Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ସଫେଇ କର୍ମଚାରୀ ଆୟୋଗଙ୍କ କାର୍ଯ୍ୟକାଳ 31.03.2019 ଠାରୁ ଆହୁରି ତିନି ବର୍ଷ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


 

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜାତୀୟ ସଫେଇ କର୍ମଚାରୀ ଆୟୋଗଙ୍କ କାର୍ଯ୍ୟକାଳ 31.03.2019 ଠାରୁ ଆହୁରି 3 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ବିଶେଷତ୍ୱ

ଜାତୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ପ୍ରତିଷ୍ଠା 1993ରେ ଏନସିଏସକେ ଆଇନ 1993ର ବ୍ୟବସ୍ଥା ଅନୁଯାୟୀ କରାଯାଇଥିଲା । ପ୍ରଥମେ ଏହାର କାର୍ଯ୍ୟକାଳ 31.03.1997 ପର୍ଯ୍ୟନ୍ତ ଥିଲା । ପରେ ଏହି ଆଇନର ବୈଧତା 31.03.2002 ପର୍ଯ୍ୟନ୍ତ ଏବଂ ଏହାପରେ 29.02.2004 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏନସିଏସକେର ଆଇନ 29.02.2004ରେ ଶେଷ ହେବାର ଥିଲା । ଏହାପରେ ଏନସିଏକେର କାର୍ଯ୍ୟକାଳ ଏକ ଅଣସାମ୍ବିଧାନିକ ସଂସ୍ଥା ରୂପରେ ସମୟକ୍ରମେ ବୃଦ୍ଧି କରାଯାଇଆସୁଥିଲା । ବର୍ତ୍ତମାନ ଆୟୋଗଙ୍କ କାର୍ଯ୍ୟକାଳ 31.03.2019 ପର୍ଯ୍ୟନ୍ତ ରହିଛି ।

ପ୍ରମୁଖ ପ୍ରଭାବ :

ଏହି ପ୍ରସ୍ତାବ ଦ୍ୱାରା ସଫେଇ କର୍ମଚାରୀ ଏବଂ ହାତରେ ସଫେଇ କାମ କରିବାରେ ନିୟୋଜିତ ବ୍ୟକ୍ତି ମୁଖ୍ୟ ଲାଭାର୍ଥୀ ହେବେ, କାରଣ ଏନସିଏସକେ ସେମାନଙ୍କ କଲ୍ୟାଣ ଏବଂ ଉତ୍ଥାନ ଲାଗି କାର୍ଯ୍ୟ କରିବ । 31.01.2019 ଅନୁଯାୟୀ, ଏମଏସ ଆଇନ ସର୍ବେକ୍ଷଣ ଅଧୀନରେ ଚିହ୍ନଟ କରାଯାଇଥିବା ହାତରେ ସଫେଇ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା 14,226 । ନୀତି ଆୟୋଗଙ୍କ ଆଦେଶ ଫଳରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଜାତୀୟ ସର୍ବେକ୍ଷଣ ଅଧୀନରେ 31.01.2019 ଅନୁସାରେ ଏହି ସଂଖ୍ୟା 31,128 ରହିଛି ।

 

**********