Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ (ସେପ୍ଟେମ୍ବର 14, 2017) ଅବସରରେ ସ୍ୱାକ୍ଷରିତ ଏମଓୟୁ/ଚୁକ୍ତିର ତାଲିକା


 

ବିପର୍ଯୟ ଆପଦ ପରିଚାଳନା

1

ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାପାନ ସରକାରଙ୍କ କ୍ୟାବିନେଟ ଅଫିସ ମଧ୍ୟରେ ଏମଓସି

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ଏବଂ ଭାଗିଦାରୀର ଲକ୍ଷ୍ୟ ତଥା ବିପର୍ଯ୍ୟୟ ପ୍ରଶମନ ପାଇଁ ଅଭିଜ୍ଞତା, ଜ୍ଞାନ ଏବଂ ନୀତିର ଆଦାନପ୍ରଦାନ

ଦକ୍ଷତା ବିକାଶ

2

ଭାରତରେ ଜାପାନୀ ଭାଷା ଶିକ୍ଷା କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନ, ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ଏମ୍ଓସି

ଭାରତରେ ଜାପାନୀ ଭାଷା ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା

ଯୋଗାଯୋଗ

3

ଭାରତ ଜାପାନ ଏକ୍ଟ ଇଷ୍ଟ ଫୋରମ

ଭାରତର ଉତ୍ତର ପୂର୍ବାଞ୍ଚଳରେ ଦକ୍ଷ ଏବଂ ପ୍ରଭାବୀ ଢଙ୍ଗରେ ଯୋଗାଯୋଗ ତଥା ବିକାଶମୂଳକ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ

ଅର୍ଥନୈତିକ ଏବଂ ବାଣିଜ୍ୟିକ

4

ଇଣ୍ଡିଆ ପୋଷ୍ଟ ଏବଂ ଜାପାନ ପୋଷ୍ଟ ମଧ୍ୟରେ କୁଲ୍ ଇଏମଏସ ସେବା କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ସୂଚନା ଚୁକ୍ତି

ଏହାର ଉଦ୍ଦେଶ୍ୟ ଇଣ୍ଡିଆ ପୋଷ୍ଟ ଏବଂ ଜାପାନ ପୋଷ୍ଟ ମଧ୍ୟରେ “କୁଲ୍ ଇଏମଏସ” ସେବା ପାଇଁ ବାଣିଜ୍ୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଯାହାଦ୍ୱାରା ଭାରତରେ ଥିବା ପ୍ରବାସୀ ଜାପାନୀଙ୍କ ପାଇଁ ଜାପାନରୁ ତାଜା ଖାଦ୍ୟ ଭାରତକୁ ଆସିପାରିବ ।

ନିବେଶ (ଗୁଜରାଟ)

5

ଡିଆଇପିପି ଏବଂ ଏମ୍ଇଟିଆଇ ମଧ୍ୟରେ ଭାରତ-ଜାପାନ ନିବେଶ ପ୍ରୋତ୍ସାହନ ଲାଗି ମାର୍ଗଚିତ୍ର

ଭାରତରେ ଜାପାନୀ ନିବେଶକୁ ପ୍ରୋତ୍ସାହନ ଏବଂ ତ୍ୱରାନ୍ୱିତ କରିବା

6

ଗୁଜରାଟର ଖୋରାଜ-ମଣ୍ଡଳ ବେଛରାଜ ଠାରେ ‘ଜାପାନ-ଭାରତ’ ସ୍ୱତନ୍ତ୍ର ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପାଇଁ ଏମଇଟିଆଇ ଏବଂ ଗୁଜରାଟ ରାଜ୍ୟ ମଧ୍ୟରେ ଏମଓସି

ମଣ୍ଡଳ ବେଛରାଜ-ଖୋରାଜ ଅଞ୍ଚଳରେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ପାଇଁ ସହଯୋଗ ପ୍ରଦାନ

ବେସାମରିକ ବିମାନ ଚଳାଚଳ

7

ବେସାମରିକ ବିମାନ ଚଳାଚଳ ପାଇଁ ଆରଓଡି ବିନିମୟ (ମୁକ୍ତାକାଶ)

 

