Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମନଗରରେ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଜାମନଗରରେ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଜାମନଗରରେ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଜାମନଗରରେ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


କେମିତି ଅଛନ୍ତି ଆପଣମାନେ ସମସ୍ତେ! ସୁଖରେ ଅଛନ୍ତି ତ?

ଶିବରାତ୍ରିର ପବିତ୍ର ପର୍ବ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଭୋଳାନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ ।

ମୋ’ କଥା ଆରମ୍ଭ କରିବା ପୂର୍ବରୁ 3 ଥର ଭାରତ ମାତା କି ଜୟକାର କରିବା । ମୁଁ କରାଇବି ।

ପରାକ୍ରମୀ ଭାରତ ପାଇଁ ଭାରତ ମାତା କୀ-ଜୟ

ବିଜୟୀ ଭାରତ ପାଇଁ ଭାରତ ମାତା କୀ -ଜୟ

ବୀର ଯବାନଙ୍କ ପାଇଁ ଭାରତ ମାତା କୀ – ଜୟ

ବହୁ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଏଠାକୁ ଆସିଥିବା ଜାମନଗରର ପ୍ରିୟ ଭାଇ ଓ ଭଉଣୀମାନେ,

ଆଜି ଶିବରାତ୍ରିର ପବିତ୍ର ପର୍ବ । ଆଉ ଗୁଜରାଟ ଏଭଳି ମାଟି ଯେଉଁଠି ଦୁଇ-ଦୁଇଟି ଜ୍ୟୋତିର୍ଲିଙ୍ଗ ରହିଛି । ସୋମନାଥ ଓ ନାଗେଶ୍ୱରଙ୍କ ଏହି ମାଟି । ମୋ’ ପାଇଁ ବହୁତ ଖୁସିର ମୁହୂର୍ତ୍ତ ଯେ ଶିବରାତ୍ରିର ପବିତ୍ର ପର୍ବରେ ସୋମନାଥ ଓ ନାଗେଶ୍ୱରଙ୍କ ମାଟିକୁ ଆସିବାର ମୋତେ ସୁଯୋଗ ମିଳିଛି ।

ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ଓ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକକୁ ଯାଉଥିଲି, ସେମାନଙ୍କୁ କହୁଥିଲି କି ଭାଇ ଆପଣମାନଙ୍କୁ ଲାଗୁଥିବ ଗୁଜରାଟରେ ପୁଣି ସମସ୍ୟା କ’ଣ ? ସବୁତ ଭଲ ଭଲରେ ଚାଲିଛି । ଆପଣଙ୍କର ବା ସମସ୍ୟା କ’ଣ ? ଆଉ ଯେତେବେଳେ ମୁଁ ସେମାନଙ୍କୁ ନିଜ କଥା ବୁଝାଉଥିଲି ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ମୁଁ ସେମାନଙ୍କୁ କହୁଥିଲି ଯେ ଭାଇ ଆମ ରାଜ୍ୟ ଏଭଳି ଯେଉଁଠି କୌଣସି ଖଣି କି ଖଣିଜ ଭଣ୍ଡାର ବହୁତ ବଡ଼ ନାହିଁ । ତା’ଠୁ ବି ବଡ଼ ସମସ୍ୟା ହେଉଛି ପାଣି । ଆମର ଅନେକ ଗାଁ ପିଇବା ପାଣି ପାଇଁ ଛଟପଟ ହୋଇଥାନ୍ତି । ଆମ ସରକାରର ବହୁତ ବଡ଼ ଶକ୍ତି, 10ବର୍ଷ ମଧ୍ୟରୁ 7ବର୍ଷ ମରୁଡ଼ିରେ ଯାଏ; ତେଣୁ ପିଇବା ପାଣି କିଭଳି ପହଂଚାଯିବ ସେଥିରେ ଯାଇଥାଏ । ଯଦି ଭଗବାନ ଆମକୁ ପାଣିର ସୁବିଧା କରିଦେଇଥାନ୍ତେ ତା’ହେଲେ ଆମେ ଏତେ ଅଧିକ ଶକ୍ତିଶାଳୀ ହୋଇଥାନ୍ତୁ, ଏତେ ସଶକ୍ତ ହୋଇଥାନ୍ତୁ କି ସମଗ୍ର ହିନ୍ଦୁସ୍ତାନକୁ ଯେଉଁଠି ନେବାର ହୋଇଥାନ୍ତା ସେଠାକୁ ନେଇପାରିଥାନ୍ତୁ । ଏତେ ଆମର ଶକ୍ତି ଥିଲା ।

ଆମର ବଜେଟ, ଆମର ସରକାରର ସାମର୍ଥ୍ୟ, ଏସବୁ କିଛି ଆମକୁ ପାଣି ପଛରେ ଖର୍ଚ୍ଚ କରିବାକୁ ପଡ଼ିଥିଲା । ସମଗ୍ର ହିନ୍ଦୁସ୍ତାନରୁ ଆସୁଥିବା ମୁଖ୍ୟମନ୍ତ୍ରୀମାନଙ୍କୁ ଏକଥା ସତ ଲାଗୁ ନଥିଲା ଯେ ଏତେ ସବୁ ସମସ୍ୟା ଅଛି । ସେମାନେ ଆକଳନ ବି କରିପାରୁନଥିଲେ । କିନ୍ତୁ ସେମାନଙ୍କ ସମ୍ମୁଖରେ ଆମର ସଂକଳ୍ପ ବି ଥିଲା । ଠିକ୍ ଅଛି ଆମର ପାଖରେ 12ମାସ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ନଥିଲା । ବର୍ଷା କମ୍ ହେଉଥିଲା ଓ ଗୁଜରାଟକୁ ବିକାଶ ମାର୍ଗରେ ଆଗେଇ ନେବାର ଥିଲା । ତେଣୁ ବସି କାନ୍ଦିଲେ ତ କିଛି ହେବାର ନଥିଲା । ପୂର୍ବରୁ ପାଣିନଥିବାରୁ କଚ୍ଛ ଖାଲି ହେବାରେ ଲାଗିଥିଲା । ଆମେ ସ୍ଥିର କଲୁ ଯେ, ଆମେ ପାଣି ସମସ୍ୟାର ପ୍ରଥମେ ସମାଧାନ କରିବୁ । ପାଣି ପହଞ୍ଚାଇବୁ । ଆଉ ଗୁଜରାଟକୁ ପାଣିଦାର କରାଇବୁ । ଆଉ ଏହା ବି ସତ ଯେ ସର୍ଦ୍ଦାର ସରୋବର ଡ୍ୟାମରେ ବି ଅନେକ ସମସ୍ୟା ଥିଲା । ଏତେ ସମସ୍ୟା ପାଇଁ ସେତେବେଳର ସମସ୍ତ ସରକାର ଦାୟୀ ମଧ୍ୟ ଥିଲେ । ସେମାନେ ଖସି ପାରିବେ ନାହିଁ । ସେମାନଙ୍କୁ ଜବାବ ଦେବାକୁ ପଡ଼ିବ । ଯଦି ଆଜିଠୁ 40ବର୍ଷ ପୂର୍ବରୁ ନର୍ମଦାର କାର୍ଯ୍ୟ ପୂରଣ ହୋଇସାରିଥାନ୍ତା, ତା’ହେଲେ ଗୁଜରାଟକୁ ପାଣି ପାଇଁ ଗତ 40ବର୍ଷ ଧରି ଯେଉଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲା ତାହା ଖର୍ଚ୍ଚ ହୋଇନଥାନ୍ତା। ଏବେ ଯେତେବେଳେ ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣ ହୋଇଗଲା, ପାଣି ଆସିଲା । ତେବେ ଡ୍ୟାମ କାମ ସମ୍ପୂର୍ଣ ହେବା ପୂର୍ବରୁ ଏହି ପାଣି କଚ୍ଛ ଓ କାଠିୟାବାଡ଼ ମାଟିରେ କିଭଳି ପହଞ୍ଚିବ ସେଥିପାଇଁ ଭରପୂର ପ୍ରୟାସ କରାଯାଇଥିଲା । ଗୋଟିଏ ଯୋଜନା କରାଗଲା । ମୋର ଠିକ୍ ମନେଅଛି, ଏ ‘ସୌନି’ ଯୋଜନାର ପରିକଳ୍ପନା ଯେତେବେଳେ ମୁଁ ପ୍ରଥମେ ରାଜକୋଟକୁ ଯାଇ ଉପସ୍ଥାପନ କଲି ସେତେବେଳେ ଅଧିକାଂଶ ଲୋକ… ସେହି ଲୋକମାନେ ଯେଉଁମାନେ ଗାଁ’ର ଛକରେ ବସି ଗପ କରନ୍ତି, ସେମାନେ କହିବାକୁ ଲାଗିଲେ କି ନିର୍ବାଚନ ଆସିଲାଣି,ତେଣୁ ମୋଦୀ ଏହି ପ୍ରସଙ୍ଗ ଉଠାଇଛି । ନିର୍ବାଚନ ତ ଆମର ଏଠି କେଉଁଠି ନା କେଉଁଠି ଚାଲିଥାଏ । କେଉଁ ନା କେଉଁ ରାଜ୍ୟରେ ତ ନିର୍ବାଚନ ହେଉଥିବ ଭାଇ । ମୁଁ କିଛି ବି କାର୍ଯ୍ୟ କରେ ତାକୁ ସେମାନେ ନିର୍ବାଚନ ସହ ଯୋଡ଼ିପାରନ୍ତି । ସେତେବେଳେ ଆଶଙ୍କା ଥିଲା କି ଏହା ସମ୍ଭବପର ନୁହେଁ । ହଜାର ହଜାର କୋଟି ଟଙ୍କା, ପାଣି ପାଇପ ଲଗାଇବା, ପାଣିକୁ 20-20ମହଲା, କୋଠା ଯେତେ ଉଚ୍ଚକୁ ନେଇ ଯିବାର ଥିଲା । ଏ ସବୁକିଛି ସମ୍ଭବପର ଲାଗୁନଥିଲା । କାରଣ ଆମେ ଅଧିକରୁ ଅଧିକ ଟ୍ୟାଙ୍କର ଦେଖିଥିଲୁ, ହ୍ୟାଣ୍ଡପମ୍ପ ଦେଖିଥିଲୁ, ତା’ଠୁ ଅଧିକ ପାଣିର ସମାଧାନ କେବେ ଭାବିନଥିଲେ ।

