ତେଣୁ ବ୍ୟବସ୍ଥାପକ(Legislature)କୁ କୌଣସି ବି ଆଇନ ପ୍ରସ୍ତୁତ କରିବାରେ ସ୍ୱାଧୀନତା ରହିବା ଉଚିତ୍, କାର୍ଯ୍ୟପାଳିକାକୁ କୌଣସି ବି ନିଷ୍ପତ୍ତି ନେବାର ସ୍ୱାଧୀନତା ରହିବା ଉଚିତ୍ ଓ ସୁପ୍ରିମକୋର୍ଟଙ୍କୁ ଆଇନର ବିଶ୍ଲେଷଣ କରିବାର ସ୍ୱାଧୀନତା ରହିବା ଉଚିତ୍ ।”
ବାବା ସାହେବଙ୍କର ଏହି କଥାରେ ଚାଲି ଆମେ ଆଜି ଏପର୍ଯ୍ୟନ୍ତ ପହଂଚି ପାରିଛେ ଓ ଗର୍ବର ସହ ସମ୍ବିଧାନ ଦିବସ ପାଳନ କରୁଛେ । ସମ୍ବିଧାନର ଏହି ବିଶେଷତ୍ୱ, ସମ୍ବିଧାନର ମୌଳିକ ଢାଂଚା ସହ ଜଡ଼ିତ 3ଟି ସଂସ୍ଥା ମଧ୍ୟରେ ସନ୍ତୁଳନ ଉପରେ ସୁପ୍ରିମକୋର୍ଟ ମଧ୍ୟ ନିଜର କେତେକ ନିଷ୍ପତ୍ତିରେ ଗୁରୁତ୍ୱ ଦେଇଛନ୍ତି । 1967ରେ ଗୋଟିଏ ନିଷ୍ପତ୍ତି ସମୟରେ ସୁପ୍ରିମକୋର୍ଟ କହିଥିଲେ କି-
“ଆମର ସମ୍ବିଧାନ ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ସୀମାକୁ ଖୁବ ସୂକ୍ଷ୍ମ ଭାବେ ନିର୍ଦ୍ଧାରଣ କରିଛନ୍ତି । ସମ୍ବିଧାନ ସେମାନଙ୍କଠାରୁ ଆଶା କରୁଛି କି ସେମାନେ ମିଳିଥିବା କ୍ଷମତା ବିନା ନିଜର ସୀମା ନିର୍ଦ୍ଧାରଣ କରନ୍ତୁ, ଏବଂ ଏହାକୁ ଉପଯୋଗ କରନ୍ତୁ ।”
ଭାଇ ଓ ଭଉଣୀମାନେ, ଆଜି ଯେତେବେଳେ ନବ-ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ, ସେତେବେଳେ ସମ୍ବିଧାନ ଶିଖାଇଥିବା ଏସବୁ କଥାର ପ୍ରାସଙ୍ଗିକତା ବଢ଼ିଯାଇଛି । ନିଜର ସୀମିତ ପରିସରରେ ରହି ଆମକୁ ଜନତାଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ ହେବ ।
ଆଜି ସମଗ୍ର ବିଶ୍ୱ ଭାରତ ଆଡ଼କୁ ବହୁତ ଆଶାର ସହ ଦେଖୁଛି । ଅନେକ ଚାଲେଞ୍ଜର ସମାଧାନ ସେହି ରାଷ୍ଟ୍ରଗୁଡ଼ିକୁ ଭାରତରେ ହିଁ ଦେଖାଯାଉଛି । ଅନେକ ହିଁ ରାଷ୍ଟ୍ର ଭାରତର ବିକାଶରେ କାନ୍ଧ ସହ କାନ୍ଧ ମିଶାଇ ଚାଲିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମସ୍ତଙ୍କୁ ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବାକୁ ହେବ ।
ବନ୍ଧୁଗଣ, ମୁଁ ଆଇନ କମିଶନ ଓ ନୀତି ଆୟୋଗଙ୍କୁ ଏହି ଆୟୋଜନ ପାଇଁ ଅଭିନନ୍ଦନ ଜଣାଉଛି । ସମ୍ବିଧାନର ତିନି ଅଙ୍ଗ ଏହି ଆୟୋଜନରେ ଖୋଲାଖୋଲି ଭାବେ ନିଜର କଥା ରଖିଛନ୍ତି । ଅନେକ ବିଶେଷଜ୍ଞ ଓ ବିଦ୍ୱାନ ନିଜର ରାୟ ଦେଇଛନ୍ତି । ସମସ୍ତଙ୍କ ରାୟର ନିଜ ନିଜର ମହତ୍ୱ ରହିଛି । ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଏଭଳି ସମ୍ବାଦର ବହୁତ ଆବଶ୍ୟକତା ରହିଛି । ଏହା ଆମର ପରିପକ୍ୱତାକୁ ଦର୍ଶାଉଛି । ଏହି କାର୍ଯ୍ୟକ୍ରମରେ ଯାହାବି କାର୍ଯ୍ୟକାରୀଯୋଗ୍ୟ ପ୍ରସଙ୍ଗ ବାହାରିବ, ତାକୁ ଆମେ ସମସ୍ତେ ମିଳିତ ଭାବେ ଆଗକୁ ବଢ଼ାଇବା ଉଚିତ୍ । ସମ୍ବାଦର ପ୍ରକ୍ରିୟା ନିରନ୍ତର ଜାରି ରହୁ, ଏ ସମ୍ପର୍କରେ ବି ଚିନ୍ତା କରାଯିବା ଉଚିତ ।
