ପିଏମଇଣ୍ଡିଆ
ନମସ୍ତେ,
କୋବେରେ ମୋତେ ପୂର୍ବରୁ ଆପଣମାନଙ୍କ ଗହଣକୁ ଆସିବାର ସୌଭାଗ୍ୟ ମିଳିଛି । ସେତେବେଳେ ଜଣା ନ ଥିଲା କି ଏଭଳି କେହି ମଣିଷ ପ୍ରଧାନମନ୍ତ୍ରୀ ହୋଇଯିବେ । ସେହି ସମୟରେ ମଧ୍ୟ ଆପଣମାନେ ମତେ ଏତେ ଭଲପାଇବା ଓ ପ୍ରେମ ଦେଇଥିଲେ, ଯାହା ମୁଁ କେବେ ଭୁଲି ପାରିବି ନାହିଁ । କୋବେକୁ ଆସି ଆପଣମାନଙ୍କୁ ନ ଭେଟି ଚାଲିଯିବା, ଏହା ମୁଁ କଳ୍ପନା କରି ପାରିବି ନାହିଁ ।
ମୁଁ କାଲି ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ କଥା ହେଉଥିଲି । କୋବେ ସହିତ ମୋ ସମ୍ବନ୍ଧ ନେଇ । ମୁଁ ତାଙ୍କୁ କହିଲି କି ୨୦୦୧ରେ ଯେତେବେଳେ ଗୁଜୁରାଟରେ ଭୟଙ୍କର ଭୁମିଭମ୍ପ ହୋଇଥିଲା, ତ କୋବେ ସର୍ବ ପ୍ରଥମେ ଗୁଜୁରାଟରେ ପହଞ୍ଚି ଲୋକଙ୍କୁ ସହାୟତା ପ୍ରଦାନ କରିଥିଲା ଏବଂ ତା’ ପୂର୍ବରୁ ଏଠାରେ ଭୂକମ୍ପ ହୋଇଥିଲା । ତାହା ସତ୍ତ୍ୱେ ମଧ୍ୟ, ଆଉ ଯେତେବେଳେ ସୁଖ ସମୟରେ କେହି ଆସୁ ନ ଆସୁ, କହନ୍ତି କି ଆସି ଥାଆନ୍ତେ ଭଲ ହୋଇଥାଆନ୍ତା, କିନ୍ତୁ ଦୁଃଖ ସମୟରେ କେହି ନ ଆସିଲେ ମନେ ରହି ଯାଇଥାଏ ଆଉ ଯିଏ ଦୁଃଖରେ ପହଞ୍ଚିଯାଏ, ତ ସାରା ଜୀବନ ପାଇଁ ପୂଜ୍ୟ ହୋଇ ରହିଥାଏ । କୋବେ ସେହି ହିସାବରେ ଦୁଃଖଦ ସ୍ଥିତିରେ ସହାୟତାର ହାତ ବଢାଇଥିବା ଲୋକଙ୍କ ମଧ୍ୟରେ ସର୍ବ ପ୍ରଥମ ପହଞ୍ଚିଥିଲା, ତେଣୁ ତାହାକୁ ମନେ ରଖିବା, ତାଙ୍କ ପ୍ରତି ଆଦର ଭାବ ରହିବା, ହେଉଛି ବହୁତ ସ୍ୱଭାବିକ । ଆପଣମାନେ ସମସ୍ତେ ଏହି କଥାକୁ ନେଇ ଗର୍ବ କରୁଥିବେ କି ହିନ୍ଦୁସ୍ଥାନର ପ୍ରତ୍ୟେକ ଖବର ଆପଣଙ୍କୁ ମୁଣ୍ଡ ଟେକି ଚାଲିବାରେ ସାହାଯ୍ୟ କରୁଥିବ, କରୁଛି ନା ନାହିଁ? ଛାତି ଫୁଲେଇ, ଆଖିରେ ଆଖି ମିଶାଇ ବଡ ସାହସର ସହିତ ଆପଣ କଥା ହୋଇପାରୁଥିବେ । ଆଉ ତାହାର କାରଣ, ତାହାର କାରଣ, ତାହାର କାରଣ ମୋଦୀ ନୁହେଁ… । ତାହାର କାରଣ ହେଉଛି ୧୨୫ କୋଟି ହିନ୍ଦୁସ୍ଥାନୀ । ଯେଉଁ ଭଳି ଭାବେ ମନ ଲଗାଇ ଦେଶକୁ ଆଗକୁ ବଢାଇ ନେବା ପାଇଁ ବିଶେଷକରି ଭାରତର ଯୁବପିଢୀ ଯାହା କରିବା ପାଇଁ ସଂକଳ୍ପ କରି ନେଉଛନ୍ତି ଆଉ ଯେଉଁ ପ୍ରକାର ପୁରୁଷାର୍ଥର ସହ କରୁଛନ୍ତି । ଯେ କେହି ମଧ୍ୟ ଗର୍ବ କରିବେ ।
