ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଜାପାନର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପତ୍ନୀ ଶ୍ରୀମତୀ ଆକି ଆବେଙ୍କୁ ଭେଟିଥିଲେ ଏବଂ ଭାରତ ସହିତ ତାଙ୍କର ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ ଗଭୀର ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବରେ ମନେ ପକାଇଥିଲେ, ଯିଏ ଭାରତ-ଜାପାନ ସମ୍ପର୍କକୁ ନୂତନ ଶୀର୍ଷତାକୁ ନେଇ ଯିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଶ୍ରୀ ମୋଦୀ କହିଥିଲେ ଯେ, ବାରଣାସୀର ରୁଦ୍ରାକ୍ଷ କନ୍ଭେନ୍ସନ୍ ସେଣ୍ଟରରେ ‘ଆବେ ମେମୋରିଆଲ୍ କରିଡର୍’ର ଉଦ୍ଘାଟନ, ଭାରତ-ଜାପାନ ବନ୍ଧୁତ୍ୱ ପ୍ରତି ସିଞ୍ଜୋ ଆବେଙ୍କ ଚିରସ୍ଥାୟୀ ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଜାପାନର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପତ୍ନୀ ଶ୍ରୀମତୀ ଆକି ଆବେଙ୍କୁ ସାକ୍ଷାତ କରି ଖୁସି ଲାଗିଲା । ଭାରତ ସହିତ ତାଙ୍କର ଦୀର୍ଘସ୍ଥାୟୀ ସମ୍ପର୍କକୁ ମୁଁ ବହୁତ ଗୁରୁତ୍ୱ ଦିଏ ।
ଆବେ-ସାନ୍ ଜଣେ ଘନିଷ୍ଠ ବନ୍ଧୁ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ, ଯିଏ ଭାରତ-ଜାପାନ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ କାଲି ବାରଣାସୀର ରୁଦ୍ରାକ୍ଷ କନ୍ଭେନ୍ସନ୍ ସେଣ୍ଟର୍ରେ ‘ଆବେ ମେମୋରିଆଲ୍ କରିଡର୍’ର ଉଦ୍ଘାଟନ ଭାରତ-ଜାପାନ ବନ୍ଧୁତ୍ୱ ପ୍ରତି ତାଙ୍କର ଚିରସ୍ଥାୟୀ ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ ।
@akie_official”
SR
Pleased to meet Mrs. Akie Abe, wife of late former Japanese Prime Minister Shinzo Abe. Deeply value her enduring association with India. Abe San was a dear friend and a visionary leader who played a defining role in elevating India-Japan relations to new heights. The inauguration of the Abe Memorial Corridor at the Rudraksh Convention Centre in Varanasi yesterday is a fitting tribute to his lasting contribution to India-Japan friendship. 故安倍晋三元首相の昭恵夫人とお会いでき、嬉しく思います。長年にわたるインドとの深いご縁を心より大切にしております。 安倍さんは親愛なる友人であり、インドと日本の関係を新たな高みへと導いた先見性あるリーダーでした。昨日ヴァラナシのルドラクシュ・コンベンション・センターに「安倍メモリアル・コリドー」が開設されたことは、印日友好関係の発展に対する安倍首相の多大な功績を称えるふさわしい記念となりました。 @akie_official
— Narendra Modi (@narendramodi) October 8, 2026