ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଏବଂ ମୋର ଘନିଷ୍ଠ ମିତ୍ର ଆବେ ମହାଶୟ,
ସମ୍ମାନନୀୟ ପ୍ରତିନିଧିଗଣ,
ବନ୍ଧୁଗଣ,
ନମସ୍ତେ!
କୋନ୍ନଚିଭ!
ଏଠାରେ ଟୋକିଓରେ ଏବଂ ଏଥିପୂର୍ବରୁ ୟାମାନାଶୀରେ ଏବଂ ନିଜ ଘରେ ଯେଉଁ ଆତ୍ମୀୟତାର ସହିତ ପ୍ରଧାନମନ୍ତ୍ରୀ ଆବେ ମୋର ସ୍ୱାଗତ କଲେ, ତାହା ମୋର ଏହି ଜାପାନ ଗସ୍ତର ସଫଳତାକୁ ଆହୁରି ଅବିସ୍ମରଣୀୟ କରିଦେଇଛି । ଜାପାନ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ସଭ୍ୟତାର ସର୍ବଶ୍ରେଷ୍ଠ ଦିଗଗୁଡ଼ିକର ସଂଗମ ସ୍ଥଳ ଅଟେ । ଏହା ସେହି ମହାନ ଦେଶ ଯିଏ ଶିଖାଇଛି ଯେ ମାନବ ଜାତିର ବିକାଶର ରାସ୍ତା ପୁରାତନ ଏବଂ ନୂତନ ମଧ୍ୟରେ ସଂଘର୍ଷର ନୁହେଁ, ବରଂ ସେ ଦୁଇଟିର ସହ-ଅସ୍ତିତ୍ୱ ଏବଂ ସୃଷ୍ଟିର ଅଟେ । ନୂତନର ସ୍ୱାଗତ ଏବଂ ପୁରାତନକୁ ସମ୍ମାନ – ଏହା ଜାପାନର ବିଶ୍ୱ ସଭ୍ୟତାକୁ ଦାନ ଅଟେ । ଏବଂ ଏଥିସହିତ ଭାରତ ଏବଂ ଜାପାନ ମଧ୍ୟରେ ଏକ ଗଭୀର ସମାନତା ମଧ୍ୟ ରହିଛି ।
ମହାମହିମ ଗଣ,
ଜାପାନ ଏବଂ ଭାରତର ସମ୍ପର୍କକୁ ଭାରତ ଏବଂ ପ୍ରଶାନ୍ତ ମହାସାଗରର ଗଭୀରତା ଏବଂ ବିସ୍ତାର ପ୍ରାପ୍ତ ହୋଇଛି । ଏହି ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସ୍ୱାଧୀନତା ପ୍ରତି ଏବଂ ଆଇନର ଶାସନ ପ୍ରତି ସହଭାଗୀ ପ୍ରତିବଦ୍ଧତା ଉପରେ ଆଧାରିତ ଅଟେ । ନିଜର ସମ୍ପର୍କକୁ ଆଗାମୀ ବିକାଶ ଲାଗି ଏକ ବିଶାଳ ଲକ୍ଷ୍ୟ ଉପରେ ଆସନ୍ତାକାଲି ଏବଂ ଆଜି ଆବେ’ଙ୍କ ସହିତ ମୋର ଉପଯୋଗୀ ଆଲୋଚନା ହୋଇଛି । ଆଜି ଏହି ସହଭାଗୀ ଲକ୍ଷ୍ୟ ଉପରେ ଆମେ ସ୍ୱାକ୍ଷର କରିଛୁ । ଆସନ୍ତାକାଲି ଏହା ଆମର ଭବିଷ୍ୟତକୁ ଏକ ନୂତନ ଆଲୋକ ପ୍ରଦାନ କରିବ । ଆମ ଭିତରେ ସମ୍ପୂର୍ଣ୍ଣ ସହମତି ରହିଛି ଯେ ଆମେ ନିଜ ସହଯୋଗକୁ ଡିଜିଟାଲ ଭାଗୀଦାରୀଠାରୁ ସାଇବର କ୍ଷେତ୍ର ପର୍ଯ୍ୟନ୍ତ, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପ୍ରତିରକ୍ଷା-ସୁରକ୍ଷା ପର୍ଯ୍ୟନ୍ତ ଏବଂ ମହାସାଗରଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଅବାଧ ଗତି ପ୍ରଦାନ କରିବୁ । ମୁଁ ଜାଣିବାକୁ ପାଇଛି ଯେ ଆଜି ଜାପାନର ନିବେଶକମାନେ ଭାରତରେ 2.5 ବିଲିୟନ ଡଲାରର ନୂତନ ନିବେଶ ଲାଗି ଘୋଷଣା କରିଛନ୍ତି । ଏହାଦ୍ୱାରା ଭାରତରେ ପାଖାପାଖି 30 ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ । ଏହି ଗସ୍ତ କାଳରେ ଦ୍ୱିପାକ୍ଷିକ ମୁଦ୍ରା ପ୍ରତିବଦଳ ବ୍ୟବସ୍ଥା ଉପରେ ହୋଇଥିବା ସହମତିରେ ଆମର ପାରସ୍ପରିକ ବିଶ୍ୱାସ ଏବଂ ଆମର ଆର୍ଥିକ ଭାଗୀଦାରୀର ନିରନ୍ତର ବୃଦ୍ଧି ପାଉଥିବା ନିବିଡ଼ତା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି ।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ଅଟେ । କିନ୍ତୁ ଏହାର ରୂପ-ସ୍ୱରୂପ ଉପରେ ପ୍ରଶ୍ନବାଚୀ ରହିଛି । କାହାର ଲାଭ ହେବ, କ’ଣ କରିବାକୁ ହେବ, ଏପରି ଅନେକ ପ୍ରଶ୍ନ ରହିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ । ଭାରତ ଏବଂ ଜାପାନର ସହଯୋଗ ବିନା ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ହୋଇପାରିବ ନାହିଁ । ଆବେ ଏବଂ ମୁଁ ଆମର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ 2+2 ବାର୍ତ୍ତାଳାପ ଲାଗି ସହମତ ହୋଇଛୁ । ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହନ ଦେବା । ଆନ୍ତର୍ଜାତିକ ସୌର ମେଂଟରେ ଜାପାନର ପ୍ରବେଶ, ବିଶ୍ୱର ସ୍ୱାର୍ଥରେ ଏପରି ସହଯୋଗର ଆଉ ଏକ ଉଜ୍ଜ୍ୱଳ ଉଦାହରଣ ହେବ ।
