ପିଏମଇଣ୍ଡିଆ
ଏହା ହିନ୍ଦୁସ୍ଥାନର ସବୁଠାରୁ ଦୀର୍ଘତମ ସୁଡଙ୍ଗର ତ ଉଦ୍ଘାଟନ ହେଇଛି, ମୁଁ ତ’ ପରମ୍ପରା ପାଳନ କରିଛି, କିନ୍ତୁ ମୁଁ ଚାହୁଁଛି ଆଜି ଏଠାରେ ଯେଉଁ ନାଗରିକମାନେ ମଧ୍ୟ ଉପସ୍ଥିତ ଅଛନ୍ତି, ସେମାନେ ସମସ୍ତେ ମିଳିମିଶି ଏହି ସୁଡଙ୍ଗ ଉଦ୍ଘାଟନ କରନ୍ତୁ ଆଉ ଉଦ୍ଘାଟନ କରିବାର କୌଶଳ ମୁଁ ବତାଉଛି । ଆପଣ ସମସ୍ତେ ନିଜ ମୋବାଇଲ ଫୋନ ବାହାର କରନ୍ତୁ, ଏକାଥରେ ସମସ୍ତେ ନିଜ ମୋବାଇଲ ଫୋନର ଫ୍ଲାସ ଚାଲୁ କରନ୍ତୁ ଆଉ ଭାରତମାତା କୀ ଜୟ ଧ୍ୱନୀ ସହିତ, ଦେଖନ୍ତୁ ସମସ୍ତ କ୍ୟାମେରାବାଲା ଆପଣମାନଙ୍କର ଫଟୋ ନେଉଛନ୍ତି ଏବେ! ଯାହା ପାଖରେ ମୋବାଇଲ ଅଛି ସମସ୍ତେ ବାହାର କରନ୍ତୁ । ପ୍ରତ୍ୟେକ ମୋବାଇଲରୁ ଫ୍ଲାସ୍ କରନ୍ତୁ । କି ଅଦ୍ଭୁତ ଦୃଶ୍ୟ ମୁଁ ମୋ ସାମ୍ନାରେ ଦେଖୁଛି ଆଉ ଏହା ପ୍ରକୃତ ଅର୍ଥରେ ଏହି ସୁଡଙ୍ଗର ଉଦ୍ଘାଟନ ଆପଣମାନେ ନିଜ ନିଜର ମୋବାଇଲରେ ଫ୍ଲାସ୍ କରି ଦେଖାଇଛନ୍ତି । ପୂରା ହିନ୍ଦୁସ୍ଥାନ ଏହାକୁ ଦେଖୁଛି ।
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ଭାଇମାନେ, ଭଉଣୀମାନେ ନବରାତ୍ରୀର ପବିତ୍ର ପର୍ବ ଚାଲିଛି ଆଉ ମତେ ମାଆଙ୍କ ପାଦତଳକୁ ଆସିବାର ସୁଯୋଗ ମିଳିଛି, ଏହା ହେଉଛି ମୋର ସୌଭାଗ୍ୟ । ଏବେ ନୀତିନ ଗଡକରୀ ଜୀ କଥା ହେଉଥିଲେ କି ବିଶ୍ୱର ଯେଉଁ ମାନକ ଅଛି ସେହି ମାନକ ଅନୁସାରେ ଏହି ସୁଡଙ୍ଗ ନିର୍ମାଣ ହୋଇଛି । ସେ କହିଲେ କେତେକ କଥାରେ ବିଶ୍ୱର ମାନକ ଠାରୁ ମଧ୍ୟ କେତେକ ସ୍ଥାନରେ ଆମେ ଏକ ପାଦ ଆଗରେ ଅଛୁ । ମୁଁ ନୀତିନ ଗଡକରୀ ଜୀଙ୍କୁ, ତାଙ୍କ ବିଭାଗର ପୂରା ଟିମ୍କୁ ହୃଦୟର ସହିତ ବହୁତ ବହୁତ ଶୁଭେଚ୍ଛା । ଅଭିନନ୍ଦନ ଜଣାଉଛି । ସେମାନେ ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ କରି, ସମୟସୀମା ମଧ୍ୟରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସଫଳତା ପାଇଛନ୍ତି । କିନ୍ତୁ ଭାଇମାନେ, ଭଉଣୀମାନେ, ଏହା ଖାଲି ଦୀର୍ଘତମ ସୁଡଙ୍ଗ ନୁହେଁ । ଏହା ଜାମ୍ମୁ ଏବଂ ଶ୍ରୀନଗରର ଦ୍ୱରତ୍ୱ କମ୍ କରିଲାବାଲା ଖାଲି ଦୀର୍ଘତମ ସୁଡଙ୍ଗ ନୁହେଁ । ଏହି ଦୀର୍ଘତମ ସୁଡଙ୍ଗ ଜାମ୍ମୁ-ଶ୍ରୀନଗର ପାଇଁ ହେଉଛି ବିକାଶର ଏକ ଦୀର୍ଘ ଅତିକ୍ରମ, ଏହା ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଛି ।