ଭାଇ ଓ ଭଉଣୀମାନେ, ଆଜି ସମୟର ଆବଶ୍ୟକତା ହେଉଛି ଆମେ ପରସ୍ପରକୁ ସଶକ୍ତ କରିବା, ଗୋଟିଏ ସଂସ୍ଥା ଅନ୍ୟର ଆବଶ୍ୟକତାକୁ ବୁଝିବ, ସେହି ସଂସ୍ଥା ଯେଉଁ ଚାଲେଞ୍ଜର ସମ୍ମୁଖୀନ ହେଉଛି ତାକୁ ବୁଝିବା । ଯେତେବେଳେ ଏହି ତିନି ସଂସ୍ଥା ସମ୍ବିଧାନରେ ଲିଖିତ ନିଜର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବ, ସେତେବେଳେ ଦେଶର ନାଗରିକଙ୍କୁ ମଧ୍ୟ ଅଧିକାରରେ କହିପାରିବେ କି ‘ଆପଣମାନେ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ମୋର କ’ଣ ଅଛି ଚିନ୍ତା ଛାଡ଼ି ସମାଜ ଓ ଦେଶ ସମ୍ପର୍କରେ ଚିନ୍ତା କରନ୍ତୁ ।”
ବନ୍ଧୁଗଣ, ଅଧିକାର–ଅଧିକାରର ସଂଘର୍ଷରେ କର୍ତ୍ତବ୍ୟ ପଛରେ ପଡ଼ିଯିବାର ଆଶଙ୍କା ରହିଥାଏ ଆଉ ନିଜର କର୍ତ୍ତବ୍ୟରୁ ପଛକୁ ଫେରିଲେ ଦେଶ ଆଗକୁ ବଢ଼ିପାରିବ ନାହିଁ ।
ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ, ଦେଶବାସୀଙ୍କୁ ସମ୍ବିଧାନ ଦିବସର ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ
ଜୟ ହିନ୍ଦ !!!
**********
भारतीय लोकतंत्र में आज का दिन जितना पावन है, उतना ही महत्वपूर्ण भी। हमारी लोकतांत्रिक व्यवस्थाओं की आत्मा अगर किसी को कहा जा सकता है तो वो हमारा संविधान है। इस आत्मा को, इस लिखित ग्रंथ को 68 वर्ष पहले स्वीकार किया जाना बहुत ऐतिसाहिक पल था।: PM @narendramodi
— PMO India (@PMOIndia) November 26, 2017
इस दिन एक राष्ट्र के तौर पर हमने तय किया था कि अब आगे हमारी दिशा किन निर्देशों पर होगी, किन नियमों के तहत होगी। वो नियम, वो संविधान जिसका एक-एक शब्द हमारे लिए पवित्र है, पूजनीय है। :PM
— PMO India (@PMOIndia) November 26, 2017
आज का दिन देश के संविधान निर्माताओं को नमन करने का भी दिन है। स्वतंत्रता के बाद जब करोड़ों लोग नई उम्मीदों के साथ आगे बढ़ने का सपना देख रहे हों, तो उस समय देश के सामने एक ऐसा संविधान प्रस्तुत करना, जो सभी को स्वीकार्य हो, आसान काम नहीं था। :PM
— PMO India (@PMOIndia) November 26, 2017
जिस देश में एक दर्जन से ज्यादा पंथ हों, सौ से ज्यादा भाषाएं हों, सत्रह सौ से ज्यादा बोलियां हों, शहर-गांव-कस्बों और जंगलों तक में लोग रहते हों, उनकी अपनी आस्थाएं हों, सबकी आस्थाओं का सम्मान करने के बाद ये ऐतिहासिक दस्तावेज तैयार करना आसान नहीं था। : PM
