Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଯୁବ ଦିବସ ଅବସରରେ ଦୁଇଟି ସମାବେଶକୁ ଭିଡିଓ କନଫେରେନସିଙ୍ଗ ଯୋଗେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ଦିବସ ଅବସରରେ ଭିଡିଓ କନଫେରେନସିଙ୍ଗ ଯୋଗେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମାବେଶକୁ ସମ୍ବୋଧିତ କରିଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାର ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ଯୁବ ମହୋସôବ – 2018ର ଉଦ୍ଘାଟନୀ ସମାରୋହକୁ ଭିଡିଓ କନଫେରେନ୍ସିଂ ଯୋଗେ ଉଦ୍ବୋଧନ ଦେଇ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସଫଳ ପିଏସଏଲଭି-C40 ପ୍ରକ୍ଷେପଣ ହେତୁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, ମହାକାଶ ଗବେଷଣା କ୍ଷେତ୍ରରେ ଆମର ପ୍ରଗତି ଦେଶ ତଥା ଜନ କଲ୍ୟାଣର ବିକାଶ ଯାତ୍ରାକୁ ପରିବର୍ଦ୍ଧିତ କରିବ ।

ପ୍ରଧାନମନ୍ତ୍ରୀ ଗତ ଡିସେମ୍ବର 2017ରେ ନିଜର “ମନ କି ବାତ” ମତ ବିନିମୟ ସମ୍ପର୍କରେ ଅବତାରଣା କରି କହିଥିଲେ ଯେ, ସେ ଦେଶର ପ୍ରତି ଜିଲ୍ଲାରେ ଅଭ୍ୟାସ ସଂସଦମାନ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏଭଳି ସଂସଦ ଆମ ଯୁବ ଗୋଷ୍ଠୀ ମଧ୍ୟରେ ଚର୍ଚ୍ଚା, ତର୍କ ବିତର୍କ, ଆଲୋଚନା, ସମାଲୋଚନାର ମନୋଭାବ ତଥା ଉଦ୍ଦୀପନା ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମ୍ଭେ ଅନେକ ଦେଶବାସୀ 1947 ମସିହା ପରେ ଜନ୍ମ ଗ୍ରହଣ କରିଛେ ଏବଂ ସ୍ୱାଧିନତା ଆନ୍ଦୋଳନରେ ଭାଗ ନେବାର ସୌଭାଗ୍ୟ ମିଳିନାହିଁ । କିନ୍ତୁ ସ୍ୱାଧିନତା ସଂଗ୍ରାମୀମାନଙ୍କର ବଳିଦାନ, ସ୍ୱପ୍ନ ଓ ରାଷ୍ଟ୍ର ଗଠନର ଆକାଂକ୍ଷାକୁ ସାକାର ଓ ପୁରଣ କରିବା ଦିଗରେ ଆମ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ଯୁବ ଗୋଷ୍ଠୀକୁ ସ୍ମରଣ କରାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମ ମହାପୁରୁଷ ତଥା ସ୍ୱାଧିନତା ସଂଗ୍ରାମୀମାନେ ଯେଉଁ ଭାରତର ସ୍ୱପ୍ନ ଦେଖିଥିଲେ ତାକୁ ଗଢ଼ିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଯୁବ ଗୋଷ୍ଠୀକୁ ନିଯୁକ୍ତି ସୃଷ୍ଟିକାରୀ ରୂପେ ଗଢ଼ିବାକୁ ପଡିବ । ସେମାନେ ଚାକିରୀ ପଛରେ ନ ଗୋଡାଇ ନବସୃଜନରେ ଅଗ୍ରଣୀ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏବେ କେତେ ଲୋକ କହୁଛନ୍ତି ଯେ, ଆମ ଯୁବକଙ୍କ ମଧ୍ୟରେ ଧୈର୍ଯ୍ୟ ନାହିଁ । ତେବେ ସେ ଏହା ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବରଂ ଆମ ଯୁବ ଶକ୍ତି ମଧ୍ୟରେ ନବସୃଜନକୁ ଉଜାଗର କରିବାର ସ୍ଫୁଲିଙ୍ଗ ରହିଛି । ଯୁବ ଗୋଷ୍ଠୀ ଚୀରାଚରିତ ଢ଼ଙ୍ଗରେ ଚିନ୍ତା ନ କରି କିଛି ନୂଆ କରି ଦେଖାଇବାର ସ୍ୱପ୍ନ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଜାତୀୟ ଯୁବ ଦିବସ ପାଳନ ତଥା କର୍ଣ୍ଣାଟକର ବେଲଗାଭୀଠାରେ ଆୟୋଜିତ ସର୍ବ ଧର୍ମ ସଭାକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ସେ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦ ବିଶ୍ୱ ଭ୍ରାତୃତ୍ୱ ଭାବ ଉପରେ ଗୁରୁତ୍ୱ ଦେଇଥିଲେ । ଆମର ସର୍ବ କଲ୍ୟାଣ ଭାରତର ସାମଗ୍ରିକ ବିକାଶ ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାଶ୍ଚାତ୍ୟ ରାଷ୍ଟ୍ରରେ ଭାରତ ବିରୁଦ୍ଧରେ ଅନେକ ଅପପ୍ରଚାର କରାଯାଉଥିଲା, ଯାହାକୁ ସ୍ୱାମୀ ବିବେକାନନ୍ଦ ଭୁଲ ପ୍ରମାଣିତ କରିଛନ୍ତି । ସାମାଜିକ କୁସଂସ୍କାର ବିରୁଦ୍ଧରେ ସେ ଦୃଢ଼ ଭାବେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏବେ କିଛି ଲୋକ ଓ ଗୋଷ୍ଠୀ ଆମ ଦେଶ ଏବଂ ଯୁବ ଗୋଷ୍ଠୀ ମଧ୍ୟରେ ବିଭାଜନର ମଞ୍ଜି ବୁଣିବା ପାଇଁ ଷଡଯନ୍ତ୍ର କରୁଛନ୍ତି କିନ୍ତୁ ଏ ଦେଶର ଯୁବ ସମାଜ, ଯୁବ ଶକ୍ତି ଏଭଳି ବିଭାଜନକାରୀ ଶକ୍ତିଙ୍କୁ ଉଚିତ ଜବାବ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମର ଯୁବ ଗୋଷ୍ଠୀ କେବେହେଲେ ବିଭ୍ରାନ୍ତ ବା ବିପଥଗାମୀ ହେବେ ନାହିଁ । ବର୍ତ୍ତମାନର ସ୍ୱଚ୍ଛ ଭାରତ ମିଶନକୁ କେବଳ ଯୁବ ଗୋଷ୍ଠୀ ହିଁ ଆଗେଇ ନେଉଛନ୍ତି । ଭାରତରେ ଅନେକ ସାଧୁ, ସନ୍ଥ, ମୁନୀ ଋଷି ଜନ୍ମଗ୍ରହଣ କରି ଆମ ସମାଜରେ ସଂସ୍କାର ଆଣିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେବା ଭାବ ହେଉଛି ଆମ ସଂସ୍କୃତିର ଅଂଶ ବିଶେଷ । ଦେଶରେ ଏବଂ ସମାଜରେ ଏଭଳି ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନ ରହିଛନ୍ତି, ଯେଉଁମାନେ କି ନିସ୍ୱାର୍ଥପର ଭାବେ ଦେଶମାତୃକାର ସେବା କରି ଚାଲିଛନ୍ତି । ଭାରତକୁ ଏକ ସ୍ୱଚ୍ଛ, ନିର୍ମଳ ଓ ଖୋଲା ଶୌଚମୁକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ।

**********