ଦୁଇ ବର୍ଷ ଭୟଙ୍କର ମରୁଡି ହୋଇଥିଲା । ବହୁତ କମ୍ ବର୍ଷା ହୋଇଥିଲା ଆଉ ଭାରତର ଅର୍ଥବ୍ୟବସ୍ଥା ଏପରି ଯେ, ମରୁଡି ଯୋଗୁଁ ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ, କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ଦୁଇ ବର୍ଷର ଭୟଙ୍କର ମରୁଡି ସତ୍ତ୍ୱେ ମଧ୍ୟ, ଅଭାବ ସତ୍ତ୍ୱେ ମଧ୍ୟ ସାରା ବିଶ୍ୱ ଗୋଟିଏ ସ୍ୱରରେ କହୁଛି କି ବଡ଼ ଅର୍ଥବ୍ୟବସ୍ଥା ଭାବେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଯଦି କେଉଁ ଅର୍ଥବ୍ୟବସ୍ଥା ଅଛି ତ, ତା’ର ନାମ ହେଉଛି ହିନ୍ଦୁସ୍ଥାନ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ହେଉ କି ବିଶ୍ୱ ବ୍ୟାଙ୍କ ହେଉ, ସମସ୍ତେ ଗୋଟିଏ ସ୍ୱରରେ କହୁଛନ୍ତି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି କହି ଦେଇଛି କି ଭାରତ ହେଉଛି ଏକ ଝଲସୁଥିବା ତାରକା ।
ସାରା ବିଶ୍ୱର ଅର୍ଥନୀତିଜ୍ଞମାନେ ମାନୁଛନ୍ତି ଯେ, ଭାରତ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି । ଏଫଡିଆଇ, ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ, ମୋର ଏକ ଭିନ୍ନ ପରିଭାଷା ମଧ୍ୟ ରହିଛି । ମୋର ପ୍ରଥମ ପରିଭାଷା ହେଉଛି-ଏଫଡିଆଇ, First Develop India ପ୍ରଥମେ ଭାରତର ବିକାଶ ଏବଂ ଦ୍ୱିତୀୟଟି ହେଉଛି ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ଏବଂ ଏଇ କିଛି ଦିନ ହେବ ଭାରତର ଇତିହାସରେ, ସବୁଠାରୁ ଅଧିକ ଏଫଡିଆଇ ଭାରତକୁ ମିଳୁଛି । ଆଉ ଏଫଡିଆଇ ପାଇବା ପାଇଁ ଅଭିବୃଦ୍ଧି ହାର ମଧ୍ୟ ଐତିହାସିକ ଭାବେ ସର୍ବାଧିକ ସ୍ତରରେ । ତ, ଏହି ସବୁ ଜିନିଷ ଏହି କଥାକୁ ସ୍ପଷ୍ଟ କରୁଛି ଯେ, ଦେଶର ଆର୍ଥିକ ବିକାଶ ବହୁତ ଦ୍ରୁତଗତିରେ ଆଗକୁ ବଢୁଛି ।
ଆମ ଦେଶର ଦାରିଦ୍ର୍ୟ ବିଷୟରେ ସବୁବେଳେ ଚର୍ଚ୍ଚା ହୋଇଥାଏ । ଏମିତି ନୁହେଁ ଯେ, କି ମୁଁ ଆସିବା ପରେ ଆରମ୍ଭ କରିଛି, ପ୍ରଥମରୁ ହୋଇଛି, କିନ୍ତୁ ଅଧିକାଂଶ ନିର୍ବାଚନ ସମୟରେ ହୋଇଛି । ପରେ ସବୁ ଭୁଲି ହୋଇଯାଏ । ମୁଁ ନିର୍ବାଚନ ପରେ ଆରମ୍ଭ କରି ଦେଇଛି ଏବଂ ବହୁତ ଦ୍ରୁତଗତିରେ ଏହି କାର୍ଯ୍ୟକୁ ଆଗକୁ ବଢାଉଛି କି ଦେଶକୁ ଗରିବୀରୁ ମୁକ୍ତ କରିବା ଦରକାର । କରି ପାରିବା, ଏବେ ଆମ ଦେଶରେ ୪୦ ପ୍ରତିଶତ ଲୋକ ଏପରି ଥିଲେ କି ତାଙ୍କ ଭାଗ୍ୟରେ ବ୍ୟାଙ୍କର ଦରଜା ପାଖକୁ ଯିବା ମଧ୍ୟ ସମ୍ଭବ ହୋଇ ନ ଥିଲା । ସେମାନେ ଭାବି ପାରୁ ନ ଥିଲେ କି ଏତେ ବଡ କୋଠା, ଯେଉଁଠି ଏତେ ଗୁଡିଏ କାଚ ଲାଗିଛି, ମୁଁ ଭିତରକୁ ଯାଇ ପାରିବି ନା ଯାଇ ପାରିବି