— PMO India (@PMOIndia) November 26, 2017
इस हॉल में बैठा हर व्यक्ति इस बात का गवाह है कि समय के साथ हमारे संविधान ने हर परीक्षा को पार किया है। हमारे संविधान ने उन लोगों की हर उस आशंका को गलत साबित किया है, जो कहते थे कि समय के साथ जो चुनौतियां देश के सामने आएंगी, उनका समाधान हमारा संविधान नहीं दे पाएगा।:PM
— PMO India (@PMOIndia) November 26, 2017
PM: ऐसा कोई विषय नहीं, जिसकी व्याख्या, जिस पर दिशा-निर्देश हमें भारतीय संविधान में ना मिलते हों। संविधान की इसी शक्ति को समझते हुए संविधान सभा के अंतरिम चेयरमैन श्री सचिदानंद सिन्हा जी ने कहा था-
— PMO India (@PMOIndia) November 26, 2017
“मानव द्वारा रचित अगर किसी रचना को अमर कहा जा सकता है तो वो भारत का संविधान है”।
हमारा संविधान जितना जीवंत है, उतना ही संवेदनशील भी। हमारा संविधान जितना जवाबदेह है, उतना ही सक्षम भी। : PM @narendramodi
— PMO India (@PMOIndia) November 26, 2017
खुद बाबा साहेब ने कहा – “ये workable है, ये flexible है और शांति हो या युद्ध का समय, इसमें देश को एकजुट रखने की ताकत है”। बाबा साहेब ने ये भी कहा था कि- “संविधान के सामने रखकर अगर कुछ गलत होता भी है, तो उसमें गलती संविधान की नहीं, बल्कि संविधान का पालन करवा रही संस्था की होगी”।
— PMO India (@PMOIndia) November 26, 2017
68 वर्षों में संविधान ने एक अभिभावक की तरह हमें सही रास्ते पर चलना सिखाया है।संविधान ने देश को लोकतंत्र के रास्ते पर बनाए रखा, उसे भटकने से रोका है। इसी अभिभावक के परिवार के सदस्य के तौर पर हम उपस्थित हैं। गवर्नमेंट, ज्यूडिशियरी, ब्यूरोक्रेसी हम सभी इस परिवार के सदस्य ही तो हैं
— PMO India (@PMOIndia) November 26, 2017
संविधान दिवस हमारे लिए एक महत्वपूर्ण प्रश्न लेकर आया है। क्या एक परिवार के सदस्य के तौर पर हम उन मर्यादाओं का पालन कर रहे हैं, जिसकी उम्मीद हमारा अभिभावक, हमारा संविधान हमसे करता है?
— PMO India (@PMOIndia) November 26, 2017
क्या एक ही परिवार के सदस्य के तौर पर हम एक दूसरे को मजबूत करने के लिए, एक दूसरे का सहयोग करने के लिए काम कर रहे हैं?
