Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାଲିଆଁୱାଲା ବାଗ ଗଣହତ୍ୟାର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଜାଲିଆଁୱାଲା ବାଗ ଗଣହତ୍ୟାର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଆମେ ଭୟାବହ ଜାଲିଆଁୱାଲା ବାଗ ଗଣହତ୍ୟାର 100ତମ ବର୍ଷ ପାଳନ କରୁଛେ, ଭାରତ ଏହି ଅବସରରେ ସେହି ଦୁର୍ଭାଗ୍ୟ ଦିନରେ ଶହୀଦ ହୋଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି । ସେମାନଙ୍କ ସାହସ ଏବଂ ବଳିଦାନ କେବେ ହେଲେ ଭୁଲି ହେବ ନାହିଁ । ସେମାନଙ୍କ ସ୍ମୃତି ଆମକୁ କଠିନ ପରିଶ୍ରମ କରି ଏପରି ଏକ ଭାରତ ନିର୍ମାଣ କରିବା ପାଇଁ ଅନୁପ୍ରାଣିତ କରୁଛି ଯାହାକୁ ନେଇ ସେମାନେ ଗର୍ବିତ ହେବେ ।”

*****