Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ପ୍ରେସ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ

ଜାତୀୟ ପ୍ରେସ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ

ଜାତୀୟ ପ୍ରେସ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ


ଆଜି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦାନ କରିଛନ୍ତି । ଏହି ଅବସରରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଏହାର ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରିଛି ।

ଉତ୍ସବରେ ପ୍ରଧାନମନ୍ତ୍ରୀ ପ୍ରେସର ସ୍ୱାଧୀନତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ପ୍ରେସ ଆତ୍ମ-ନିୟନ୍ତ୍ରିତ ହେବା ଉଚିତ । ପ୍ରେସ ଉପରେ କୌଣସି ବାହ୍ୟ ନିୟନ୍ତ୍ରଣ କିମ୍ବା ନିୟାମକ ଲାଗୁ ହେବା ଉଚିତ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ ।

ଦେଶର କେତେକ ଅଂଚଳରେ ସାମ୍ବାଦିକମାନଙ୍କ ହତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିବା ସମୟରେ ସାମ୍ବାଦିକମାନେ ସେମାନଙ୍କ ଜୀବନ ହରାଇବା ଏକ ଉଦବେଗଜନକ ବିଷୟ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ।