Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାପାନ ଗସ୍ତ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାପାନ ଗସ୍ତର ଅବ୍ୟବହିତ ପୂର୍ବରୁ ତାଙ୍କ ବକ୍ତବ୍ୟ ନିମ୍ନରେ ପ୍ରଦତ୍ତ କରାଗଲା  –

ମୁଁ ବାର୍ଷିକ ଶିଖର ସମ୍ମିଳନୀ ପାଇଁ 28-29 ଅକ୍ଟୋବର, 2018ରେ ଜାପାନ ଗସ୍ତରେ ଯିବି । ସେପ୍ଟେମ୍ବର2014ରେ ପ୍ରଧାନମନ୍ତ୍ରୀ ଭାବେ ଜାପାନର ପ୍ରଥମ ଗସ୍ତ ପରଠାରୁ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଏହା ମୋର ଦ୍ୱାଦଶ ବୈଠକ ହେବ ମୁଁ 2016ରେ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜାପାନ ଗସ୍ତ କରିଥିଲି

ବିଗତ ବର୍ଷ, ମୋତେ ନିଜ ରାଜ୍ୟ ଗୁଜରାଟରେ ପ୍ରଧାନମନ୍ତ୍ରୀ ଆବେ ଏବଂ ଶ୍ରୀମତୀ ଅକି ଆବେଙ୍କ ଅତିଥି ସତ୍କାର କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲି  । ଜାପାନ ଭାରତର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବନ୍ଧୁ  । ଆମ ମଧ୍ୟରେ ଏକ ବିଶେଷ ରଣନୈତିକ ଏବଂ ବୈଶ୍ୱିକ ଭାଗୀଦାରୀତା ରହିଛି  । ଜାପାନ ସହିତ ଆମର ଆର୍ଥିକ ଏବଂ ରଣନୈତିକ ସଂପର୍କ ରହିଛି ଯେଉଁଥିରେ ସଂପ୍ରତି ବର୍ଷଗୁଡିକରେ ସଂପୂର୍ଣ୍ଣ ଭାବେ ନୂତନ ରୂପରେ ପରିବର୍ତ୍ତିତ ହୋଇଛି  । ବର୍ତ୍ତମାନ ଏହି ଭାଗୀଦାରୀତା ଅତ୍ୟନ୍ତ ମଜବୁତ ଏବଂ ଫଳପ୍ରଦ ହୋଇପାରିଛି  । ଏହା ଭାରତର କ୍ଟ-ଇଷ୍ଟ ନୀତିର ମଜବୁତ ସ୍ତମ୍ଭ, ମୁକ୍ତ, ଏବଂ ସାମଗ୍ରୀକ ଭାରତ-ପ୍ରଶାନ୍ତମହାସାଗର ଅଞ୍ଚଳରେ ବର୍ତ୍ତମାନର ଦୃଷ୍ଟିକୋଣ ତଥା ପ୍ରତିବଦ୍ଧତା ଉପରେ ଆଧାରିତ  ।

ଲୋକତାନ୍ତ୍ରିକ ଦେଶ ହେବା ଯୋଗୁ ଆମର ମୂଲ୍ୟ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁ  । ଆମେ ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧିର ଆଶା ଓ ଆକାଂକ୍ଷା ରଖିଥାଉ

ଭାରତ ଏବଂ ଜାପାନ ପରସ୍ପର ପରିପୂରକ ଅଟନ୍ତି ଏବଂ ଏହାଦ୍ୱାରା ଆମକୁ ଦୃଢତା ମିଳିଥାଏ  । ଜାପାନ ଆଜି ଭାରତ ସହିତ ଆର୍ଥିକ ଏବଂ ପ୍ରଯୁକ୍ତି ଆଧୂନିକୀକରଣରେ ସବୁଠାରୁ ବିଶ୍ୱସନୀୟ ବନ୍ଧୁ ହୋଇପାରିଛି ତଥା ଭାରତ ପାଇଁ ସବୁଠାରୁ ବଡ ନିବେଶକ ହୋଇପାରିଛି  । ମୁମ୍ବାଇ-ଅହମଦାବାଦ ହାଇସ୍ପିଡ ରେଳ ଏବଂ ସମର୍ପିତ ମାଲ ପରିବହନ କରିଡର ଭଳି ପ୍ରକଳ୍ପଗୁଡିକରୁ ଆମର ଆର୍ଥିକ ସଂପର୍କର ଗଭୀରତା ସହଜରେ ଅନୁମେୟ  । ମେକ ଇନ ଇଣ୍ଡିଆ’, ‘ସ୍କିଲ ଇଣ୍ଡିଆ’, ‘ଡିଜିଟାଲ ଇଣ୍ଡିଆ’, ‘ଷ୍ଟାର୍ଟ ଅପ ଇଣ୍ଡିଆଭଳି ଅନେକ ରାଷ୍ଟ୍ରୀୟ ପଦକ୍ଷେପଗୁଡିକ ମଧ୍ୟରେ ଜାପାନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି  ।

