Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ମତଦାତା ଦିବସରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ମତଦାତା ଦିବସ ଅବସରରେ ଦେଶର ନାଗରିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନକୁ ଲୋକତନ୍ତ୍ରର ଉତ୍ସବ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସବୁ ଯୋଗ୍ୟ ମତଦାତା ନିର୍ବାଚନ ବେଳେ ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି । 18-ବର୍ଷରେ ପଦାର୍ପଣ କରୁଥିବା ଯୁବ ମତଦାତାମାନେ ନିଜ ନିଜର ନାମ ଭୋଟର ତାଲିକାରେ ଦରଜ କରାଇବାକୁ ସେ ଆହ୍ଵାନ ଦେଇଛନ୍ତି ।

“ଜାତୀୟ ମତଦାତା ଦିବସରେ ଆପଣମାନଙ୍କୁ ଅଭିନନ୍ଦନ । ନିର୍ବାଚନ ଆୟୋଗଙ୍କୁ ଶୁଭକାମନା ଏବଂ ଆମ ଗଣତନ୍ତ୍ରରେ ଆୟୋଗଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଆମେ ସମ୍ମାନ ଜଣାଉଛୁ ।

ନିର୍ବାଚନ ହେଉଛି ଲୋକତାନ୍ତ୍ରିକ ଉତ୍ସବ । ଗଣତନ୍ତ୍ରର ସର୍ବେସର୍ବା ଭାବେ ବିବେଚିତ ଜନତାଙ୍କ ଜନାଦେଶ ଏଥିରେ ପ୍ରତିଫଳିତ ହୋଇଥାଏ ।

ପ୍ରତ୍ୟେକ ଯୋଗ୍ୟ ପୁରୁଷ ଓ ମହିଳା ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ମୁଁ ନିବେଦନ କରୁଛି ଏବଂ 18-ବର୍ଷ ବୟସରେ ପଦାର୍ପଣ କରୁଥିବା ମୋର ଯୁବ ବନ୍ଧୁମାନଙ୍କୁ ଭୋଟର ତାଲିକାରେ ନାମ ଦର କରାଇବାକୁ ଆହ୍ଵାନ ଦେଉଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

**********