ଏହା ଭାରତ ଏବଂ ଜାପାନ ମଧ୍ୟରେ ବିମାନ ଚଳାଚଳକୁ ଉନ୍ମୁକ୍ତ କରିବ, ଯାହାଦ୍ୱାରା ଭାରତ ଏବଂ ଜାପାନ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଉଭୟ ରାଷ୍ଟ୍ରରେ ଥିବା କେତେକ ନିର୍ଦ୍ଦିଷ୍ଟ ସହରରେ ଅସୀମିତ ସଂଖ୍ୟାରେ ବିମାନ ଚଳାଚଳ କରିପାରିବେ  ।

ବିଜ୍ଞାନ ଏବଂ କାରିଗରୀ

8

ଅନ୍ତର୍ଜାତୀୟ ମିଳିତ ବିନିମୟ କାର୍ଯ୍ୟକ୍ରମ ପାଇଁ ଆନ୍ତଃବିଭାଗୀୟ ଥିଓରେଟିକାଲ୍ ଏଣ୍ଡ ମାଥମେଟିକାଲ୍ ସାଇନ୍ସେସ୍ ପ୍ରୋଗ୍ରାମ (ଆଇଟିଏଚ୍ଇଏମ୍ଏସ୍), ରିକେନ୍ ଏବଂ ନେସନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସେସ(ସିମୋନ୍ସ-ଏନସିବିଏସ) ମଧ୍ୟରେ ରାଜିନାମା

ସିଦ୍ଧାନ୍ତ ଜୈବବିଜ୍ଞାନ କ୍ଷେତ୍ରରେ ସହଯୋଗ ଲାଗି ଉଭୟ ରାଷ୍ଟ୍ରର ପ୍ରତିଭାସମ୍ପନ୍ନ ଯୁବ ବୈଜ୍ଞାନିକମାନଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବା ଲାଗି ଏକ ମିଳିତ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବା

9

ନେସନାଲ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଏଣ୍ଡ ଟେକ୍ନୋଲଜି(ଏଆଇଏସଟି), ଜାପାନ ଏବଂ ବାୟୋଟେକ୍ନୋଲଜି ବିଭାଗ (ଡିବିଟି ମଧ୍ୟରେ) ମିଳିତ ଗବେଷଣା ଚୁକ୍ତି

 

ମିଳିତ ଭାବେ ଗବେଷଣା କରିବା ଏବଂ ଏଆଇଏସଟି ଇଂଟରନେସନାଲ୍ ସେଂଟର ଫର୍ ଟ୍ରାନ୍ସଲେସନାଲ୍ ଆଣ୍ଡ ଏନଭାଇରନମେଣ୍ଟାଲ ରିସର୍ଚ୍ଚ (ଡାଇସେଂଟର) ନାମକ ଏକ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା କରିବା  । ଏହା ଏଆଇଏସଟି, ଜାପାନରେ ପ୍ରତିଷ୍ଠା ହେବ ଏବଂ ଉଭୟ ପ୍ରତିଷ୍ଠାନ ଏବଂ ରାଷ୍ଟ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଯୋଗାଇଦେବ  ।

10

ଡିବିଟି ଏବଂ ଜାତୀୟ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲଜି ପ୍ରତିଷ୍ଠାନ ମଧ୍ୟରେ ବୁଝାମଣା

ଡିବିଟି ଏବଂ ଜାତୀୟ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲଜି ପ୍ରତିଷ୍ଠାନ ମଧ୍ୟରେ ବୁଝାମଣା ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ଉଦ୍ଦିଷ୍ଟ

କ୍ରୀଡ଼ା

11

ଲକ୍ଷ୍ମୀବାଇ ନେସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକାଲ ଏଜୁକେସନ୍ (ଏଲଏନ୍ଆଇପିଇ) ଏବଂ ନିପ୍ପନ୍ ସ୍ପୋର୍ଟସ୍ ସାଇନ୍ସ ୟୁନିଭର୍ସିଟି, ଜାପାନ (ଏନ୍ଏସ୍ଏସୟୁ) ମଧ୍ୟରେ ଅନ୍ତର୍ଜାତୀୟ ଶିକ୍ଷା ଏବଂ କ୍ରୀଡ଼ା ବିନିମୟ ପାଇଁ ଏମ୍ଓୟୁ