ଭାରତର ଅପାର ଆର୍ଥିକ ସୁଯୋଗ ଓ ସମ୍ଭାବନା ତଥା ଭବିଷ୍ୟ ଉପରେ ଜାପାନୀ ନିବେଶକମାନଙ୍କ ଅତୁଟ ବିଶ୍ୱାସ ରିହଛି ।

ଆମେ ଅଭିନବୀକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଉତ୍କୃଷ୍ଟ କାର୍ଯ୍ୟ ପଦ୍ଧତିଗୁଡିକ ମଧ୍ୟରେ ଜାପାନର ବୈଶ୍ୱିକ ନେତୃତ୍ୱକୁ ସମ୍ମାନ ଜଣାଉଛୁ  । ଏହି ଗସ୍ତ ସମୟରେ ମୋତେ ରୋବୋଟିକ୍ସରେ ଜାପାନର ଉଚ୍ଚ ଜ୍ଞାନ କୌଶଳ କ୍ଷମତାଗୁଡିକୁ ଦେଖିବାର ସୁଯୋଗ ମିଳିବ  ।

ମୁଁ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବି ତଥା ଦୁଇ ଦେଶର ବ୍ୟାପାର ଏବଂ ଉଦ୍ୟୋଗର ନେତୃମଣ୍ଡଳୀ ସହିତ ମଧ୍ୟ ମତ ବିନିମୟ କରିବି  । ମୁଁ ଭାରତୀୟ ବଂଶୋଦ୍ଭବଙ୍କୁ ମଧ୍ୟ ସମ୍ବୋଧିତ କରିବି  ।

ଏହି ଆଲୋଚନା ଦ୍ୱାରା ଆମର ବ୍ୟବସାୟ ଏବଂ ପୁଂଜି ନିବେଶ ସଂପର୍କକୁ ଆହୁରୀ ସୁଦୃଢ କରିବାରେ ସହଯୋଗ ମିଳିବ ଏବଂ ସ୍ୱାସ୍ଥ୍ୟ ସୁବିଧା, ଡିଜିଟାଲ ପ୍ରଯୁକ୍ତି, କୃଷି, ଖାଦ୍ୟ ପ୍ରକ୍ରୀୟାକରଣ, ବିପର୍ଯ୍ୟୟ ପ୍ରଶମନ ଏବଂ ବିପର୍ଯ୍ୟୟର ସମାଧାନ କରିବା ଯୋଗ୍ୟ ସୁବିଧା ଭଳି ନୂତନ କ୍ଷେତ୍ରଗୁଡିକରେ ସହଯୋଗକୁ ପ୍ରୋତ୍ସାହନ ମିଳିବ  ।

ଭାରତର ବିଭିନ୍ନ ରାଜ୍ୟ ଏବଂ ଜାପାନର ପ୍ରାନ୍ତଗୁଡିକ ମଧ୍ୟରେ ବୃଦ୍ଧି ପାଉଥିବା ସଂପର୍କକୁ ମୁଁ ହୃଦୟର ସହିତ ସ୍ୱାଗତ କରୁଛି  । ମୋତେ ଏହା ଆନନ୍ଦିତ କରୁଛି ଯେ ଶିକ୍ଷା, କୌଶଳ ବିକାଶ, ସଂସ୍କୃତି ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରଗୁଡିକରେ ସକ୍ରୀୟ ଆଦାନ-ପ୍ରଦାନ ଜରିଆରେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ନିରନ୍ତର ବୃଦ୍ଧି ପାଉଛି  ।

ମୋର ଗସ୍ତ ଦ୍ୱାରା ଆମ ପାରମ୍ପରିକ ବନ୍ଧୁତ୍ୱକୁ ପ୍ରୋତ୍ସାହନ ମିଳିବ, ଯାହାର ମୂଳଦୂଆ ଇତିହାସରେ ଅତ୍ୟନ୍ତ ଗଭୀର ଏବଂ ଉତ୍ତମ ତଥା ଅଧିକ ସମୃଦ୍ଧ ଭବିଷ୍ୟତ ପାଇଁ ଆମ ଭାଗୀଦାରୀତାକୁ ସୁଦୃଢ କରିବ  ।

 

**********