ଗୋଟିଏପଟେ ଏଭଳି ମାନସିକତା, ଏପରି ଲୋକମାନେ ଶାସନ କରୁଥିଲେ ଯେଉଁମାନେ ଟ୍ୟାଙ୍କରରୁ ଅଧିକ କିଛି ଦେଖିନଥିଲେ । ଆମେ ଏଭଳି ଲୋକ ଆସିଲୁ ଯେଉଁମାନେ ପାଇପଲାଇନରେ 500-500, 700-700କିମି ଓ ଏଭଳି ପାଇପଲାଇନ ଯେଉଁଥିରେ ଆପଣ ମାରୁତି କାର ନେଇଯାଇପାରିବେ । ଏହାର ଫଳସ୍ୱରୂପ ହେଉଛି ଆଜି ‘ସୌନି’ ଯୋଜନାରେ ପାଣି ଉପଲବ୍ଧ କରାଯାଉଛି । କଚ୍ଛର ସୀମାରେ ବିଏସଏଫର ଯବାନ, ସେମାନଙ୍କୁ ନର୍ମଦାର ତାଜା ପାଣି ପିଇବାକୁ ମିଳୁଛି । ଏଭଳି ଚମତ୍କାର ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ଇଚ୍ଛାଶକ୍ତି ଏହି କାରଣରୁ ସମ୍ଭବପର ହୋଇପାରୁଛି । ମୁଁ ଖୁସି ଯେ, ଗୁଜରାଟ ଛାଡ଼ିବା ପରେ ବି ଆମର ଟିମ୍ ସେତିକି ନିଷ୍ଠାର ସହ ସମୟବଦ୍ଧ ହୋଇ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ କାମ କରିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ‘ସୌନି’ ଯୋଜନାର ପର୍ଯ୍ୟାୟ ପୂରଣ ହେବାକୁ ଯାଉଛି । ଏହାର ପରିଣାମ ହେଉଛି ଆଗାମୀ ଦିନରେ, ମୁଁ ସବୁବେଳେ କହିଥାଏ କି ନର୍ମଦାର ପାଣି କେବଳ ପାଣି ନୁହେଁ ଏହା ହେଉଛି ପାରସ । ଯେପରି ପାରସର ସ୍ପର୍ଶ ମାତ୍ରେ ଲୁହା ବି ସୁନା ପାଲଟିଯାଉଛି । ସେହିପରି ନର୍ମଦାର ସ୍ପର୍ଶରେ ଗୁଜରାଟର ମାଟି ସବୁଜିମା ପାଲଟିଯିବ, ସୁନା ଫଳିବ, ଆମର ମାଟି ଏଭଳି ହୋଇଯିବ । ଆମର ଚାଷୀ ଝାଳ ବୁହାଇବ କିନ୍ତୁ ସେହି ଝାଳ ସହ ଯେତେବେଳେ ନର୍ମଦାର ଅଭିଷେକ ହେବ, ସେତେବେଳେ ସେ ଝାଳ ପ୍ରଜ୍ଵଳିତ ହୋଇଉଠିବ, ଉଦିତ ହେବ ଆଉ ଆଜି ଏହା ଗୁଜରାଟ କରି ଦେଖାଇଛି ।

ଆଜି ଏଠି ମୋତେ ଗୁରୁ ଗୋବିନ୍ଦ ସିଂହଜୀ ମେଡିକାଲ କଲେଜ ପାଇଁ ମଧ୍ୟ, ତା’ର ସମ୍ପ୍ରସାରଣ ପାଇଁ, ସେମାନଙ୍କୁ ନୂଆ ନୂଆ ଯୋଜନାର ଲୋକାର୍ପଣର ମଧ୍ୟ ସୁଯୋଗ ମିଳିଛି । ଆମ ସମସ୍ତଙ୍କର ସ୍ମରଣ ରହିବା ଉଚିତ୍, ଜାଣିରଖିବା ଉଚିତ୍ କି ଗୁରୁ ପରମ୍ପରା ସହ ଗୁଜରାଟର ସ୍ୱତନ୍ତ୍ର ସମ୍ପର୍କ ରହିଛି । ଗୁରୁ ଗୋବିନ୍ଦ ସିଂହଜୀଙ୍କର ଯେଉଁ ପ୍ରଥମ ପଞ୍ଚ ପ୍ୟାରେ ଥିଲେ, ସେଥିରେ ଜଣେ ଆମର ଦ୍ୱାରିକାର ଥିଲେ ଓ ଦର୍ଜି ସମାଜରୁ ଥିଲେ । ସେ ଗୁରୁ ଗୋବିନ୍ଦ ସିଂହଜୀଙ୍କ ପାଖକୁ ଯାଇ ତାଙ୍କର ଶିଷ୍ୟ ପାଲଟିଥିଲେ । ଦ୍ୱାରିକାରୁ ଯାଇଥିବା ଦର୍ଜିର ପୁଅ ଓ ଗୁରୁ ଗୋବିନ୍ଦ ସିଂହଜୀ ଶିଖ୍ ପରମ୍ପରା ପାଇଁ ଯେଉଁ କାମ କରିଥିଲେ ସେଥିରେ ପ୍ରଥମ 5ଜଣ ସିପାହୀ ମଧ୍ୟରେ ଜଣେ ଆମ ଦ୍ୱାରିକାରୁ ଥିଲେ । ତେଣୁ ସେତେବେଳେ ଦ୍ୱାରକା ହିଁ ଜାମନଗରର ଅଂଶବିଶେଷ ଥିଲା । ପରିଣାମସ୍ୱରୂପ ଏହି ହସ୍ପିଟାଲକୁ ଗୁରୁ ଗୋବିନ୍ଦ ସିଂହଜୀଙ୍କ ନାଁ ସହ ଯୋଡ଼ାଯାଇଛି ।

ଇତିହାସର ସେହି ଘଟଣାକୁ ଅମରତ୍ୱ ଦେବା ପାଇଁ ସେହି ପ୍ରୟାସ ଏହି ନାଁ ସହ ଜଡ଼ିତ ହୋଇଛି । ଆଜି ଏହି ହସ୍ପିଟାଲ ଓ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ କ୍ରାନ୍ତିକାରୀ କାର୍ଯ୍ୟ ଆମେ କରିଛୁ । ଗୁଜରାଟରେ ହେଉଛି, ଦେଶରେ ମଧ୍ୟ ହେଉଛି । ଏଠାରୁ ମୁଁ ଅହମ୍ମଦାବାଦ ଯିବି । ସେଠାରେ ବି ଚାରିଟି ବଡ଼ ହସ୍ପିଟାଲ ପ୍ରକଳ୍ପ ରହିଛି । କାରଣ ହସ୍ପିଟାଲର ବ୍ୟବସ୍ଥା ବିନା, ଆଧୁନିକ ଟେକ୍ନୋଲୋଜି ବିନା ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆଧୁନିକ ଚିକିତ୍ସା ହୋଇପାରିବ ନାହିଁ ।

ପୂର୍ବରୁ ଯୁଗ ଥିଲା, ସବୁ ଲୋକେ ଏତେ ସୁସ୍ଥ ରହୁଥିଲେ କି ଗାଁରେ କେବଳ ଜଣେ ବୈଦ୍ୟରାଜ ଥିଲେ ସାରା ଗାଁ ସୁସ୍ଥ ରହିପାରୁଥିଲା । ଏବେ ଦୁନିଆ ବଦଳିଯାଇଛି । ବାମ ଆଖିର ଡାକ୍ତର ଗୋଟିଏ ହେଲେ ଡାହାଣ ଆଖିର ଅନ୍ୟଜଣେ । ସ୍ପେଶାଲିଷ୍ଟର ଯୁଗ ଇଏ । ଆମକୁ ବି ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ୁଛି ଓ ଏବେ ଗୁଜରାଟରେ ଯେଉଁ ଆଧୁନିକ ହସ୍ପିଟାଲ ନିର୍ମାଣ ହେଉଛି ଏହାର ସିଧାସଳଖ ଫାଇଦା ମିଳିବ । କେବଳ ଏତିକି ନୁହେଁ ଆୟୁଷ୍ମାନ ଭାରତ ଯୋଜନା ହେଉ ଅବା ମା’ ଯୋଜନା- ମୁଖ୍ୟମନ୍ତ୍ରୀ ଅମୃତମ୍ ଯୋଜନା । ମୁଁ ଯେତେବେଳେ ଏଠି ଗୁଜରାଟରେ ଥିଲି ସେତେବେଳେ ଗୋଟିଏ ଚିରଞ୍ଜିବୀ ଯୋଜନା ଆରମ୍ଭ କରିଥିଲି । ଅନେକ ଗରିବ ମା’ଙ୍କ ପ୍ରସୂତୀ ହସ୍ପିଟାଲରେ ହେଉ, ମା’ଙ୍କ ଜୀବନ ବଞ୍ଚିଯାଉ, ସନ୍ତାନର ଜୀବନ ବଞ୍ଚିଯାଉ ଓ ସେଥିରେ ଏତେ ଅଧିକ ସଫଳତା ମିଳିଲା ଯେ ଗୋଟିଏ ପରେ ଗୋଟିଏ ଗୁଜରାଟ ଭିତରେ ଚିକିତ୍ସା କ୍ଷେତ୍ରରେ ଆମେ ଯୋଜନାମାନ ଆଣିଲୁ । ଯେତେବେଳେ ଭାରତ ସରକାରକୁ ମୁଁ ଗଲି ଆୟୁଷ୍ମାନ ଭାରତ ନାଁରେ ଯୋଜନା ଆଣିଲୁ ଓ ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସବୁଠୁ ବଡ଼ ଯୋଜନା ପାଲଟିଯାଇଛି ।

ଆପଣମାନେ ଜାଣନ୍ତି, ମୋତେ ଛୋଟ ପସନ୍ଦ ନୁହେଁ । କିଛି ବି କରିବାର ଅଛି ତ ବଡ଼ କରିଥାଏ । ହେଲା ନା ହେଲାନି ଏବେ? ପାଇପଲାଇନ୍ ବିଛାଇବାର ଅଛି ତ 500କିମି, 700କିମି, 900 କିମି । ରହି ରହି କାମ କରିବାର ନାହିଁ । ସେଭଳି କାମ କରି ଆୟୁଷ୍ମାନ ଯୋଜନା, ଆମେରିକାର ଜନସଂଖ୍ୟା, କାନାଡ଼ାର ଜନସଂଖ୍ୟା, ମେକ୍ସିକୋର ଜନସଂଖ୍ୟା-ଏହି ୩ ଦେଶର ଜନସଂଖ୍ୟାକୁ ଯୋଡ଼ିଲେ ଯେତିକି ହେବ ତା’ଠୁ ଅଧିକ ଲୋକଙ୍କୁ ଭାରତରେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବାକୁ ଯାଉଛି ।

ଯେକୌଣସି ଗରିବ ପରିବାର ପାଞ୍ଚ ଲକ୍ଷ ଟଙ୍କା ବର୍ଷକରେ, ପରିବାରରେ କେହି ଅସୁସ୍ଥ ହେଲେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୈଠ ଭାରତ ସରକାର କରିବେ । ସେମାନଙ୍କୁ କଦାପି ଦିନହୀନ ହୋଇ ରହିବାକୁ ପଡ଼ିବ ନାହିଁ । କେବଳ ସେତିକି ନୁହେଁ, ବଡ଼ ବଡ଼ ହସ୍ପିଟାଲରେ ବି ଚିକିତ୍ସିତ ହୋଇପାରିବେ । ଏମିତି ନୁହେଁ ଯେ ସେମାନେ ସେହି ସରକାରୀ ହସ୍ପିଟାଲ ଯିବେ ଓ ପରେ ବିଚରାକୁ ସନ୍ଧ୍ୟାରେ ଫେରୁଥିବା ଡାକ୍ତରର ବାଟକୁ ଅନାଇ ରହିବାକୁ ପଡ଼ିବ । ତା’ର ବି ହକ୍ ଅଛି । ଏହି ଦେଶରେ 15ହଜାରରୁ ବଡ଼ ହସ୍ପିଟାଲ ଏବେ ଆମର ଏହି କାମରେ ସହଭାଗୀ ପାଲଟିଛନ୍ତି ।

କେବଳ ସେତିକି ନୁହେଁ, ଆମର ଜାମନଗର ଭାଇ ଭୋପାଳ ଯାଇଛି, ଆଉ ଭାବନ୍ତୁ ଭୋପାଳରେ ସିଏ ଅସୁସ୍ଥ ହୋଇପଡ଼ିଲେ, ତାଙ୍କୁ ଜାମନଗର ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେ ଭୋପାଳର ହସ୍ପିଟାଲକୁ ଯାଇ ସେଠାରେ କାର୍ଡ ଦେଖାଇ ବିନା ଟଙ୍କାରେ ଚିକିତ୍ସା ସେବା ପାଇପାରିବେ । ସେ କୋଲକାତା ଯାଇଛନ୍ତି ସେଠାରେ ବି ହୋଇପାରିବ । କୋଚିନ ଯାଇଛନ୍ତି ସେଠାରେ ବି ହୋଇପାରିବ । ଏବେ ସେସବୁ କଥା ମୋ’ ମୁଣ୍ଡରେ ଅଧିକ ରହିଛି । କିନ୍ତୁ ଏସବୁ ଭଲ ନା ନାହିଁ ? ହଁ ଏହା ବି କରିବାକୁ ପଡ଼ିଥାଏ ଭାଇମାନେ ।

ଆଉ ସେଭଳି ଭାବେ ଚିକିତ୍ସା ସେବା ସାଧାରଣ ଲୋକଙ୍କୁ ମିଳୁ । ଏବେ ଚିକିତ୍ସା ସେବା ମିଳୁ କେବଳ ସେତିକି ନୁହେଁ, ଏହା ଯୋଗୁ ଛୋଟ ଛୋଟ ସହରରେ ବଡ଼ ବଡ଼ ହସ୍ପିଟାଲ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି । ଦେଶରେ ନୂଆ 2ରୁ 3ହଜାର ବଡ଼ ହସ୍ପିଟାଲ ଖୋଲିବାର ସମ୍ଭାବନା କେବଳ ଏହି କାରଣରୁ ସୃଷ୍ଟି ହୋଇଛି । ଏକ ବଡ଼ କ୍ଷେତ୍ର ବିକଶିତ ହେବାକୁ ଯାଉଛି ଓ ଗୋଟିଏ ହସ୍ପିଟାଲ ନିର୍ମାଣ ହେଲେ ଅର୍ଥାତ୍ ଶହ ଶହ ଲୋକଙ୍କୁ ରୋଜଗାର ମିଳିବ । ଅନେକ ଲୋକଙ୍କୁ ଛୋଟ ଛୋଟ ଟେକ୍ନିସିଆନ ଓ ଢେର ଲୋକଙ୍କ ଆବଶ୍ୟକତା ପଡ଼ିବ । ସେମାନଙ୍କୁ କାମ ମିଳିବ । ଦେଶରେ ଚିକିତ୍ସା କ୍ଷେତ୍ରରେ ଏକ ବହୁତ ବଡ଼ କ୍ରାନ୍ତି ଏହି କାରଣରୁ ଆସିବାର ଅଛି । ଏଭଳି ହସ୍ପିଟାଲର କାମରେ ଆଜି ମୋତେ ଏଠାକୁ ଆସିବାର ସୁଯୋଗ ମିଳିଛି ।

