Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ବିଜ୍ଞାନ ଦିବସରେ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ବିଜ୍ଞାନ କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ସାର୍ ସିଭି ରମଣଙ୍କୁ ସ୍ମରଣ କଲେ ଶ୍ରୀ ନରେନ୍ଦ୍ର ମୋଦୀ

ଜାତୀୟ ବିଜ୍ଞାନ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବୈଜ୍ଞାନିକମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହି ଅବସରରେ ସେ ବିଜ୍ଞାନ କ୍ଷେତ୍ରକୁ ବଳିଷ୍ଠ ଅବଦାନ ଲାଗି ସାର୍ ସି.ଭି. ରମଣଙ୍କ ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ ଯେ, “ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ମୁଁ ଦେଶର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ରାଷ୍ଟ୍ର ନିର୍ମାଣ ଏବଂ ବିକାଶ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଅତୁଳନୀୟ ।

ବିଜ୍ଞାନ କ୍ଷେତ୍ରକୁ ସାର ସି.ଭି. ରମଣଙ୍କ ଅତୁଳନୀୟ ଯୋଗଦାନ ପ୍ରତି ଆମେ ଅଭିବାଦନ ଜଣାଉଛୁ । ତାଙ୍କ ଉପଲବ୍ଧୀ ପରବର୍ତ୍ତୀ ପୀଢ଼ିର ବିଜ୍ଞାନପ୍ରେମୀ ଲୋକମାନଙ୍କୁ ଅନୁପ୍ରାଣିତ କରିଆସିଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।