ଭାଇମାନେ, ଭଉଣୀମାନେ, ହିନ୍ଦୁସ୍ଥାନରେ ତ ଏହି ଦୀର୍ଘତମ ସୁଡଙ୍ଗର ଚର୍ଚ୍ଚା ତ ହେବ, କିନ୍ତୁ ମୋର ବିଶ୍ୱାସ ଅଛି ଯେ ଦୁନିଆରେ ଯେତେ ପରିବେଶବିତ ଅଛନ୍ତି, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉତ୍ତାପନର ଚିନ୍ତା କରୁଛନ୍ତି, ଚର୍ଚ୍ଚା କରୁଛନ୍ତି, ସେମାନଙ୍କ ପାଇଁ ଏହି ସୁଡଙ୍ଗ ନିର୍ମାଣ ହେଉଛି ଏକ ବହୁତ ବଡ଼ ଖବର, ବହୁତ ବଡ଼ ନୂଆ ଆଶା ଅଟେ । ହିନ୍ଦୁସ୍ଥାନର ଅନ୍ୟ କୌଣସି କୋଣରେ ଯଦି ଏହି ସୁଡଙ୍ଗ ତିଆରି ହୋଇଥାଆନ୍ତା ତ’ ପରିବେଶବିତ ଧ୍ୟାନ ଯିବାର ସମ୍ଭାବନା କମ୍ ଥିଲା । କିନ୍ତୁ ହିମାଳୟର କୋଳରେ ଏହି ସୁଡଙ୍ଗ ବିଛାଇ ଆମେ ହିମାଳୟର ରକ୍ଷା କରିବାର କାମ ମଧ୍ୟ କରିଛୁ, ଆମେ ପର୍ଯ୍ୟାବରଣ ରକ୍ଷା କରିବାର କାମ କରିଛୁ, ବିଶ୍ୱ ତାପନରେ ଅତିଷ୍ଠ ଦୁନିଆକୁ ଭାରତ ସନ୍ଦେଶ ଦେଇଛି କି ହିମାଳୟର ଛାତିରେ ଏହି ସୁଡଙ୍ଗ ତିଆରି କରି, ହିମାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ରକ୍ଷା କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ, ସଫଳତା ପୂର୍ବକ ଆଜି ହିନ୍ଦୁସ୍ଥାନର ସରକାର ସଂପୂର୍ଣ୍ଣ କରିଛନ୍ତି ।
ଭାଇମାନେ, ଭଉଣୀମାନେ, ଏହି ସୁଡଙ୍ଗ ହଜାର ହଜାର କୋଟି ଟଙ୍କାର ବ୍ୟୟରେ ତିଆରି ହୋଇଛି । କିନ୍ତୁ ମୁଁ ଆଜି ଗର୍ବର ସହିତ କହୁଛି, ହୁଏତ, ହୁଏତ ଏହି ସୁଡଙ୍ଗ ତିଆରି କରିବାରେ ଭାରତ ସରକାରଙ୍କର ପଇସା ଲାଗିଛି, କିନ୍ତୁ ମତେ ଏହି କଥା ପାଇଁ ଖୁସି ଲାଗୁଛି ଏହି ସୁଡଙ୍ଗ ତିଆରି କରିବାରେ ଭାରତ ସରକାରଙ୍କର ପଇସା ସହିତ ଜାମ୍ମୁ-କାଶ୍ମୀର ଯୁବକଙ୍କ ସ୍ୱେଦର ଗନ୍ଧ ଏଥିରୁ ଆସୁଛି । ଅଢେଇ ହଜାରରୁ ଅଧିକ ଯୁବକ, ଜାମ୍ମୁ-କାଶ୍ମୀରର 90 ପ୍ରତିଶତ ଯୁବକ ହେଉଛନ୍ତି ଜାମ୍ମୁ-କାଶ୍ମୀରର, ଯେଉଁମାନେ କାମ କରି ଏହି ସୁଡଙ୍ଗ ନିର୍ମାଣ କରିଛନ୍ତି । ରେଜଗାରର କେତେ ସମ୍ଭାବନ ଉପଗତ ହୋଇଛି, ଏହା ଆମେ ଅନୁମାନ କରି ପାରିବା ।
ଆଉ ଭାଇମାନେ, ଭଉଣୀମାନେ, ଜାମ୍ମୁ-କାଶ୍ମୀର ଯେଉଁ ଯୁବକମାନେ ଏହି ପଥରକୁ କାଟି କାଟି ସୁଡଙ୍ଗ ନିର୍ମାଣ କରିଛନ୍ତି, ଏକ ହଜାର ଦିନରୁ ଅଧିକ ସମୟ ରାତି ଦିନ ପରିଶ୍ରମ କରି ସେମାନେ ପଥରକୁ କାଟି ଚାଲିଥିଲେ ଏବଂ ସୁଡଙ୍ଗ ନିର୍ମାଣ କରୁଥିଲେ । ମୁଁ କାଶ୍ମୀର ଘାଟିର ଯୁବକମାନଙ୍କୁ କହିବାକୁ ଚାହୁଁଛି, ପଥରର ଶକ୍ତି କ’ଣ ହୋଇଥାଏ; ଗୋଟିଏ ପଟେ କିଛି ବାଟବଣା ଯୁବକ ପଥର ମାରିବାରେ ଲାଗିଛନ୍ତି, ଅନ୍ୟପକ୍ଷରେ ସେହି କାଶ୍ମୀର ଯୁବକ ପଥର କାଟି କରି କାଶ୍ମୀରର ଭାଗ୍ୟ ତିଆରି କରିବାରେ ଲାଗିଛନ୍ତି ।
ଭାଇମାନେ, ଭଉଣୀମାନେ, ଏହି ସୁଡଙ୍ଗ କାଶ୍ମୀର ଘାଟିରେ ପର୍ଯ୍ୟଟନର ଏକ ନୂଆ ଇତିହାସ ଚରନା କରିବାରେ ନିଜର ଐତିହାସିକ ଗୁରୁତ୍ୱ ଗ୍ରହଣ କରିବାକୁ ଯାଉଛି । ଯାତ୍ରୀ, ପର୍ଯ୍ୟଟକ ଅସୁବିଧାର ଖବରରେ ଭୟଭୀତ ହୋଇଯାଉଥିଲେ । ପଟନୀଟୋପ ଉପରେ ବରଫ ବର୍ଷା ହେଉ, 5 ଦିନ ରାସ୍ତା ବନ୍ଦ ହୋଇଯାଇଛି, ପର୍ଯ୍ୟଟକମାନେ ଅଟକି ଯାଇଛନ୍ତି, ତ ଦ୍ୱିତୀୟଥର ପର୍ଯ୍ୟଟକ ଆସିବାକୁ ସାହସ କରନ୍ତି ନାହିଁ । କିନ୍ତୁ ଭାଇମାନେ, ଭଉଣୀମାନେ, ଏବେ ଏହି ସୁଡଙ୍ଗ କାରଣରୁ କାଶ୍ମୀର ଘାଟୀକୁ ଯାତ୍ରୀ ଭାବେ ଦେଶର କୋଣ ଅନୁକୋଣରୁ ଯେଉଁ ଲୋକ ଆସିବାକୁ ଚାହୁଁଛନ୍ତି, ତାଙ୍କୁ ଏହି ସଙ୍କଟର ସାମ୍ନା କରିବାକୁ ପଡିବ ନାହିଁ, ସିଧା ସିଧା ସେମାନେ ଶ୍ରୀନଗରରେ ପହଁଚିଯିବେ ।
ମୁଁ କାଶ୍ମୀର ଘାଟୀର ଲୋକଙ୍କୁ କହିବାକୁ ଚାହୁଁଛି, ଏହି ସୁଡଙ୍ଗ ଉଦ୍ଧମପୁର-ରାମବନ ମଧ୍ୟରେ ଅବଶ୍ୟ ଅଛି, କିନ୍ତୁ ଏହା ହେଉଛି କାଶ୍ମୀର ଘାଟୀର ଭାଗ୍ୟରେଖା; ଏହା କେବେ ଭୁଲିବେ ନାହିଁ । ଏହା କାଶ୍ମୀର ଘାଟୀର ଭାଗ୍ୟରେଖା ଏଇଥି ପାଇଁ ହେଉଛି କି କାଶ୍ମୀର ଘାଟୀର ମୋ କୃଷକ ଭାଇ ପ୍ରାକୃତିକ ବିପଦ ମଧ୍ୟରେ ଦିନରାତି ଝାଳ ବୁହାଉଛି, ବିଲରେ କାମ କରୁଥାଏ, ବଗିଚାରେ କାମ କରୁଥାଏ । ଆବଶ୍ୟକତା ଅନୁସାରେ ବର୍ଷା ହୋଇଥାଉ, ମୌସୁମୀର ଆବଶ୍ୟକତା ଅନୁସାରେ ହୋଇଥାଉ, ଫସଲ ବହୁତ ଭଲ ହୋଇଥାଉ, ଫଳ ଦିଲ୍ଲୀ ବଜାରରେ ବିକ୍ରୀ କରିବା ପାଇଁ ବାହାରିଥିବ କିନ୍ତୁ ଏଠାରେ ପାଂଚ ଦିନ ପାଇଁ ରାସ୍ତା ବନ୍ଦ ହୋଇଯାଇଥିବ ତ, ଅଧାରୁ ଅଧିକ ଫଳ ସେଥିରୁ ନଷ୍ଟ ହୋଇଯାଏ । ଦିଲ୍ଲୀରେ ପହଁଚିବା ପୂର୍ବରୁ ପୂରା ପରିଶ୍ରମର ଆୟ ପାଣିଭଳି ମିଳାଇ ଯାଇଥାଏ । କାଶ୍ମୀର ଘାଟୀର କୃଷକମାନଙ୍କ ପାଇଁ ଏହି ସୁଡଙ୍ଗ ବରଦାନ ହୋଇ ଆସିଛି । ଯେତେବେଳେ ସେ ନିଜର ଫସଲ, ନିଜର ଫଳ, ନିଜର ଫୁଲ, ନିଜର ପନିପରିବା ନିର୍ଦ୍ଧାରିତ ସମୟରେ ଦିଲ୍ଲୀ ବଜାର ପର୍ଯ୍ୟନ୍ତ ସହଜରେ ପହଁଚାଇ ପାରିବ; ତା’ର କ୍ଷତି ବାବଦରେ ଯେଉଁ ଖର୍ଚ୍ଚ ହେଉଥିଲା ଏବେ ହେବ ନାହିଁ; ଏହି ଲାଭ କାଶ୍ମୀର ଘାଟୀକୁ ମିଳି ପାରିବ ।
ଭାଇମାନେ, ଭଉଣୀମାନେ, ହିନ୍ଦୁସ୍ଥାନର ପ୍ରତ୍ୟେକ ନାଗରିକ, ତା’ ମନରେ ଏକ ସ୍ୱପ୍ନ ରହିଥାଏ; କେବେ ନା କେବେ ତ କାଶ୍ମୀର ଦେଖିବାର ଅଛି । ସେ ପର୍ଯ୍ୟଟକ ହୋଇ ଏହି ସବୁଜିମା ଭରା ଅଂଚଳକୁ ଆସିବାକୁ ଚାହୁଁଛନ୍ତି । ଆଉ ଯେଉଁ ଭିତ୍ତିଭୂମିର କାମ ଆମେ ଉଠାଇଛୁ, ସେଥିରେ ହିନ୍ଦୁସ୍ଥାନର କୋଣ ଅନୁକୋଣରୁ ପର୍ଯ୍ୟଟକ ଆସିବାର ସୁବିଧା ବୃଦ୍ଧି ପାଇବ, ନିଶ୍ଚିତ ପର୍ଯ୍ୟଟନ ହୋଇ ପାରିବ ଏବଂ ଯେତେ ଅଧିକ ପର୍ଯ୍ୟଟନ ବଢିବ, ଜାମ୍ମୁ-କାଶ୍ମୀର ଆର୍ଥିକ ସ୍ଥିତି ପୂରା ହିନ୍ଦୁସ୍ଥାନରେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଚାଲିଯିବ; ଏହା ହେଉଛି ମୋର ବିଶ୍ୱାସ ।
ଭାଇମାନେ, ଭଉଣୀମାନେ, ମୁଁ ଘାଟୀର ଯୁବକମାନଙ୍କୁ କହିବାକୁ ଚାହୁଁଛି, ଆପଣଙ୍କ ସାମ୍ନାରେ ଦୁଇଟି ରାସ୍ତା ଅଛି ଯାହା ଆପଣଙ୍କ ଭାଗ୍ୟକୁ କେଉଁ ଦିଗରେ ନେଇଯିବ? ଗୋଟିଏ ପଟେ ପର୍ଯ୍ୟଟନ, ଆର ପଟେ ଆତଙ୍କବାଦ, 40 ବର୍ଷ ହୋଇଗଲା ଅନେକ ନିର୍ଦ୍ଦୋଷ ଲୋକ ନିଜ ଜୀବନ ଦେଇଛନ୍ତି, କାହାର ଲାଭ ହୋଇ ନାହିଁ; ଯଦି ଲହୁଲୁହାଣ ହୋଇଛି ତ ମୋ ନିଜ ପ୍ରିୟ କାଶ୍ମୀର ଘାଟୀ ହୋଇଛି । ଯଦି କେହି ନିଜ ସନ୍ତାନକୁ ହରାଇଛି ତ, ମୋ କାଶ୍ମୀର ମାଆର ସନ୍ତାନକୁ ଆମେ ହରାଇଛୁ, ଆମେ ହିନ୍ଦୁସ୍ଥାନର କେତେ ସନ୍ତାନଙ୍କୁ ହରାଇଛୁ ।
ଭାଇମାନେ, ଭଉଣୀମାନେ, ଏହି ରକ୍ତର ଖେଳ 40 ବର୍ଷ ପରେ ମଧ୍ୟ କାହାର ଲାଭ କରି ପାରି ନାହିଁ । କିନ୍ତୁ ଏହି 40 ବର୍ଷରେ ଯଦି ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଥାଆନ୍ତା, ତ ଆଜି ପୂରା ଦୁନିଆ କାଶ୍ମୀର ଘାଟୀର ପାଦତଳେ ଆସି ବସିଥାନ୍ତା, ଏହି ଶକ୍ତି କାଶ୍ମୀର ଘାଟୀରେ ଅଛି । ଆଉ ଏଥିପାଇଁ ପର୍ଯ୍ୟଟନର ଶକ୍ତିକୁ ଆମେ ଚିହ୍ନିବା, ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ପାଇଁ ଯେଉଁ ସବୁ ସମ୍ଭାବନା ଠିଆ କରିବାର ଅଛି; ଦିଲ୍ଲୀର କେନ୍ଦ୍ର ସରକାର କାଶ୍ମୀର ସହିତ ଅଛନ୍ତି; ଯାତ୍ରାକୁ ଆଗେଇ ନେବାରେ ଆପଣଙ୍କ ସହିତ ଠିଆ ହୋଇଛି ।
ମୁଁ ମେହବୁବା ଜୀଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି, ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି, ତାଙ୍କୁ ସାଧୁବାଦ ଜଣାଉଛି । ବିଗତ ବର୍ଷ ଭାରତ ସରକାର ଯେଉଁ 80 ହଜାର କୋଟି ଟଙ୍କା ଜାମ୍ମୁ-କାଶ୍ମୀର ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ, ମୁଁ ଖୁସି ଯେ ଏତେ କମ୍ ସମୟରେ ଅଧାରୁ ଅଧିକ ବଜେଟର ଖର୍ଚ୍ଚ, ପ୍ୟାକେଜ୍ର ଖର୍ଚ୍ଚ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇଯାଇଛି; ଏହା ଛୋଟ କଥା ନୁହେଁ । ନଚେତ୍ ପ୍ୟାକେଜ କାଗଜରେ ରହିଯାଇଥାଏ, ତୃଣମୂଳ ସ୍ତରକୁ ଆସୁ ଆସୁ ବର୍ଷ ବର୍ଷ ବିତି ଯାଇଥାଏ । କିନ୍ତୁ ମେହେବୁବା ଜୀ ଓ ତାଙ୍କ ସରକାର ପ୍ରତ୍ୟେକ ସ୍ତରରେ ଟିକିନିକି ଧ୍ୟାନ ଦେଇ, ଜିନିଷକୁ ତୃଣମୂଳ ସ୍ତରକୁ ଆଣିବାରେ ଯେଉଁ କଠୋର ପରିଶ୍ରମ କରିଛନ୍ତି ଆଉ ଯାହାର ଫଳ ଦେଖିବାକୁ ମିଳୁଛି; ମୁଁ ଏଥିପାଇଁ ଜାମ୍ମୁ-କାଶ୍ମୀର ସରକାର, ମୁଖ୍ୟମନ୍ତ୍ରୀ, ତାଙ୍କ ମନ୍ତ୍ରୀ ପରିଷଦ, ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଦେଉଛି ।
ଭାଇମାନେ, ଭଉଣୀମାନେ, ଆଜି ହିନ୍ଦୁସ୍ଥାନରେ ପ୍ରତି ବ୍ୟକ୍ତିର ଆୟ, ଯଦି ଦ୍ରୁତ ଗତିରେ ଆୟ ବଢାଇବାରେ ସବୁଠାରୁ ଅନୁକୂଳ କେଉଁ ରାଜ୍ୟ ଅଛି, ତ ସେହି ରାଜ୍ୟର ନାମ ହେଉଛି ଜାମ୍ମୁ-କାଶ୍ମୀର । ମୁଁ ଏହାର ଶକ୍ତିକୁ ଭଲଭାବେ ବୁଝି ପାରିଛି । ମତେ କେତେ ବର୍ଷ ପର୍ଯ୍ୟନ୍ତ ଏହି ସବୁଜିମା ଭରା ଅଂଚଳରେ ସଂଗଠନ କାର୍ଯ୍ୟ ପାଇଁ ଯିବା ଆସିବାର, ରହିବାର ସୁଯୋଗ ମିଳିଛି । ଏଠାର ହୃଦୟବାନ ଲୋକଙ୍କୁ ଜାଣିଛି । ଏଠାକାର ସୁଫି ପରମ୍ପରା, ସଂସ୍କୃତିକୁ ଜାଣିଛି ।
ଭାଇମାନେ, ଭଉଣୀମାନେ, ଏହି ଅମୂଲ୍ୟ ପରମ୍ପରା, ଯଦି ଆମେ ଏହାକୁ ଭୁଲିଯିବା ତ’ ଆମେ ଆମ ବର୍ତ୍ତମାନକୁ ହରାଇଦେବା, ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲି ଦେବା । ଏହି ଭୂମି ହଜାର ହଜାର ବର୍ଷ ହେବ ପୂରା ହିନ୍ଦୁସ୍ଥାନକୁ ମାର୍ଗ ଦର୍ଶନ କରିପାରିବ, ଏହା ହେଉଛି ଏମିତି ମହାନ ପରମ୍ପରାର ଭୂମି । ତା ସହିତ ଆମେ ନିଜକୁ ନିଜେ ଯୋଡିବା, ତାହାର ଗୌରବ କରିବା ଏବଂ ପରିଶ୍ରମ ବଳରେ ନିଜର ଭବିଷ୍ୟତ ନିର୍ମାଣ ପାଇଁ ସରକାରଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଚାଲିବା; ଦେଖୁ ଦେଖୁ ଜାମ୍ମୁ-କାଶ୍ମୀର ଜୀବନ ବଦଳି ଯିବ ।
ଭାଇମାନେ, ଭଉଣୀମାନେ, ଯେତେବେଳେ ମଧ୍ୟ ଜାମ୍ମୁ-କାଶ୍ମୀର କଥା ଆସିଥାଏ, ପ୍ରତ୍ୟେକ କାଶ୍ମୀରୀଙ୍କ ହୃଦୟରେ, ଜାମ୍ମୁବାସୀଙ୍କ ହୃଦୟରେ, ପ୍ରତ୍ୟେକ ଲଦାଖବାସୀଙ୍କ ହୃଦୟରେ ଅଟଳ ବିହାରୀ ବାଜପେୟୀଙ୍କ ନାମ ସଦାସର୍ବଦା ସ୍ମରଣ ହୋଇଥାଏ । କାଶ୍ମିରୀୟାତ, ଇନ୍ସାନିୟତ, ଜମ୍ମୁରୀୟାତ – ଏହି ମୂଳମନ୍ତ୍ରକୁ ନେଇ ଯେଉଁ ମୂଳମନ୍ତ୍ର ଅଟଳ ବିହାରୀ ବାଜପେୟୀ ଜୀ ଦେଇଛନ୍ତି; ସେହି ମୂଳମନ୍ତ୍ରକୁ ନେଇ ଆମେ କାଶ୍ମୀରକୁ ବିକାଶର ନୂତନ ଶିଖରରେ, ସଦ୍ଭାବନାର ବାତାବରଣକୁ, ଭ୍ରାତୃଭାବର ବାତାବରଣକୁ, ଯୁବକଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ଦୃଢତାର ସହିତ, ଦୃଢ ଇଚ୍ଛା ଶକ୍ତି ସହିତ ଗୋଟିଏ ପରେ ଗୋଟିଏ ପାଦ ଉଠାଇ ଆଗକୁ ବଢିବା ପାଇଁ କୃତସଂକଳ୍ପ; କୌଣସି ବାଧାବିଘ୍ନ ଆମକୁ ଅଟକାଇ ପାରିବ ନାହିଁ । ଆଉ ଯେଉଁମାନେ ସୀମାରେ ବସିଛନ୍ତି ସେମାନେ ନିଜକୁ ସମ୍ଭାଳି ପାରନ୍ତି ନାହିଁ ।