ପାଣି କଥା ଯେତେବେଳେ କହୁଛେ, ସେତେବେଳେ ପାଣିରେ ଗୋଟିଏ ସମସ୍ୟା ଅଛି । ପାଣି ଏଭଳି ଏକ ଜିନିଷ, ଯେତେବେଳେ ମଣିଷ ମର୍ଯ୍ୟାଦା ଲଂଘନ କରେ, ସେତେବେଳେ ସେଠାରେ ସଙ୍କଟ ସୃଷ୍ଟି ହୁଏ । ଏତେ ବଡ଼ ‘ସୌନି’ ଯୋଜନା କରିବା ପରେ ଆମକୁ ଏଭଳି ଲାଗୁଛି କି ଗୁଜରାଟର ଆବଶ୍ୟକତା ଦେଖିଲେ ଆମ ପାଖରେ ବର୍ଷା ପାଣି ଅବା ନଦୀର ପାଣି ପୁରା ହୋଇପାରିବ ନାହିଁ । ତେଣୁ ବ୍ୟାପକସ୍ତରରେ ସମୁଦ୍ରର ପାଣିକୁ ମିଠା କରିବାରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ପ୍ରସ୍ତୁତର ଆବଶ୍ୟକତା ଅଛି । ଆଉ ସେଥିରୁ ଗୋଟିଏ ପ୍ରୋଜେକ୍ଟର ଆଜି ମଧ୍ୟ ଶିଳାନ୍ୟାସ ହୋଇଛି । ସମୁଦ୍ରର ପାଣିକୁ ମିଠା କରି ତାକୁ ଲୋକଙ୍କ ନିକଟରେ ଉପଲବ୍ଧ କରାଯିବ ।

ଏହାର ଅର୍ଥ ହେଉଛି ପାଣିକୁ ପରାମାତ୍ମାଙ୍କ ପ୍ରସାଦ ଭାବି ଉପଯୋଗ କରିବାକୁ ପଡ଼ିବ, ଗୁଜରାଟକୁ ପାଣି ନଷ୍ଟ କରିବାର ଅଧିକାର ବିଲକୁଲ ନାହିଁ । ଏତେ ପରିଶ୍ରମ କରି ଗରିବଙ୍କୁ ମିଳୁଛି,ତାକୁ ଗୋଟିଏ ଟଙ୍କା ମିଳିବା ଉଚିତ୍, 80 ପଇସା ଦେଲେ, 20 ପଇସା ବାହାରିଲା ପାଣି ପହଂଚାଇବା ପାଇଁ । କାରଣ ପାଣି ନଥିଲେ ଜୀବନ ସମ୍ଭବପର ହୋଇପାରିବ ନାହିଁ । ଅନେକ କାର୍ଯ୍ୟ… ସ୍କୁଲର କୋଠା ତିଆରି କରିବାର ଅଛି, ଲକ୍ଷ ଲକ୍ଷ କୋଠରୀ ତିଆରି କରିବାର ଅଛି ତ 10 ହଜାର କୋଠରୀ କମ୍ ନିର୍ମାଣ କରାଯିବ । କିନ୍ତୁ ସେ ପଇସା ପାଣିରେ ରଖିବାକୁ ପଡ଼ୁଥିଲା । ହସ୍ପିଟାଲ କରିବାର ଅଛି ତ କିଛି ପଇସା ହସ୍ପିଟାଲରେ କମ କରି ପାଣି ପାଇଁ ରଖାଯାଉଛି ।

ଗୁଜରାଟରେ ସମସ୍ତ କ୍ଷେତ୍ରରେ ପାଣି ପାଇଁ ଅଳ୍ପ ଅଳ୍ପ ବାହାର କରିବାକୁ ପଡ଼ିଥାଏ । ଏହାର ଅର୍ଥ ହେଉଛି ପାଣି ସବୁଠୁ ଅଧିକ ମୂଲ୍ୟବାନ ହୋଇସାରିଛି । ଏଭଳି ସମୟରେ ଗୁଜରାଟର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ହେଉଛି ପାଣି ସଂଚୟ କରିବା । ଚାଷୀଙ୍କ ଦାୟିତ୍ୱ ହେଉଛି ଗଭୀର ଜଳସେଚନ କରିବା । ପାଣି ସଂଚୟ ହେଉଛି ଆମ ପାଇଁ ଜରୁରୀ । ପ୍ରତିଟି ବୁନ୍ଦା ପାଣିର ଉପଯୋଗ କରିବାର ଏକ ବାତାବରଣ ପ୍ରସ୍ତୁତ କରିବାକୁ ପଡ଼ିବ ଓ ଯେଉଁ ପ୍ରକାରେ ଦେଶରେ ସ୍ୱଚ୍ଛତା ଅଭିଯାନ ଏକ ବହୁତ ବଡ଼ ସଫଳତା ଆଣିଦେଇଛି, ସ୍ୱଚ୍ଛତା ଅଭିଯାନ ଜନ ଆନ୍ଦୋଳନ ପାଲଟିଛି । ଏଥର କୁମ୍ଭ ମେଳାକୁ ଗୁଜରାଟର ଯେଉଁ ଲୋକମାନେ ଆସିଥିଲେ, କୁମ୍ଭ ମେଳାକୁ ଯାଇଥିଲେ ସେମାନେ ଯିବାଆସିବାବେଳେ ଭେଟ ହେଲେ ସେଠାରେ ସ୍ୱଚ୍ଛତାର ଢ଼େର ପ୍ରଶଂସା କରୁଥିଲେ । କୁମ୍ଭ ମେଳାର ସ୍ୱଚ୍ଛତା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି । ଦେଶରେ ସ୍ୱଚ୍ଛତା ଏକ ଆନ୍ଦୋଳନ ପାଲଟିଯାଇଛି ।

ମହାତ୍ମା ଗାନ୍ଧି 100ବର୍ଷ ପୂର୍ବରୁ ହରିଦ୍ୱାରର କୁମ୍ଭ ମେଳାକୁ ଯାଇଥିଲେ । ସେତେବେଳେ ସେ କୁମ୍ଭ ମେଳା ସ୍ୱଚ୍ଛ ହେବା ଉଚିତ୍ ବୋଲି ଇଚ୍ଛା ବ୍ୟକ୍ତ କରିଥିଲେ । 100 ବର୍ଷ ପର୍ଯ୍ୟନ୍ତ କରିପାରିଲେ ନାହିଁ । ଆମେ କରିକି ଦେଖାଇଛୁ । ତେଣୁ ଯେଭଳି ସ୍ୱଚ୍ଛତା ଆନ୍ଦୋଳନ ସଫଳ ହୋଇଛି, ସେମିତି ଗୁଜରାଟରେ ପାଣି ବଂଚାଅ ଆନ୍ଦୋଳନ ସଫଳ ହୋଇପାରିବ କି ନାହିଁ? କ’ଣ ଆମେ ଏ ଦିଗରେ ଆଗକୁ ବଢ଼ିପାରିବା ନାହିଁ? ଆଉ ଆଜି ଯେତେବେଳେ ପ୍ରଭୁ ଶିବଙ୍କୁ ନର୍ମଦାର ଜଳ ଅଭିଷେକ କରୁଛି, ଆଜି ଶିବରାତ୍ରିର ପବିତ୍ର ପର୍ବରେ ସମଗ୍ର ଗୁଜୁରାଟ ସଂକଳ୍ପ କରିବ କି ଆମେ ପାଣି ସଂଚୟ କରିବୁ । ଆପଣ ଦେଖିବେ ବହୁତ ବଡ଼ କ୍ରାନ୍ତି ଆସିବ ।

