ପିଏମଇଣ୍ଡିଆ
ଜାମ୍ମୁ କାଶ୍ମୀରରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି । ଏପରି ଦୁଃଖଦ ଘଟଣା ଖବର ପାଇବାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଶ୍ରୀ ଏନ ଏନ ଭୋରା ତଥା ମୁଖ୍ୟମନ୍ତ୍ରୀ ସୁଶ୍ରୀ ମେହବୁବା ମୁଫତୀଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରି ଘଟଣା ସଂପର୍କରେ ଅବଗତ ହେବା ସହ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାଲାଗି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ କଦାପି ଏଭଳି କାପୁରୁଷୋଚିତ ଆକ୍ରମଣ ଓ ଘୃଣାର ଭାବନାରେ ଭୟଭୀତ ହେବନାହିଁ । ଯେଉଁ ନିରୀହ ତୀର୍ଥଯାତ୍ରୀମାନେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିଜନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ସେ ଗଭୀର ମର୍ମାହତ ଓ ତାହା ସେ ଶବ୍ଦରେ ବର୍ଣ୍ଣନା କରିପାରିବେନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
********
Pained beyond words on the dastardly attack on peaceful Amarnath Yatris in J&K. The attack deserves strongest condemnation from everyone.
— Narendra Modi (@narendramodi) July 10, 2017
My thoughts are with all those who lost their loved ones in the attack in J&K. My prayers with the injured.
— Narendra Modi (@narendramodi) July 10, 2017
India will never get bogged down by such cowardly attacks & the evil designs of hate.
— Narendra Modi (@narendramodi) July 10, 2017
I have spoken to the Governor and Chief Minister of J&K and assured all possible assistance required.
— Narendra Modi (@narendramodi) July 10, 2017