ଭାଇମାନେ, ଭଉଣୀମାନେ, ଆମେ ସୀମାପାରର ସୀମାପାର କରି ଆମର କାଶ୍ମୀରର ଅଂଶକୁ ଅଗ୍ରଗତି କରାଇ ଦେଖାଇବାକୁ ଚାହୁଁଛୁ ଯେ, ଦେଖନ୍ତୁ କାଶ୍ମୀର କିଭଳି ବିକଶିତ ହେଉଛି । ଆଉ ଯେଉଁ ଲୋକମାନେ ଆପଣଙ୍କ ଉପରେ ଅଧିକାର ଜମାଇ ବସିଛନ୍ତି ସେମାନେ ଆପଣଙ୍କୁ କେତେ ବରବାଦ କରିଛନ୍ତି, ଏହା ଆମେ କରି ଦେଖାଇବୁ । ବିକାଶ ଏହା ଆମର ମନ୍ତ୍ର ଅଟେ, ବିକାଶର ମନ୍ତ୍ରକୁ ନେଇ ଆଗକୁ ଯିବାକୁ ଚାହୁଁଛି । ଜନ ଭାଗିଦାରୀ ହେଉଛି ଆମର ରାସ୍ତା, ସେହି ରାସ୍ତାରେ ଆମେ ଚାଲିବାକୁ ଚାହୁଁଛୁ । ଯୁବ ପିଢୀଙ୍କୁ ସାଙ୍ଗରେ ନେଇକରି ଆଗାମୀ ଭବିଷ୍ୟତ ତିଆରି କରିବାକୁ ଚାହୁଁଛୁ ।
ଭାଇମାନେ, ଭଉଣୀମାନେ, ଏବେ ଏକ ସୁଡଙ୍ଗ ଯଦି କାଶ୍ମୀରର ଭାଗ୍ୟ ରେଖା ହୋଇଯାଏ, ଘାଟୀର କୃଷକମାନଙ୍କ ଜୀବନକୁ ବଦଳାଇ ପାରିବ, ଘାଟୀରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ପାରିବ । ଭବିଷ୍ୟତରେ ଏଭଳି ନଅଟି ସୁଡଙ୍ଗ ତିଆରି କରିବାର ଯେଜନା ଅଛି, ନଅଟି । ସମଗ୍ର ହିନ୍ଦୁସ୍ଥାନ ସହିତ ଏଭଳି ଯୋଡି ହୋଇଯିବ ଏବଂ ଏହା କେବଳ ରାସ୍ତାଗୁଡିକର ନେଟୱାର୍କ ହେବ ନାହିଁ, ଏହା ହୃଦୟର ନେଟୱାର୍କ ହେବାକୁ ଯାଉଛି, ଏହା ହେଉଛି ମୋର ବିଶ୍ୱାସ ।
ଭାଇମାନେ, ଭଉଣୀମାନେ, ବିକାଶର ଏହି ଯାତ୍ରାକୁ ଆମେ ଆଗକୁ ବଢାଇବା । ଜାମ୍ମୁ-କାଶ୍ମୀରର ଯୁବକ ଏହି ଅଂଚଳର ଭାଗ୍ୟକୁ ବଦଳାଇବା ପାଇଁ ଭାରତ ସରକାରଙ୍କ ରୋଜଗାର ଯୋଜନା ଗୁଡିକର ସୁଫଳ ଉଠାନ୍ତୁ; ଶିକ୍ଷାର ଯେଉଁ ନୂଆ ନୂଆ କ୍ଷେତ୍ର ଏଠି ଅଛି ତାହାର ସୁଫଳ ଉଠାନ୍ତୁ; ବିକାଶର ନୂତନ ଶିଖରକୁ ଅତିକ୍ରମ କରନ୍ତୁ । ଆଉ ମୋର ଜାମ୍ମୁର ଭାଇ, ଏହି ଜାମ୍ମୁ ଅଂଚଳର ବିକାଶ ମଧ୍ୟ ଦ୍ରୁତ ଗତିରେ ହେଉଅଛି ।
ସ୍ମାର୍ଟ ସିଟି ସଂପର୍କରେ କଥା ହେଉ, ହୃଦୟ ଯୋଜନା ହେଉ, ଅମୃତ ଯୋଜନା ହେଉ, ଶିକ୍ଷା କ୍ଷେତ୍ରର କଥା ହେଉ, ଭିତ୍ତିଭୂମି ତିଆରି କରିବା ହେଉ, ଏଠି ହ୍ରଦର ବିକାଶ ହେଉ, ପ୍ରତ୍ୟେକ କ୍ଷେତ୍ରରେ, ସେ ଲଦାଖ ହେଉ, ଘାଟୀ ହେଉ, କି ଜାମ୍ମୁ ହେଉ, ଏକ ସନ୍ତୁଳିତ ବିକାଶ ହେଉ ଆଉ ଏହି ବିକାଶର ଲାଭ ପୂରା ଜାମ୍ମୁ-କାଶ୍ମୀରର ଭବିଷ୍ୟତ ପିଢୀକୁ ମିଳୁଥାଉ, ଏହାର ପ୍ରସ୍ତୁତି କରି ଚାଲିବା, ଜାମ୍ମୁ-କାଶ୍ମୀରକୁ ଆଗକୁ ବଢାଇ ନେବା, ଏହି ସ୍ୱପ୍ନକୁ ନେଇ କରି ଆଜି ଆଗକୁ ଯିବାକୁ ହେବ ।