ଏବେ ଏଠି ରେଳବାଇ ପ୍ରୋଜେକ୍ଟର ଯୋଜନା ପ୍ରସ୍ତୁତ ହେଉଛି । ଯେଉଁ ଗତିରେ ରେଳବାଇର କାମ ଚାଲିଛି, ବିଦ୍ୟୁତିକରଣର ହେଉ, ଗେଜ୍ କନଭର୍ଜନ ହେଉ, ଦୋହରା ରେଳଲାଇନର କାମ ହେଉ, ପୂର୍ବରୁ ହେଉଥିଲା, ଏବେ ଏହାଠୁ ଦ୍ୱିଗୁଣ ସ୍ପିଡରେ । ଏବେ ଆପଣମାନଙ୍କୁ କିଛି ନୂଆ ଲାଗୁ ନଥିବ କାରଣ ଆପଣମାନେ ମୋତେ ଦେଖିଛନ୍ତି । ମୁଁ ଏଠି କିଭଳି କାମ କରୁଥିଲି । କିନ୍ତୁ ଦେଶର ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ଏପରି ବି କ’ଣ ହୋଇପାରେ? ମୁଁ ସେମାନଙ୍କୁ କହୁଛି କି ଯାଆନ୍ତୁ ଗୁଜରାଟ ଦେଖିକରି ଆସନ୍ତୁ । ହୁଏ ସବୁକିଛି ହୋଇଥାଏ, ଆଜି ଦେଶରେ ବି ହେଉଛି । ରେଳବାଇର କାମ ଗତିଶୀଳ ହୋଇଛି । ଆଧୁନିକ ରେଳବାଇ…. ଆଧୁନିକ ରେଳ, କୋଚର ବ୍ୟବସ୍ଥା, ଏ ସବୁ ସମ୍ଭବପର ହୋଇଛି ଦ୍ୱିଗୁଣ ଗତିରେ, ପୂର୍ବରୁ ଯେଉଁ କାମ ହେଉଥିଲା ତା’ଠୁ ବି ଦ୍ୱିଗୁଣ ଗତିରେ ହେଉଛି ।

ଆମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଣିଛୁ, 5ଏକର ଓ ତା’ଠୁ କମ୍ ଜମି ଥିବା ଚାଷୀଙ୍କୁ ବର୍ଷକୁ 6 ହଜାର ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯିବ । ପ୍ରତ୍ୟେକ ଋତୁ ପୂର୍ବରୁ 2 ହଜାର ଟଙ୍କା ତାଙ୍କ ପାଖରେ ପହଂଚିଯିବ । ଏହାକୁ ସାର କିଣିବାରେ ହେଉ, ବିହନ କିଣିବାରେ ହେଉ, ଔଷଧ ଆଣିବାରେ ହେଉ, ତା’ର କାମରେ ଲାଗିବ । ଏବେ ଏଭଳି ଏକ ମିଛ ପ୍ରଚାର ଚାଲିଛି, ଏଭଳି ମିଛ କଥା ପ୍ରଚାର କରୁଛନ୍ତି ପୁରୁଣା ଲୋକମାନେ । ପ୍ରତି 10 ବର୍ଷରେ ଥରେ ସେମାନଙ୍କୁ ଏଭଳି ଜ୍ୱର ଆସେ, ଋଣ ଛାଡ଼ କରିବାର । ନିର୍ବାଚନ ନଆସୁଣୁ ଋଣ ଛାଡ଼ କର, ଋଣ ଛାଡ଼ କର ଭାଷଣ ଦେବା ଆରମ୍ଭ କରିଦେଇଥାନ୍ତି । କିଛି ବି ହୋଇନଥାଏ, 10 ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କର ଯାହାବି ହେବାର ଥିବ, ତାହା ହେଉଥିବ । କିଛି ବି କରିବେନି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ 2008-09 ରେ ମୁଖ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନେ ଏହି ଋଣ ଛାଡ଼ର କଥା କହିଥିଲେ । ପୂର୍ବ ସରକାର ୬ଲକ୍ଷ କୋଟି ଟଙ୍କାର ଋଣ କରିଥିଲେ । ଦେଶର ଚାଷୀଙ୍କୁ ଋଣ ଛାଡ଼ କେତେ କଲେ ? 52 ହଜାର କୋଟି ଟଙ୍କା, ଆଉ ସମସ୍ତଙ୍କ ଭୋଟ୍ ଛଳନା କରି ନେଇଗଲେ । ସମସ୍ତଙ୍କ ଆଖିରେ ଧୂଳି ପକାଇ ନିର୍ବାଚନ ସରିବା ପରେ ଚାଷୀ ବିଚରା କ’ଣ କରିବ? ତାକୁ ଲାଗେ କି ନିୟମ ଅନୁସାରେ ତା’ର ହୋଇନଥିବ, ତେଣୁ ହୋଇନି । ସେମାନେ ଏଭଳି ବୋକା ବନାଇବାର କାର୍ଯ୍ୟକ୍ରମ କରିଥିଲେ ।

ଆମେ ଏଭଳି ଯୋଜନା ଆଣିଛୁ କି ପ୍ରତ୍ୟେକ ବର୍ଷ 75ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଂଟରେ ଜମା ହେବ ଓ 10 ବର୍ଷ 7 ମଧ୍ୟରେ ସାଢ଼େ 7ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ । ଏହାର ଅର୍ଥ ଗାଁରେ ସାଢ଼େ 7ଲକ୍ଷ କୋଟି ଟଙ୍କା ପହଂଚିବ ଗାଁରେ, ଅର୍ଥାତ ଗାଁର ପୂରା ଅର୍ଥନୀତି ବଦଳିଯିବ ଭାଇ । ସାଢ଼େ 7ଲକ୍ଷ କୋଟି ଟଙ୍କା ଗାଁକୁ ଗଲେ, ଗାଁର ଯେଉଁ ଲୋକ ସାଇକେଲଟିଏ କିଣି ପାରୁନଥିଲା ସାଇକେଲ କିଣୁ । ପିଲାଙ୍କ ପାଇଁ ଜୋତା କିଣିପାରୁନଥିଲେ ତାକୁ ଆଣିବ, ମୋଜା ଆଣିବ । ଘରକୁ ଭଲ ବାସନ ଆଣିବ । ଘର ଭିତରେ ଭଲ ଖାଇବାକୁ ପ୍ରୟାସ କରିବ । ଗୋଟିଏପଟେ ଗାଁର ପୂରା ଅର୍ଥନୀତି ବଦଳିଯିବ ଏଭଳି କାମ ଆମେ କରିଛୁ । ଆଉ ସେମାନେ ଯେତେବେଳେ ଋଣ ଛାଡ଼ କରନ୍ତି ଗାଁର ଶହେ ଲୋକରୁ ଅତିବେଶୀରେ 20-25 ଜଣ ଚାଷୀଙ୍କୁ ଫାଇଦା ମିଳୁଥିବ । କିନ୍ତୁ ଆମ ଯୋଜନା ଯୋଗୁ ଶହେରୁ ପ୍ରାୟ 90 ଜଣ ଚାଷୀଙ୍କୁ ଲାଭ ମିଳିବ ଓ ପ୍ରତିବର୍ଷ ମିଳିବ ।