ନାହିଁ । ଆମେ ଆସି ଅଭିଯାନ ଚଲାଇଲୁ କି ସର୍ବ ପ୍ରଥମେ, ସମସ୍ତଙ୍କର ବ୍ୟାଙ୍କରେ ଖାତା ଖୋଲି ଦେବା । ଏବେ ପଇସା ତ ନ ଥିଲା । ଷ୍ଟେସନାରୀ ମଧ୍ୟ ଖର୍ଚ୍ଚ ହେଉଛି । ଫର୍ମ ପାଇଁ ମଧ୍ୟ ଆଠଣା-ଟଙ୍କାଏ ଖର୍ଚ୍ଚ ହୋଇଥାଏ । ଆମେ ସରକାରରେ କହିଲୁ କି, ଏକ ପଇସା ନେବା ନାହିଁ ମାଗଣାରେ, ମାଗଣାରେ ଖାତା ଖୋଲ । ତ କିଛି ଦିନ ମଧ୍ୟରେ ଆପଣ ଜାଣିଥିବେ କ’ଣ ହୋଇଥିବ । କିନ୍ତୁ ସାଙ୍ଗରେ ସରକାରରେ ସବୁ ଲୋକ ମାନିଗଲେ । ଆଉ ଆମେ ଗରୀବ ଲୋକଙ୍କୁ କହିଲୁ କି ଆପଣଙ୍କ ପାଖରେ ଏକ ନୂଆ ପଇସା ନ ଥିଲେ ମଧ୍ୟ ତଥାପି ଆପଣ ମାନଙ୍କର ବ୍ୟାଙ୍କରେ ଖାତା ଖୋଲା ହେବ । ଆଉ ଦେଶରେ ପ୍ରାୟ ସମସ୍ତ ଗରୀବ ପରିବାରର ବ୍ୟାଙ୍କରେ ଖାତା ଖୋଲା ଯାଇଛି । ଆଉ ଆମେ ତ ଗରୀବଙ୍କୁ କହିଥିଲୁ ଯେ ଟଙ୍କାଟିଏ ନ ଥିଲେ ମଧ୍ୟ ଖାତା ଖୋଲିବ । କିନ୍ତୁ ଆମ ଦେଶର ବିଶେଷତା ହେଉଛି କି ଦେଶର ଗରୀବମାନଙ୍କ ମଧ୍ୟରେ ବଡଲୋକୀପଣ ଦେଖିବାକୁ ମିଳିଲା । ଅନେକ ଥର ଆମେ ବଡଲୋକଙ୍କ ଗରିବୀକୁ ଦେଖିଛୁ, କିନ୍ତୁ ଗରୀବମାନଙ୍କ ମଧ୍ୟରେ ବଡଲୋକୀ ଦେଖିବାର ସୌଭାଗ୍ୟ ମିଳିଲା । ସେମାନଙ୍କୁ କହିଥିଲୁ ଆପଣ ଟଙ୍କାଟିଏ ମଧ୍ୟ ନ ଦେଲେ ଚଳିବ । ଏହା ସତ୍ତ୍ୱେ ମଧ୍ୟ ଯିଏ ଜୀବନରେ କେବେ ଖାତା ଖୋଲି ନ ଥିଲେ, ବ୍ୟାଙ୍କର ଦରଜା ଦେଖି ନ ଥିଲେ । ଏହି ଗୋଟିଏ ଶବ୍ଦରେ,ଏଇ ଗରୀବମାନେ ବ୍ୟାଙ୍କରେ ପାଖାପାଖି ୪୫ ହଜାର କୋଟି ଟଙ୍କା ଜମା କଲେ, ୪୫୦୦୦ କୋଟି ଟଙ୍କା । ଏହା ହେଉଛି ଗରୀବଙ୍କ ବଡଲୋକୀ ଏବଂ ଏହା ହେଉଛି ଆମ ଦେଶର ସବୁଠାରୁ ବଡ ଶକ୍ତି । ଯେଉଁ ଦେଶ ଆମେ ଯେପରି ଚାହୁଁଛୁ, ସେହିଭଳି ପ୍ରତିଷ୍ଠା କରିବାର ସାମର୍ଥ୍ୟ ରଖିଛି ।
୨୦୧୧ରେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା । ଆପଣଙ୍କ ଏଠି ଭୂକମ୍ପ ହେଲା ସୁନାମୀ ହେଲା । ସେହି ସମୟରେ ଆପଣଙ୍କର ଏଠି ଫୁକୁସିମା ଦୁର୍ଘଟଣା ଘଟିଲା । ୨୦୧୧ର ସେହି ଦିନ ମନେ ପକାଇବା, ବିଜୁଳି ନ ଥିବ, ଯଦି ଚାରି ବୋତଲ ପାଣି ଦରକାର ତ, ଗୋଟିଏ ବୋତଲରେ ଚଳାଇବା, ଦହି ଆଣିବାର ଅଛି ତ, ଭାଇ ଆଣ ନାହିଁ କମ୍ ଆଣିଥାଅ । ଆଉ ଖାଲି ସେଠି ନୁହେଁ ଏଠାରେ ମଧ୍ୟ ବିପଦ ଆସିଥିଲା । ପୁରା ଜାପାନରେ ସରକାର ଇଚ୍ଛା ପ୍ରକଟ କଲେ କି, ସରକାରୀ କାର୍ଯ୍ୟାଳୟ ପାଇଁ କିନ୍ତୁ ଏହି ଦେଶର ଜନତା ଏହାକୁ ନିଜର ଦାୟିତ୍ୱ ମାନିନେଲେ, ଆଉ ପ୍ରତ୍ୟେକ କୋଟ, ପ୍ୟାଣ୍ଟ, ଟାଇ ବନ୍ଦ କର, ତ ବନ୍ଦ କଲେ, ଏସି ବନ୍ଦ କର ତ ବନ୍ଦ କଲେ । ପାଣି ଆବଶ୍ୟକତା ଠାରୁ ଅଧିକ ନିଅ ନାହିଁ ତ, ନେଲେ ନାହିଁ । କମ୍ ଜିନିଷ ଘରର ଖାଦ୍ୟ ତିଆରିରେ ଚଳାଇ ତିନୋଟି ତରକାରି ବଦଳରେ ଗୋଟିଏରେ ଚଳାଇନେବା ଆପଣମାନେ କରିଛନ୍ତି, ଜାପାନର ଲୋକେ କରିଛନ୍ତି । ଯେତେବେଳେ ମୁଁ ପଢୁଥିଲି ସବୁ କଥା ଆଉ ପରେ ଯେବେ ମୁଁ ଆସିଲି ତ ଲୋକଙ୍କଠାରୁ ସବୁ କଥା ଶୁଣିଲି, କି ମୁଁ ମଧ୍ୟ ଜାଣିଲି କି କେମିତି ମହାନ ହେଉଛନ୍ତି ଏ ଲୋକ ଦେଶ ପାଇଁ କିଛି କଷ୍ଟ ସହୁଛନ୍ତି । ନାହିଁ କେବେ କେବେ ମନରେ ଆସୁଥିଲା କି ଆମ ଦେଶରେ କେବେ ହୋଇପାରେ କି? କ’ଣ ଏହା ସମ୍ଭବ କି? କିନ୍ତୁ ମୁଁ ଆଜି ବଡ଼ ବିଶ୍ୱାସର ସହ କହୁଛି କି ହିନ୍ଦୁସ୍ଥାନରର ସାଧାରଣ ମଣିଷକୁ ଯଦି ଅବସର ମିଳେ, ସୁଯୋଗ ମିଳେ, ଦାୟିତ୍ୱର କଥା ଆସେ ତ ଯେମିତି ଆପଣ କରି ଦେଖାଇଛନ୍ତି ତାହା ମଧ୍ୟ ପଛରେ ରହିବା କଥା ନୁହେଁ । ମୁଁ ଏହା ଅନୁଭବର କଥା କହୁଛି ।
ଏବେ ଏବେ ମୋର ତାଜା ଅନୁଭବ ହେଉଛି- କେଉଁ କଥା? ଆପଣଙ୍କୁ ଜଣାଅଛି କି ଆଠ ତାରିଖ ରାତି ଆଠଟାରେ ପାଞ୍ଚ ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ଅଚଳ… । ମୁଁ ଶହେ ପଚିଶ କୋଟି ଦେଶବାସୀଙ୍କୁ ପ୍ରଣିପାତ କରୁଛି, ସଲାମ କରୁଛି । ଘରେ ବିବାହ ହେବାର ଅଛି, ପଇସା ନାହିଁ, ମା’ ବେମାର ଅଛି, ନୋଟ ବିଡା ଅଛି, କିନ୍ତୁ ଅସୁବିଧା ହେଉଛି । ଏସବୁ ସତ୍ତ୍ୱେ ମଧ୍ୟ ଅସୁବିଧା ହେଉଛି ଜଣା ଅଛି, ଦୁଃଖ ହେଉଛି ଜଣା ଅଛି । ଆଖ-ପାଖ ଲୋକ ଅଛନ୍ତି ଜଣା ଅଛି ତା ସତ୍ତ୍ୱେ ମଧ୍ୟ ଲୋକ ମୁହଁରେ ହାତ ଦେଇ ପଚାରୁଥିଲେ ମୋଦୀଙ୍କୁ କିଛି କୁହ । କିଛି ମୋଦୀଙ୍କ ବିରୁଦ୍ଧରେ କୁହ । ଏମିତି ବି ଚାଲୁଛି । କିନ୍ତୁ ମୁଁ ଦେଶର ଲୋକଙ୍କୁ ଶତ ଶତ ସଲାମ କରୁଛି କି ଚାରି ଘଣ୍ଟା ଲାଇନରେ ଠିଆ ହେଲେ, କିଏ ଛଅ ଘଣ୍ଟା ଲାଇନରେ ଠିଆ ହେଲେ । କିନ୍ତୁ କଷ୍ଟ ସହିଲେ, ତଥାପି ଦେଶ ହିତ ପାଇଁ ଏହି ନିଷ୍ପତ୍ତିକୁ ସ୍ୱୀକାର କରିବା ସହ ସ୍ୱାଗତ କରିଛନ୍ତି । ଯେପରି ୨୦୧୧ରେ ଜାପାନର ପ୍ରତ୍ୟେକ ନାଗରିକ କରି ଦେଖାଇଥିଲେ । କେତେକ ସ୍ଥାନରେ ଲୋକ ପାଞ୍ଚ ପାଞ୍ଚ ଘଣ୍ଟା ଲାଇନରେ ଠିଆ ହୋଇଥିଲେ ଏବଂ ଅଚାନକ ଏଟିଏମ୍ କାମ କରିବା ବନ୍ଦ କରିଦେଲା, ତ ଚାଲ କାଲି ଠିକ୍ ହୋଇଯିବ । ଏହା ହେଉଛି ସ୍ୱୟଂ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ସଂକେତ, ଉଜ୍ଜ୍ୱଳର