— PMO India (@PMOIndia) November 26, 2017
ये सवाल सिर्फ ज्यूडिशयरी या सरकार में बैठे लोगों के सामने नहीं, बल्कि देश के हर उस स्तंभ, हर उस पिलर, हर उस संस्था के सामने है, जिस पर आज करोड़ों लोगों की उम्मीदें टिकी हुई हैं। इन संस्थाओं का एक एक फैसला, एक एक कदम लोगों के जीवन को प्रभावित करता है।
— PMO India (@PMOIndia) November 26, 2017
सवाल ये है कि क्या ये संस्थाएं देश के विकास के लिए, देश की आवश्यकताओं को समझते हुए, देश के समक्ष चुनौतियों को समझते हुए, देश के लोगों की आशाओं-आकांक्षाओं को समझते हुए, एक दूसरे का सहयोग कर रही हैं? एक दूसरे को Support, एक दूसरे को strengthen कर रही हैं? :PM
— PMO India (@PMOIndia) November 26, 2017
75 वर्ष पहले जब 1942 में गांधी जी ने भारत छोड़ो आंदोलन का आह्वान किया था, तो देश एक नई ऊर्जा से भर गया था। हर गांव, हर गली, हर शहर, हर कस्बे में ये ऊर्जा सही तरीके से channelise होती रही और इसी का परिणाम था हमें पाँच वर्ष बाद आजादी मिली, हम स्वतंत्र हुए।: PM @narendramodi
— PMO India (@PMOIndia) November 26, 2017
पाँच साल बाद हम सब स्वतंत्रता के 75 वर्ष का पर्व मनाएंगे। हमें एकजुट होकर उस भारत का सपना पूरा करना है, जिस का सपना हमारे स्वतंत्रता सेनानियों ने देखा था। इसके लिए हर संस्था को अपनी ऊर्जा channelise करनी होगी, उसे सिर्फ न्यू इंडिया का सपना पूरा करने में लगाना होगा: PM
— PMO India (@PMOIndia) November 26, 2017
भारत आज दुनिया का सबसे नौजवान देश है। इस नौजवान ऊर्जा को दिशा देने के लिए देश की हर संवैधानिक संस्था को मिलकर काम करने की आवश्यकता है। 20वीं सदी में हम एक बार ये अवसर चूक चुके हैं। अब 21वीं सदी में न्यू इंडिया बनाने के लिए, हम सभी को संकल्प लेना होगा।: PM @narendramodi
— PMO India (@PMOIndia) November 26, 2017
स्वतंत्रता के इतने वर्षों बाद भी आंतरिक कमजोरियां दूर नहीं हुई हैं। इसलिए कार्यपालिका, न्यायपालिका और विधायिका, तीनों ही स्तर पर मंथन किए जाने की जरूरत है कि अब बदले हुए हालात में कैसे आगे बढ़ा जाए। अपनी-अपनी कमजोरियां हम जानते हैं, अपनी-अपनी शक्तियों को भी पहचानते हैं: PM
— PMO India (@PMOIndia) November 26, 2017
ये समय तो भारत के लिए Golden Period की तरह है। देश में आत्मविश्वास का ऐसा माहौल बरसों के बाद बना है। निश्चित तौर पर इसके पीछे सवा सौ करोड़ भारतीयों की इच्छाशक्ति काम कर रही है। इसी सकारात्मक माहौल को आधार बनाकर हमें न्यू इंडिया के रास्ते पर आगे बढ़ते चलना है। : PM @narendramodi
— PMO India (@PMOIndia) November 26, 2017
हम ये मानकर चलेंगे कि हमारे पास बहुत समय है, हम ये मानकर चलेंगे कि आने वाली पीढ़ियां ही सब करेंगी, सारे रिस्क उठाएंगी, तो इतिहास हमें कभी माफ नहीं करेगा। जो करना है हमें अभी करना है, इसी दौर में करना है। हम ये सोचकर नहीं रुक सकते कि इसके परिणाम आते-आते तो हम नहीं रहेंगे। : PM
— PMO India (@PMOIndia) November 26, 2017
हम भले ना रहें लेकिन ये देश तो रहेगा। हम भले ना रहें, लेकिन जो व्यवस्था हम देश को देकर जाएं वो सुरक्षित-स्वाभिमानी और स्वावलंबी भारत की व्यवस्था होनी चाहिए। एक ऐसी व्यवस्था, जो लोगों की जिंदगी को आसान बनाने वाली हो, Ease of Living बढ़ाने वाली हो।: PM @narendramodi
— PMO India (@PMOIndia) November 26, 2017
आज आप भी ये महसूस करते होंगे कि अब पासपोर्ट आपको कितनी जल्दी मिल जाता है। पिछली दो-तीन बार से आपको इनकम टैक्स रीफंड के लिए भी महीनों इंतजार नहीं करना पड़ता है।
— PMO India (@PMOIndia) November 26, 2017
सिस्टम में एक तेजी आ रही है। ये गति सिर्फ आप लोग ही नहीं, देश के मध्यम वर्ग, गरीब, सभी की जिंदगी को आसान बना रही है।: PM