ଭାଇ ଓ ଭଉଣୀମାନେ, ସମସ୍ୟାର ସ୍ଥାୟୀ ସମାଧାନ ଓ କୌଣସି ପ୍ରକାରେ ଅପଣାପର ବାଛବିଚାର ନକରି ‘ସବକା ସାଥ ସବକା ବିକାଶ’ର ଏହି ମନ୍ତ୍ର ସହ କାମ କରନ୍ତୁ । ଏଥିରେ ଢ଼େର ଲାଭ ମିଳିବ । ଏବେ ଆମର ଚାଷୀଙ୍କୁ ଯେଉଁ ଲାଭ ମିଳୁଛି ତା’ର ସମସ୍ତ ଫାଇଦା ପଶୁପାଳକଙ୍କୁ ବି ଦେବାର ନିଷ୍ପତ୍ତି ନେଇଛୁ । ପଶୁପାଳକଙ୍କୁ ବି କିଷାନ କ୍ରେଡିଟ୍ କାର୍ଡ ମିଳିବ । ଯେଉଁଭଳି ଶସ୍ତା ସୁଧ ହାରରେ ବ୍ୟାଙ୍କରୁ ପଇସା ମିଳୁଛି, ସେହି ଶସ୍ତା ସୁଧ ହାରରେ ପଶୁପାଳକଙ୍କୁ ମଧ୍ୟ ମିଳିବ । ଏହି ଲାଭ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଦିଆଯାଉଛି । ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଦେଶରେ ପ୍ରଥମଥର ଯେତେବେଳେ ଅଟଳଜୀଙ୍କ ସରକାର ଥିଲା ସେତେବେଳେ ପ୍ରଥମଥର ଆଦିବାସୀ ଲୋକଙ୍କ ପାଇଁ ଏଭଳି ଏକ ସ୍ୱତନ୍ତ୍ର ବିଭାଗ ହୋଇଥିଲା । ଆଦିବାସୀଙ୍କ ପାଇଁ ବିଭାଗ ନଥିଲା ଆମ ଦେଶରେ । ଏହି ଦେଶରେ ମୋଦୀ ସରକାର ଆସିବା ପରେ ପ୍ରଥମଥର ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ହେଲା ଓ ମତ୍ସ୍ୟଜୀବୀଙ୍କର, ସମୁଦ୍ର କୂଳରେ ଥିବା ପୂରା ଦେଶର ମତ୍ସ୍ୟଜୀବୀଙ୍କ ପାଇଁ ସମସ୍ୟା, ମତ୍ସ୍ୟଜୀବୀଙ୍କ ବିକାଶ, ମତ୍ସ୍ୟଜୀବୀଙ୍କ ଅଞ୍ଚଳରେ ଆଧୁନିକୀକରଣ, ମତ୍ସ୍ୟପାଳନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଆଧୁନିକ ଉପକରଣ ଓ ତା’ର ସମସ୍ତ କାମ । ମତ୍ସ୍ୟଜୀବୀଙ୍କୁ ମଧ୍ୟ କିଷାନ୍ କ୍ରେଡିଟ୍ କାର୍ଡ ଭଳି ସୁବିଧା, ବ୍ୟାଙ୍କରୁ କମ୍ ଦରରେ ସୁଧରେ ପଇସା ପାଇପାରିବେ । ଆଉ ଯେଉଁଭଳି ଚାଷୀଙ୍କୁ ଟଙ୍କା ମିଳୁଛି, ସେଭଳି ଟଙ୍କା ବି ମତ୍ସ୍ୟଜୀବୀଙ୍କୁ ମିଳୁ,ସେ କାମ ଆମେ କରିଛୁ । ସ୍ଥାୟୀ ପରିବର୍ତ୍ତନ କିଭଳି ଅଣାଯାଇପାରିବ, ସେ ଚିନ୍ତା କରିଛୁ ।

ଗଭୀର ସମୁଦ୍ରରେ ମାଛ ମାରିବା ପାଇଁ ଆମର ମତ୍ସ୍ୟଜୀବୀ ଭାଇମାନେ…. ଏବେ କୂଳରେ କୂଳରେ ମାଛ ମାରୁଛନ୍ତି । ତେଣୁ ସେମାନଙ୍କୁ ଅଧିକ କିଛି ମିଳୁନାହିଁ । କିନ୍ତୁ ସମୁଦ୍ର ଭିତରକୁ ଗଲେ ବହୁତ ଉପାର୍ଜନ ହୋଇପାରିବ । କମ୍ ପରିଶ୍ରମରେ ଯେଭଳି ହୋଇପାରିବ ସେଥିପାଇଁ ଯେଭଳି ବୋଟ୍ ଦରକାର ତାକୁ ତିଆରି କରିବା ଓ ସୁଧାର କରିବା ନିମନ୍ତେ ଭାରତ ସରକାର ସବସିଡି ଦେଉଛନ୍ତି । 15ଲକ୍ଷ ଟଙ୍କାର ସବସିଡି । ଯେଉଁଥିରେ ମୋର ମତ୍ସ୍ୟଜୀବୀ ଭାଇମାନେ ଗଭୀର ସମୁଦ୍ରକୁ ଯାଇ ବଡ଼ ଉପାର୍ଜନ କରିପାରିବେ, ସେଥିପାଇଁ ଆମେ ଏଭଳି କାମ କରିଛୁ ।

ଆମର ପ୍ରୟାସ ହେଉଛି ଏ ଦେଶରେ ପ୍ରତ୍ୟେକଙ୍କ ପାଖରେ ନିଜର ଘର ହେଉ, ପ୍ରତ୍ୟେକ ମଣିଷକୁ 2022 ସୁଦ୍ଧା ଘର ମିଳୁ । ମୁଁ ଯେମିତି ଆପଣମାନଙ୍କୁ କହିଲି କି ମୋତେ ଛୋଟ ପସନ୍ଦ ନୁହେଁ, ଯାହାବି କରିବି ତାହା ପୂରଣ କରିବି । ବଡ଼ କରିବି ଓ ଶୀଘ୍ର କରିବି । 2022 ମସିହା ସୁଦ୍ଧା ଏ ଦେଶରେ ଏଭଳି ବି ଜଣେ ବ୍ୟକ୍ତି ନଥିବ, ଗୋଟିଏ ବି ପରିବାର ଏଭଳି ନଥିବ ଯାହାର ନିଜର ପକ୍କାଘର ନଥିବ, ନିଜେ ଘରର ମାଲିକ ହୋଇନଥିବ । ଅତୀତରେ ଯେଉଁ ସରକାର ଯାଇଛନ୍ତି ସେମାନେ 25ଲକ୍ଷ ଘର ନିର୍ମାଣ କରିଥିଲେ । ଆମେ ଏହି 55ମାସ ମଧ୍ୟରେ 1କୋଟି 30ଲକ୍ଷ ଘର ନିର୍ମାଣ କରିଛୁ । ଆଉ ସେଥିପାଇଁ କହୁଛି କି 2022 ସୁଦ୍ଧା ଏହି ଦେଶରେ ପ୍ରତ୍ୟେକ ମଣିଷକୁ ଘର ମିଳିବ । ଅର୍ଥାତ କେବଳ ୪ କାନ୍ଥ ନୁହେଁ, ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ, ପାଣି ସଂଯୋଗ, ପାଖରେ ସ୍କୁଲ ଏସବୁ କିଛି । ଅଧାପନ୍ତରିଆ କିଛି ବି ନୁହେଁ । ଏହି ସମଗ୍ର ଯୋଜନା ସହ କାମ ଚାଲିଛି ଓ ଏହି କାମକୁ ସମ୍ପୂର୍ଣ କରିବା ଦିଗରେ ଆଜି ଜାମନଗର ଭିତରେ ବି କିଛି ଘରର ଚାବି ଦେବାର ସୁଯୋଗ ମିଳିଛି । ଯେଉଁମାନଙ୍କୁ ମିଳିନାହିଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ମୋଦୀ ସରକାର ପୁଣିଥରେ ଆସିବ ଓ 2020 ରେ ମୋର ସ୍ୱପ୍ନ ହେଉଛି ପ୍ରତ୍ୟେକଙ୍କୁ ଘର ଦେବା । ଆଉ ତାହା ନିଶ୍ଚୟ ମିଳିବ । ସମସ୍ତଙ୍କୁ ମିଳିବ । ତେଣୁ ମୋର ଅନୁରୋଧ ଆମର ଏଠି ଜାମନଗର ଅର୍ଥାତ୍ ଲଘୁ ଉଦ୍ୟୋଗ ଏକପ୍ରକାର ବଡ଼ ବିଶାଳ, ଲଘୁ ଉଦ୍ୟୋଗ ହେଉଛି ଜାମନଗରର ମାନ ସମ୍ମାନ ଓ ପ୍ରତିଷ୍ଠା । ଏହି ଲଘୁ ଉଦ୍ୟୋଗର ବିକାଶ ନିମନ୍ତେ ଭାରତ ସରକାର ଅନେକ ଯୋଜନା, ପ୍ରଥମଥର ଆପଣ ଅନଲାଇନରେ, ଲଘୁ ଉଦ୍ୟୋଗ କରିଥିବା ଲୋକମାନେ ବ୍ୟାଙ୍କ ଋଣ ଛାହୁଁଥିଲେ, ବ୍ୟାଙ୍କର ଚକ୍କର କାଟିବା ଦରକାର ନାହିଁ । କେବଳ ଆପଣ ଅନଲାଇନ ଫର୍ମ ପୂରଣ କରିଦିଅନ୍ତୁ । 59 ମିନିଟରେ ହଁ 59 ମିନିଟରେ 1କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମଞ୍ଜୁର ହୋଇଯିବ । କେବଳ 59ମିନିଟରେ ।

