Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁ-କଶ୍ମୀର ଉଦ୍ଧମପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା-2 ଧାର ରୋଡର ନିର୍ମାଣ ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ 7.118 ଏକର ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଜାମ୍ମୁ-କଶ୍ମୀରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା-2 ଧାର ରୋଡର ନିର୍ମାଣ ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ 30 ବର୍ଷର ଅବଧି ନିମନ୍ତେ 7.118 ଏକର ପ୍ରତିରକ୍ଷା ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହାର ନବୀକରଣ 30 ବର୍ଷର ଅବଧି ପରେ ପୁଣି କରାଯାଇପାରିବ ।

**********