ପିଏମଇଣ୍ଡିଆ
ଜାପାନରେ ହାଗିବିସ ଝଡ ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଜାପାନରେ ହାଗିବିସ ଝଡ ଯୋଗୁ ଘଟିଥିବା ପ୍ରାଣହାନୀ ପାଇଁ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ଶୋକ ପ୍ରକାଶ କରୁଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ହୋଇଥିବା କ୍ଷୟ-କ୍ଷତି ଓ ଧ୍ୱଂସର ଭରଣା ଶୀଘ୍ର ହେବା ନେଇ ମୁଁ ଆଶା କରୁଛି । ମୁଁ ନିଶ୍ଚିତ ଯେ ଜାପାନ ଲୋକଙ୍କର ପ୍ରସ୍ତୁତି ଓ ସହନଶୀଳତା ତଥା ମୋ ବନ୍ଧୁ ଶ୍ରୀ ଶିଞ୍ଜୋ ଆବେଙ୍କ ନେତୃତ୍ୱ ମାଧ୍ୟମରେ ଝଡ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଫଳପ୍ରଦ ଭାବେ ଓ ତୁରନ୍ତ କରାଯାଇ ପାରିବ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଜାପାନର ପ୍ରସ୍ତୁତି ସବୁବେଳେ ପ୍ରଶଂସନୀୟ । ଏହି ଦୁଃଖଦ ପରିସ୍ଥିତିରେ ଭାରତ ଜାପାନ ସହିତ ଦୃଢତାର ସହ ଠିଆହୋଇଛି । ଜାପାନ ଗସ୍ତରେ ଯାଇଥିବା ଭାରତୀୟ ନୌସେନା କର୍ମୀମାନେ ସଙ୍କଟର ଏହି ସମୟରେ ସହାୟତା ପ୍ରଦାନ କରିବା ନେଇ ଖୁସି ହେବେ ।”
I offer condolences on behalf of all Indians on the loss of life caused by super-typhoon #Hagibis in Japan. I wish early recovery from the damage and devastation caused by this natural calamity.
— Narendra Modi (@narendramodi) October 13, 2019