Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ମିଷ୍ଟର ୟାସୁହିରୋ ନାକାସୋନେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ମିଷ୍ଟର ୟାସୁହିରୋ ନାକାସୋନେଙ୍କ ବିୟୋଗରେ ସମବେଦନା ଜଣାଉଛି । 23 ବର୍ଷ ଅନ୍ତରାଳରେ ଜାପାନର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ତାଙ୍କ ଭାରତ ଗସ୍ତ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ଆମ ଦ୍ଵିପାକ୍ଷିକ ସମ୍ପର୍କର ଉନ୍ନତିରେ ମିଷ୍ଟର ୟାସୁହିରୋ ନାକାସୋନେଙ୍କ ବହୁମୂଲ୍ୟ ଯୋଗଦାନ ରହିଛି । ଭାରତ-ଜାପାନ ବନ୍ଧୁତାର ନିର୍ମାତା ଭାବେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।