कानून से ऊपर कुछ नहीं। कानून में ही राजा की शक्ति निहित है और कानून ही गरीबों को-कमजोरों को ताकतवर से लड़ने का हौसला देता है, उन्हें सक्षम बनाता है। इसी मंत्र पर चलते हुए हमारी सरकार ने भी नए कानून बनाकर और पुराने कानून खत्म करके Ease of Living को बढ़ाने का काम किया है।: PM
— PMO India (@PMOIndia) November 26, 2017
चाहे दिव्यांगों के लिए कानून में बदलाव का फैसला हो, ST/SC कानून को और सख्त करने का फैसला हो, या फिर बिल्डरों की मनमानी रोकने के लिए RERA, ये सभी इसलिए लिए गए ताकि आम नागरिक को रोजमर्रा की जिंदगी में होने वाली दिक्कत कम हो: PM @narendramodi
— PMO India (@PMOIndia) November 26, 2017
इस हॉल में मौजूद हर व्यक्ति को पता है कि सुप्रीम कोर्ट के आदेश के बावजूद कालेधन के खिलाफ जो SIT तीन साल तक टलती रही थी, उसका गठन इस सरकार ने शपथ लेने के तीन दिन के भीतर कर दिया था। ये फैसला भी जितना कालेधन और भ्रष्टाचार के खिलाफ था, उतना ही आम नागरिक से जुड़ा हुआ था।: PM
— PMO India (@PMOIndia) November 26, 2017
एक और innovative idea मुझे बहुत अच्छा लगा Justice Clock का। ये Clock अभी Department of Justice में लगाई गई है और इससे Top Performing District Courts के बारे में जानकारी मिलती है। Justice Clock, एक तरह से अदालतों को रैंकिंग देने वाली बात हुई।: PM @narendramodi
— PMO India (@PMOIndia) November 26, 2017
कल माननीय राष्ट्रपति जी ने भी चिंता व्यक्त की थी कि गरीब न्याय के लिए कोर्ट तक आने में घबराता है। हमारे सारे प्रयासों का परिणाम ये होना चाहिए कि गरीब कोर्ट से डरे नहीं, उसे समय पर न्याय मिले और कोर्ट की प्रक्रियाओं में उसका खर्च भी कम हो। : PM @narendramodi
— PMO India (@PMOIndia) November 26, 2017
संविधान दिवस के अवसर पर मैं उन युवाओं को भी विशेष शुभकामनाएं देना चाहता हूं जिन्हें एक जनवरी, 2018 से वोट देने का अधिकार मिलने जा रहा है। हम सभी की जिम्मेदारी इन युवाओं को ऐसी व्यवस्था देकर जाने की है, जो उन्हें और मजबूत करे, उनकी शक्ति बढ़ाए। : PM @narendramodi
— PMO India (@PMOIndia) November 26, 2017
2009 के लोकसभा चुनाव की ही बात करें तो उस साल चुनाव कराने में लगभग 1100 करोड़ का खर्च आया था। वहीं 2014 के लोकसभा चुनाव का खर्च लगभग 4 हजार करोड़ रुपए आया था । जब आचार संहिता लागू हो जाती है, तो सरकार उतनी आसानी से फैसले भी नहीं ले पाती। : PM @narendramodi
— PMO India (@PMOIndia) November 26, 2017
दुनिया के कई देश हैं जहां चुनाव की तारीख Fix रहती है। लोगो को पता रहता है कि देश में कब चुनाव होगा। इसका फायदा ये होता है कि देश हमेशा चुनाव के मोड में नहीं रहता, Policy Planning Process और implementation ज्यादा efficient रहता है और देश के संसाधनों पर अनावश्यक बोझ नहीं पड़ता: PM
— PMO India (@PMOIndia) November 26, 2017
एक साथ चुनाव का भारत पहले भी अनुभव कर चुका है और वो अनुभव सुखद रहा था। लेकिन हमारी ही कमियों की वजह से ये व्यवस्था भी टूट गई। मैं आज संविधान दिवस के इस शुभ अवसर पर इस चर्चा को आगे बढ़ाने का आग्रह करूंगा।: PM @narendramodi
— PMO India (@PMOIndia) November 26, 2017
न्यायपालिका, विधायिका और कार्यपालिका के बीच संतुलन हमारे संविधान की BackBone रहा है। इसी संतुलन की वजह से हमारा देश इमरजेंसी के दौरान लोकतंत्र की राह से भटकाए जाने की तमाम कोशिशों को खारिज कर सका था: PM @narendramodi
— PMO India (@PMOIndia) November 26, 2017
विश्व भारत की ओर उम्मीदों से देख रहा है। कितनी ही चुनौतियों का हल उन देशों को भारत में ही दिख रहा है। कितने ही देश भारत के विकास में कंधे से कंधा मिलाकर चलना चाहते हैं। Legislature, Executive और Judiciary को संविधान द्वारा तय की मर्यादाओं को ध्यान में रखते हुए आगे बढ़ना होगा: PM
— PMO India (@PMOIndia) November 26, 2017