ସଂକେତ । ଏହା ଠିକ୍ ଯେ ପାପ କରିଲାବାଲାଙ୍କ ସଂଖ୍ୟା କିଛି ଅଧିକ ହେବନାହିଁ । ଲକ୍ଷେ, ଦୁଇ ଲକ୍ଷ, ପାଞ୍ଚ ଲକ୍ଷ ହେବ । କିନ୍ତୁ ଶହେ ପଚିଶ କୋଟି ଲୋକଙ୍କୁ ଅସୁବିଧା ହେଉଛି । କିନ୍ତୁ ପୁଣି ଶହେ ପଚିଶ କୋଟି ଲୋକଙ୍କୁ ଲାଗୁଛି ଯଦି ଏତେ ସବୁ ସହିଲା ପରେ, ଆପଣମାନେ ଦେଖିଥିବେ, ଏବେ ତ ହ୍ୱାଟ୍ସଆପରେ ସବୁ ଆସିଥିବ । ପ୍ରଥମେ ଗଙ୍ଗାରେ କେହି ଚାରେଣୀ ପକାଉ ନ ଥିଲେ ଏବେ ନୋଟ୍ ଭାସୁଛି ଗଙ୍ଗାରେ ।
ଆପଣ ମତେ କୁହନ୍ତୁ, ଚୋରୀ କରିଥିବା ଧନ ବାହାରିବା ଦରକାର ନା ଦରକାର ନା ନାହିଁ? ସାଧାରଣ ଲୋକଙ୍କର ଏହା ଅଭିଯୋଗ ରହେ କି ଜଣଙ୍କୁ ଲାଭ ତ ଆଉ ଜଣଙ୍କୁ କ୍ଷତି ହୋଇଥାଏ । ତାକୁ ଲାଗିଥାଏ କି ଆଇନ ସମସ୍ତଙ୍କୁ ପାଞ୍ଚ ଶହ ନୋଟ ଦେଉ, ସମସ୍ତଙ୍କୁ ହଜାର ଟଙ୍କିଆ ନୋଟ ଦେଉ, ମୋଦୀଙ୍କର ମଧ୍ୟ ହଜାର ଟଙ୍କିଆ ନୋଟ ଏବେ ବଜାରରେ ଚଳିବ ନାହିଁ । ଲୋକ କହିଲେ ବାଃ ବଢିଆ ହେଲା । ଏଭଳି ହେବା ଦରକାର । ପ୍ରତ୍ୟେକଙ୍କ ପାଇଁ ସମାନ ପ୍ରଭାବ ଏବଂ ଏଇଥି ପାଇଁ ମତେ ମଧ୍ୟ ଜଣା ନ ଥିଲା କି ମତେ ଏଭଳି ଆଶୀର୍ବାଦ ମିଳିବ, ଆଉ ଯେଉଁ ଆଶୀର୍ବାଦ ପାଇବା ପାଇଁ ମୁଁ ଚିନ୍ତା କରୁଥିଲି । ଏହା କରିବି ତ କ’ଣ କ’ଣ ଅସୁବିଧା ହେବ । କ’ଣ କ’ଣ ଲାଭ ହେବ ତାହା ତ ମୁଁ ଚିନ୍ତା କରି ନ ଥିଲି । ମୁଁ ମୁଣ୍ଡ ଖର୍ଚ୍ଚ କରୁଥିଲି କ’ଣ କରିବି, କେମିତି କରିବି ଆଉ ଏ କାମ ଏମିତି ଥିଲା ଯେ ଲୋକଙ୍କୁ ମଧ୍ୟ ଜଣାଇ ପାରୁ ନଥିଲି । ହଠାତ୍ କରିବାକୁ ପଡିଲା । ନ ହେଲେ ଖେଳ ଖତମ୍ । ଯେଉଁ ଲୋକମାନେ ଏତେ ଜମା କରି ପାରନ୍ତି ସେମାନେ ନିଜ ସ୍ଥାନରେ ମଧ୍ୟ ରଖି ପାରନ୍ତି । ତେଣୁ ଏଥିପାଇଁ ଏହାକୁ ଗୋପନୀୟ ରଖିବା ଜରୁରୀ ଥିଲା । ତ, ମୁଁ ଚିନ୍ତା କରୁଥିଲି ଏଇ ସବୁ ଅସୁବିଧା ହେବ, ଏଇ ସବୁ ଅସୁବିଧା ହେବ, ଏଇ ସବୁ କଷ୍ଟ ହେବ । ତ, ଆମର ଏକ ଛୋଟ ଟିମ୍ ଥିଲା ଯିଏ ବସି ସବୁ ଅସୁବିଧାର ସମାଧାନର ରାସ୍ତା ଖେଜୁଥିଲା । କିନ୍ତୁ ମୁଁ ଏହା ଭାବି ନ ଥିଲି କି ସେଥିରେ ମତେ ମଧ୍ୟ ଆଶୀର୍ବାଦ ମିଳିବ । ଯେତେବେଳେ ଲୋକମାନଙ୍କୁ ଜଣା ପଡିଲା ଏହି ଗୃହିଣୀର, ପ୍ରତ୍ୟେକ ମହିଳା ପନିପରିବା ଆଣିବାକୁ ଗଲା ବେଳେ କିଛି ସଞ୍ଚୟ କରି ଦିଅନ୍ତି ଏବଂ ଶାଢୀ କାନିରେ ବାନ୍ଧି ରଖି ଦିଅନ୍ତି, ଫଳରେ ଘରୁ ସବୁ ପଇସା ସରିଗଲା, ଅସୁବିଧା ଆସିଲେ ସେ ବାହାର କରି ଦେଇ ଦେବେ । ଆମ ଦେଶର ମହିଳା କିଛି ନା କିଛି ସଞ୍ଚୟ କରି ରଖନ୍ତି ଯାହାକି ସଚ୍ଚୋଟ ଭାବରେ ରଖାଯାଇଥିବା ପଇସା, ବେଇମାନୀର ପଇସା ନୁହେଁ । ଯେତେବେଳେ ଆମେ କହି ଦେଲୁ କି ଯଦି କିଛି ଗୃହିଣୀ ଅଢେଇ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରି ଦେବେ ତ, ସରକାର ତାଙ୍କୁ ପଚାରିବେ ନାହିଁ କି ଅଢେଇ ଲକ୍ଷ ଟଙ୍କା କେଉଁଠୁ ଆସିଥିଲା । ତାହାର ପରିଣାମ କ’ଣ ହେଲା ଜଣା ଅଛି- କେତେକ ପୁଅ-ବୋହୁ ଯେଉଁମାନେ ବୃଦ୍ଧାଶ୍ରମରେ ମାଆଙ୍କୁ ରଖି ଦେଇ ଆସିଥିଲେ ସେମାନେ ଅଢେଇ-ଅଢେଇ ଲକ୍ଷ ଟଙ୍କା ମାଆଙ୍କ ଖାତାରେ ଜମା କରିଦେଲେ । ଏବେ ମତେ କୁହନ୍ତୁ ସେ ମାଆ ମତେ ଆଶୀର୍ବାଦ ଦେବେ, ନା ଦେବେ ନାହିଁ । ଏମିତି ବୃଦ୍ଧ ମାଆ ମୋତେ ଆଶୀର୍ବାଦ ଦେଲେ ତ, କେଉଁ ଯୋଜନା ସଫଳ ହେବାରେ ଆଶଙ୍କା ରହିଥାଏ କି ।
ଭାଇ ଓ ଭଉଣୀମାନେ ଏହା ହେଉଛି ବହୁତ ବଡ଼ ସ୍ୱଚ୍ଛତାର ଅଭିଯାନ । ଏହା କାହାକୁ ବିବ୍ରତ ବା ବ୍ୟାକୁଳ କରିବା ପାଇଁ ନୁହେଁ । କଷ୍ଟ ହେଉଛି, ମୁଁ ମଧ୍ୟ ଅନୁମାନ କରିଥିଲି, ମୁଁ ମଧ୍ୟ ପ୍ରଥମ ଦିନରୁ କହିଥିଲି ଯେତେବେଳେ ମୁଁ ଆଠ ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିଥିଲି ସେତେବେଳେ ମଧ୍ୟ କହିଥିଲି କି ଏତେ ବଡ଼ ଦେଶ । ପଚାଶ ଦିନ ଦିଆ ଯାଇଛି ତରବର ହେବାର କୌଣସି ଆବଶ୍ୟକ ନାହିଁ । ପଚାଶ ଦିନ ଦିଆ ଯାଇଛି ଯାଇକରି ନିଜେ ନିଜ ସଚ୍ଚୋଟ ଓ ଅଧିକାରରେ ଥିବା ପଇସା ଜମା କରନ୍ତୁ ଏବଂ ନିଜ ଖାତାକୁ ସେହି ପଇସା ଆସିଯିବ । କିନ୍ତୁ ମୁଁ ଏହି କଥାକୁ ସ୍ପଷ୍ଟ ଭାବେ ମାନୁଛି କି ହିସାବ ବିନା ଯଦି କିଛି ହାତକୁ ଆସିବ, ତାହା ହେଲେ ଦେଶ ସ୍ୱାଧୀନ ହେବା ଠାରୁ ଆଜି ପର୍ଯ୍ୟନ୍ତ ହିସାବ ଯାଞ୍ଚ କରିବି । ଯେତେ ନୂଆ ଲୋକଙ୍କୁ ଆଣିବାକୁ ପଡିବ ଆଣିକରି ଏହି କାମରେ ଲଗାଇବି । ଅଧିକାର ଓ ସଚୋଟ୍ଟତାର ସହ ହୋଇଥିଲେ ତାହାର ଜୟ ଜୟକାର ହେବ, ତାହାର କିଛି ସମସ୍ୟା ହେବ ନାହିଁ । କିନ୍ତୁ ଏହିଭଳି ଭାବରେ କିଏ ଜମା କରିଥିବେ ଆଉ ସେ ଭାବୁଥିବେ, ଆଜି ବ୍ୟାଙ୍କରେ ରଖିଦେବି, ପରେ ଦେଖି ନେବି । କେହି ରକ୍ଷା ପାଇବେ ନାହିଁ ଆଉ ଯେଉଁ ଲୋକ ମତେ ଜାଣିଛନ୍ତି ସେମାନେ ମଧ୍ୟ ହେଉଛନ୍ତି ବହୁତ ବୁଦ୍ଧିମାନ । ତ ସେମାନଙ୍କୁ ଲାଗୁଛି କି ବ୍ୟାଙ୍କକୁ ଯିବା ବଦଳରେ ଗଙ୍ଗାରେ ଯିବା ଭଲ । ପଇସା ମିଳୁ କି ନ ମିଳୁ ପୁଣ୍ୟ ତ ମିଳିଯିବ ଏବଂ ଏଥିପାଇଁ ଦେଶକୁ ତ, ପୁଣି ଥରେ, ଆଜି ପହଞ୍ଚିବା ପରେ ଲୋକଙ୍କୁ ବାରମ୍ବାର କହିବାକୁ ଚାହେଁ କି ସଚ୍ଚୋଟ୍ଟ ଲୋକଙ୍କ ସୁରକ୍ଷା ପାଇଁ ମୋ ସରକାର ସବୁ କିଛି କରିବେ ଆଉ ବେଇମାନ ଲୋକଙ୍କର ହିସାବ ଠିକ୍ ହୋଇ କରି ରହିବ ।