ମୁଁ ପୁଣି ଥରେ ନିତୀନ ଗଡକରୀଙ୍କୁ, ତାଙ୍କ ଟିମ୍କୁ, ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ, ଜାମ୍ମୁ-କାଶ୍ମୀର ସରକାରଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛି । ବହୁତ-ବହୁତ ଧନ୍ୟବାଦ ।
We are thankful to our Prime Minister. The tunnel inaugurated will bridge distances, be it in travel or between people: CM Mehbooba Mufti
— PMO India (@PMOIndia) April 2, 2017
Congratulations to the Prime Minister for the mandate in Uttar Pradesh: CM Mehbooba Mufti at the public meeting in Udhampur
— PMO India (@PMOIndia) April 2, 2017
Last year, during very troubled times you supported me and my Government: CM Mehbooba Mufti to PM @narendramodi
— PMO India (@PMOIndia) April 2, 2017
A lot has improved and a lot more needs to be done in Jammu and Kashmir: CM Mehbooba Mufti at the public meeting in Udhampur
— PMO India (@PMOIndia) April 2, 2017
Mufti Sahab had faith in the people and in Jamhuriyat: CM Mehbooba Mufti at the public meeting in Udhampur
— PMO India (@PMOIndia) April 2, 2017
The tunnel inaugurated today is world class and it is matching the best standards: PM @narendramodi #NewInfra4NewIndia pic.twitter.com/gSnQQ7MMIu
— PMO India (@PMOIndia) April 2, 2017
I am very happy to be in Jammu and Kashmir today: PM @narendramodi at the public meeting in Udhampur pic.twitter.com/wJtRZ1fubo
— PMO India (@PMOIndia) April 2, 2017
This tunnel is environment friendly and this tunnel will help in the fight against global warming: PM @narendramodi #NewInfra4NewIndia
