ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଜୈବ ଇନ୍ଧନ ନୀତି-2018କୁ ମଞ୍ଜୁରି ଦେଇଛନ୍ତି ।
ପ୍ରମୁଖ ବିଶେଷତ୍ୱ :
ସମ୍ଭାବ୍ୟ ଲାଭ :
ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ : 1 କୋଟି ଲିଟର ଇ-10 ବର୍ତ୍ତମାନର ମୂଲ୍ୟରେ 28 କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରିବ । ଇଥାନଲ ଯୋଗାଣ ବର୍ଷ 2017-18ରେ ପାଖାପାଖି 150 କୋଟି ଲିଟର ଇଥାନଲ ଯୋଗାଣ ପରଲକ୍ଷିତ ହେବାର ଆଶା କରାଯାଉଛି । ଏହାଦ୍ୱାରା 4000 କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ ହେବ ।
ସ୍ୱଚ୍ଛ ପରିବେଶ : 1 କୋଟି ଲିଟର ଇ-10ରୁ ପାଖାପାଖି 20,000 ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହ୍ରାସ ପାଇବ । 2017-18 ବର୍ଷରେ ଇଥାନଲ ଯୋଗାଣ ଲାଗି ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ 30 ଲକ୍ଷ ଟନ ପର୍ଯ୍ୟନ୍ତ ହ୍ରାସ ପାଇବ । ଫସଲ ପୋଡ଼ିରେ ହ୍ରାସ ଆଣିବା ଏବଂ କୃଷି ସମ୍ବନ୍ଧୀୟ ଆବର୍ଜନା/ବର୍ଜ୍ୟବସ୍ତୁକୁ ଜୈବ ଇନ୍ଧନରେ ରୂପାନ୍ତରଣ କରି ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ଆହୁରି ହ୍ରାସ କରାଯିବ ।
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ : ଖାଦ୍ୟ ପ୍ରସ୍ତୁତି ଲାଗି ତେଲ, ବିଶେଷ କରି ଛାଣିବା ଲାଗି ଉଦ୍ଦିଷ୍ଟ ତେଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାରମ୍ବାର ବ୍ୟବହାର କରିବା ଫଳରେ ସ୍ୱାସ୍ଥ୍ୟ ପାଇଁ ଘାତକ ବିପଦ ସୃଷ୍ଟି ହୋଇପାରେ । ଏହାଦ୍ୱାରା ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ବ୍ୟବହୃତ ହୋଇସାରିଥିବା ଖାଇବା ତେଲ ଜୈବ ଇନ୍ଧନ ଲାଗି ସମ୍ବାବ୍ୟ ଫିଡଷ୍ଟକ ହୋଇପାରେ । ଜୈବ ଇନ୍ଧନ ପ୍ରସ୍ତୁତ କରିବା ଲାଗି ଏହାର ବ୍ୟବହାର ଦ୍ୱାରା ଖାଦ୍ୟ ଉଦ୍ୟୋଗରେ ଖାଦ୍ୟ ପ୍ରସ୍ତୁତି ତେଲର ପୁନଃବ୍ୟବହାର ବନ୍ଦ ହୋଇପାରିବ ।
ଏମଏସଡବ୍ଲ୍ୟ ପରିଚାଳନା : ଏକ ଆକଳନ ଅନୁଯାୟୀ ଭାରତରେ ପ୍ରତି ବର୍ଷ 62 ଏମଏମଟି ପରିମାଣର ପୌରାଂଚଳ କଠିନ ବର୍ଜ୍ୟ ବାହାରୁଛି । ଏପରି ପ୍ରଯୁକ୍ତି ଉପଲବ୍ଧ ରହିଛି ଯାହା ଆବର୍ଜନ/ପ୍ଲାଷ୍ଟିକ, ଏମଏସଡବ୍ଲ୍ୟୁକୁ ଇନ୍ଧନରେ ପରିଣତ କରିପାରିବ । ଏପରି ଗୋଟିଏ ଟନ ଆବର୍ଜନରେ ଇନ୍ଧନ ଲାଗି ପାଖାପାଖି 20 ପ୍ରତିଶତ ବୁନ୍ଦା ପ୍ରଦାନ କରିବାର ସମ୍ଭାବନା ରହିଛି ।
ଗ୍ରାମାଂଚଳରେ ମୌଳିକ ଭିତ୍ତିଭୂମିରେ ନିବେଶ : ଏକ ଆକଳନ ଅନୁଯାୟୀ ଗୋଟିଏ 100 କେଏଲପିଡି ଜୈବ ରିଫାଇନାରୀ ନିମନ୍ତେ ପାଖାପାଖି 800 କୋଟି ଟଙ୍କାର ପୁଞ୍ଜିନିବେଶର ଆବଶ୍ୟକତା ରହିଛି । ବର୍ତ୍ତମାନ ତୈଳ ବିପଣନ କମ୍ପାନୀଗୁଡ଼ିକ ପାଖାପାଖି 10,000 କୋଟି ଟଙ୍କାର ନିବେଶରେ 12ଟି ଟୁଜି ରିଫାଇନାରୀ ପ୍ରତିଷ୍ଠା କରିବାର ପ୍ରକ୍ରିୟାରେ ରହିଛନ୍ତି । ଏଥିସହିତ ଦେଶରେ ଟୁଜି ଜୈବ ରିଫାଇନାରୀ ଦ୍ୱାରା ଗ୍ରାମାଂଚଳରେ ମୌଳିକ ଭିତ୍ତିଭୂମିରେ ନିବେଶ ଲାଗି ପ୍ରୋତ୍ସାହନ ମିଳିପାରିବ ।
ରୋଜଗାର ସୃଷ୍ଟି : ଗୋଟିଏ 100 କେଏଲପିଡି ଟୁଜି ଜୈବ ରିଫାଇନାର ପ୍ଲାଂଟ ପରିଚାଳନା, ଗ୍ରାମାଂଚଳ ସ୍ତରର ଉଦ୍ୟୋଗ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ 1200 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
କୃଷକମାନଙ୍କ ଅତିରିକ୍ତ ଆୟ : ଟୁଜି ପ୍ରଯୁକ୍ତିଗୁଡ଼ିକୁ ଆପଣାଇ ଟିକସ କୃଷି ସମ୍ବନ୍ଧୀୟ ବର୍ଜ୍ୟ/ଆବର୍ଜନକୁ ଇଥାନଲରେ ପରିଣତ କରାଯାଇପାରିବ । ଯଦି ଏଥିପାଇଁ ବଜାର ବିକଶିତ କରାଯାଇପାରିବ ତା’ହେଲେ ଆବର୍ଜନା ପାଇଁ ମୂଲ୍ୟ ମଧ୍ୟ ମିଳିପାରିବ । ଯାହାକୁ କୃଷକମାନେ ଅଯଥାରେ ଜଳାଇ ଦେଉଛନ୍ତି । ଏଥିସହିତ ଅତିରିକ୍ତ ଉତ୍ପାଦନ ସମୟରେ ଅନେକ ଉତ୍ପାଦ ଲାଗି ଉଚିତ ମୂଲ୍ୟ ନମିଳିବାର ବିପଦ ରହିଥାଏ । ତେଣୁ ଅତିରିକ୍ତ ଶସ୍ୟକୁ ପରିବର୍ତ୍ତିତ କରିବା ଏବଂ କୃଷି ବାୟୋମାସ ମୂଲ୍ୟ ସ୍ଥିରତାରେ ସହାୟତା ମିଳିପାରିବ ।
*********