ଏବେ ଏମିତି ନାହିଁ କି ଏହା ଆମେ ରାତାରାତି କଲୁ, ଆମେ ଏକ ଯୋଜନା କଲୁ କି ଆପଣ ଏତେ ଦଣ୍ଡ ଦିଅନ୍ତୁ ଯେତେ ଦେଇ ପାରିବେ ଦେଇ ଦିଅନ୍ତୁ । ତ, ପାଖାପଖି ୬୭ ହଜାର କୋଟି ଟଙ୍କା ଆସୁ । ସେତେବେଳେ ମଧ୍ୟ କିଛି ଲୋକ କହୁଥିଲେ ତ, ମୋଦୀ ଫେଲ୍ ହୋଇଯିବେ । ମୋଦୀଙ୍କର କିଛି ହେଲା ନାହିଁ । କିନ୍ତୁ ଶେଷରେ ବ୍ୟାକରଣ ଆସିଲା ତ ସେମାନେ କହୁ ନାହାନ୍ତି ।
ଆଉ ବିଗତ ଦୁଇ ବର୍ଷ ମଧ୍ୟରେ ଏହି ପ୍ରକାରର ଯେଉଁ ଭିନ୍ନ ଭିନ୍ନ ପ୍ରୟାସ କରାଗଲା । ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ଫେରି ଆସିଲା । ତ, ସୁଯୋଗ ଦିଆଯାଇଥିଲା, ଏମିତି ନୁହେଁ ଯେ ଦିଆଯାଇ ନଥିଲା । କିନ୍ତୁ ପୁଣି ଯଦି ଆପଣଙ୍କୁ ଲାଗୁଛି କି ସେମିତି ହିଁ ହୁଏ, ପ୍ରଥମେ ଯେମିତି ଥିଲା ତ ଭୁଲ ମୋର ନୁହେଁ । ଆଉ ଏଥିପାଇଁ ଏବଂ ଯେଉଁ ଲୋକ ଏବେ ୩୦ ଡିସେମ୍ବର ପର୍ଯ୍ୟନ୍ତ ତାଙ୍କ ପାଖରେ ସମୟ ଅଛି । ଏବେ ୩୦ ଡିସେମ୍ବର ପର୍ଯ୍ୟନ୍ତ କୌଣସି ଅସୁବିଧା ବିନା ସବୁ କାରବାରକୁ ହଁ, ତରବର ହେବେ ତ କିଛି ଅସୁବିଧା ହୋଇପାରେ । ୩୦ ଡିସେମ୍ବର ପର୍ଯ୍ୟନ୍ତ ଶହେ ପଚିଶ କୋଟି ଦେଶବାସୀଙ୍କର କିଛି ଅସୁବିଧା ହେବ ନାହିଁ । ତାଙ୍କ ଅଧିକାରର ଜିନିଷ ମିଳିଯିବ । କିନ୍ତୁ କିଛି ଲୋକ ଭାବୁଥିବେ କି ୩୦ ଡିସେମ୍ବର ପରେ…ତ ମୁଁ ଆଜି ପୁଣି ଥରେ ଘୋଷଣା କରିବାକୁ ଚାହେଁ କି ଏହି ଯୋଜନା ଶେଷ ହେବା ପରେ ଦ୍ୱିତୀୟ ଥର ପାଇଁ ଆପଣ ମାନଙ୍କୁ ସବୁ କିଛିକୁ ବ୍ୟବସ୍ଥିତ କରିବା ପାଇଁ ମିଳିବ, ତାର କିଛି ଗ୍ୟାରେଣ୍ଟି ନାହିଁ ।
ଏବେ ଦୁନିଆ ଏତେ ବଦଳି ଯାଇଛି, ଆମେ ମୁଖ୍ୟଧାରାରେ, ଆପଣ ଠିକ୍ ଅଛନ୍ତି ପ୍ରଥମେ କରିନେଲେ କରିନେଲେ ଭାଇ । ମୁଁ ସୁଯୋଗ ଦେଲି, ନିଜ ଭାଗ୍ୟ ବିଷୟରେ ଚିନ୍ତା କରନ୍ତୁ । କିନ୍ତୁ ମୋର ପ୍ରିୟ ଦେଶବାସୀ ଆପଣ ଯେଉଁଠି କଠିନ ପରିଶ୍ରମ କରି ଭାରତ ପାଇଁ ସୁନାମ ଆଣିବାରେ ଲାଗିଛନ୍ତି । ଆପଣଙ୍କ ପୁରୁଷାର୍ଥ ଦେଶର ଗୌରବ ମଧ୍ୟ ବଢାଉଛି । ଦୁନିଆରେ ଯେଉଁଠାକୁ ଯାଆନ୍ତୁ ଭାରତୀୟ ସମୁଦାୟଙ୍କ ବ୍ୟବହାରର ବହୁତ ସକରାତ୍ମକ ଚର୍ଚ୍ଚା, ବିଶ୍ୱରେ ଯେଉଁ-ଯେଉଁଠାରେ ଭାରତୀୟ ସମୁଦାୟ ରହୁଥାନ୍ତି, ତାଙ୍କୁ ଭେଟିଥାଏ, ଶୁଣିବାକୁ ମିଳିଥାଏ ଆଉ ସେଇଥି ପାଇଁ ଭାରତର ମର୍ଯ୍ୟାଦା ବଢିଥାଏ ଭାରତର ପ୍ରତିଷ୍ଠା ମଧ୍ୟ ବଢିଥାଏ ତ, ଏହା ହେଉଛି ଆପଣମାନଙ୍କର ବହୁତ ବଡ଼ ଯୋଗଦାନ ।