— PMO India (@PMOIndia) April 2, 2017
Youth of Jammu & Kashmir worked very hard in the making of the Chenani - Nashri Tunnel. I congratulate them for this: PM #NewInfra4NewIndia pic.twitter.com/DFi5qcaFP8
— PMO India (@PMOIndia) April 2, 2017
Some misguided youngsters are pelting stones but see here, youth of Kashmir are using the same stones to build infrastructure: PM
— PMO India (@PMOIndia) April 2, 2017
Another advantage of this tunnel is that tourists will benefit due to this: PM @narendramodi #NewInfra4NewIndia pic.twitter.com/COfV9mqqOa
— PMO India (@PMOIndia) April 2, 2017
Every Indian wants to see Jammu and Kashmir. The beauty of this land can draw so many people. Tourism will also bring economic growth: PM
— PMO India (@PMOIndia) April 2, 2017
Youth of Kashmir have a choice to select one of the two paths- one of tourism the other of terrorism: PM @narendramodi #NewInfra4NewIndia
— PMO India (@PMOIndia) April 2, 2017
The path of bloodshed has not helped any one and will never help anyone: PM @narendramodi
— PMO India (@PMOIndia) April 2, 2017
I want to specially thank CM Mehbooba Mufti. The Centre announced a package for the state and work has begun on the same: PM
— PMO India (@PMOIndia) April 2, 2017
Whenever I come to Jammu and Kashmir, it is natural to remember the vision and work of Atal Ji: PM @narendramodi #NewInfra4NewIndia
— PMO India (@PMOIndia) April 2, 2017
Our sole Mantra is development and the way we want to achieve that is through Jan Bhagidari. We want to involve the youth: PM
— PMO India (@PMOIndia) April 2, 2017