Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ କମ୍ପାନୀ ଆଇନ ଅପିଲ ଟ୍ରିବ୍ୟୁନାଲରେ ତିନୋଟି ନ୍ୟାୟିକ ଓ ବୈଷୟିକ ସଦସ୍ୟର ଅତିରିକ୍ତ ପଦବୀ ସୃଷ୍ଟିକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜାତୀୟ କମ୍ପାନୀ ଆଇନ ଅପିଲ ଟ୍ରିବ୍ୟୁନାଲ (ଏନସିଏଲଟି)ରେ ତିନୋଟି ନ୍ୟାୟିକ ଏବଂ ତିନୋଟି ବୈଷୟିକ ସଦସ୍ୟଙ୍କ ଅତିରିକ୍ତ ପଦବୀ ସୃଷ୍ଟି କରିବାକୁ ମଞ୍ଜୁର କରିଛନ୍ତି ।

ଏହି ପଦବୀ ଲେଭଲ 17 (2,25,000 ଟଙ୍କା ନିର୍ଦ୍ଧାରିତ) ଏବଂ ଅନ୍ୟ ମଞ୍ଜୁରିପ୍ରାପ୍ତ ଭତ୍ତାରେ ସୃଷ୍ଟି କରାଯିବ । ଏହାଦ୍ୱାରା ବାର୍ଷିକ ମୋଟ 2,27,82,096 (ଦୁଇ କୋଟି ସତେଇଶ ଲକ୍ଷ, ବୟାଅଶି ହଜାର ଛୟାନବେ ଟଙ୍କା ମାତ୍ର)ର ଆର୍ଥିକ ବୋଝ ପଡ଼ିବ ।

ଏହାଦ୍ୱାରା ଏନସିଏଲଟିକୁ ଆର୍ଥିକ ଆଇନ, 2017 କମ୍ପାନୀ ଆଇନ ଆଇବିସି, 2016 ଅନ୍ତର୍ଗତ ମିଳିଥିବା ଶାସନାଦେଶକୁ ପୂରଣ କରିବା ଏବଂ ନିର୍ଦ୍ଧାରିତ ସମୟସୀମାରେ ମାମଲାର ସମାଧାନ କରିବା ସୁନିଶ୍ଚିତ ହୋଇଯିବ ।