ମୁଁ ପୁଣି ଥରେ, ଆପଣ ସମସ୍ତଙ୍କୁ ଭେଟିବାର ମତେ ସୁଯୋଗ ମିଳିଲା । ମୁଁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଏବଂ ଆପଣମାନଙ୍କୁ ବିଶ୍ୱାସ କରିବାକୁ କହୁଛି କି ଭାରତ ଏବେ ନିରନ୍ତର ଆଗକୁ ବଢିବାକୁ ଯାଉଛି, ବିକାଶର ନୂତନ ଶିଖରକୁ ଅତିକ୍ରମ କରିବାକୁ ଯାଉଛି । ଯେଉଁ ସ୍ୱପ୍ନ ଆପଣ ଦୁନିଆକୁ ଯାଇ, ଦୁନିଆରେ ରହି ଦେଖୁଛନ୍ତି, ଆଉ ଯେଉଁ ଭଲ ଜିନିଷ ଆପଣ ଭାରତରେ ଚାହୁଁଛନ୍ତି । ସେହି ସବୁ ଭଲ ଜିନିଷ ହିନ୍ଦୁସ୍ଥାନରେ ହେବା ସମ୍ଭବ ହୋଇପାରିଛି । ହୋଇପାରିବ ନିଶ୍ଚୟ । ବହୁତ ବହୁତ ଧନ୍ୟବାଦ ।
I am sure whatever happens in India makes you very proud. The good in India is happening due to 125 crore Indians: PM @narendramodi
— PMO India (@PMOIndia) November 12, 2016
India is getting historically high FDI and is moving quickly on the path of economic progress: PM @narendramodi at the community programme
— PMO India (@PMOIndia) November 12, 2016
We need to free India from the menace of poverty: PM @narendramodi pic.twitter.com/jkwn4wzdAa
— PMO India (@PMOIndia) November 12, 2016
When we assumed office what did we do first- we opened bank accounts for the poor: PM @narendramodi
— PMO India (@PMOIndia) November 12, 2016
Money that has been looted has to be recovered. And the rules have to be same for everyone: PM @narendramodi pic.twitter.com/fyO3WOTEVz
— PMO India (@PMOIndia) November 12, 2016
This government will do everything to protect the interests of honest citizens: PM @narendramodi pic.twitter.com/TwfibBUAH3
— PMO India (@PMOIndia) November 12, 2016