କେହି ମଝିରେ ରହି ଖାଇବେପିଇବେ ତାହା ସବୁ ବନ୍ଦ । ବ୍ୟାଙ୍କରକୁ ଚା’ ପିଆଇବା ବି ଦରକାର ପଡ଼ିବ ନାହିଁ । ସାହେବ ସାହେବ କହିବାର ଆବଶ୍ୟକତା ବି ନାହିଁ । ଅନଲାଇନ କରନ୍ତୁ, 59ମିନିଟରେ, ଦସ୍ତାବିଜ ଦିଅନ୍ତୁ, ଆପଣଙ୍କୁ ନିଜର ହକ୍ ମିଳିଯିବ । ଏଭଳି ଭାବେ କ୍ରାନ୍ତି ଆଣିବାର କାମ ଏବେ ଏହି ସରକାର କରିଛନ୍ତି । ଆଉ ଏହି କାରଣରୁ ଇଜ୍ ଅଫ ଡୁଇଙ୍ଗ୍ ବିଜିନେସ, 142ତମ କ୍ରମାଙ୍କରୁ 77ତମ ସ୍ଥାନକୁ ଖସି ଆସିଛି । ଏତେ ବଡ଼ ଲମ୍ଫ ଲଗାଇଛି କାରଣ ସେଥିରେ ଯେଉଁ ଲାଇସେନ୍ସ ଆଦିର ସମସ୍ୟା ଥିଲା ତାକୁ ଦୂର କରିଦିଆଯାଇଛି । ଯାହାର ଲାଭ ଜାମନଗର, ମୋରବୀ, ରାଜକୋଟ…. ଏସବୁ ଛୋଟ ଛୋଟ କାରଖାନାରେ ବହୁତ ବଡ଼ ଜବରଦସ୍ତ ପରିବେଶ ତିଆରି ହୋଇଛି । ଏହି ଲଘୁ ଉଦ୍ୟୋଗ ପାଇଁ ଏତେ ବଡ଼ ଫାଇଦା ଇଞ୍ଜିନିୟରିଂ କାମ କରୁଥିବା ଲୋକଙ୍କ ପାଇଁ ଫାଇଦା, ଉତ୍ପାଦନ କ୍ଷେତ୍ରରେ କରୁଥିବା ଲୋକଙ୍କୁ ଫାଇଦା ଦେଉଛି ।

ଜିଏସଟିର ସମସ୍ତ ଆଇନରେ ଯେତେବେଳେ ବି ସୁଧାରର ଆବଶ୍ୟକତା ପଡିଛି ଆମେ ଜାଣିବାକୁ ପାଇଛୁ ସେତେବେଳେ ସେଥିରେ ସୁଧାର କରିବାରେ ଲାଗିଛୁ । ଜିଏସଟି ଯେଭଳି ସାଧାରଣ ମଣିଷର ଉପକାରୀ ପାଲଟିବ ସେଭଳି କରିଦିଆଯାଇଛି । ଏହାର ଫାଇଦା ସାଧାରଣ ମଣିଷକୁ ହେଉଛି । ମୋଟାମୋଟି ଭାବେ ସାଧାରଣ ମଣିଷଟିଏ ଭାରତ ସରକାର ଅବା ରାଜ୍ୟ ସରକାରକୁ ନିଜେ ତିଆରି କରିଥିବା ସାମଗ୍ରୀକୁ ବିକ୍ରି କରିପାରୁନଥିଲା । ଛୋଟ କାମଟିଏ ବି ହେଲେ, ଛୋଟ ଛୋଟ ସାମଗ୍ରୀ ତିଆରି ହୋଇଥାଏ, କିଏ ପ୍ଲାଷ୍ଟିକର ବାଲଟି ତିଆରି କରୁଛି କିଏ ଟେବୁଲ ପାଇଁ ଅନ୍ୟ କୌଣସି ସାମଗ୍ରୀ ତିଆରି କରୁଛି । ଅବା ଛୋଟ ଛୋଟ ଚେୟାର ତିଆରି ହେଉ,କିଛି ବି ମେଳ ଖାଉନଥିଲା । ଆମେ ଗୋଟିଏ ଜିଇଏମ୍ ପୋର୍ଟାଲ ଆଣିଲୁ, ଏହି ପୋର୍ଟାଲ ଭିତରେ ଆପଣ ପଞ୍ଜିକରଣ କରନ୍ତୁ । ଭାରତ ସରକାରରେ ଯାହାକୁ ଦରକାର ତାଙ୍କୁ ଲେଖିଦିଅନ୍ତୁ । ପଠାଇବା ବାଲା ନାଁ ସେଠାରେ ଲେଖନ୍ତୁ, କୋଟି କୋଟି ଟଙ୍କାର କାମ ସାଧାରଣ ମଣିଷଟିଏ ଆଜି ସରକାରକୁ ପଠାଉଛି । କୌଣସି ଟେଣ୍ଡର ନାହିଁ, କେହି ଦଲାଲ ନାହାନ୍ତି, କେହି ଆପଣା-ପର ନାହାନ୍ତି । କୌଣସି ପ୍ରକାରର ବି ଭ୍ରଷ୍ଟାଚାର ନାହିଁ । ସାଧାରଣ ମଣିଷଟିଏ ଯେଉଁ ସାମଗ୍ରୀ ପ୍ରସ୍ତୁତ କରୁଛି ତାକୁ ସରକାର ସିଧାସଳଖ କିଣୁଛନ୍ତି । ନଚେତ୍ ପୂର୍ବରୁ ବଡ଼ ବଡ଼ ଟେଣ୍ଡରବାଲା ଆସୁଥିଲେ, ତା’ପରେ ମଣିଷଟିଏ ତା’ଠୁ ବଡ଼ ଲୋକକୁ ବିକ୍ରି କରୁଥିଲା । ବଡ଼ ଲୋକଟି ତା’ଠୁ ବଡ଼କୁ ବିକ୍ରି କରୁଥିଲା, ସେ ପୁଣି ତା’ଠୁ ବଡ଼କୁ ବିକୁଥିଲା । ତା’ଠୁ ବି ବଡ଼କୁ ବିକ୍ରି ହେଉଥିଲା । ତା’ପରେ ସବୁଠୁ ବଡ଼ ଏତେ ବଡ଼ ହେଉଥିଲା ଯେକି ସରକାରଙ୍କୁ କହୁଥିଲା,ତେଣୁ ସରକାର ତାକୁ ନେଇ ଯାଉଥିଲେ । ସମସ୍ତ ଟଙ୍କା ସବୁଠୁ ବଡ଼ ପାଖରେ ରହି ଯାଉଥିଲା । ଏବେ ଏହା ସିଧାସଳଖ ଛୋଟ ପାଖକୁ ଯାଉଛି । ଏଭଳି କାମ କରିବାର ସାମର୍ଥ୍ୟ ଏବେ ଭାରତ ସରକାରଙ୍କ ପାଖରେ ରହିଛି । ଆମେ ଏହା କରିକି ଦେଖାଇଛି । ତା’ର ଲାଭ ମଧ୍ୟ ଆମେ ଦେଖୁଛୁ ।

ଭାଇ ଓ ଭଉଣୀମାନେ, ଯେକୌଣସି ରାଷ୍ଟ୍ର ଶକ୍ତି ବିନା ଚାଲିପାରିବ ନାହିଁ, ସାମର୍ଥ୍ୟ ବିନା ଚାଲିପାରିବ ନାହିଁ । ଆମର ଗୁଜରାଟରେ ସର୍ବଦା ସାମ୍ପ୍ରଦାୟିକ ଦଙ୍ଗା ହେଉଥିଲା ନା ହେଉନଥିଲା ଭାଇମାନେ? ଆମର ଜାମନଗରରେ ମଧ୍ୟ କ’ଣ ଥିଲା, ହେଉଥିଲା ନା ହେଉନଥିଲା? । ସବୁ ବନ୍ଦ ହୋଇଯାଇଛି ନା ନାହିଁ ? ସବୁ ଲୋକ ସୁଖ ଶାନ୍ତିରେ ବଂଚିବା ଶିଖିଛନ୍ତି ନା ନାହିଁ? ସବକା ପ୍ରଗତି ହେବାରେ ଲାଗିଛି ନା ନାହିଁ? ଏବେ ମୋତେ କୁହନ୍ତୁ ଭାଇ, ଏହି ଦେଶରୁ ଆତଙ୍କବାଦର ରୋଗ ଯିବା ଦରକାର ନା ନାହିଁ? ଆତଙ୍କବାଦକୁ ମୂଳପୋଛ କରିବା ଉଚିତ୍ କି ନାହିଁ?