ବନ୍ଧୁଗଣ,
ଆସନ୍ତା ବର୍ଷ ଜାପାନ ଓସାକାରେ ଜି-20 ଶିଖର ସମ୍ମିଳନୀର ଆୟୋଜନ କରିବ । ଆସନ୍ତାବର୍ଷ ରଗବୀ ବିଶ୍ୱକପ ମଧ୍ୟ ଜାପାନରେ ଆୟୋଜିତ ହେବ । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟ ଏସିଆରେ ଆୟୋଜନ କରାଯାଉଛି । ଆହୁରି 2020ରେ ଅଲିମ୍ପିକ୍ସର ଆୟୋଜନ ଟୋକିଓରେ ହେବ । ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ମୋ ପକ୍ଷରୁ ଏବଂ ସମଗ୍ର ଭାରତ ପକ୍ଷରୁ ଆମର ହାର୍ଦ୍ଦିକ ଶୁଭକାମନା ଆପଣଙ୍କ ସହିତ ରହିଛି ।
ବନ୍ଧୁଗଣ,
ଭାରତ-ଜାପାନ ସମ୍ପର୍କରେ ଅଗ୍ରଗତି ଜାପାନର “କାଇଜନ ଦର୍ଶନ” ଭଳି ଅସୀମ ଅଟେ । ପ୍ରଧାନମନ୍ତ୍ରୀ ଆବେଙ୍କ ସହିତ ମିଶି ଏହି ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିବା ଲାଗି ମୁଁ ପ୍ରତିବଦ୍ଧ ଅଟେ । ମୁଁ ପୁଣିଥରେ ଆବେ ସାନଙ୍କୁ, ଜାପାନ ସରକାରଙ୍କୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଏବଂ ଶୁଭକାମନା ଜଣାଉଛି ।
ଦାମୋ ଅରିଗାତୋ ଗୋଜାଇମସ ।
**********
जापान पूरब और पश्चिम की सभ्यताओं के सर्वश्रेष्ठ पहलुओं का संगम है।
— PMO India (@PMOIndia) October 29, 2018
यह वही महान देश है जिसने सिखाया है कि मानव जाति के विकास का रास्ता पुरातन और नूतन के बीच टकराव का नहीं, बल्कि उनके सह-अस्तित्व और सृजन का है: PM
जापान और भारत के सम्बन्धों को हिन्द और प्रशांत महासागरों सी गहराई और विस्तार प्राप्त हैं।
— PMO India (@PMOIndia) October 29, 2018
ये सम्बन्ध लोकतांत्रिक मूल्यों और स्वतंत्रताओं के प्रति और Rule of Law के प्रति साझा प्रतिबद्धता पर आधारित हैं: PM
हमारे बीच पूरी सहमति है कि हम अपने सहयोग को digital partnership से cyber space तक, स्वास्थ्य से रक्षा-सुरक्षा तक और सागर से अंतरिक्ष तक, हर क्षेत्र में अबाध गति देंगे।
— PMO India (@PMOIndia) October 29, 2018
मुझे बताया गया है कि आज जापान के निवेशकों ने भारत में 2.5 बिलियन यू एस डॉलर के नए निवेश की घोषणा की है: PM
इसी यात्रा के दौरान द्विपक्षीय करेन्सी स्वाप व्यवस्था पर हुई सहमति में हमारा आपसी विश्वास और हमारी आर्थिक साझेदारी की निरन्तर बढ़ती हुई नज़दीकी साफ़ तौर पर झलकते हैं: PM
— PMO India (@PMOIndia) October 29, 2018
भारत और जापान के सहयोग के बिना 21वीं सदी एशिया की सदी नहीं हो सकती।
— PMO India (@PMOIndia) October 29, 2018
आबे सान और मैं हमारे विदेश और रक्षा मंत्रियों के बीच 2+2 Dialogue के लिए सहमत हुए हैं।
इसका उद्देश्य विश्व में शांति और स्थिरता को बढ़ावा देना है: PM
Held fruitful and extensive talks with PM @AbeShinzo.
— Narendra Modi (@narendramodi) October 29, 2018
Today’s discussions focused on aspects relating to better economic ties, stronger cooperation in areas of defence and security. pic.twitter.com/jCXrx4QX7I