ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ବିଆର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଜାମ୍ବିଆ ସହିତ ଥିବା ନିଜର ବହୁମୁଖୀ ଭାଗୀଦାରୀକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ ।
ଶ୍ରୀ ମୋଦୀ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କ ନେତୃତ୍ୱରେ ଭାରତ ଓ ଜାମ୍ବିଆ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଶା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“ଜାମ୍ବିଆର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ଭାରତ ଜାମ୍ବିଆ ସହିତ ନିଜର ବହୁମୁଖୀ ଭାଗୀଦାରୀକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ ଏବଂ ତାଙ୍କ ନେତୃତ୍ୱରେ ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ମୁଁ ଆଶା ରଖିଛି ।
@HHichilema”
SR
Heartiest Congratulations to President Hakainde Hichilema on being re-elected as the President of Zambia.
— Narendra Modi (@narendramodi) August 20, 2026
India greatly values its multifaceted partnership with Zambia and I look forward to working together to further strengthen our relations under his leadership. @HHichilema