ଲକ୍ଷ୍ମୀବାଇ ନେସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକାଲ ଏଜୁକେସନ୍ (ଏଲଏନ୍ଆଇପିଇ) ଏବଂ ନିପ୍ପନ୍ ସ୍ପୋର୍ଟସ୍ ସାଇନ୍ସ ୟୁନିଭର୍ସିଟି, ଜାପାନ (ଏନ୍ଏସ୍ଏସୟୁ) ମଧ୍ୟରେ ଅନ୍ତର୍ଜାତୀୟ ଶିକ୍ଷା ସହଯୋଗ ଏବଂ ବିନିମୟ ସୁବିଧା ଯୋଗାଇ ଦେବା ଏବଂ ଏହାକୁ ଅଧିକ ଗଭୀର କରିବା

12

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ନିପ୍ପନ୍ ସ୍ପୋର୍ଟସ୍ ସାଇନ୍ସ ୟୁନିଭର୍ସିଟି, ଜାପାନ (ଏନଏସଏସୟୁ) ମଧ୍ୟରେ ଅନ୍ତର୍ଜାତୀୟ ଶିକ୍ଷା ଏବଂ କ୍ରୀଡ଼ା ବିନିମୟ ନିମନ୍ତେ ବୁଝାମଣା

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ନିପ୍ପନ୍ ସ୍ପୋର୍ଟସ୍ ସାଇନ୍ସ ୟୁନିଭର୍ସିଟି, ଜାପାନ ମଧ୍ୟରେ ଅନ୍ତର୍ଜାତୀୟ ଶିକ୍ଷା ସହଯୋଗ ଏବଂ ବିନିମୟ ସୁବିଧା ଯୋଗାଇ ଦେବା ଏବଂ ଏହାକୁ ଅଧିକ ଗଭୀର କରିବା

13

ଲକ୍ଷ୍ମୀବାଇ ନେସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକାଲ ଏଜୁକେସନ୍ (ଏଲଏନ୍ଆଇପିଇ) ଏବଂ ୟୁନିଭର୍ସିଟି ଅଫ୍ ସୁକୁବା, ଜାପାନ ମଧ୍ୟରେ ବୁଝାମଣାପତ୍ର

ଲକ୍ଷ୍ମୀବାଇ ନେସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକାଲ ଏଜୁକେସନ୍ (ଏଲଏନ୍ଆଇପିଇ) ଏବଂ ୟୁନିଭର୍ସିଟି ଅଫ୍ ସୁକୁବା, ଜାପାନ ମଧ୍ୟରେ ରଣନୈତିକ ଭାଗିଦାରୀ, ମିଳିତ ଗବେଷଣା ଏବଂ କାର୍ଯ୍ୟକ୍ରମ ବିନିମୟକୁ ଆହୁରି ସୁଦୃଢ଼ କରିବା ।

14

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ୟୁନିଭର୍ସିଟି ଅଫ୍ ସୁକୁବା, ଜାପାନ୍ ମଧ୍ୟରେ ବୁଝାମଣାପତ୍ର

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ୟୁନିଭର୍ସିଟି ଅଫ୍ ସୁକୁବା, ଜାପାନ ମଧ୍ୟରେ ରଣନୈତିକ ଭାଗିଦାରୀ, ମିଳିତ ଗବେଷଣା ଏବଂ ବିନିମୟକୁ ଆହୁରି ସୁଦୃଢ଼ କରିବା ।

ଶିକ୍ଷଣୀୟ/ଚିନ୍ତନମଣ୍ଡଳୀ

15

ଗବେଷଣା ସଂକ୍ରାନ୍ତ କାର୍ଯ୍ୟକଳାପ ପାଇଁ ଆରଆଇଏସ୍ ଏବଂ ଆଇଡିଇ-ଜେଟ୍ରୋ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ପାଇଁ ଏମ୍ଓୟୁ

ଗବେଷଣାର ସାମର୍ଥ୍ୟ ବୃଦ୍ଧି ଏବଂ ଗବେଷଣା ପାଣ୍ଠି ପ୍ରଭାବୀ ଆବଣ୍ଟନ ଲାଗି ଆରଆଇଏସ୍ ଏବଂ ଆଇଡିଇ ଜେଟ୍ରୋ ମଧ୍ୟରେ ସଂସ୍ଥାଗତ ସହଯୋଗକୁ ପ୍ରୋତ୍ସାହନ ଦେବା

କ୍ରମିକ ସଂଖ୍ୟା ବୁଝାମଣା ବର୍ଣ୍ଣନା

 

*****