ଏବେ ଆମେ ଏଠାରେ ଔଷଧ ଦେଲେ କିଛି ହୋଇପାରିବ କି ଭାଇ? ଯେଉଁଠି ହେଉଛି ସେଠାରେ ତାହା କରିବା ଦରକାର ନା ନାହିଁ ଭାଇମାନେ ? ଆପଣମାନେ ଯେକୌଣସି ଡାକ୍ତର ପାଖକୁ ଯିବେ, ତାକୁ ଲାଗିବ କି ଭାଇ ଆପଣଙ୍କ ଶରୀର ତ ଠିକ୍ ଅଛି, କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ଆପଣଙ୍କ ରକ୍ତରେ । ତାକୁ ଟିକେ ଠିକ୍ କରିବାକୁ ପଡ଼ିବ, ତା’ର ଚିକିତ୍ସା କରିବାକୁ ପଡ଼ିବ, ତା’ହେଲେ ଆପଣ ଠିକ୍ ହୋଇଯିବେ । ଏମିତି ଡାକ୍ତରମାନେ କହିଥାନ୍ତି ନା ନାହିଁ? ମୁଖ୍ୟ ରୋଗକୁ ମୂଳପୋଛ କରିବାକୁ ପଡ଼େ ନା ନାହିଁ? ଏବେ ମୁଖ୍ୟ ରୋଗ ପଡ଼ୋଶୀରେ ଅଛି । ଆପଣମାନେ ତ ଜାମନଗରରେ ପଡ଼ୋଶୀରେ ରହିଛନ୍ତି, ସେଠାରୁ ଖବର ଆସିବାରେ ଲାଗିଥାଏ, କଚ୍ଛ ଓ ଜାମନଗର ତ ଖବର ଖୁବଶୀଘ୍ର ମିଳି ଯାଉଥିବ ।

ମୁଁ ଏହି ଜାମନଗରର ଲୋକଙ୍କୁ ପଚାରିବାକୁ ଚାହୁଁଛି କି ଭାଇ, ଆପଣମାନଙ୍କୁ ଆମ ଦେଶର ସେନା ଯାହା କହୁଛି ତା’ ଉପରେ ଭରସା ଅଛି ନା ନାହିଁ? ସେନା ଯାହା କହୁଛି ତାକୁ ସତ ମାନିବେ ନା ନାହିଁ? ମୁଁ ମାନିବା ଉଚିତ୍ ନା ନାହିଁ? କିନ୍ତୁ କିଛି ଲୋକଙ୍କ ପେଟରେ ଯନ୍ତ୍ରଣା ହେଉଛି, ଏବେ ସେଥିରେ ବି ସେମାନଙ୍କୁ ସମସ୍ୟା ହେଉଛି?

ଭାଇ ଓ ଭଉଣୀମାନେ, ଆମର ସେନା ଏଭଳି ସାମର୍ଥ୍ୟ ଦେଖାଉଛି ସେଥିପାଇଁ ଆମ ଦେଶ ଗର୍ବ କରିବା ଉଚିତ୍ ନା ନାହିଁ । ମୋର ଏବେ ଦିଲ୍ଲୀରେ ଗୋଟିଏ ଭାଷଣ କାର୍ଯ୍ୟକ୍ରମ ଥିଲା । ସେହି ଭାଷଣରେ ମୁଁ କହିଲି ସାରା ଦେଶ ଗର୍ବ କରୁଛି, ଅଦଦ୍ଭୂତ ପରାକ୍ରମ କରାଯାଇଛି । ଯବାନମାନେ ପରାକ୍ରମ କରିଛନ୍ତି । ଯେକୌଣସି ରାଷ୍ଟ୍ର ମଧ୍ୟ ଏସବୁ ପାଇଁ ଗର୍ବ କରିବା ଉଚିତ୍ । ଆଉ ସେଥିରେ ମଲାଙ୍କ ଭଳି କାନ୍ଦିବାର କ’ଣ ଆବଶ୍ୟକତା ଭାଇମାନେ? ମୁଁ ସେମାନଙ୍କୁ କହିଲି ଦେଖନ୍ତୁ ଆଜି ଯଦି ଆମର ବାୟୁସେନା ପାଖରେ ରାଫେଲ ଥାନ୍ତା ତା’ହେଲେ ପରିଣାମ ଆଉ କିଛି ହୋଇଥାନ୍ତା । ଏବେ ଯେଉଁମାନଙ୍କୁ ମୋ’ କଥା ହୃଦୟଙ୍ଗମ ନହେଉଛି, ସେଥିରେ ମୋର ଦୋଷ କ’ଣ ? ଏବେ ସେମାନଙ୍କର ମର୍ଯ୍ୟାଦା, ମୁଁ କ’ଣ କରିବି? ଯେତେବେଳେ ଏକଥା ମୁଁ ସେମାନଙ୍କୁ କହିଲି, ସେମାନେ କହିଲେ କି ମୋଦି ତ ଭାରତୀୟ ବାୟୁସେନା ଯାହା କଲା ତାକୁ ବି ପ୍ରଶ୍ନ କରୁଛି । ଆରେ ଭଦ୍ରବ୍ୟକ୍ତିମାନେ, ସାବୁ ଉପଯୋଗ କରନ୍ତୁ, ସାବୁ ଅର୍ଥାତ୍ ସାମାନ୍ୟ ବୁଦ୍ଧି ।

ଏୟାର ଷ୍ଟ୍ରାଇକ୍ ସମୟରେ ଆମର ଯବାନଙ୍କ ହାତରେ ରାଫେଲ୍ ଥିଲେ ଆମର ଜଣେ ବି ସେପଟକୁ ଯାଇନଥାନ୍ତା । ଆଉ ସେମାନଙ୍କର ଜଣେ ବି ବଂଚିନଥାନ୍ତା । ଏ ହେଉଛି ମୋର ହିସାବ । କିନ୍ତୁ ଏହି ଦେଶର ବୀରମାନଙ୍କୁ ପ୍ରଣାମ, ଏହି ଦେଶର ସାହାସୀ ପ୍ରଜାମାନଙ୍କୁ ପ୍ରଣାମ । ଆମର ସଂକଳ୍ପ ହେଉଛି ଏହି ଦେଶକୁ ନଷ୍ଟ କରୁଥିବା ଯେକେହି ଲୋକ ହୋଇଥାନ୍ତୁ, ସେମାନଙ୍କର ମୁନିବ ସୀମାପାରରେ ବି ଥାଆନ୍ତୁ, ତଥାପି ଏ ଦେଶ ଶାନ୍ତିରେ ବସିବ ନାହିଁ । ଏବେ ସେମାନଙ୍କର କ’ଣ ହେବ, ଆମର ବିରୋଧୀଙ୍କୁ ମଧ୍ୟ ଏଥିରେ ବି ସମସ୍ୟା ହୋଇଗଲାଣି କି ମୋଦୀ କ’ଣ କରୁଛି । ମୋଦୀ କ’ଣ କରୁଛି, ମୋଦୀ କ’ଣ କରୁଛି । ଆସି ଦେଖିନିଅନ୍ତୁ, ଭାଇ ଏ କ’ଣ କରିଛି । ସେମାନଙ୍କର ମନ୍ତ୍ର ହେଉଛି, ଆସ, ମିଳିମିଶି ମୋଦୀକୁ ସମାପ୍ତ କରିବା । ଦେଶର ମନ୍ତ୍ର ହେଉଛି ଆସନ୍ତୁ ଏକ ହୋଇ ଆତଙ୍କବାଦର ମୂଳପୋଛ କରିବା । ସେମାନେ ମୋଦୀକୁ ଶେଷ କରିବାକୁ ଚାହୁଁଛନ୍ତି ଆଉ ଆମକୁ ଆତଙ୍କବାଦକୁ ମୂଳପୋଛ କରିବାର ଅଛି । ଆପଣମାନେ ମୋତେ କହୁନ୍ତୁ ଭାଇମାନେ, ଆତଙ୍କବାଦ ମୂଳପୋଛ ଯିଏ କରୁଛି ତାହା ସହ ରହିବା ଉଚିତ୍ ନା ନାହିଁ ? ଆତଙ୍କବାଦ ମୂଳପୋଛ କରୁଥିବାର ଇଚ୍ଛା ସହ ସାମିଲ ହେବା ଉଚିତ୍ ନା ନାହିଁ?

ବହୁତ ବହୁତ ସଲାମ ଭାଇମାନେ । ମୋ’ ସହ କୁହନ୍ତୁ,

ଭାରତ ମାତା କୀ- ଜୟ

ଭାରତ ମାତା କୀ- ଜୟ

ଧନ୍ୟବାଦ ।

*****